ବାତରକ୍ତ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଗାଉଟ (ବାତରକ୍ତ)
A small creature with sharp teeth is biting into a swollen foot at the base of the big toe
ଗାଉଟ, ସନ ୧୭୯୯ରେ ଜେମ୍‌ସ ଗିଲରେଦ୍ୱାରା କରାଯାଇଥିବା ଏକ ହାସ୍ୟ ଚିତ୍ର
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟି rheumatology[*]
ଆଇସିଡ଼ି-୧୦ M10.
ଆଇସିଡ଼ି-୯-ସିଏମ୍ 274.00 274.1 274.8 274.9
ଓଏମ୍‌ଆଇଏମ୍ 138900 300323
ରୋଗ ଡାଟାବେସ 29031
ମେଡ଼ିସିନ-ପ୍ଲସ 000422
ଇ-ମେଡ଼ିସିନ emerg/221 med/924 med/1112 oph/506 orthoped/124 radio/313
Patient UK ବାତରକ୍ତ
MeSH D006073

ଗାଉଟ୍ (ଅନ୍ୟ ନାମ ପୋଡାଗ୍ରା, କବିରାଜୀ ନାମ ବାତରକ୍ତ) ରୋଗ ଯେତେବେଳେ ପାଦ-ବୃଦ୍ଧାଙ୍ଗୁଳୀର ମୂଳକୁ ଧରେ [୧] ପୁନଃ ପୁନଃ ପ୍ରଦାହ ହୋଇ ଗଣ୍ଠି ଲାଲ, ଉଷ୍ମ, ଦରଜ ହୁଏ ଓ ଫୁଲିଯାଏ ।[୨]ଗଣ୍ଟି ଯନ୍ତ୍ରଣା ୨୪ ଘଣ୍ଟା ମଧ୍ୟରେ ଶୀଘ୍ର ତୀବ୍ର ହୁଏ ।[୩] ପାଦକ ଅଙ୍ଗୁଳୀୟ ଗଣ୍ଠି (joint at the base of the big toe) ଅର୍ଦ୍ଧେକ କେଶ୍‌ରେ ପ୍ରଭାବିତ ହୁଏ ।[୪] ଏହା ସ‌ହିତ ଟୋଫସ୍, ବୃକ୍‌କ ପ୍ରସ୍ତର (ବୃକ୍କାଶ୍ମରୀ) ଓ ୟୁରେଟ ନେଫ୍ରୋପାଥି ହୋଇପାରେ । [୩]

ଖାଦ୍ୟ ଓ ଜେନେଟିକ କାରକ ଯୋଗୁ ଗାଉଟ ହୁଏ । ଅତ୍ୟଧିକ ମାଂସ ଖାଇବା, ଅତ୍ୟଧିକ ମଦ୍ୟପାନ କରିବା ଓ ଓଜନାଧିକ୍ୟ ଥିବା ଲୋକଙ୍କୁ ଏହି ରୋଗ ସାଧାରଣତଃ ହୁଏ । ଅନ୍ତର୍ନିହିତ କ୍ରିୟାବିଧି: ରକ୍ତରେ ୟୁରିକ ଏସିଡ ମାତ୍ରା ଅତ୍ୟଧିକ ହେଲେ ଏ ରୋଗ ହୁଏ । ଗଣ୍ଠି, ପେଶୀରଜ୍ଜୁ ଓ ଚତୁର୍ପାର୍ଶ୍ୱରେ ୟୁରିକ ଏସିଡ ସ୍ଫଟିକ ଜମିଗଲେ ଗାଉଟ ରୋଗ ହୁଏ । ଗଣ୍ଠି ତରଳ ପଦାର୍ଥରେ ୟୁରିକ ଏସିଡ ସ୍ଫଟିକ ଦେଖିଲେ ବା ଟୋଫସ ଦେଖିଲେ ଏହି ରୋଗ ନିର୍ଣ୍ଣୟ ହୁଏ । ରୋଗ ଆକ୍ରମଣ ସମୟରେ ୟୁରିକ ଏସିଡ ସ୍ତର ରକ୍ତରେ ସାଧାରଣ ଥାଇପାରେ ।[୩]

ଏନଏସଏଆଇଡି (nonsteroidal anti-inflammatory drugs), ସ୍ଟିରଏଡ ବା କଲଚିସିନ ଔଷଧ ଦେଲେ ଲକ୍ଷଣରେ ଉନ୍ନତି ହୁଏ । ଥରେ ତୀବ୍ର ଆକ୍ରମଣ କମିଗଲେ ଜୀବନ‌ଚର୍ଯ୍ୟା ପରିବର୍ତ୍ତନ ସ‌ହିତ ୟୁରିକ ଏସିଡ ସ୍ତର କମିଯାଏ ଓ ବାରମ୍ବାର ଆକ୍ରମଣ ହେଉଥିଲେ ଆଲୋପ୍ୟୁରିନଲ ବା ପ୍ରୋବେନେସିଡ ଔଷଧ ଦେଇ ଦୀର୍ଘକାଳୀନ ପ୍ରତିଷେଧ କରିବା ସମ୍ଭବ ହୁଏ ।[୩] ଭିଟାମିନ ସି ଓ ନିମ୍ନ ଚର୍ବି ବିଶିଷ୍ଟ ଖାଦ୍ୟ ଖାଇଲେ ଏହି ରୋଗ ପ୍ରତିରୋଧ ହୋଇପାରେ ।[୫]

ପଶ୍ଚିମ ପୃଥିବୀର ମୋଟ ଲୋକସଂଖ୍ୟାର ୧ ରୁ ୨% ଲୋକ ଏହି ରୋଗରେ ତାଙ୍କ ଜୀବନର ଯେ କୌଣସି ସମୟରେ ଆକ୍ରାନ୍ତ ହୁଅନ୍ତି । ଏବେକାର ଅନୁଶୀଳନରୁ ଦେଖାଯାଇଛି ଯେ ମେଟାବୋଲିକ ସିଣ୍ଡ୍ରୋମ, ଦୀର୍ଘ ଆୟୁଷ ଓ ଖାଦ୍ୟ ପରିବର୍ତ୍ତନ ଭଳି କାରକମାନଙ୍କର ବୃଦ୍ଧି ହେବାଦ୍ୱାରା ରୋଗୀ ସଂଖ୍ୟା ବୃଦ୍ଧି ହେଉଛି । ବୟସାଧିକ ପୁରୁଷମାନଙ୍କୁ ଅଧିକ ରୋଗ ହୁଏ ।[୩] ଇତିହାସରେ ଏହି ରୋଗ ରାଜାଙ୍କର ରୋଗ ବା ଧନୀଙ୍କର ରୋଗ ନାମରେ ପରିଚିତ ଥିଲା । [୩][୬] ପୁରାତନ ଇଜିପ୍ଟବାସୀଙ୍କ ସମୟରୁ ଏହି ରୋଗର ସ୍ଥିତି ବିଷୟରେ ଜଣାଅଛି ।[୩]

ନିଦାନ[ସମ୍ପାଦନା]

ସନ୍ଧି ଶ୍ଲେଷ୍ମା (Joint fluid) ର ଆଚୂଷିତ ତରଳର ରସାୟନିକ ଏବଂ ଅଣୁବୀକ୍ଷଣିକ ପରୀକ୍ଷଣ ଦ୍ଵାରା ଏହାର ଉପସ୍ଥିତି ନିଶ୍ଚିତ୍ତ କରାଯାଇଥାଏ । ଲକ୍ଷଣ ତୀବ୍ର ସନ୍ଧି ଶୋଥ ଏବଂ ଯନ୍ତ୍ରଣା । ଏହି ଗଣ୍ଠି ଯନ୍ତ୍ରଣା ରାତିରେ ବିଶେଷ କରି ବଢି ଥାଏ କାରଣ ରାତ୍ରୀ ସମୟରେ ଶରୀର ତାପମାତ୍ରା କିଞ୍ଚିତ ହ୍ରାସ ପାଇଥାଏ । ପାଦବୃଦ୍ଧଙ୍ଗୁଳୀ ସନ୍ଧି ପ୍ରଥମେ ଆକ୍ରାନ୍ତ ହୋଇଥାଏ ଓ ଏହା ତୀବ୍ର ଭାବରେ ଫୁଲିବା ସହିତ ଲୋହିତ ବର୍ଣ୍ଣ ହୋଇ ଯନ୍ତ୍ରଣା ହୋଇଥାଏ। ପରେ ପରେ ମଣିବନ୍ଧ ,ପାଦ ସନ୍ଧି ,ଆଣ୍ଠୁ ,ହସ୍ତାଙ୍ଗୁଳୀ ,କହୁଣୀସନ୍ଧି ଆଦି ଆକ୍ରାନ୍ତ ହୋଇଥାଏ । ଏହାଛଡା ପ୍ରବଳ କ୍ଳାନ୍ତି ,ଦୁର୍ବଳତା ଓ ଜ୍ଵର ମଧ୍ୟ ହୋଇଥାଏ । ଦୀର୍ଘତା ଅନୁଯାୟୀ କାଳକ୍ରମେ ସନ୍ଧି ବା ଗଣ୍ଠି ଗୁଡିକ କଠିନ ,ଚଳତ୍ଶକ୍ତି ବିହୀନ ,ବେଦନାହୀନ ୟୁରିକାମ୍ଳ କଣିକା ଅଥବା ଟଫି(Tophi) ଦ୍ଵାରା ଅବରୋଧିତ ଓ ବିକୃତ ହୋଇପଡ଼ିଥାଏ । ଶରୀର ରକ୍ତରେ ୟୁରିକାମ୍ଳ ସ୍ଥର ବୃଦ୍ଧି(hyperuricemia) ପାଇଥାଏ । କାଳକ୍ରମେ ଏହି ଟଫି ଗୁଡିକ ଅସ୍ଥିକ୍ଷୟର କାରଣ ହୋଇଥାଏ । ଏହି ବର୍ଦ୍ଧିତ ରକ୍ତ ୟୁରିକାମ୍ଳ ବୃକକ ରେ ମଧ୍ୟ ବସା ବାନ୍ଧିଥାଏ ଓ ବୃକକ ପଥୁରି ସୃଷ୍ଟି ହୋଇଥାଏ ପରେ ପରେ ୟୁରିକାମ୍ଳ ଜନିତ ବୃକକୀୟ(Urate nephropathy) ବିକୃତି ସୃଷ୍ଟି କରିଥାଏ ।

କାରଣ[ସମ୍ପାଦନା]

ରକ୍ତ ୟୁରିକାମ୍ଳ ମାତ୍ରା ଅତ୍ୟଧିକ ହେଉଥିବା ଯୋଗୁଁ ହୋଇଥାଏ । ଏହା ଅନେକ କାରଣ ଯୋଗୁଁ ହୋଇପାରେ ଯଥା ; ଆନୁବାଂଶିକ , ଆହାରଚର୍ଯ୍ୟା , ଦୈନନ୍ଦିନ ଜୀବନ ଶୈଳୀ , ୟୂରେଟ ବା ଉରିକାମ୍ଳ ଲବଣ ସମୂହର କମ ନିଷ୍କାସନ । ବୃକକୀୟ ନିଷ୍କାସନ ର ହ୍ରାସ ଯୋଗୁଁ ୯୦% କାରଣରେ ରକ୍ତ ୟୁରିକାମ୍ଳ ବୃଦ୍ଧି ପାଇଥାଏ ଏବଂ ୧୦ % କ୍ଷେତ୍ରରେ ଅତ୍ୟଧିକ ୟୁରିକାମ୍ଳ ଉତ୍ପାଦନ ଯୋଗୁଁ ହୋଇଥାଏ । ରକ୍ତ ୟୁରିକାମ୍ଳ ବର୍ଦ୍ଧିତ ପ୍ରାୟକେ ୧୦ % ବ୍ୟକ୍ତି ନିଜ ଜୀବନ କାଳରେ କୌଣସି ନା କୌଣସି ସମୟରେ ବାତରକ୍ତ ଆକ୍ରାନ୍ତ ହୋଇଥାଆନ୍ତି । ରକ୍ତ ୟୁରିକାମ୍ଳ ସ୍ତର ୭ ରୁ ୮.୯ Mg/Dl ସାମ୍ଭାବ୍ୟ ପରିମାଣ ୦.୫% ବୃଦ୍ଧି ପାଇଥାଏ କିନ୍ତୁ ବ୍ୟକ୍ତି ବିଶେଷ ଯେଉଁ ମାନଙ୍କର ରକ୍ତ ୟୁରିକାମ୍ଳ ସ୍ତର ୯ Mg/Dl ରୁ ଅତ୍ୟଧିକ ଥାଏ ସେମାନଙ୍କ ଆକ୍ରାନ୍ତ ହେବ ସମ୍ଭାବନା ୪.୫% ବୃଦ୍ଧି ପାଇଥାଏ ।

ଜୀବନଚର୍ଯ୍ୟା[ସମ୍ପାଦନା]

ଆହାର ଶୈଳୀ ପାଖା ପାଖି ୧୨% କ୍ଷେତ୍ରରେ ଦାୟୀ ।ମଦ୍ୟ ପାନ ,ଫୃକ୍ଟୋଜ ଘଟିତ ମିଷ୍ଟ ମୃଦୁ ପାନୀୟ ,ମାଂସ ,ସମୁଦ୍ର ମତ୍ସ୍ୟ ଇତ୍ୟାଦି ବହୁତାୟତେ ଦାୟୀ । ଅନ୍ୟ କାରଣ ମଧ୍ୟରୁ ଶଲ୍ୟ କ୍ରିୟା (surgery) ତୀବ୍ର ଶାରୀରିକ ଆଘାତ (Trauma) ମଧ୍ୟ ବାତରକ୍ତକୁ ତ୍ଵରିତ କରିଥାଏ । ପ୍ୟୁରିନ ଜାତୀୟ ପରିବା ଯଥା ମଟର ଛୁଇଁ ,ଶିମ୍ବ ,ଝୁଡଙ୍ଗ ,ହରଡ ଏବଂ ଅନ୍ୟାନ୍ୟ ପୃଷ୍ଟିସାର(protein) ଜାତୀୟ ଖାଦ୍ୟ । ଜୀବନୀୟ ତତ୍ତ୍ଵ -ସି ,କଫି,ଦୁଗ୍ଧ ଉତ୍ପାଦ ଖାଦ୍ୟ ,ଶାରୀରିକ ଶ୍ରମ ଇତ୍ୟାଦି ବାତରକ୍ତ ସମ୍ଭାବନାକୁ ହ୍ରାସ କରିଥାଏ ।

ଆନୁବାଂଶିକ କାରଣ[ସମ୍ପାଦନା]

ବାତରକ୍ତର ସମ୍ଭାବନା ଆଂଶିକ ଭାବରେ ଆନୁବାଂଶିକ ଯାହା ୬୦% ରକ୍ତ ୟୁରିକାମ୍ଳ ସ୍ତର ର ତାରତମ୍ୟ ଯୋଗୁଁ ହୋଇଥାଏ । ଦୁଇଟି ଗୁଣସୁତ୍ର ଯଥା SLC2A9 ଏବଂ ABCG2 ବତାରକ୍ତ ପାଈଁ ଦାୟୀ । କିଛି ବିରଳ ଆନୁବାଂଶିକ ବ୍ୟାଧି ଯଥା familial juvenile hyperuricemic nephropathy(ଫେମିଲିଆଲ ଜୁଭେନାଇଲ ହାଇପର ୟୂରେମିକ ନେଫ୍ରୋପାଥି ), medullary cystic kidney disease ମେଡୁଲାରୀ ସିଷ୍ଟିକ୍ କିଡ୍ନି ଡିଜିଜ୍ , phosphoribosylpyrophosphate synthetase(ଫସ୍ଫୋରାଇବୋଜାଇଲପାଇରୋ ଫୋସ୍ଫେଟ ସିନ୍ଥେଟେଜ ) superactivity, ଏବଂ hypoxanthine-guanine phosphoribosyltransferase(ହାଇପୋ ଜାନ୍ଥାଇନ୍-ଗୁଆନାଇନ୍ ଫୋସ୍ଫୋରାଇବୋଯାଇଲ୍ ଟ୍ରାନ୍ସ୍ଫେରେଜ୍ ) ଅଭାବ ଯେପରିକି (Lesch-Nyhan syndrome) ଲେସ୍କ ନାଇହାନ ସିନ୍ଡ୍ରୋମ ରେ ଦେଖାଯାଇଥାଏ ।

ଚିକିତ୍ସୀୟ ସମ୍ବନ୍ଧୀୟ କାରଣ[ସମ୍ପାଦନା]

ବାତରକ୍ତ ପ୍ରାୟତଃ ଅନ୍ୟାନ୍ୟ ଚିକିତ୍ସୀୟ ବିକୃତି ସହିତ ଆକ୍ରାନ୍ତ ହୋଇଥାଏ । ଚୟାପଚୟ ବିକୃତି ଯଥା ଚର୍ବିଳ ଉଦର , ଇଂସୁଲିନ ଅସମ୍ବେଦନତା ,ଉଚ୍ଚ ରକ୍ତଚାପ ,ଅସ୍ବାଭାବିକ ରକ୍ତ ବସା ଇତ୍ୟାଦି କାରଣ ୭୫% ଦାୟି ଅଟେ । ଅନ୍ୟାନ୍ୟ କାରଣ ଗୁଡିକ ହେଲା ; ହେମୋ ଲାଇଟିକ ଆନେମିଆ ,ପୋଲିଶିଥେମିଆ , ଲେଡ ପୋଇଜୋନିଙ୍ଗ (ସୀସକ ଧାତୁ ବିଷମୟତା ) ,ସୋରାଇସିସ(Psoriasis) , ବୃକକ ଅକ୍ଷମତା (Renal failure) ,ଅଙ୍ଗ ପ୍ରତିରୋପଣ (Organ transplantation) । ଶରୀର ଭାର ଉଚ୍ଚତା ସୂଚକାଙ୍କ (body mass index) ୩୫ରୁ ଅଧିକ ହେବ ଦ୍ଵାରା ବାତରକ୍ତରେ ଆକ୍ରାନ୍ତ ହେବା ସମ୍ଭାବନା ତିନିଗୁଣ ବୃଦ୍ଧି ପାଇଥାଏ । ଔଷଧ – କେତେକ ଔଷଧ ବାତରକ୍ତ ର କାରଣ ପାଲଟିଥାନ୍ତି ଯଥା ; ହାଇଡ୍ରୋକ୍ଲୋରୋଥାୟାଜାଇଡ୍( hydrochlorothiazide) ,ନିଆସିନ୍ ,ଆସ୍ପିରିନ୍ , କେତେକ ଶରୀର ପ୍ରତିରକ୍ଷା ପ୍ରଣାଳୀ ଅବସାଦକ ଔଷଧ ଯଥା ସାଇକ୍ଳୋସ୍ପୋରିନ୍(cyclosporine) , ଟାକ୍ରୋଲିମସ୍(Tachrolimus) ଇତ୍ୟାଦି । ସମ୍ପ୍ରାପ୍ତି –(Pathophysiology)- ବାତରକ୍ତ ପ୍ୟୁରିନ ଚୟାପଚୟ ବିକୃତି ଯୋଗୁଁ ହୋଇଥାଏ ଓ ପ୍ୟୁରିନର ଅନ୍ତିମ ସ୍ଥିତି ଉତ୍ପନ୍ନ ୟୁରିକ ଏସିଡ ଯାହାକି ମନୋସୋଡିୟମ ୟୂରେଟ ରୂପେ ସନ୍ଧି ଜୋଡ ଆଦିରେ ଦାନା ବାନ୍ଧିଥାଏ ଓ ଆଣ୍ଠୁ ,ଗଣ୍ଠି ,ସ୍ନାୟୁ ଆଦିକୁ ରୋଗାନ୍ଵିତ କରିଥାଏ । ଏହି ସ୍ଫଟିକ ଦାନା ଗୁଡିକ କ୍ରମେ ଶରୀରର ପ୍ରତିରୋଧି ତନ୍ତ୍ରକୁ ତଡିତ କରିଥାଏ ଏକ ଶୋଥକାରୀ ପ୍ରତିକ୍ରିୟା କୁ ତ୍ୱରାନ୍ୱିତ କରିବାପାଇଁ । ଏହି ପ୍ରକ୍ରିୟାରେ ଇଣ୍ଟେର୍ଲ୍ୟୁକେଇନ –ବିଟା ନାମକ ଏକ ପ୍ରୋଟିନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାଏ । ବିବର୍ତ୍ତନ ପ୍ରକ୍ରିୟାରେ ୟୁରିକେଜ (Uricase) ନାମକ ଏକ ଉତ୍ପ୍ରେରକ (enzyme)ର କ୍ଷୟ ବା ନାଶ ହୋଇ ପଶୁ ଜଗତର ଉଚ୍ଚ ବର୍ଗ ଯଥା ମଣିଷ ଓ ହନୁ ବର୍ଗରେ ଏହି ରୋଗ ଡଖାଯାଉଛି । ଏହି ୟୁରିକେଜ ଉତ୍ପ୍ରେରକ ୟୁରିକ ଏସିଡ ଭାଙ୍ଗିବାରେ ସାହାଯ୍ୟ କରିଥାଏ । ୟୁରିକ ଏସିଡ ସ୍ଫଟିକ ଗୁଡିକ ବସା ବାନ୍ଧିବାର ସଠିକ କାରଣ କିଛି ଜଣା ପଡ଼ି ନ।ହିଁ ଏଯାବତ । ଯଦ୍ୟପି ଏହା ସ୍ଵାଭାବିକ ସ୍ତରରେ ବସା ବାନ୍ଧିଥାଏ ତଥାପି ଏହା ଅସ୍ଵାଭିକ ଭାବେ ହଠାତ ବଢିଯାଇ ଥାଏ । କାରଣ ଗୁଡିକ ମଧ୍ୟରେ ଯଥା ; ଅତ୍ୟଧିକ ଥଣ୍ଡା , ୟୁରିକ ଏସିଡ ସ୍ତରରେ ହଠାତ ବୃଦ୍ଧି ,ଅମ୍ଳୀୟତା(Acidosis) ,ସନ୍ଧିସ୍ଥ ଜଳ ପରିପୂର୍ଣ୍ଣତା (Articular hydration) ,ଅଣକୋଷିୟ ପ୍ରୋଟିନ ଯଥା ପ୍ରୋଟିଓଗ୍ଲାଇକାନ (proteoglycan) , କୋଲାଜେନ(collagen) ,କୋଣ୍ଡ୍ରୋଇଟିନ ସଲ୍ଫେଟ (chondroitin sulfate ) । ନିମ୍ନ ତାପମାତ୍ରାରେ ଏହା ଅତ୍ୟଧିକ ବସା ବାନ୍ଧୁଥିବାରୁ ,ପାଦ ଓ ଆଙ୍ଗୁଳି ଗୁଡିକ ବାତରକ୍ତରେ ଅତ୍ୟଧିକ ପ୍ରଭାବିତ ହୁଅନ୍ତି ବୋଲି ଜଣ। ଯାଏ । ହଠାତ ୟୁରିକ ଏସିଡର ସ୍ତର ପରିବର୍ତ୍ତନ ର ଅନ୍ୟାନ୍ୟ କାରଣ ଗୁଡିକ ହେଲା ଆଘାତଜ, ଶଲ୍ୟକ୍ରିୟା,ମୂତ୍ରଳ ଔଷଧ, ଆଲୋପ୍ୟୁରୀନୋଲ(Allopurinol) ର ସେବନ ଆରମ୍ଭ କିମ୍ବା ବନ୍ଦ । ଉଚ୍ଚ ରକ୍ତଚାପ ଔଷଧୀ ଗୁଡିକ ମଧ୍ୟରୁ କାଲ୍ସିଅମ ସ୍ରୋତ ରୋଧୀ ଏବଂ ଲୋସାର୍ଟIନ ଔଷଧ ଗୁଡିକ ବାତରକ୍ତର ସମ୍ଭାବନା ହ୍ରାସ କରିଥାନ୍ତି । ନିଦାନ - ରକ୍ତ ୟୁରିକାମ୍ଳ ବର୍ଦ୍ଧିତ ସ୍ତର ଓ ପୋଡଗ୍ରା (Podagra) ,ଶୋଥଯୁକ୍ତ ପାଦ ବୃଦ୍ଧାଙ୍ଗୁଳୀରୁ ହିଁ ବାତରକ୍ତ ର ଚିହ୍ନଟ ହୀୟଯାଇଥାଏ । ସନ୍ଦେହ ହେଲେ ସାଇନୋଭିଆଲ ଫ୍ଲୁଇଡ ବା ସନ୍ଧିଜ ଶ୍ଲୈଇସ୍ମିକ ତରଳ ର ପରୀକ୍ଷଣ ରୁ ଏହି ରୋଗ ନିରୂପିତ କରାଯାଇ ଥାଏ । କ୍ଷ -କିରଣ (ଏକ୍ସ-ରେ) ଯଦ୍ୟପି ସହାୟକ ତେବେ ତୀବ୍ର ଆକ୍ରମଣରେ କୌଣସି କାର୍ଯ୍ୟରେ ନ ଆସିପାରେ ।

ସାଇନୋଭିଆଲ ଫ୍ଲୁଇଡ ବା ସନ୍ଧିଜ ଶ୍ଲୈଇସ୍ମିକ ତରଳ ର ପରୀକ୍ଷଣ- ମନୋସୋଡିୟାମ ୟୂରେଟ ର ସ୍ଫଟିକ କଣିକା କିମ୍ବା ଟଫିର ଉପସ୍ଥିତି ଏହି ରୋଗ ଚିହ୍ନଟ କରିଥାଏ । ସମସ୍ତ ଅନିରୂପିତ ସନ୍ଧିଜ ଶ୍ଲୈଇସ୍ମିକ ତରଳର ନମୁନା ଗୁଡିକୁ ଉପରୋକ୍ତ କଣିକା ଗୁଡିକର ଉପସ୍ଥିତି ପାଇଁ ପରୀକ୍ଷଣ କରିବା ଉଚ୍ଚିତ । ପୋଲାରଇଜ୍ଦ ଅଣୁବୀକ୍ଷଣ ଜନ୍ତ୍ର ରେ ଏହିସବୁ କଣିକା ଗୁଡିକ ସୂଚୀବତ ଦୃଷ୍ଟ ହୁଅନ୍ତି ଓ ବିଯୁକ୍ତIତ୍ମକ ଆଲୋକ ପ୍ରତିସରଣ ଦେଖାନ୍ତି । ଏହି ଆଚୂଷିତ ତରଳ କୁ ଯଥା ଶୀଘ୍ର ଅଣୁବୀକ୍ଷଣ ପରୀକ୍ଷଣ କରିବା ଉଚ୍ଚିତ ନଚେତ ଏହା ର ଦ୍ରବଣଶୀଳତା ତାପମାତ୍ରା ଓ ପିଏଚ (pH) ଦ୍ଵାରା ପ୍ରଭାବିତ ହୋଇଥାଏ । ରକ୍ତ ପରୀକ୍ଷଣ - ରକ୍ତ ରେ ବର୍ଦ୍ଧିତ ୟୁରିକାମ୍ଳ ନିର୍ଣ୍ଣାୟକ ହୋଇଥାଏ କିନ୍ତୁ କେତେକ କ୍ଷେତ୍ରରେ ବର୍ଦ୍ଧିତ ୟୁରିକାମ୍ଳ ବାତରକ୍ତର କୌଣସି ଲକ୍ଷଣ ପାଇଁ ଦାୟୀ ହୋଇନଥାଏ ତେଣୁ ଏହି ପରୀକ୍ଷଣ ଅନେକ କ୍ଷେତ୍ରରେ ଅସହାୟକ ହୋଇଥାଏ । ପୁରୁଷଙ୍କ ଠାରେ ରକ୍ତ ୟୁରିକାମ୍ଳ ସ୍ତର ୪୨୦ μmol/l (୭.0 mg/dl) ଠାରୁ ଅତ୍ୟଧିକ ଓ ସ୍ତ୍ରୀଲୋକଙ୍କ କ୍ଷେତ୍ରରେ ୩୬୦ μmol/l (୬.୦ mg/dl) ଠାରୁ ଅଧିକ ହେବ ଦ୍ଵାରା ବାତରକ୍ତ ବୋଲି ନିର୍ଣ୍ଣୟ କରାଯାଇଥାଏ । ଅନ୍ୟାନ୍ୟ ପରୀକ୍ଷଣ ମଧ୍ୟରେ ଶ୍ଵେତ ରକ୍ତ କଣିକା ସ୍ତର (white blood cell count), ଏଲେକ୍ଟ୍ରୋଲାଇଟ ବା ଶରୀର ପୋଷକ ଲବଣ ସ୍ତର ( electrolytes),ବୃକକ୍କୀୟ କାର୍ଯ୍ୟକାରିତା( renal function),ଏବଂ ରକ୍ତକଣିକା ଜମାଟ ହାର ( erythrocyte sedimentation rate (ESR).

ସମ୍ପ୍ରାପ୍ତି –(Pathophysiology)- ବାତରକ୍ତ ପ୍ୟୁରିନ ଚୟାପଚୟ ବିକୃତି ଯୋଗୁଁ ହୋଇଥାଏ ଓ ପ୍ୟୁରିନର ଅନ୍ତିମ ସ୍ଥିତି ଉତ୍ପନ୍ନ ୟୁରିକ ଏସିଡ ଯାହାକି ମନୋସୋଡିୟମ ୟୂରେଟ ରୂପେ ସନ୍ଧି ଜୋଡ ଆଦିରେ ଦାନା ବାନ୍ଧିଥାଏ ଓ ଆଣ୍ଠୁ ,ଗଣ୍ଠି ,ସ୍ନାୟୁ ଆଦିକୁ ରୋଗାନ୍ଵିତ କରିଥାଏ । ଏହି ସ୍ଫଟିକ ଦାନା ଗୁଡିକ କ୍ରମେ ଶରୀରର ପ୍ରତିରୋଧି ତନ୍ତ୍ରକୁ ତଡିତ କରିଥାଏ ଏକ ଶୋଥକାରୀ ପ୍ରତିକ୍ରିୟା କୁ ତ୍ୱରାନ୍ୱିତ କରିବାପାଇଁ । ଏହି ପ୍ରକ୍ରିୟାରେ ଇଣ୍ଟେର୍ଲ୍ୟୁକେଇନ –ବିଟା ନାମକ ଏକ ପ୍ରୋଟିନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାଏ । ବିବର୍ତ୍ତନ ପ୍ରକ୍ରିୟାରେ ୟୁରିକେଜ (Uricase) ନାମକ ଏକ ଉତ୍ପ୍ରେରକ (enzyme)ର କ୍ଷୟ ବା ନାଶ ହୋଇ ପଶୁ ଜଗତର ଉଚ୍ଚ ବର୍ଗ ଯଥା ମଣିଷ ଓ ହନୁ ବର୍ଗରେ ଏହି ରୋଗ ଡଖାଯାଉଛି । ଏହି ୟୁରିକେଜ ଉତ୍ପ୍ରେରକ ୟୁରିକ ଏସିଡ ଭାଙ୍ଗିବାରେ ସାହାଯ୍ୟ କରିଥାଏ । ୟୁରିକ ଏସିଡ ସ୍ଫଟିକ ଗୁଡିକ ବସା ବାନ୍ଧିବାର ସଠିକ କାରଣ କିଛି ଜଣା ପଡ଼ି ନ।ହିଁ ଏଯାବତ । ଯଦ୍ୟପି ଏହା ସ୍ଵାଭାବିକ ସ୍ତରରେ ବସା ବାନ୍ଧିଥାଏ ତଥାପି ଏହା ଅସ୍ଵାଭିକ ଭାବେ ହଠାତ ବଢିଯାଇ ଥାଏ । କାରଣ ଗୁଡିକ ମଧ୍ୟରେ ଯଥା ; ଅତ୍ୟଧିକ ଥଣ୍ଡା , ୟୁରିକ ଏସିଡ ସ୍ତରରେ ହଠାତ ବୃଦ୍ଧି ,ଅମ୍ଳୀୟତା(Acidosis) ,ସନ୍ଧିସ୍ଥ ଜଳ ପରିପୂର୍ଣ୍ଣତା (Articular hydration) ,ଅଣକୋଷିୟ ପ୍ରୋଟିନ ଯଥା ପ୍ରୋଟିଓଗ୍ଲାଇକାନ (proteoglycan) , କୋଲାଜେନ(collagen) ,କୋଣ୍ଡ୍ରୋଇଟିନ ସଲ୍ଫେଟ (chondroitin sulfate ) । ନିମ୍ନ ତାପମାତ୍ରାରେ ଏହା ଅତ୍ୟଧିକ ବସା ବାନ୍ଧୁଥିବାରୁ ,ପାଦ ଓ ଆଙ୍ଗୁଳି ଗୁଡିକ ବାତରକ୍ତରେ ଅତ୍ୟଧିକ ପ୍ରଭାବିତ ହୁଅନ୍ତି ବୋଲି ଜଣ। ଯାଏ । ହଠାତ ୟୁରିକ ଏସିଡର ସ୍ତର ପରିବର୍ତ୍ତନ ର ଅନ୍ୟାନ୍ୟ କାରଣ ଗୁଡିକ ହେଲା ଆଘାତଜ, ଶଲ୍ୟକ୍ରିୟା,ମୂତ୍ରଳ ଔଷଧ, ଆଲୋପ୍ୟୁରୀନୋଲ(Allopurinol) ର ସେବନ ଆରମ୍ଭ କିମ୍ବା ବନ୍ଦ । ଉଚ୍ଚ ରକ୍ତଚାପ ଔଷଧୀ ଗୁଡିକ ମଧ୍ୟରୁ କାଲ୍ସିଅମ ସ୍ରୋତ ରୋଧୀ ଏବଂ ଲୋସାର୍ଟIନ ଔଷଧ ଗୁଡିକ ବାତରକ୍ତର ସମ୍ଭାବନା ହ୍ରାସ କରିଥାନ୍ତି । ନିଦାନ - ରକ୍ତ ୟୁରିକାମ୍ଳ ବର୍ଦ୍ଧିତ ସ୍ତର ଓ ପୋଡଗ୍ରା (Podagra) ,ଶୋଥଯୁକ୍ତ ପାଦ ବୃଦ୍ଧାଙ୍ଗୁଳୀରୁ ହିଁ ବାତରକ୍ତ ର ଚିହ୍ନଟ ହୀୟଯାଇଥାଏ । ସନ୍ଦେହ ହେଲେ ସାଇନୋଭିଆଲ ଫ୍ଲୁଇଡ ବା ସନ୍ଧିଜ ଶ୍ଲୈଇସ୍ମିକ ତରଳ ର ପରୀକ୍ଷଣ ରୁ ଏହି ରୋଗ ନିରୂପିତ କରାଯାଇ ଥାଏ । କ୍ଷ -କିରଣ (ଏକ୍ସ-ରେ) ଯଦ୍ୟପି ସହାୟକ ତେବେ ତୀବ୍ର ଆକ୍ରମଣରେ କୌଣସି କାର୍ଯ୍ୟରେ ନ ଆସିପାରେ ।

ଆଧାର[ସମ୍ପାଦନା]

  1. Eggebeen AT (2007). "Gout: an update". Am Fam Physician 76 (6): 801–8. PMID 17910294. 
  2. Chen LX, Schumacher HR (October 2008). "Gout: an evidence-based review". J Clin Rheumatol 14 (5 Suppl): S55–62. doi:10.1097/RHU.0b013e3181896921. PMID 18830092. 
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ Richette P, Bardin T (January 2010). "Gout". Lancet 375 (9711): 318–28. doi:10.1016/S0140-6736(09)60883-7. PMID 19692116. 
  4. Schlesinger N (March 2010). "Diagnosing and treating gout: a review to aid primary care physicians". Postgrad Med 122 (2): 157–61. doi:10.3810/pgm.2010.03.2133. PMID 20203467. 
  5. "Questions and Answers about Gout". National Institute of Arthritis and Musculoskeletal and Skin Diseases. June 2015. Retrieved 2 February 2016. 
  6. "Rich Man's Disease – definition of Rich Man's Disease in the Medical dictionary". Free Online Medical Dictionary, Thesaurus and Encyclopedia. 

ଅଧିକ ତଥ୍ୟ[ସମ୍ପାଦନା]