ସିଫିଲିସ୍

ଉଇକିପିଡ଼ିଆ ରୁ
Jump to navigation Jump to search
ସିଫିଲିସ୍
Treponema pallidum.jpg
ଇଲେକ୍‌ଟ୍ରନ ଅଣୁବୀକ୍ଷଣ ଯନ୍ତ୍ରରେ ଦେଖାଯା‌ଥିବା ଟ୍ରେପୋନେମା ପାଲିଡମ୍
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟି ସଂକ୍ରାମକ ରୋଗ[*]
ଆଇସିଡ଼ି-୧୦ A50.-A53.
ଆଇସିଡ଼ି-୯-ସିଏମ୍ 090-097
ରୋଗ ଡାଟାବେସ 29054
ମେଡ଼ିସିନ-ପ୍ଲସ 000861
ଇ-ମେଡ଼ିସିନ med/2224 emerg/563 derm/413
Patient UK ସିଫିଲିସ୍
MeSH D013587

ସିଫିଲିସ୍ ଏକ ଯୌନସଞ୍ଚାରିତ ସଂକ୍ରମଣ ରୋଗ ଯାହା ଟ୍ରେପୋନେମା ପାଲିଡମ୍ (ପାଲିଡମ୍ ଉପସ୍ପେସି) ନାମକ ଜୀବାଣୁଦ୍ୱାରା ହୁଏ ।[୧] ସଞ୍ଚାରଣର ପ୍ରାଥମିକ ପଥ ହେଲା ଯୌନ ସ୍ପର୍ଶ; ଏହା ଗର୍ଭାବସ୍ଥାରେ ମାଆଠାରୁ ଫିଟସ୍ ବା ଗର୍ଭସ୍ଥ ଶିଶୁକୁ ସଞ୍ଚାରିତ ହୋଇ ଜନ୍ମଗତ ସିଫିଲିସ୍ ହୁଏ । ସମ୍ପର୍କୀୟ ଟ୍ରେପୋନେମା ପାଲିଡମ୍ ଯୋଗୁ ୟଜ୍ ରୋଗ (ପର୍ଟେନ୍ୟୁ ଉପବିଭାଗ) ଓ ବେଜେଲ ରୋଗ (ଏଣ୍ଡେମିକମ୍) ମଧ୍ୟ ହୁଏ । ଏହି ରୋଗର ଚିହ୍ନ ଓ ଲକ୍ଷଣ ସମୂହ ରୋଗର ଚାରୋଟି ପାବଚ୍ଛ ବା ସ୍ଟେଜ୍ (ପ୍ରାଇମେରି, ସେକଣ୍ଡାରି, ଲେଟେଣ୍ଟ ଓ ଟର୍ସିଆରି) ଉପରେ ଥିବା ଅବସ୍ଥା ଉପରେ ନିର୍ଭର କରେ । ପ୍ରଥମ ସ୍ଟେଜରେ ଗୋଟିଏ ସାଙ୍କର ଦେଖାଯାଏ ଯେଉଁଥିରେ ଗୋଟିଏ ଟାଣ, ଯନ୍ତ୍ରଣାବିହୀନ ଓ ଗଲୁ ନ ହେଉଥିବା ଚର୍ମ ଘାଆ ଦେଖାଯାଏ, କିନ୍ତୁ ଅନେକ ଗୁଡ଼ିଏ ଘାଆ ମଧ୍ୟ ଦେଖାଯାଏ । ଏହା ପୁରୁଷ ଯୌନାଙ୍ଗରେ, ମହିଳାଙ୍କ ପ୍ରଜନନ ପଥରେ,ପାଟିରେ ଓ ମଳଦ୍ୱାରରେ ହୁଏ । ପ୍ରଥମ ଜୀବାଣୁ ସଂସ୍ପର୍ଶରେ ଆସିବାର ୨୧ ଦିନ ପରେ ଏହି ରୋଗ ଆରମ୍ଭ ହୁଏ ଓ ଚିକିତ୍ସା ବିହୁନେ ୪ରୁ ୮ ସପ୍ତାହ ମଧ୍ୟରେ ଉପଶମ ହୋଇଯାଏ । ଦ୍ୱିତୀୟକ ବା ସେକେଣ୍ଡାରି ସିଫିଲିସ୍‌ରେ (secondary syphillis) ରାସ୍ ହୁଏ ଓ ଏହା ପାପୁଲି ଓ ପାଦରେ ହୁଏ । ପାଟି ଓ ଯୋନୀ ମଧ୍ୟରେ ଦେଖାଯାଏ । ଲୁକ୍କାୟିତ ସିଫିଲିସ୍‌ରେ (latent syphillis) କୌଣସି ଲକ୍ଷଣ ଦେଖାଯାଏ ନାହିଁ ଓ ଏହା ବର୍ଷ ବର୍ଷ ଧରି ରହିଥାଏ ।[୨] ତୃତୀୟକ ବା ଟର୍ସିଆରି ସିଫିଲିସ୍‌ରେ (tertiary syphillis) ଗମାସମୂହ (ନରମ ଅଣ-କର୍କଟ ବୃଦ୍ଧି),ସ୍ନାୟୁ ରୋଗ କିମ୍ବା ହୃଦ୍ ରୋଗ ହୁଏ । [୩] ଏହି ରୋଗ ବିରାଟ ଅନୁକରଣୀୟ ରୋଗ ("the great imitator") ନାମରେ ମଧ୍ୟ ପରିଚିତ କାରଣ ଏହା ଅନିୟମିତ ଓ ଅନ୍ୟ ରୋଗମାନଙ୍କର ବିବିଧ ଲକ୍ଷଣ ଦେଖାଏ । [୨][୩]

ସିଫିଲିସ୍ ରୋଗ ଯୌନ କ୍ରିୟା ସମୟରେ ସଞ୍ଚାରିତ ହୁଏ ।[୨] ଗର୍ଭାବସ୍ଥାରେ ବା ପ୍ରସବ ସମୟରେ ମାତାଠାରୁ ଶିଶୁକୁ ରୋଗ ସଞ୍ଚାରିତ ହୋଇ ଜନ୍ମଜ ସିଫିଲିସ୍ ରୋଗ ହୁଏ ।[୨][୪] ଟ୍ରେପାନୋମା ପାଲିଡମ ସମ୍ପର୍କୀୟ ଅନ୍ୟ ମାନବ ରୋଗ ମଧ୍ୟ ହୁଏ, ଯଥା:- ୟଜ୍ (ସବ୍‌ସ୍ପେସି ପର୍ଟେନ୍ୟୁ)ଦ୍ୱାରା (subspecies pertenue) , ପିଣ୍ଟା ରୋଗ (ସବ୍‌ସ୍ପେସି କରାଟେଅମ)ଦ୍ୱାରା (subspecies carateum) ଓ ବେଜେଲ (ସବ୍‌ସ୍ପେସି ଏଣ୍ଡେମିକମ)ଦ୍ୱାରା (subspecies endemicum) ହୁଏ ।[୩] ଏହି ରୋଗ ସାଧାରଣତଃ ରକ୍ତ ପରୀକ୍ଷାଡାର୍କ ଫିଲ୍ଡ ମାଇକ୍ରୋସ୍କୋପିଦ୍ୱାରା ଜୀବାଣୁ ଚିହ୍ନଟ କରି ରୋଗ ନିର୍ଣ୍ଣୟ କରାଯାଏ । ସମସ୍ତ ଗର୍ଭବତୀ ମହିଳାଙ୍କର ଏହି ପରୀକ୍ଷା କରିବାକୁ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ସୁପାରିସ କରୁଛି ।[୨]

ଯୌନ ସମ୍ପର୍କ ନ ରଖିବା ବା ଯଦି ରଖାଯାଏ ତା'ହେଲେ ଲେଟେକ୍ସ କଣ୍ଡୋମ ବ୍ୟବ‌ହାର କରିବାଦ୍ୱାରା ଏହି ସଂକ୍ରମଣ କମ କରିହୁଏ ।[୨] ସିଫିଲିସ୍ ରୋଗ ଆଣ୍ଟିବାୟୋଟିକ ଚିକିତ୍ସାରେ ଭଲ ହୋଇଯାଏ । ସର୍ବାଧିକ ପସନ୍ଦ ଯୋଗ୍ୟ ବେଞ୍ଜାଥିନ ପେନିସିଲିନ ଜି ଇଞ୍ଜେକସନ ମାଂସପେଶୀରେ ଅଧିକାଂଶ କେଶ୍‌ରେ ଦିଆଯାଏ । ପେନିସିଲିନ ଆଲର୍ଜି ଥିବା ରୋଗୀଙ୍କୁ ଡକ୍ସିସାଇକ୍ଲିନ ବା ଟେଟ୍ରାସାଇକ୍ଲିନ ଦିଆଯାଇପାରେ । ନିଉରୋସିଫିଲିସ ରୋଗ ଥିଲେ ପେନିସିଲିନ ଜି ପୋଟାସିଅମ ବା ସେଫଟ୍ରିଆକ୍ସୋନ ଔଷଧ ଶିରାଭ୍ୟନ୍ତର ଇଞ୍ଜେକସନ ଆକାରରେ ଦିଆଯାଏ । ଚିକିତ୍ସା ସମୟରେ ଜ୍ୱର, ମୁଣ୍ଡବଥା ଓ ମାଂସପେଶୀ ଯନ୍ତ୍ରଣା ହୋଇପାରେ ଯାହାକୁ ଜାରିସ୍କ-ହର୍କସ୍‌ହେମର ରିଆକ‌ସନ୍ ନାମ ଦିଆଯାଇ ଥାଏ ।[୧]

ସନ ୨୦୧୩ରେ ୩୧୫,୦୦୦ ଲୋକଙ୍କୁ ସିଫିଲିସ ସଂକ୍ରମଣ ହୋଇଥିଲା ।[୫] ସନ ୧୯୯୦ରେ ଏହି ରୋଗ ଯୋଗୁ ୨୦୨,୦୦୦ ମୃତ୍ୟୁ ହୋଇଥିବା ବେଳେ ସନ ୨୦୧୦ରେ ଏହା କମିଯାଇ ୧୧୩,୦୦୦ ମୃତ୍ୟୁ ହୋଇଥିଲା ।[୬] ସନ ୧୯୪୦ରେ ପେନିସିଲିନ ଉପଲବ୍‌ଦ ହେବା ପରଠାରୁ ଏହି ରୋଗୀ ସଂଖ୍ୟା କମିଥିବା ବେଳେ ସନ ୨୦୦୦ ପରେ ଏଚ.ଆଇ.ଭି ଯୋଗୁ ଏହାର ସଂଖ୍ୟା ପୁନଶ୍ଚ ବୃଦ୍ଧି ହେଉଛି ।[୭][୩] କିଛି ଅଂଶରେ ଏହାର କାରଣ ରୁପେ ଏକାଧିକ ଯୌନସାଥୀ, ବେଶ୍ୟାବୃତ୍ତି, କମ କଣ୍ଡୋମ ବ୍ୟବ‌ହାର ଓ ସମଲିଙ୍ଗି ପୁରୁଷ ସଙ୍ଗମକୁ ଦାୟୀ କରାଯାଉଛି ।[୮][୯][୧୦] ସନ ୨୦୧୫ରେ ପ୍ରଥମ ରାଷ୍ଟ୍ରରୁପେ କ୍ୟୁବାରେ ମାତା-ଶିଶୁ ସିଫିଲିସ ସଂକ୍ରମଣ ମୂଳୋତ୍ପାଟନ ହୋଇଥିଲା ।[୧୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Syphilis". CDC. June 4, 2015. Retrieved 3 February 2016. 
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Syphilis - CDC Fact Sheet (Detailed)". CDC. November 2, 2015. Retrieved 3 February 2016. 
  3. ୩.୦ ୩.୧ ୩.୨ ୩.୩ Kent ME, Romanelli F (February 2008). "Reexamining syphilis: an update on epidemiology, clinical manifestations, and management". Annals of Pharmacotherapy. 42 (2): 226–36. doi:10.1345/aph.1K086. PMID 18212261. 
  4. Woods CR (June 2009). "Congenital syphilis-persisting pestilence". Pediatr. Infect. Dis. J. 28 (6): 536–7. doi:10.1097/INF.0b013e3181ac8a69. PMID 19483520. 
  5. Global Burden of Disease Study 2013, Collaborators (22 August 2015). "Global, regional, and national incidence, prevalence, and years lived with disability for 301 acute and chronic diseases and injuries in 188 countries, 1990-2013: a systematic analysis for the Global Burden of Disease Study 2013". Lancet (London, England). 386 (9995): 743–800. PMID 26063472. 
  6. Lozano, R (15 December 2012). "Global and regional mortality from 235 causes of death for 20 age groups in 1990 and 2010: a systematic analysis for the Global Burden of Disease Study 2010". Lancet. 380 (9859): 2095–128. doi:10.1016/S0140-6736(12)61728-0. PMID 23245604. 
  7. Franzen, C (December 2008). "Syphilis in composers and musicians--Mozart, Beethoven, Paganini, Schubert, Schumann, Smetana". European Journal of Clinical Microbiology & Infectious Diseases. 27 (12): 1151–7. doi:10.1007/s10096-008-0571-x. PMID 18592279. 
  8. Coffin, L. S.; Newberry, A.; Hagan, H.; Cleland, C. M.; Des Jarlais, D. C.; Perlman, D. C. (January 2010). "Syphilis in Drug Users in Low and Middle Income Countries". The International journal on drug policy. 21 (1): 20–7. doi:10.1016/j.drugpo.2009.02.008. PMC 2790553Freely accessible. PMID 19361976. 
  9. Gao, L; Zhang, L; Jin, Q (September 2009). "Meta-analysis: prevalence of HIV infection and syphilis among MSM in China". Sexually transmitted infections. 85 (5): 354–8. doi:10.1136/sti.2008.034702. PMID 19351623. 
  10. Karp, G; Schlaeffer, F; Jotkowitz, A; Riesenberg, K (January 2009). "Syphilis and HIV co-infection". European journal of internal medicine. 20 (1): 9–13. doi:10.1016/j.ejim.2008.04.002. PMID 19237085. 
  11. "WHO validates elimination of mother-to-child transmission of HIV and syphilis in Cuba". WHO. 30 June 2015. Retrieved 30 August 2015.