ମାକୁଲାର ଡିଜେନେରେସନ

ଉଇକିପିଡ଼ିଆ ରୁ
Jump to navigation Jump to search
ମାକୁଲାର ଡିଜେନେରେସନ
Intermediate age related macular degeneration.jpg
ଚକ୍ଷୁର ପଶ୍ଚାତ୍ ଭାଗରେ ବୟସ ସମ୍ପର୍କୀୟ ମାକୁଲାର ଡିଜେନେରେସନର ଛବି ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିOphthalmology
ଆଇସିଡ଼ି-୧୦H35.3
ଆଇସିଡ଼ି-୯-ସିଏମ୍362.50
ରୋଗ ଡାଟାବେସ11948
ମେଡ଼ିସିନ-ପ୍ଲସ001000
ଇ-ମେଡ଼ିସିନarticle/1223154
Patient UKମାକୁଲାର ଡିଜେନେରେସନ
MeSHD008268

ମାକୁଲାର ଡିଜେନେରେସନ ବା ପୀତବିନ୍ଦୁ ଅବକ୍ଷୟ ବା ବୟସ ସମ୍ପର୍କୀୟ ମାକୁଲାର ଡିଜେନେରେସନ (ଅପବର୍ତ୍ତନ ବା କ୍ଷୟ ବିକୃତି), ଏକ ବେମାରୀ ଯେଉଁଥିରେ ଦୃଷ୍ଟିକ୍ଷେତ୍ରର (visual field) ମଧ୍ୟ ଭାଗରେ ଦେଖାଯାଉଥିବା ଜିନିଷ ଝାପ୍‌ସା ଦେଖାଯାଏ ବା ଦୃଷ୍ଟିହୀନ ହୋଇଯାଏ ।[୧] ଆରମ୍ଭ ସମୟରେ କିଛି ଲକ୍ଷଣ ନ ଥାଇପାରେ । ସମୟକ୍ରମେ କେତେକ ଲୋକ ଗୋଟିଏ ବା ଉଭୟ ଆଖିରେ ଦୃଷ୍ଟିଶକ୍ତି ହ୍ରାସ ହେବା ଅନୁଭବ କରନ୍ତି । ସମ୍ପୁର୍ଣ୍ଣ ଦୃଷ୍ଟିହାନୀ ନ ହେଲେ ମଧ୍ୟ ଦୃଷ୍ଟିକ୍ଷେତ୍ରର (visual field) ମଧ୍ୟ ଭାଗ ଝାପ୍‌ସା ଦେଖାଯାଉଥିବା ଯୋଗୁ ମୁହଁ ଚିହ୍ନିବାରେ ଅସୁବିଧା, ଡ୍ରାଇଭ କରିବାରେ, ପଢ଼ିବାରେ ଓ ଦୈନ‌ନ୍ଦିନ କାର୍ଯ୍ୟ କରିବାରେ କଷ୍ଟ ହୁଏ । ଦୃଷ୍ଟି ଅପଭ୍ରମ ହୋଇପାରେ କିନ୍ତୁ ଏହା ସାଂଘାତିକ ନୁହେଁ ଓ ଏହାକୁ ମାନସିକ ରୋଗ ଶ୍ରେଣୀରେ ନିଆଯାଏ ନାହିଁ ।[୧]

ମାକୁଲାର ଡିଜେନେରେସନ ସ୍ୱାଭାବିକ ଭାବରେ ବୟସ୍କ ଲୋକଙ୍କର ହୁଏ । ଜେନେଟିକ ଉତ୍ପାଦକ ଓ ଧୁମ୍ରପାନର ଭୂମିକା ଥାଇପାରେ । ଚକ୍ଷୁରେ ଥିବା ରେଟିନାର ଏକ ଅଂଶ ମାକୁଲା ନଷ୍ଟ ହେବା ଯୋଗୁ ଏହି ରୋଗ ହୁଏ । ସମ୍ପୁର୍ଣ୍ଣ ଚକ୍ଷୁ ପରୀକ୍ଷା କରି ଏହି ରୋଗ ନିର୍ଣ୍ଣୟ କରାଯାଏ । ଏହି ରୋଗର ଭୟାବ‌ହତା ଅନୁସାରେ ପ୍ରାକ୍, ମଧ୍ୟମ ଓ ବିଳମ୍ବିତ ଏହି ତନି ଶ୍ରେଣୀରେ ବିଭକ୍ତ କରାଯାଇଛି ।[୧] ବିଳମ୍ବିତ ଶ୍ରେଣୀକୁ ଶୁଷ୍କ ଓ ଆର୍ଦ୍ର ଏହି ଦୁଇ ଭାଗରେ ବିଭକ୍ତ କରାଯାଇଛି ଓ ଶୁଷ୍କଟି ୯୦ % କେଶ୍‌ରେ ଦେଖାଯାଏ ।[୧][୨]

ଧୁମ୍ରପାନ ବନ୍ଦ, ବ୍ୟାୟାମ ଓ ଉତ୍ତମ ଖାଦ୍ୟ ଦେଇ ଏହାକୁ ପ୍ରତିରୋଧ କରାଯାଇପାରିବ ।[୧] ଏଥି ନିମନ୍ତେ ଭିଟାମିନର ଆବଶ୍ୟକତା ଜଣାଯାଉ ନାହିଁ ।[୩] ଚିକିତ୍ସା କଲେ ବି ଏହି ରୋଗ ଆରୋଗ୍ୟ ହୁଏନାହିଁ ବା ହୃତ ଦୃଷ୍ଟିଶକ୍ତି ଫେରିପାରେ ନାହିଁ । ଆର୍ଦ୍ର ଶ୍ରେଣୀ ରୋଗରେ ଚକ୍ଷୁ ଭିତରକୁ ଆଣ୍ଟ-ଭିଇଜିଏଫ ଔଷଧ (anti-VEGF medication) ଇଞ୍ଜେକସନ ଦିଆଯାଏ ବା ଲେଜର କୋଆଗୁଲେସନ ବା ଫୋଟୋଡାଇନାମିକ ଥେରାପି ଦେଲେ ରୋଗର ସାଂଘାତକ ପ୍ରଗତି ନିୟନ୍ତ୍ରିତ ହୋଇଯାଏ ।[୧] ରୋଗ ଆଗରୁ ଥିଲେ ଅନୁପୂରକ ଦେଲେ ରୋଗ ପ୍ରଗତି ଧୀର ହୋଇଯାଏ ।[୪]

ସନ ୨୦୧୦ରେ ପୃଥିବୀରେ ପ୍ରାୟ ୨୩.୫ ନିୟୁତ ଲୋକ ଏହି ରୋଗରେ ରୋଗାକ୍ରାନ୍ତ ହୋଇଥିଲେ ।[୫] ସନ ୨୦୧୩ରେ ମଧ୍ୟମ ଓ ସାଂଘାତିକ ପ୍ରକାର ରୋଗ ୧୩.୪ ନିୟୁତ ଲୋକଙ୍କୁ ଆକ୍ରମଣ କରିଥିଲା ଓ ଏହା ପରଳ, ଅସମୟ ଜନ୍ମଗ୍ଲକୋମା ପରେ ଅନ୍ଧତ୍ତ୍ୱର ଚତୁର୍ଥ କାରଣ ରୂପେ ବିବେଚିତ ହୋଇଥିଲା ।[୬] ଏହି ରୋଗ ୫୦ ବର୍ଷ ବୟସ ପରେ ଲୋକଙ୍କୁ ହୁଏ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ବୟସର ଲୋକଙ୍କର ଦୃଷ୍ଟିହାନୀର ସର୍ବାଧିକ କାରଣରୂପେ ବିବେଚିତ ହୋଇଛି । [୧][୨] ୫୦ରୁ ୬୦ ବର୍ଷ ବୟସ ମଧରେ ପ୍ରାୟ ୦.୪% ଓ ୬୦ରୁ ୭୦ ବର୍ଷ ବୟସ ମଧ୍ୟରେ ୦.୭% ଓ ୭୦ରୁ ୮୦ ବର୍ଷ ବୟସ ମଧ୍ୟରେ ୨.୩% ଲୋକ ରୋଗାକ୍ରାନ୍ତ ହେବା ଦେଖାଯାଏ ।[୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Facts About Age-Related Macular Degeneration". National Eye Institute. June 2015. Retrieved 21 December 2015.
  2. ୨.୦ ୨.୧ ୨.୨ Mehta, S (September 2015). "Age-Related Macular Degeneration". Primary care. 42 (3): 377–91. doi:10.1016/j.pop.2015.05.009. PMID 26319344.
  3. Evans JR, Lawrenson JG (2012). Evans, Jennifer R, ed. "Antioxidant vitamin and mineral supplements for preventing age-related macular degeneration". Cochrane Database Syst Rev. 6: CD000253. doi:10.1002/14651858.CD000253.pub3. PMID 22696317.
  4. Evans, JR; Lawrenson, JG (14 November 2012). "Antioxidant vitamin and mineral supplements for slowing the progression of age-related macular degeneration". The Cochrane database of systematic reviews. 11: CD000254. doi:10.1002/14651858.CD000254.pub3. PMID 23152201.
  5. Velez-Montoya, R; Oliver, SC; Olson, JL; Fine, SL; Quiroz-Mercado, H; Mandava, N (March 2014). "Current knowledge and trends in age-related macular degeneration: genetics, epidemiology, and prevention". Retina (Philadelphia, Pa.). 34 (3): 423–41. doi:10.1097/iae.0000000000000036. PMID 24285245.
  6. Global Burden of Disease Study 2013, Collaborators (22 August 2015). "Global, regional, and national incidence, prevalence, and years lived with disability for 301 acute and chronic diseases and injuries in 188 countries, 1990-2013: a systematic analysis for the Global Burden of Disease Study 2013". Lancet (London, England). 386 (9995): 743–800. doi:10.1016/s0140-6736(15)60692-4. PMID 26063472.