ଖାଦ୍ୟନଳୀ ରକ୍ତସ୍ରାବ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଖାଦ୍ୟନଳୀ ରକ୍ତସ୍ରାବ
Positive fecal occult blood test.jpg
ICD-10 K92.2
ICD-9 578.9
DiseasesDB 19317
MedlinePlus 003133
eMedicine radio/301 radio/302 emerg/381
MeSH D006471

ଖାଦ୍ୟନଳୀ ରକ୍ତସ୍ରାବ (ଇଂରାଜୀରେ Gastrointestinal bleed (GI bleed), ବା gastrointestinal hemorrhage), ପାଟିରୁ ଆରମ୍ଭ କରି ମଳାଶୟ ପର୍ଯ୍ୟନ୍ତ ଖାଦ୍ୟନଳୀର ଯେ କୌଣସି ସ୍ଥାନରୁ ରକ୍ତସ୍ରାବ ହେଲେ ଏହି ନାମ ଦିଆଯାଏ । [୧] ଅଳ୍ପ ସମୟରେ ଉଲ୍ଲେଖନୀୟ ରକ୍ତସ୍ରାବ ହେଲେ ସ୍ଥାନ ବିଶେଷରେ ଲାଲ ରକ୍ତ ବାନ୍ତି, କଳା ରକ୍ତ ବାନ୍ତି, କଳା ଝାଡ଼ା ନାମ ଦିଆଯାଇ ଥାଏ । ଲମ୍ବା ସମୟ ଧରି ଅଳ୍ପ ରକ୍ତସ୍ରାବ ହେଲେ ଲୌହ ଅଭାବ ଆନିମିଆ ହୋଇ ଥକ୍କାଣ, ହୃତ୍‌ପିଣ୍ଡ ସମ୍ବନ୍ଧିୟ ଛାତି ଯନ୍ତ୍ରଣା ହୁଏ । [୨] ଅନ୍ୟ ଲକ୍ଷଣ ମଧ୍ୟରେ ପେଟରେ କଷ୍ଟ, ଛୋଟ ଶ୍ୱାସକ୍ରିୟା, ଶେତା ଚର୍ମ ଓ ଅଚେତ ଇତ୍ୟାଦି ହୁଏ । [୨][୧] ବେଳେ ବେଳେ ସ୍ୱଳ୍ପ ପରିମାଣର ରକ୍ତସ୍ରାବ ହେଲେ ମଧ୍ୟ ଲକ୍ଷଣହୀନ ରହେ । [୨]

ରକ୍ତସ୍ରାବ ମୂଖ୍ୟତଃ ଦୁଇ ପ୍ରକାର ହୁଏ ଯଥା ଉର୍ଦ୍ଧ୍ୱ ଖାଦ୍ୟନଳୀ ରକ୍ତସ୍ରାବନିମ୍ନ ଖାଦ୍ୟନଳୀ ରକ୍ତସ୍ରାବ[୩] ଅମ୍ଳ ରୋଗ ବା ପେପଟିକ ଅଲସର ରୋଗ, ସିରୋସିସକର୍କଟ ଯୋଗୁ ଏସୋଫେଜିଆଲ ଭାରିସେସ ହେବା କାରଣରୁ ସାଧାରଣତଃ ଉର୍ଦ୍ଧ୍ୱ ଖାଦ୍ୟନଳୀ ରକ୍ତସ୍ରାବ ହୁଏ । [୪] ଅର୍ଶ, କର୍କଟ ଓ ଇନଫ୍ଲାମେଟରି ବାୱେଲ ରୋଗ ହେଲେ ନିମ୍ନ ଖାଦ୍ୟନଳୀ ରକ୍ତସ୍ରାବ ହୋଇପାରେ । [୩] ରୋଗ ଇତିହାସ, ରୋଗୀର ଶାରୀରିକ ପରୀକ୍ଷା ଓ ରକ୍ତ ପରୀକ୍ଷା କରି ଏହି ରୋଗ ନିର୍ଣ୍ଣୟ କରାଯାଏ । ମଳ ଓକଲ୍ଟ ରକ୍ତ ପରୀକ୍ଷା କରି ଅଳ୍ପ ପରିମାଣର ରକ୍ରସ୍ରାବ ଚିହ୍ନଟ କରାଯାଏ । ଏଣ୍ଡୋସ୍କୋପି ପରୀକ୍ଷା କରି ଉଭୟ ଉର୍ଦ୍ଦ୍ୱ ଓ ନିମ୍ନ ଖାଦ୍ୟନଳୀରେ ରକ୍ତସ୍ରାବ ହେଉଥିବା ସ୍ଥାନ ଚିହ୍ନଟ କରାଯାଏ । ତ‌ଥାପି ଚିହ୍ନଟ ହୋଇ ନ ପାରିଲେ ମେଡିକାଲ ଇମେଜିଙ୍ଗ ଆବଶ୍ୟକ ହୁଏ । [୨]

ପ୍ରାରମ୍ଭରେ ରୋଗୀକୁ ପୁନରୁଜ୍ଜୀବିତ (resuscitation) କରିବା ନିମନ୍ତେ ଶୀରା ମାଧ୍ୟମ ତରଳପଦାର୍ଥ ଓ ରକ୍ତ ଟ୍ରାନ୍ସଫ୍ୟୁଜନ ଆବଶ୍ୟକ ହୁଏ । [୫] ଅଧିକାଂଶ ସମୟରେ ରକ୍ତ ଟ୍ରାନ୍ସଫ୍ୟୁଜନ ଦେବାକୁ ସୁପାରିସ କରାଯାଏ ନାହିଁ ଯଦି ରକ୍ତ ହେମୋଗ୍ଲୋବିନ ୭୦ ରୁ ୮୦ ଗ୍ରା/ଲି.ରୁ ବେଶୀ ଅଛି । [୬][୭] କେତେକ କ୍ଷେତ୍ରରେ ପ୍ରୋଟୋନ ପମ୍ପ ଇନହିବିଟର, ଓକ୍ଟରିଓଟାଇଡଆଣ୍ଟିବାୟୋଟିକ ଆବଶ୍ୟକ ପଡ଼ିପାରେ । [୮][୯][୧୦] ଏସୋଫେଜିଆଲ ଭାରିସେସ ଥିଲେ ଓ ଏହି ଉପଚାର କାର୍ଯ୍ୟକାରୀ ନ ହେଲେ ଏସୋଫେଜିଅଲ ବେଲୁନ ଦିଆଯାଇ ପାରେ । [୩] ୨୪ ଘଣ୍ଟା ମଧ୍ୟରେ ଉର୍ଦ୍ଧ୍ୱ ଏଣ୍ଡୋସ୍କୋପି କିମ୍ବା କୋଲୋନୋସ୍କୋପି କରି ରୋଗ ନିର୍ଣ୍ଣୟ ତ‌ଥା ଚିକିତ୍ସା କରିବାକୁ ସୁପାରିସ କରାଯାଏ । [୫]

ନିମ୍ନ ଖାଦ୍ୟନଳୀ ରକ୍ତସ୍ରାବ ଅପେକ୍ଷା ଉର୍ଦ୍ଧ୍ୱ ଖାଦ୍ୟନଳୀ ରକ୍ତସ୍ରାବ ଅଧିକ ସାଧାରଣ ଭାବେ ହୁଏ । [୩] ପ୍ରତି ୧୦୦,୦୦୦ ବୟସ୍କ ଲୋକରେ ୫୦ ରୁ୧୫୦ ଲୋକଙ୍କର ଉର୍ଦ୍ଧ୍ୱ ଖାଦ୍ୟନଳୀ ରକ୍ତସ୍ରାବ ହୁଏ । [୧୧] ପ୍ରତି ୧୦୦,୦୦୦ ଲୋକରେ ନିମ୍ନ ଖାଦ୍ୟନଳୀ ରକ୍ତସ୍ରାବ ସଂଖ୍ୟା ୨୦ ରୁ ୩୦ ହୁଏ । [୩] ଆମେରିକାରେ ଏହା ଯୋଗୁ ପ୍ରତିବର୍ଷ ୩୦୦,୦୦୦ ଡାକ୍ତରଖାନା ଆଡମିସନ ହୁଏ । [୨] ଏହି ରୋଗ ଯୋଗୁ ମୃତ୍ୟୁ ହାର ୫ % ରୁ ୩୦ % ହୁଏ । [୬][୨] ପୁରୁଷମାନଙ୍କର ଅଧିକ ଖାଦ୍ୟନଳୀ ରକ୍ତସ୍ରାବ ହୁଏ ଓ ବୟସ ବଢ଼ିବା ସାଙ୍ଗେ ସାଙ୍ଗେ ଏହି ସଙ୍କଟ ବଢ଼େ । [୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Bleeding in the Digestive Tract". http://www.niddk.nih.gov. September 17, 2014. Retrieved 6 March 2015. 
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ Kim, BS; Li, BT; Engel, A; Samra, JS; Clarke, S; Norton, ID; Li, AE (15 November 2014). "Diagnosis of gastrointestinal bleeding: A practical guide for clinicians.". World journal of gastrointestinal pathophysiology 5 (4): 467–78. doi:10.4291/wjgp.v5.i4.467. PMID 25400991. 
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ Westhoff, John (March 2004). "Gastrointestinal Bleeding: An Evidence-Based ED Approach To Risk Stratification". Emergency Medicine Practice 6 (3). 
  4. van Leerdam, ME (2008). "Epidemiology of acute upper gastrointestinal bleeding.". Best practice & research. Clinical gastroenterology 22 (2): 209–24. doi:10.1016/j.bpg.2007.10.011. PMID 18346679. 
  5. ୫.୦ ୫.୧ Jairath, V; Barkun, AN (October 2011). "The overall approach to the management of upper gastrointestinal bleeding". Gastrointestinal endoscopy clinics of North America 21 (4): 657–70. doi:10.1016/j.giec.2011.07.001. PMID 21944416. 
  6. ୬.୦ ୬.୧ Wang, J; Bao, YX; Bai, M; Zhang, YG; Xu, WD; Qi, XS (28 October 2013). "Restrictive vs liberal transfusion for upper gastrointestinal bleeding: a meta-analysis of randomized controlled trials.". World journal of gastroenterology : WJG 19 (40): 6919–27. doi:10.3748/wjg.v19.i40.6919. PMID 24187470. 
  7. Salpeter, SR; Buckley, JS; Chatterjee, S (February 2014). "Impact of more restrictive blood transfusion strategies on clinical outcomes: a meta-analysis and systematic review.". The American Journal of Medicine 127 (2): 124–131.e3. doi:10.1016/j.amjmed.2013.09.017. PMID 24331453. 
  8. Leontiadis, GI; Sreedharan, A, Dorward, S, Barton, P, Delaney, B, Howden, CW, Orhewere, M, Gisbert, J, Sharma, VK, Rostom, A, Moayyedi, P, Forman, D (December 2007). "Systematic reviews of the clinical effectiveness and cost-effectiveness of proton pump inhibitors in acute upper gastrointestinal bleeding". Health technology assessment (Winchester, England) 11 (51): iii–iv, 1–164. doi:10.3310/hta11510. PMID 18021578. 
  9. Cat, TB; Liu-DeRyke, X (September 2010). "Medical management of variceal hemorrhage". Critical care nursing clinics of North America 22 (3): 381–93. doi:10.1016/j.ccell.2010.02.004. PMID 20691388. 
  10. Chavez-Tapia, NC; Barrientos-Gutierrez, T; Tellez-Avila, F; Soares-Weiser, K; Mendez-Sanchez, N; Gluud, C; Uribe, M (September 2011). "Meta-analysis: antibiotic prophylaxis for cirrhotic patients with upper gastrointestinal bleeding – an updated Cochrane review". Alimentary pharmacology & therapeutics 34 (5): 509–18. doi:10.1111/j.1365-2036.2011.04746.x. PMID 21707680. 
  11. Jairath, V; Hearnshaw, S; Brunskill, SJ; Doree, C; Hopewell, S; Hyde, C; Travis, S; Murphy, MF (2010-09-08). Jairath, Vipul, ed. "Red cell transfusion for the management of upper gastrointestinal haemorrhage". Cochrane database of systematic reviews (Online) (9): CD006613. doi:10.1002/14651858.CD006613.pub3. PMID 20824851.