Jump to content

ଆଟ୍ରିଆଲ ଫିବ୍ରିଲେସନ

ଉଇକିପିଡ଼ିଆ‌ରୁ
ଆଟ୍ରିଆଲ ଫିବ୍ରିଲେସନ
ଇସିଜିରେ (ECG) ସାଧାରଣ ସାଇନସ ତାଳର (normal sinus rhythm) ଛବି । ଏହି ଚିତ୍ରରେ ଅଳିନ୍ଦ ଡିପୋଲାରାଇଜେସନ ଯୋଗୁ ସୃଷ୍ଟି ହେଉଥିବା ପି ୱେଭ (P wave) ଆଟ୍ରିଆଲ ଫିବ୍ରିଲେସନ ରୋଗରେ ଅନୁପସ୍ଥିତ ରହେ ।
ବିଭାଗcardiology[*]
ଆଇସିଡ଼ି-୧୦I48.
ଆଇସିଡ଼ି-୯-ସିଏମ୍427.31
ରୋଗ ଡାଟାବେସ1065
ମେଡ଼ିସିନ-ପ୍ଲସ000184
ଇ-ମେଡ଼ିସିନmed/184 emerg/46
Patient UKଆଟ୍ରିଆଲ ଫିବ୍ରିଲେସନ
MeSHD001281

ଆଟ୍ରିଆଲ ଫିବ୍ରିଲେସନ, ସଂକ୍ଷେପରେ ଏ.ଏଫ. ବା ଏ-ଫିବ, (ଇଂରାଜୀରେ ଯଥାକ୍ରମେ Atrial fibrillation ସଂକ୍ଷେପରେ AF ବା A-fib), ଏକ ଅନିୟମିତ ହୃତ୍‌ପିଣ୍ଡ ତାଳ ସମ୍ପନ୍ନ ରୋଗ ଯେଉଁଥିରେ ଦୃତ ଓ ଅନିୟମିତ ହୃତ୍ ସ୍ପନ୍ଦନ ହୁଏ । [] ଆରମ୍ଭରେ ସାମୟିକ ଅସ୍ୱାଭାବିକ ସ୍ପନ୍ଦନ ହୁଏ ଯାହା ବଢ଼ି ବଢ଼ି ଶେଷରେ ଅପରିବର୍ତ୍ତିତ ରହେ ।[] ଅଧିକାଂଶ ଘଟଣାରେ କୌଣସି ଲକ୍ଷଣ ନ ଥାଏ । [] ବେଳେ ବେଳେ ଖର ହୃତ୍ ସ୍ପନ୍ଦନ ହୁଏ, ମୂର୍ଚ୍ଛା ହୁଏ, ଛୋଟ ଶ୍ୱାସକ୍ରିୟା ହୁଏ କିମ୍ବା ଛାତିରେ ଯନ୍ତ୍ରଣା ହୁଏ ।[] ଏହି ରୋଗ ହେଲେ ହୃତ୍‌ପାତ, ଡିମେନ୍ସିଆସ୍ଟ୍ରୋକ ସଙ୍କଟ ବଢ଼ିଯାଏ । []

ଏହି ଏ.ଏଫ. ରୋଗର ୨ଟି ସଙ୍କଟଦାତା ଉଚ୍ଚ ରକ୍ତଚାପଭାଲଭୁଲାର ହୃତ୍‌ପିଣ୍ଡ ରୋଗମାନଙ୍କୁ ଚିକିତ୍ସା କରି ବଦଳାଯାଇ ପାରେ ।[][] ଅନ୍ୟାନ୍ୟ ସଙ୍କଟଦାତା ହୃତ୍‌ପିଣ୍ଡ ରୋଗ ମଧ୍ୟରେ ହୃତ୍‌ପାତ, କରୋନାରି ଧମନୀ ରୋଗ, କାର୍ଡିଓମାୟୋପାଥିଜନ୍ମଗତ ହୃତ୍‌ପିଣ୍ଡ ରୋଗ ମୁଖ୍ୟ ଭୂମିକା ନିର୍ବାହ କରନ୍ତି । [] ବିକାଶଶୀଳ ଦେଶମାନଙ୍କରେ ରିଉମାଟିକ ଜ୍ୱର ଯୋଗୁ ଭାଲଭୁଲାର ହୃତ୍‌ପିଣ୍ଡ ରୋଗ ଅଧିକ ହୁଏ ।[] ଫୁସ୍‌ଫୁସ୍ ସମ୍ପର୍କୀୟ ରୋଗ ସିଓପିଡି, ମୋଟାପଣନିଦ୍ରା ଶ୍ୱାସରୁଦ୍ଧ (sleep apnoea) ଇତ୍ୟାଦି ଏ.ଏଫ. ସଙ୍କଟଦାତା ଅଟନ୍ତି ।[] ଅନ୍ୟ କାରକ ମଧ୍ୟରେ ମଦ୍ୟପାନ, ଡାଏବେଟିସଥାଇରୋଟକ୍ସିକୋସିସ ଯୋଗୁ ଏହି ରୋଗ ହୋଇପାରେ । [][] ଯାହା ବି ହେଉ ସମୁଦାୟ ରୋଗୀ ସଂଖ୍ୟାର ଅଧା କୌଣସି ସଙ୍କଟପ୍ରଦ ମାଧ୍ୟମରୁ ହୋଇ ନ ଥାଆନ୍ତି । [] ନାଡ଼ି ଅନୁଭବ କରି ରୋଗ ନିର୍ଣ୍ଣୟ କରାଯାଏ ଓ ଇସିଜି ସାହାଯ୍ୟରେ ନିଧାର୍ଯ୍ୟ କରାଯାଏ ।[] ଇସିଜି ଚିତ୍ରରେ ପି ୱେଭ ନ ଥାଏ ଓ ଅନିୟମିତ ନିଳୟ ସ୍ପନ୍ଦନ ହାର ଥାଏ । []

ଏ.ଏଫ. ରୋଗରେ ହୃତ୍‌ପିଣ୍ଡ ଗତି ହାରକୁ ସ୍ୱାଭାବିକ କରିବାକୁ କିମ୍ବା ତାଳକୁ ସ୍ୱାଭାବିକ ସାଇନସ ତାଳକୁ ଆଣିବାକୁ ଔଷଧ ଦିଆଯାଏ । [] ଇଲେକଟ୍ରିକାଲ କାର୍ଡ଼ିଓଭର୍ସନ ବ୍ୟବ‌ହାର କରି ସ୍ୱାଭାବିକ ସାଇନସ ତାଳ କରିବାକୁ ଆପାତ ସ୍ଥିତିରେ ଚେଷ୍ଟା କରାଯାଏ । [] ରେଡିଓ ଫ୍ରିକ୍ୱେନ୍‌ସି ଆବ୍ଲାସନ ସାହାଯ୍ୟରେ କେତେକ ରୋଗୀଙ୍କର ରୋଗ ପୁନରାବୃତି ହୁଏ ନାହିଁ । [୧୦] ସ୍ଟ୍ରୋକ ସଙ୍କଟ ଥିଲେ ଆସ୍ପିରିନ କିମ୍ବା ଆଣ୍ଟିକୋଆଗୁଲାଣ୍ଟ ଦେବାକୁ ପରାମର୍ଶ ଦିଆଯାଏ । [] ଏହି ଔଷଧଦ୍ୱାରା ଏ.ଏଫ. ସଙ୍କଟ ଟଳିଲେ ମଧ୍ୟ ଗୁରୁ ରକ୍ତସ୍ରାବ ହୁଏ । [୧୧]

ଅନିୟମିତ ହୃତ୍‌ପିଣ୍ଡ ତାଳ ରୋଗ ମଧ୍ୟରେ ଏ.ଏଫ. ଅତି ସାଧାରଣ ।[] ୟୁରୋପ ଓ ଉତ୍ତର ଆମେରିକାରେ ୨୦୧୪ ମସିହାରେ ସମୁଦାୟ ଜନସଂଖ୍ୟାର ୨ରୁ ୩ % ଲୋକଙ୍କୁ ଏହି ରୋଗ ହୋଇଥିଲା । [] ସନ ୨୦୦୫ ଅପେକ୍ଷା ଏହି ରୋଗ ହାର ୦.୪ରୁ ୧ % ବଢ଼ିଛି । [୧୨] ବିକାଶଶୀଳ ଦେଶମାନଙ୍କରେ 0.୬ % ପୁରୁଷ ଓ 0.୪ % ମହିଳାଙ୍କୁ ଏହି ରୋଗ ହୁଏ । ବୟସ ବୃଦ୍ଧି ଅନୁସାରେ ଏହି ରୋଗ ସଂଖ୍ୟା ବଢ଼େ, ୫୦ ବର୍ଷ ବୟସ ମଧ୍ୟରେ ୦.୧୪ % ହୁଏ, ୬୦ରୁ ୭୦ ବୟସ ମଧ୍ୟରେ ୪ %, ୮୦ ବୟସ ଉପରେ ୧୪ % ହୁଏ । [] ଏ-ଫିବ ଓ ଏ.ଏଫ. ଯୋଗୁ ସନ ୧୯୯୦ରେ ମୃତ୍ୟୁ ସଂଖ୍ୟା ୨୯,୦୦୦ ଥିବା ବେଳେ ସନ ୨୦୧୩ରେ ୧୧୨,୦୦ ହୋଇଥିଲା । [୧୩] ଅନିୟମିତ ନାଡ଼ି ଗତି ସମ୍ପର୍କରେ ପ୍ରଥମେ ୧୭୪୯ ମସିହାରେ ଜନ ବାପଟିଷ୍ଟ ସେନାକ ରିପୋର୍ଟ ଦେଇଥିଲେ । ଇଇଜି ସାହାଯ୍ୟରେ ଏହି ରୋଗ ୧୯୦୯ ମସିହାରେ ପ୍ରଥମେ ଲୁଇ ଥୋମାସଙ୍କଦ୍ୱାରା ଲିପିବଦ୍ଧ ହୋଇଥିଲା । []

  1. "Heart Disease Other Related Conditions". cdc.gov. September 3, 2014. Retrieved 19 February 2015.
  2. ୨.୦ ୨.୧ ୨.୨ Zoni-Berisso, M; Lercari, F; Carazza, T; Domenicucci, S (2014). "Epidemiology of atrial fibrillation: European perspective". Clinical epidemiology. 6: 213–20. doi:10.2147/CLEP.S47385. PMID 24966695.{{cite journal}}: CS1 maint: unflagged free DOI (link)
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ Munger, TM; Wu, LQ; Shen, WK (January 2014). "Atrial fibrillation". Journal of biomedical research. 28 (1): 1–17. doi:10.7555/JBR.28.20130191. PMID 24474959.
  4. Gray, David (2010). Chamberlain's Symptoms and Signs in Clinical Medicine: An Introduction to Medical Diagnosis (13th ed.). London: Hodder Arnold. pp. 70–1. ISBN 9780340974254.
  5. ୫.୦ ୫.୧ ୫.୨ Anumonwo, JM; Kalifa, J (November 2014). "Risk Factors and Genetics of Atrial Fibrillation". Cardiology clinics. 32 (4): 485–494. doi:10.1016/j.ccl.2014.07.007. PMID 25443231.
  6. Nguyen, TN; Hilmer, SN; Cumming, RG (10 September 2013). "Review of epidemiology and management of atrial fibrillation in developing countries". International journal of cardiology. 167 (6): 2412–20. doi:10.1016/j.ijcard.2013.01.184. PMID 23453870.
  7. ୭.୦ ୭.୧ Mischke, K; Knackstedt, C; Marx, N; Vollmann, D (April 2013). "Insights into atrial fibrillation". Minerva medica. 104 (2): 119–30. PMID 23514988.
  8. ୮.୦ ୮.୧ Ferguson C, Inglis SC, Newton PJ, Middleton S, Macdonald PS, Davidson PM; Inglis; Newton; Middleton; MacDonald; Davidson (2013). "Atrial fibrillation: stroke prevention in focus". ACC. 00 (2): 92–8. doi:10.1016/j.aucc.2013.08.002. PMID 24054541.{{cite journal}}: CS1 maint: multiple names: authors list (link)
  9. Oishi, ML; Xing, S (February 2013). "Atrial fibrillation: management strategies in the emergency department". Emergency medicine practice. 15 (2): 1–26, quiz 27. PMID 23369365.
  10. Amerena, JV; Walters, TE; Mirzaee, S; Kalman, JM (4 November 2013). "Update on the management of atrial fibrillation". The Medical journal of Australia. 199 (9): 592–7. doi:10.5694/mja13.10191. PMID 24182224.
  11. Steinberg, BA; Piccini, JP (14 April 2014). "Anticoagulation in atrial fibrillation". BMJ (Clinical research ed.). 348: g2116. doi:10.1136/bmj.g2116. PMID 24733535.
  12. Fuster, Valentin (2006). "ACC/AHA/ESC 2006 Guidelines for the Management of Patients with Atrial Fibrillation: a report of the American College of Cardiology/American Heart Association Task Force on Practice Guidelines and the European Society of Cardiology Committee for Practice Guidelines (Writing Committee to Revise the 2001 Guidelines for the Management of Patients With Atrial Fibrillation): developed in collaboration with the European Heart Rhythm Association and the Heart Rhythm Society". Circulation. 114 (7): e257–354. doi:10.1161/CIRCULATIONAHA.106.177292. PMID 16908781.
  13. GBD 2013 Mortality and Causes of Death, Collaborators (17 December 2014). "Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013". Lancet. 385 (9963): 117–171. doi:10.1016/S0140-6736(14)61682-2. PMC 4340604. PMID 25530442. {{cite journal}}: |first1= has generic name (help)CS1 maint: numeric names: authors list (link)