କୁଷ୍ଠ
କୁଷ୍ଠ | |
---|---|
![]() ୧୮୮୬ ମସିହାରେ ନର୍ୱେ ଦେଶର ଜଣେ ୨୪ ବର୍ଷୀୟ କୁଷ୍ଠ ରୋଗୀ । | |
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | ସଂକ୍ରାମକ ରୋଗ[*] |
ଆଇସିଡ଼ି-୧୦ | A30. |
ଆଇସିଡ଼ି-୯-ସିଏମ୍ | 030 |
ଓଏମ୍ଆଇଏମ୍ | 246300 |
ରୋଗ ଡାଟାବେସ | 8478 |
ମେଡ଼ିସିନ-ପ୍ଲସ | 001347 |
ଇ-ମେଡ଼ିସିନ | med/1281 derm/223 neuro/187 |
Patient UK | କୁଷ୍ଠ |
MeSH | D007918 |
କୁଷ୍ଠ ଏକ ଦୀର୍ଘ ସ୍ଥାୟୀ ରୋଗ ଯାହାକୁ ଇଂରାଜୀରେ ଲେପ୍ରୋସି (Leprosy) ବା ହାନ୍ସେନ୍ ରୋଗ (Hansen’s disease ବା HD) କହନ୍ତି । ମାଇକୋବ୍ୟାକ୍ଟେରିଅମ ଲେପ୍ରି (Mycobacterium leprae)[୧] ଓ ମାଇକୋବ୍ୟାକ୍ଟେରିଅମ ଲେପ୍ରୋମାଟୋସିସ (Mycobacterium lepromatosis)[୨] ନାମକ ଦୁଇ ପ୍ରକାର ବ୍ୟାକ୍ଟେରିଆଦ୍ୱାରା ଏହି ରୋଗ ହୁଏ । ଏହି ରୋଗ ପ୍ରାରମ୍ଭରେ ଆଦୌ ଲକ୍ଷଣଯୁକ୍ତ ହୁଏ ନାହିଁ ଓ ୫ରୁ ୨୦ ବର୍ଷ ପର୍ଯ୍ୟନ୍ତ ବିନା ଲକ୍ଷଣରେ ରହିପାରେ ।[୧] ସ୍ନାୟୁ, ଚର୍ମ, ଶ୍ୱାସ ନଳୀ, ଚକ୍ଷୁ ଇତ୍ୟାଦିରେ ଏହି ରୋଗ ଗ୍ରାନୁଲୋମା ଆକାରରେ ଦେଖାଯାଏ ।[୧] ରୋଗ ପ୍ରଭାବିତ ସ୍ଥାନରେ କୌଣସି ପେନ୍ ବା ଯନ୍ତ୍ରଣା ହୁଏ ନାହିଁ, ଏଣୁ ଉର୍ଦ୍ଧ୍ୱ ଓ ନିମ୍ନ ଅବୟବର ପ୍ରାନ୍ତ ଭାଗ (ପାଦ ଓ ହାତର ଆଙ୍ଗୁଳିମାନ) ପୁନଃ ପୁନଃ କ୍ଷତପ୍ରାପ୍ତ ହୋଇ କ୍ଷୟ ହୋଇଯାଏ । ଦୁର୍ବଳ ଲାଗେ ଓ ଦୃଷ୍ଟିଶକ୍ତି କମିଯାଏ ।
ବ୍ୟାକ୍ଟେରିଆ ସଂଖ୍ୟା ଅନୁଯାୟୀ କୁଷ୍ଠ ରୋଗର ପଶିବ୍ୟାସିଲାରି ଓ ମଲ୍ଟିବ୍ୟାସିଲାରି ନାମକ ମୁଖ୍ୟତଃ ଦୁଇ ପ୍ରକାର ଉପସ୍ଥାପନା ଦେଖାଯାଏ । ସ୍ୱଳ୍ପ ବର୍ଣ୍ଣକ (poor pigment) ଓ କାଲୁଆ ଚର୍ମ (numb skin) ଥିବା ଛଉ ଉପସ୍ଥିତି ଅନୁସାରେ ଏହି ଦୁଇ ପ୍ରକାର ରୋଗର ଭିନ୍ନତା ଜଣାଯାଏ । ପଶିବ୍ୟାସିଲାରିରେ ୫ ବା ୫ରୁ କମ ଓ ମଲ୍ଟିବ୍ୟାସିଲାରିରେ ୫ରୁ ଅଧିକ ଛଉ ଥାଏ । ଚର୍ମ ବାୟୋପ୍ସି ନେଇ ସେଥିରେ ଏସିଡ-ଫାଷ୍ଟ ବାସିଲାଇ ଉପସ୍ଥିତି ଦେଖି ବା ପଳିମରେଜ ଚେନ ରିଆକ୍ସନ (PCR)ଦ୍ୱାରା ଡି.ଏନ.ଏ. ଟେଷ୍ଟ କରି ଏହି ରୋଗ ନିର୍ଣ୍ଣୟ କରାଯାଏ । ଏହି ରୋଗ ଦରିଦ୍ର ଲୋକମାନଙ୍କଠାରେ ଆଧିକ ଦେଖାଯାଏ ଓ ଶ୍ୱାସକ୍ରିୟା ନିର୍ଗତ ଟୋପାରେ ସଂକ୍ରମିତ ହୁଏ, ଏହା ଅତି ଛୁଆଁ ରୋଗ ନୁହେଁ ।
ଚିକିତ୍ସାଦ୍ୱାରା ଏହି ରୋଗ ଆରୋଗ୍ୟ ହୁଏ । ପଶିବ୍ୟାସିଲାରି କୁଷ୍ଠରେ ଡାପସୋନ୍ ଓ ରିଫାମ୍ପିସିନ୍ ବଟିକା ୬ ମାସ ପର୍ଯ୍ୟନ୍ତ ଦିଆଯାଏ । କୁଷ୍ଠରେ ରିଫାମ୍ପିସିନ୍, ଡାପସୋନ୍ ଓ କ୍ଳୋଫାଜିମିନ ୧୨ ମାସ ପର୍ଯ୍ୟନ୍ତ ଦିଆଯାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନଦ୍ୱାରା ଏହି ଔଷଧ ମାଗଣାରେ ବିତରଣ କରାଯାଏ । ଆହୁରି ଅନେକ ଆଣ୍ଟିବାୟୋଟିକ ମଧ୍ୟ ବ୍ୟବହାର କରାଯାଏ । ୧୯୮୦ ମସିହାରେ ଥିବା ୫.୨ ନିୟୁତ ରୋଗୀ ଥିଲେ[୧][୩][୪] ଓ ଏହି ସଂଖ୍ୟା କମିଯାଇ ୨୦୧୨ ମସିହାରେ ପୃଥିବୀରେ ୧,୮୯,୦୦୦ ଦୀର୍ଘସ୍ଥାୟୀ କୁଷ୍ଠ ରୋଗୀ ଥିଲେ ଓ ୨,୩୦,୦୦୦ ନୂଆ ରୋଗୀ ଚିହ୍ନଟ ହୋଇଥିଲେ[୧] । ଅଧିକାଂଶ ନୂଆ ରୋଗୀ ୧୬ଟି ଦେଶରେ ଚିହ୍ନଟ ହୁଅନ୍ତି ଓ କେବଳ ଭାରତରେ ଏହାର ଅର୍ଦ୍ଧେକ ସଂଖ୍ୟକ ରୋଗୀ ଥାଆନ୍ତି[୧] । ବିଗତ ୨୦ ବର୍ଷରେ ୧୬ ନିୟୁତ ରୋଗୀ କୁଷ୍ଠ ରୋଗରୁ ଆରୋଗ୍ୟ ଲାଭ କରିଛନ୍ତି ।[୧]
କୁଷ୍ଠ ରୋଗ ମାନବ ସମାଜକୁ ହଜାର ହଜାର ବର୍ଷ ଧରି ଆକ୍ରମଣ କରିଆସିଛି । କୁଷ୍ଠକୁ (English: ରେ Leprosy) କୁହାଯାଏ ଯାହା ଲାଟିନ ଭାଷାର lepra ଶବ୍ଦରୁ ନିଆଯାଇଛି ଯାହାର ଅର୍ଥ scaly ବା ଓଡ଼ିଆରେ କାତି, Hansen disease ଶବ୍ଦଟି ଡାକ୍ତର Gerhard Armauer Hansen ନାମରୁ ନିଆଯାଇଛି । ଆଜିକାଲି ମଧ୍ୟ ଭାରତରେ ୧୦୦୦ରୁ ଅଧିକ ଲେପର କଲୋନୀ କରି ରୋଗୀଙ୍କୁ ଜନବସତିରୁ ଅଲଗା ରକ୍ଷା ଯାଉଛି, ଚୀନରେ କିଛି ଶହ ଓ ଆଫ୍ରିକାରେ ମଧ୍ୟ ଅଛି । ବହୁତ କଲୋନୀ ବନ୍ଦ ହୋଇଗଲାଣି । ଇତିହାସରେ କୁଷ୍ଠ ରୋଗକୁ ଗୋଟିଏ ଘୃଣ୍ୟ ରୋଗ ଭାବେ ଗଣାଯାଉଥିଲା ଯେଉଁ କାରଣରୁ ରୋଗୀ ଭୟରେ ଚିକିତ୍ସା କରିବାକୁ ପଛଘୁଞ୍ଚା ଦେଉଥିଲେ । ଲୋକମାଙ୍କର ଗୋଚରାର୍ଥେ ପୃଥିବୀ ଲେପ୍ରୋସି ଦିବସ (World Leprosy Day) ୧୯୫୪ ମସିହାରୁ ପାଳନ କରାଯାଉଛି ।[୫]
ଚିହ୍ନ ଓ ଲକ୍ଷଣ[ସମ୍ପାଦନା]
କୁଷ୍ଠ ରୋଗ ପ୍ରାଥମିକ ଭାବରେ ପ୍ରାନ୍ତୀୟ ସ୍ନାୟୁରେ ଓ ଶ୍ୱାସନଳୀର ଉପରଭାଗର ମ୍ୟୁକୋସା ବା ଝିଲ୍ଲିରେ ଗ୍ରାନୁଲୋମା ତିଆରି କରେ, ଚର୍ମ ଦାଗ ତାହାର ବହିଃସ୍ଥ ଲକ୍ଷଣ ।[୬] ଅଣଚିକିତ୍ସିତ ହେଲେ ଏହା ବୃଦ୍ଧି ପ୍ରାପ୍ତ ହୁଏ; ଚର୍ମ, ସ୍ନାୟୁ, ଅବୟବ ଓ ଚକ୍ଷୁମାନଙ୍କୁ ସ୍ଥାୟୀଭାବେ ନଷ୍ଟ କରିଦିଏ । ଜନଶୃତି ଅନୁସାରେ ଏହା ଯୋଗୁ ଦେହର କୌଣସି ଅଂଶ ଖସିପଡ଼େ ନାହିଁ, କିନ୍ତୁ ସେ ସମସ୍ତ କାଲୁଆ ହୁଅନ୍ତି, ସେକଣ୍ଡାରୀ ବା ଦ୍ୱିତୀୟକ ସଂକ୍ରମଣ ହୋଇ ରୋଗଗ୍ରସ୍ତ ହୁଅନ୍ତି । ପ୍ରାଥମିକ ରୋଗ ଯୋଗୁ ଦେହର ପ୍ରତିରୋଧ ଶକ୍ତି କମିଯାଇ[୭] ଏ ସମସ୍ତ ଅସୁବିଧା ଦେଖାଯାଏ । ସେକଣ୍ଡାରୀ ସଂକ୍ରମଣ ଯୋଗୁ ତନ୍ତୁ କ୍ଷୟ ହୋଇ ପାଦ ଓ ହାତର ଆଙ୍ଗୁଠି ଛୋଟ ହୋଇଯାଆନ୍ତି ଓ ଆକାର ବଦଳି ଯାଏ, ଉପାସ୍ଥି ଦେହରେ ଶୋଷି ହୋଇଯାଏ ।[୮][୭][୯]
କାରଣ[ସମ୍ପାଦନା]
ମାଇକୋବାକ୍ଟେରିଅମ ଲେପ୍ରି[ସମ୍ପାଦନା]

ମାଇକୋବାକ୍ଟେରିଅମ ଲେପ୍ରି ଓ ମାଇକୋବାକ୍ଟେରିଅମ ଲେପ୍ରୋମାଟୋସିସ ନାମକ ଦୁଇ ବାକ୍ଟେରିଆ ଏହି ରୋଗ ସୃଷ୍ଟି କରନ୍ତି, ଦ୍ୱିତୀୟଟି ୨୦୦୮ ମସିହାରେ ନୂଆ କରି ଚିହ୍ନଟ ହୋଇଛି ଗୋଟିଏ ଡିଫ୍ୟୁଜ ଲେପ୍ରୋମାଟସ ଲେପ୍ରୋସି ରୋଗରେ [୨][୬] ।
ମାଇକୋବାକ୍ଟେରିଅମ ଲେପ୍ରି ଗୋଟିଏ ଏରୋବିକ, ରଡ଼ ଆକାର ଥିବା ଏସିଡ-ଫାଷ୍ଟ ଅନ୍ତଃ ଜୀବକୋଷ ବାକ୍ଟେରିଆ ଯାହାର ଏକ ୱାକ୍ସି ବା ମହମ ଭଳି ବାହ୍ୟ ଆବରଣ ବା ସେଲ ମେମ୍ବ୍ରେନ ଥାଏ ଓ ଏହା ମାଇକୋବାକ୍ଟେରିଆ ଜେନସର (genus) ନିଦାନୀ ଲକ୍ଷଣ[୧୦] ।
ସ୍ୱାଧୀନ ବୃଦ୍ଧି ନିମନ୍ତେ ଆବଶ୍ୟକ ଜିନ ସମୂହର ଅତ୍ୟଧିକ କ୍ଷତି ଯୋଗୁ ଏହି ଦୁଇ ବାକ୍ଟେରିଆଙ୍କୁ ଓବ୍ଲିଗେଟ ପାଥୋଜେନ କୁହାଯାଏ ଓ ଏମାନଙ୍କୁ ଲାବୋରେଟରୀରେ କଲଚର କରିହୁଏ ନାହିଁ । କକ୍ସ ପୋଶ୍ଚୁଲେଟ ଅନୁସାରେ ନିଧାର୍ଯ୍ୟ ଭାବେ ଏମାନଙ୍କୁ ଚିହ୍ନଟ କରି ହୁଏ ନାହିଁ । [୨][୧୧] ମଲିକୁଲାର ଜେନେଟିକ ସାହାଯ୍ୟରେ ଏହି ରୋଗ ଚିହ୍ନଟ ହେଉଛି ।
ଏହି ଜୀବାଣୁମାନଙ୍କୁ ଇନ-ଭିଟ୍ରୋ କଲଚର କରି ନ ହେଲେ ମଧ୍ୟ ଜନ୍ତୁମାନଙ୍କ ଦେହରେ ବୃଦ୍ଧି କରେଇ ହେଉଛି ।
ଶିମ୍ପାଞ୍ଜି (chimpanzee), ସୁଟି ମାଙ୍ଗାବେ (sooty mangabey), ସାଇନୋମୋଲ୍ଗସ ମାକ୍ୱେ (cynomolgus) ଓ ଆର୍ମାଡିଲୋ (armadillo) ଭଳି ପଶୁମାନଙ୍କ ଦେହରେ ସ୍ୱତଃ ଏହି ରୋଗ ହୁଏ ।
ଜେନେଟିକ[ସମ୍ପାଦନା]
Name | Locus | OMIM | Gene |
---|---|---|---|
LPRS1 | 10p13 | 609888 | |
LPRS2 | 6q25 | 607572 | PARK2, PACRG |
LPRS3 | 4q32 | 246300 | TLR2 |
LPRS4 | 6p21.3 | 610988 | LTA |
LPRS5 | 4p14 | 613223 | TLR1 |
LPRS6 | 13q14.11 | 613407 |
ବିଶ୍ୱାସ କରାଯାଏ, ଲୋକସଂଖ୍ୟାର ୯୫ % କୁଷ୍ଠ ରୋଗ ପ୍ରତି ଇମ୍ମ୍ୟୁନ, କିନ୍ତୁ କେତେକ ଜିନ୍ ଏହି ରୋଗ ପ୍ରତି ସୁଗ୍ରାହି ଥାଆନ୍ତି ।[୧୨] ସାମ୍ପ୍ରତିକ ଗବେଷଣାରୁ ଜଣାଯାଏ, ଜୀବକୋଷ-ମାଧ୍ୟମ ଇମ୍ମ୍ୟୁନିଟିରେ କିଛି ତୃଟି ଯୋଗୁ ଏହି ସୁଗ୍ରାହିତା ସମ୍ଭବ ହେଉଛି । ଡି.ଏନ୍.ଏ.ର ଏହି ଦୋଷ ପାର୍କିନ୍ସନ୍ ରୋଗରେ ମଧ୍ୟ ଦେଖାଯାଏ, ତେଣୁ ଏହି ଦୁଇ ରୋଗର ବାୟୋକେମିକାଲ୍ ସ୍ତରରେ କିଛି ଲିଙ୍କ ଥିବା ସମ୍ଭବ ।[୧୩]
ସଙ୍କଟ ଘଟକ[ସମ୍ପାଦନା]
ଯେଉଁମାନେ ଅପମିଶ୍ରିତ ଜଳ ମିଳୁଥିବା ସ୍ଥାନରେ ବାସ କରନ୍ତି, ନିମ୍ନ ମାନର ଖାଦ୍ୟ ଗ୍ରହଣ କରନ୍ତି ଓ କୌଣସି ଇମ୍ମ୍ୟୁନିଟି ହ୍ରାସକାରୀ ରୋଗରେ ପୀଡ଼ିତ ହୋଇଥାଆନ୍ତି, ସେମାନଙ୍କର ଏହି ରୋଗ ଭୋଗିବା ସମ୍ଭାବନା ଅଧିକ ଥାଏ ।
ଏଚ.ଆଇ.ଭି. ମଧ୍ୟ ସଙ୍କଟାବସ୍ଥା ସହ ଅନୁବନ୍ଧିତ ।[୧୪]
ସଂକ୍ରମଣ[ସମ୍ପାଦନା]
କୁଷ୍ଠ ରୋଗର ସଂକ୍ରମଣ ଉପାୟ ଏ ପର୍ଯ୍ୟନ୍ତ ଅନିଶ୍ଚିତ ଅଛି । ତେବେ ମାଇକୋବାକ୍ଟେରିଅମ୍ ଲେପ୍ରିଦ୍ୱାରା ଏହି ରୋଗ ହୁଏ ଓ ଏହା ରୋଗୀର ନାକରୁ ବାହାରୁ ଥିବା କ୍ଷୁଦ୍ର ଟୋପାରେ ରହି ବାୟୁ ମାଧ୍ୟମରେ ଯାଇ ସୁସ୍ଥ ଲୋକର ନାକରେ ପ୍ରବେଶ କରି ଆକ୍ରମଣ କରେ । ଅନୁଶୀଳନଦ୍ୱାରା ଦେଖାଯାଇଛି, ଆର୍ମାଡିଲୋଦ୍ୱାରା ମନୁଷ୍ୟ ସଂକ୍ରମିତ ହୋଇପାରେ ।[୧୫][୧୬][୧୭] ଏହା ଯୌନକ୍ରିୟାରେ ସଂକ୍ରମିତ ହୁଏ ନାହିଁ । ଚିକିତ୍ସା ପରେ ଏହା ସଂକ୍ରମଶୀଳ ହୁଏ ନାହିଁ, କେବଳ ଦୁଇ ସପ୍ତାହ ଚିକିତ୍ସା ପରେ ଏହା ଆଉ ସଂକ୍ରମଣକ୍ଷମ ହୋଇ ରହେ ନାହିଁ ।
ନିଦାନଶରୀରତତ୍ତ୍ୱ[ସମ୍ପାଦନା]
କୁଷ୍ଠ ରୋଗ କିପରି ସଂକ୍ରମିତ ହୁଏ ତାହାର ସଠିକ୍ ପଦ୍ଧତି ଏ ପର୍ଯ୍ୟନ୍ତ ଅଜଣା ଅଛି କିନ୍ତୁ ଲମ୍ବା ସମୟ ଧରି ଉଠାବସା କଲେ ଓ ନାକରୁ ନିର୍ଗତ ଟୋପାଦ୍ୱାରା (droplet infection) ଏହା ସମ୍ଭବ ବୋଲି ବିଶ୍ୱାସ କରାଯାଏ । ଉତ୍ତର ଆମେରିକାରେ ମନୁଷ୍ୟ ବ୍ୟତୀତ ଆର୍ମାଡିଲୋ ପ୍ରାଣୀ[୧୮] ଓ ଆଉ ତିନି ପ୍ରକାର ପ୍ରାଇମେଟ ଦେହରେ ଏହି ରୋଗ ହେବା ଅନୁଶୀଳନ ହୋଇଛି[୧୯] । ଲାବୋରେଟୋରିରେ ମୂଷାର ପାଦପ୍ୟାଡରେ ଇଞ୍ଜେକ୍ଟ କରି ଏହି ରୋଗ ଜୀବାଣୁ ସଂଖ୍ୟା ବୃଦ୍ଧି କରାଯାଇ ପାରୁଛି[୨୦] । ଏହି ଜୀବାଣୁ ଅନେକ ଲୋକଙ୍କ ଦେହରେ ପ୍ରବେଶ କଲେ ମଧ୍ୟ ରୋଗ ନ ହେବା ପ୍ରମାଣ ମିଳିଛି ଓ ଜେନେଟିକ୍ର ପ୍ରଭାବ ଥିବା ଚିନ୍ତା କରାଯାଉଛି କାରଣ କେତେକ ପରିବାରରେ ଏହି ରୋଗର ଆଧିପତ୍ୟ ଅଛି ଓ କେତେକ ଲୋକଙ୍କୁ ଲେପ୍ରୋମାଟସ୍ ଲେପ୍ରୋସି ହେଲେ ମଧ୍ୟ ଆଉ ଅନେକ ଲୋକଙ୍କର ଅନ୍ୟ ପ୍ରକାର ଲେପ୍ରୋସି ହେଉଛି ।[୨୧] ହିସାବରୁ ଦେଖାଯାଏ, ଜନସଂଖ୍ୟାର କେବଳ ୫ % ଲୋକ ଏହି ରୋଗ ପ୍ରତି ଅନୁଗ୍ରହିତ (susceptible) ।[୨୨] ଏହି ରୋଗ ପ୍ରତି ପ୍ରାକୃତିକ ଇମ୍ମ୍ୟୁନିଟି ଥିଲେ ମଧ୍ୟ ଅନ୍ୟ କେତେକ ବ୍ୟକ୍ତି ଏହା ପ୍ରତି ଆଲର୍ଜିକ ହୁଅନ୍ତି । ସେ ଯାହା ହେଉ, ଜେନେଟିକ୍ର ସଠିକ ପ୍ରଭାବ କଅଣ, ସେ କଥା ଜଣାନାହିଁ । ଅପପୁଷ୍ଟି ଓ ଅଧିକ ମିଳାମିଶା ଏହି ରୋଗ ସଂଚାରରେ କୌଣସି ଅଜଣା ଉପାୟରେ ସାହାଯ୍ୟ କରେ ।
ସକ୍ରମିତ ବ୍ୟକ୍ତି ସହ ସୁସ୍ଥ ବ୍ୟକ୍ତି ସଂସ୍ପର୍ଶରେ ଆସିଲେ ଏହି ରୋଗ ବ୍ୟାପୁଥିବା ବିଶ୍ୱାସ କରାଯାଏ ।[୨୩] ସାଧାରଣତଃ ପାଖ ସଂସ୍ପର୍ଶର ପରିମାଣ ଉପରେ ସଂକ୍ରମଣର ଡୋଜ୍ ନିର୍ଭର କରେ ଓ ତାହା ଉପରେ ରୋଗ ହେବା ନ ହେବା ନିର୍ଭର କରେ । ଅନେକ ପ୍ରକାରର ସଂସ୍ପର୍ଶ ମଧ୍ୟରୁ ପରିବାରର ଲୋକଙ୍କ ସଂସ୍ପର୍ଶ ଅଧିକ ଚିହ୍ନା ପଡ଼େ ଯଦିଓ ତାଙ୍କର ରୋଗ ହେବା ସମ୍ଭାବନା ବିଭିନ୍ନ ଅନୁଶୀଳନରେ ବହୁଳ ଭାବରେ ପୃଥକ ହୁଏ । ଫିଲୋପାଇନ୍ସର ସେବୁ ସ୍ଥାନରେ ଲେପ୍ରୋମାଟସ୍ ଲେପ୍ରୋସି ରୋଗର ପ୍ରତି ୧୦୦୦ରେ ୬.୨ରୁ ୫୩ ପ୍ରତି ବର୍ଷ ଦେଖାଯାଏ[୨୪], ପଶ୍ଚିମ ଭାରତରେ ପ୍ରତି ୧୦୦୦ରେ ୫୫.୮ ଦେଖାଯାଏ[୨୫] ।
ଚର୍ମ ଓ ନାକ ଝିଲ୍ଲୀରୁ ଜୀବାଣୁ ଯାଇ ସଂକ୍ରମଣ କରନ୍ତି ବୋଲି ବିଶ୍ୱାସ କରାଯାଏ କିନ୍ତୁ ତାହାର ବିଶ୍ୱସନୀୟତା ସନ୍ଦେହଜନକ । ଲେପ୍ରୋମାଟସ ରୋଗୀଙ୍କ ଅନ୍ତଃ ଚର୍ମର ଡର୍ମିସ ଭିତର ସ୍ତରରେ ଅସଂଖ୍ୟ ଜୀବାଣୁ ଥିବା ଦେଖାଯାଏ, କିନ୍ତୁ ସେମାନେ ଚର୍ମର ଉପରିଭାଗକୁ ଆସିବାଟା ସନ୍ଦେହ ଜନକ । ଯଦିଓ ଛଡ଼ା ଚର୍ମ (desqamated skin) ସ୍ଥାନରେ ଜୀବାଣୁ ମିଳିଛି ତଥାପି ୧୯୬୩ ମସିହାରେ ୱେଡେଲ ଏଟ ଅଲ ଅନେକ ରୋଗୀ ତଥା ରୋଗୀ ସଂସ୍ପର୍ଷରେ ଥିବା ଲୋକମାନଙ୍କର ଚର୍ମ ପରୀକ୍ଷା କରି କୌଣସି ଜୀବାଣୁ ଦେଖିବାକୁ ପାଇନଥିଲେ ।[୨୬] ଜବ୍ ଏଟ ଅଲ୍ ତାଙ୍କର ଏବେକାର ଅନୁଶୀଳନରେ ଚର୍ମର କେରାଟିନ ସ୍ତରରେ ଜୀବାଣୁ ଦେଖିବାକୁ ପାଇଛନ୍ତି, ଯାହା ପ୍ରମାଣ କରୁଛି ସେବାସିଅସ୍ କ୍ଷରଣ (sebaceous secretion) ସହ ଜୀବାଣୁ ରହିପାରିବେ ।[୨୭]
ସେଫର (Schaffer) ବହୁ ଆଗରୁ ୧୮୯୮ ମସିହାରେ ଘାଆ ହୋଇଥିବା ନାକ ଝିଲ୍ଲୀର ଇମ୍ପୋର୍ତାନ୍ସ୍ ଜାଣିପାରିଥିଲେ ।[୨୮] ଲେପ୍ରୋମାଟସ୍ ଲେପ୍ରୋସି
ରୋଗଗ୍ରସ୍ତ ନାକ ଝିଲ୍ଲୀରେ ୧୦,୦୦୦ରୁ ୧୦,୦୦୦,୦୦୦ ଜୀବାଣୁ ଥିବା ସେପାର୍ଡ (Shepard) ଦର୍ଶାଇଥିଲେ ।[୨୯] ପେଡ୍ଲେ (Pedley) ରିପୋର୍ଟ୍ ଅନୁସାରେ ଅଧିକାଂଶ ଲେପୋମାଟସ୍ ରୋଗୀ ନାକ ଫୁଙ୍କା ତରଳ ପଦାର୍ଥରେ ଜୀବାଣୁ ରହନ୍ତି ।[୩୦] ଡାଭେ ଓ ରିସ୍ (Davey and Rees) ଅନୁସାରେ ଏହି ନାକ ନିର୍ଗତ ତରଳ ପଦାର୍ଥରେ ୧୦ ନିୟୁତ ଜୀବନ୍ତ ଜୀବାଣୁ ରହିପାରନ୍ତି ।[୩୧]
ମନୁଷ୍ୟ ଶରୀରରେ ଜୀବାଣୁର ପ୍ରବେଶ ପଥ ମଧ୍ୟ ସଠିକ୍ ଭାବେ ଜଣାଯାଇ ନାହିଁ: କିନ୍ତୁ ଚର୍ମ ଓ ଉପର ଶ୍ୱାସନଳୀ ସମ୍ଭାବନା ଅଧିକ । ପୁରାତନ ଗବେଷଣାରେ ଚର୍ମକୁ ଓ ନୂତନ ଗବେଷଣାରେ ଶ୍ୱାସନଳୀକୁ ପ୍ରବେଶ ପଥ ବୋଲି ବିଚାର କରାଯାଉଛି । ରିସ୍ ଓ ମ୍ୟାକ୍ଡୁଗଲ୍ (Rees and McDougall) ଇମ୍ମ୍ୟୁନ ଉଣା ମୂଷା ଦେହରେ ଏରୋସଲ୍ଦ୍ୱାରା ଜୀବାଣୁ ପ୍ରବେଶ କରାଇ ରୋଗ କରେଇଥିବା ସମ୍ଭବ ହେବାରୁ ମାନବ ଦେହରେ ସେହି ଉପାୟରେ ହେବା ସମ୍ଭବ ବୋଲି ପ୍ରସ୍ତାବ ଦେଇଛନ୍ତି ।[୩୨] ସେହିପରି ନାକ ଭିତରେ ସ୍ଥାନିକ ଜୀବାଣୁ (topical application) ଲଗେଇ ରୋଗ କରେଇବା ସଫଳ ହୋଇଛି ।[୩୩] ଏହାର ସାରମର୍ମ: ନାସା ପଥ ଅଧିକ ସମ୍ଭାବ୍ୟ ହେଲେ ମଧ୍ୟ ଭଙ୍ଗା ଚର୍ମ ପଥ ଦେଇ ଜୀବାଣୁ ପ୍ରବେଶ କରିବାର ସମ୍ଭାବନାକୁ ମନା କରିହେବ ନାହିଁ । ।
ରୋଗ ନିର୍ଣ୍ଣୟ[ସମ୍ପାଦନା]
ଆଞ୍ଚଳିକ କୁଷ୍ଠ[ସମ୍ପାଦନା]
ଡକ୍ଲ୍ୟୁ.ଏଚ.ଓ. ନିର୍ଦ୍ଦେଶ ଅନୁସାରେ ନିମ୍ନଲିଖିତ ଚିହ୍ନ ଥିଲେ କୁଷ୍ଠ ରୋଗ ନିର୍ଣ୍ଣୟ କରାଯାଏ ।
- ଚର୍ମରେ ନିର୍ଦ୍ଦିଷ୍ଟ ଚିହ୍ନ ସହିତ ସ୍ପର୍ଶ ଶକ୍ତି ରହିତ ଥାଏ ।
- ଚର୍ମ ସ୍ମିଅର ନେଇ ପରୀକ୍ଷା କଲେ ଜୀବାଣୁ ଥବା ଜଣାଯାଏ ।
ଚର୍ମ ଚିହ୍ନ ଏକ ବା ଏକାଧିକ ହୋଇପାରେ, ସାଧାରଣତଃ ଏହାର ବର୍ଣ୍ଣ ଫିକା ହେଲେ ମଧ୍ୟା ବେଳେବେଳେ ଇଷତ ଲାଲ ବା ତମ୍ବା ରଙ୍ଗ ହୁଏ । ଏହି ଚିହ୍ନ ମାକ୍ୟୁଲ, ପାପ୍ୟୁଲ କିମ୍ବା ନୋଡ୍ୟୁଲ ଆକାରର ହୁଏ । ସ୍ପର୍ଶ ଶକ୍ତି କମ ଥିବା ଏହାର ନିର୍ଣ୍ଣୟାତ୍ମକ ଲକ୍ଷଣ ।
ରୋଗ ଥିବା ସ୍ଥାନକୁ ଯେଉଁ ସ୍ନାୟୁ ଯୋଗାଣ ଥାଏ ସେହି ସ୍ନାୟୁ ମୋଟା ହୁଏ ଓ ମାଂସପେଶୀ ଦୂର୍ବଳ ଥାଏ ।
ରୋଗଗ୍ରସ୍ତ ଚର୍ମର ସ୍ମିଅର୍ ନେଇ ପରୀକ୍ଷାରେ ଏସିଡ ଫାସ୍ଟ ବାସିଲାଇ ମିଳିଲେ ରୋଗ ଅଛି ବୋଲି ଧରାଯାଏ । ଏଠାରେ ସ୍ପଷ୍ଟ କରିଦିଆଯାଉଛି, କୁଷ୍ଠ ରୋଗ କ୍ଲିନିକାଲ ପରୀକ୍ଷାଦ୍ୱାରା ଚିହ୍ନି ହୁଏ ।[୩୪]
ଅନେକ ପ୍ରକାରର କୁଷ୍ଠ ଥିଲେ ମଧ୍ୟ କେତେକ ସମାନ ଲକ୍ଷଣ ସବୁଥିରେ ମିଳେ । ସେଗୁଡିକ ହେଲା: ନାକରୁ ତରଳ ପଦାର୍ଥ ବୋହିବା, ଶୁଖିଲା ମୁଣ୍ଡ ଚମ, ଦୃଷ୍ଟି ଅସୁବିଧା, ମାଂସପେଶୀ ଦୁର୍ବଳତା, ଲାଲ ଚର୍ମ, ଚିକିଣିଆ ଚମ, ମୁହଁ, କାନ ଓ ହାତ ଚମ ଅସମାନ ମୋଟା ହୁଏ; ପ୍ରାନ୍ତୀୟ ସ୍ନାୟୁ ମୋଟା ହୁଏ, ଉପାସ୍ଥି କ୍ଷୟ ଯୋଗୁ ନାକ ଚେପା ଦେଖାଯାଏ । କଥା କହିଲା ବେଳେ ଶବ୍ଦର ଫୋନେସନ୍ ଓ ରେଜୋନେସନ୍ ହୁଏ । ଟେସ୍ଟିସ ଶୁଖିଯାଏ ଓ ପୋଟେନ୍ସି ବା ପୌରୁଷତ୍ତ୍ୱ କମିଯାଏ ।
ବର୍ଗୀକରଣ[ସମ୍ପାଦନା]
ବିଭିନ୍ନ ଧରଣର ବର୍ଗୀକରଣ ଅବଲମ୍ବନ କରାଯାଏ ।
- ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ବ୍ୟାକ୍ଟେରିଆ ବୃଦ୍ଧି ଅନୁସାରେ ପସିବ୍ୟାସିଲାରି ଓ ମଲ୍ଟିବ୍ୟାସିଲାରୁ; ଏହି ଦୁଇ ଭାଗରେ ବିଭକ୍ତ କରାଯାଏ । (ପସି ଅର୍ଥ ସ୍ୱଳ୍ପ ସଂଖ୍ୟକ) ।
- ସହାୟ (SHAY) ସ୍କେଲ୍ ଅନୁସାରେ ୫ ଗ୍ରେଡ ଭାଗ କରାଯାଇଛି ।
- ଆଇ.ସି.ଡି.-୧୦ ପ୍ରଥା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କଲେ ମଧ୍ୟ ରିଡ୍ଲେ-ଜୋପ୍ଲିଙ୍ଗ୍ ବ୍ୟବହାର କରି 'ଇନ୍ଡିଟର୍ମିନେଟ୍' ନାମକ ଏକ ଅଧିକ ଭାଗ ଲେଖିଛନ୍ତି ।
- ଏମ୍.ଇ.ଏସ୍.ଏଚ୍. ଅନୁସାରେ ତିନି ଗ୍ରୁପ ଅଛି ।
ପ୍ରତିରୋଧ[ସମ୍ପାଦନା]
କୁଷ୍ଠ ରୋଗୀ ସଂସ୍ପର୍ଶରେ ଆସୁଥିବା ଘର ଲୋକ ବାହାର ଲୋକମାନେ ଔଷଧଦ୍ୱାରା ରୋଗ ହେବା ସଙ୍କଟରୁ ମୁକ୍ତି ପାଇପାରିବେ ।[୩୫] ଏହାଦ୍ୱାରା ଔଷଧ ପ୍ରତିରୋଧ, ଖର୍ଚ୍ଚ ଓ ଏହି ଲୋକମାନଙ୍କର ପରବର୍ତ୍ତୀ ଫଲୋଅପ୍ କମ ନିମନ୍ତେ ଉତ୍କଣ୍ଠା ହୁଏ । ଏଣୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ସଂସ୍ପର୍ଶରେ ଥିବା ଲୋକଙ୍କୁ ନିୟମିତ ଯାଞ୍ଚ କରି ରୋଗର ଲକ୍ଷଣ ଦେଖିଲେ ଚିକିତ୍ସା କରିବା ସଠିକ ହେବ । [୩୫]
ଯକ୍ଷ୍ମା ରୋଗ ନିମନ୍ତେ ଦିଆଯାଉଥିବା ବି.ସି.ଜି. ଟିକା କୁଷ୍ଠ ରୋଗ ନିମନ୍ତେ ମଧ୍ୟ ସୁରକ୍ଷାକାରୀ ହୁଏ ।[୩୬] ଏହା ୨୬ରୁ ୪୧% ସୁରକ୍ଷା କଣ୍ଟ୍ରୋଲ ଟ୍ରାଏଲଠାରୁ ଅଧିକ ହୁଏ, ଦୁଇ ଡୋଜ ଦେଲେ ୬୦% ଅଧିକ ସୁରକ୍ଷା ମିଳେ ।[୩୭][୩୮] ଉତ୍ତମ ଟିକା ନିମନ୍ତେ ଚେଷ୍ଟା (୨୦୧୧ ମସିହା) ଚାଲିଛି । [୩୫]
ଚିକିତ୍ସା[ସମ୍ପାଦନା]
କୁଷ୍ଠ ରୋଗ ଚିକିତ୍ସା ନିମନ୍ତେ ଅନେକ କୁଷ୍ଠ-ସ୍ଥାଣୁକାରୀ ଔଷଧ ମିଳୁଛି । ପସିବ୍ୟାସିଲାରି ନିମନ୍ତେ (ପିବି କିମ୍ବା ଟ୍ୟୁବର୍କ୍ୟୁଲଏଡ) ଦୈନିକ ଡାପ୍ସୋନ୍ ଓ ମାସିକ ରିଫାମ୍ପିସିନ ୬ ମାସ ପର୍ଯ୍ୟନ୍ତ ଖାଇବାକୁ ଦିଆଯାଏ । [୩୯]ମଲ୍ଟିବ୍ୟାସିଲାରି ନିମନ୍ତେ ଦୈନିକ ଡାପ୍ସୋନ୍ ଓ କ୍ଲୋଫାଜିମିନ୍ ଓ ମାସିକ ରିଫାମ୍ପିସିନ ଏକ ବର୍ଷ ନିମନ୍ତେ ଖାଇବାକୁ ଦିଆଯାଏ ।[୩୯]
ମଲ୍ଟିଡ୍ରଗ ଥେରାପି ଅତି ଫଳପ୍ରଦ ଓ ଏହା ଗ୍ରହଣ କରିବାର ଏକ ମାସ ପରେ ରୋଗୀ ସଂଙ୍କ୍ରାମକଶୂନ୍ୟ ହୋଇଯାଏ । ଏହା ବିପଦଶୂନ୍ୟ ଓ ବ୍ୟବହାର କରିବାକୁ ଅତ ସହଜ କାରଣ ଏହା କ୍ୟାଲେଣ୍ଡର ବ୍ଲିସ୍ଟର ପ୍ୟାକରେ ମିଳେ । ଏହା ପରେ ପୁନରାବର୍ତ୍ତନ ହାର ବହୁତ କମ୍ ଓ ମିଳିତ ଔଷଧ ସେବନ ପରେ କୌଣସି ପ୍ରତିରୋଧ ହେବା ଜଣାଯାଇ ନାହିଁ ।
ଆଧାର[ସମ୍ପାଦନା]
- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Leprosy Fact sheet N°101". World Health Organization. Jan 2014.
- ↑ ୨.୦ ୨.୧ ୨.୨ "New Leprosy Bacterium: Scientists Use Genetic Fingerprint To Nail 'Killing Organism'". ScienceDaily. 2008-11-28. Retrieved 2010-01-31.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ McMenamin, Dorothy (2011). Leprosy and stigma in the South Pacific : a region-by-region history with first person accounts. Jefferson, N.C.: McFarland. p. 17. ISBN 9780786463237.
- ↑ ୬.୦ ୬.୧ Kenneth J. Ryan, C. George Ray, editors. (2004). Ryan KJ, Ray CG (ed.). Sherris Medical Microbiology (4th ed.). McGraw Hill. pp. 451–3. ISBN 0-8385-8529-9. OCLC 52358530 61405904.
{{cite book}}
:|author=
has generic name (help); Check|oclc=
value (help)CS1 maint: multiple names: authors list (link) - ↑ ୭.୦ ୭.୧ Kulkarni GS (2008). Textbook of Orthopedics and Trauma (2 ed.). Jaypee Brothers Publishers. p. 779. ISBN 9788184482423.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ "Q and A about leprosy". American Leprosy Missions. Retrieved 2011-01-22.
Do fingers and toes fall off when someone gets leprosy? No. The bacillus attacks nerve endings and destroys the body's ability to feel pain and injury. Without feeling pain, people injure themselves on fire, thorns, rocks, even hot coffee cups. Injuries become infected and result in tissue loss. Fingers and toes become shortened and deformed as the cartilage is absorbed into the body.
- ↑ McMurray DN (1996). Mycobacteria and Nocardia. in: Baron's Medical Microbiology (Baron S et al., eds.) (4th ed.). Univ of Texas Medical Branch. ISBN 0-9631172-1-1. OCLC 33838234.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ "Functional Haplotypes That Produce Normal Ficolin-2 Levels Protect against Clinical Leprosy". Oxford Journals. Retrieved March 8, 2014.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ "Probable Zoonotic Leprosy in the Southern United States". The New England Journal of Medicine. Retrieved April 28, 2011.
- ↑ "Armadillos linked to leprosy in humans". CNN. 2011-04-28.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ http://www.nejm.org/doi/full/10.1056/NEJMoa1010536
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ "AR Dept of Health debunks leprosy fears". 2008-02-08. Retrieved 2008-04-08.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Arch Dermato Syphilis 1898; 44:159–174
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ "Diagnosis of Leprosy." WHO. from http://www.who.int/lep/diagnosis/en/ accessed on 14 July 2014.
- ↑ ୩୫.୦ ୩୫.୧ ୩୫.୨ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ ୩୯.୦ ୩୯.୧ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.