ଗ୍ଲକୋମା
ଗ୍ଲକୋମା | |
---|---|
ଡାହାଣ ଆଖିରେ ଆକ୍ୟୁଟ ଆଙ୍ଗ୍ଲ କ୍ଲୋଜର ଗ୍ଲକୋମା ହୋଇଥିବା ଯୋଗୁ ଧଳା ଡୋଳା ଲାଲ ହୋଇଛି ଓ ଆଖି ପୁତ୍ତଳୀ ମଧ୍ୟମ ଆକାର ହୋଇଛି । | |
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | Ophthalmology |
ଆଇସିଡ଼ି-୧୦ | H40.-H42. |
ଆଇସିଡ଼ି-୯-ସିଏମ୍ | 365 |
ରୋଗ ଡାଟାବେସ | 5226 |
ମେଡ଼ିସିନ-ପ୍ଲସ | 001620 |
ଇ-ମେଡ଼ିସିନ | oph/578 |
MeSH | D005901 |
ଗ୍ଲକୋମା ଏକ ଚକ୍ଷୁ ଦଳୀୟ ରୋଗର ନାମ ଯାହା ଦୃଷ୍ଟି ସ୍ନାୟୁ ନଷ୍ଟ ହେବା ଯୋଗୁ ହୁଏ ଓ ଦୃଷ୍ଟି ହାନୀ ହୁଏ ।[୧] ଏଥି ମଧ୍ୟରୁ ଓପନ୍ ଆଙ୍ଗ୍ଲ ଗ୍ଲକୋମା ଅଧିକ ଦେଖାଯାଏ ଓ ତାହାଠାରୁ କମ୍ କ୍ଲୋଜ୍ଡ୍ ଆଙ୍ଗ୍ଲ ଗ୍ଲକୋମା ଓ ନର୍ମାଲ ଟେନ୍ସନ୍ ଗ୍ଲକୋମା ରୋଗ ଦେଖାଯାଏ । ଓପନ୍ ଆଙ୍ଗ୍ଲ ଗ୍ଲକୋମା ସମୟ କ୍ରମେ ଧୀରେ ଧୀରେ ବଢ଼େ ଓ ଯନ୍ତ୍ରଣା ହୁଏ ନାହିଁ । ପ୍ରଥମେ ପାର୍ଶ୍ୱ ଦୃଷ୍ଟି ହାନୀ ହୁଏ ଓ ପରେ କେନ୍ଦ୍ରୀୟ ଦୃଷ୍ଟି ହାନୀ ହୋଇ ଅନ୍ଧତ୍ୱ ହୁଏ । [୧] କ୍ଲୋଜ୍ଡ୍ ଆଙ୍ଗ୍ଲ ଗ୍ଲକୋମା ଧୀରେ ବା ହଠାତ୍ ହୋଇପାରେ ।[୨] ହଠାତ୍ ଆରମ୍ଭ ହେଲେ ସାଂଘାତିକ ଚକ୍ଷୁ ଯନ୍ତ୍ରଣା ହୁଏ, ଅସ୍ପଷ୍ଟ ଦୃଷ୍ଟି, ମଧ୍ୟମ-ସ୍ଫୀତ ପୁତ୍ତଳୀ, ଲାଲ ଆଖି ଓ ଅଇ ହୁଏ । [୧][୨] ଏହି ରୋଗ ଯୋଗୁ ଦୃଷ୍ଟ ହାନୀ ହେଲେ ସ୍ଥାୟି ହୋଇଯାଏ ।[୧]
ଏହି ରୋଗର ସଙ୍କଟ କାରକମାନଙ୍କ ନାମ ଯଥାକ୍ରମେ ଚକ୍ଷୁରେ ଚାପ ବୃଦ୍ଧି, ପରିବାରରେ ରୋଗ ଇତିହାସ, ଅଧକପାଳୀ, ଉଚ୍ଚ ରକ୍ତଚାପ ଓ ମୋଟାପଣ ।[୧] ଆଖି ଚାପ ୨୧ ମିମି ପାରଦରୁ ଅଧିକ ହେଲେ ଗ୍ଲକୋମା ନିମନ୍ତେ ଅଧିକ ସଙ୍କଟ ହୋଇପାରେ ।[୩][୨] କେତେକ ଲୋକଙ୍କର ଆଖି ଚାପ ବର୍ଷ ବର୍ଷ ଧରି ଅଧିକ ଥିଲେ ମଧ୍ୟ କିଛି ନଷ୍ଟ ହୁଏ ନାହିଁ ।[୨] ଅନ୍ୟ ପକ୍ଷରେ ସାଧାରଣ ଚାପ ଥାଇ ମଧ୍ୟ ଦୃଷ୍ଟି ସ୍ନାୟୂ ନଷ୍ଟ ହୋଇପାରେ ଯାହାକୁ ସାଧାରଣ-ଚାପ ଗ୍ଲକୋମା କୁହାଯାଏ ।[୪] ଓପନ ଆଙ୍ଗ୍ଲ୍ ଗ୍ଲକୋମାରେ ଅକ୍ୱିଅସ ହ୍ୟୁମରର ଟ୍ରବେକୁଲାର ମେସୱର୍କ ମଧ୍ୟରେ ଧୀର ପ୍ରସ୍ଥାନ ହୁଏ ଓ କ୍ଲୋଜ୍ଡ୍ ଆଙ୍ଗ୍ଲ ଗ୍ଲକୋମାରେ ଏହି ମେସ୍ୱର୍କ ଅବରୋଧ ହୋଇଯାଏ ।[୨] ସ୍ଫୀତ ଚକ୍ଷୁ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ ।[୧] ଦୃଷ୍ଟି ସ୍ନାୟୁ ସ୍ଥାନଟି ଛୋଟ ଗାତ ଭଳି ଦେଖାଯାଏ ଯାହାକୁ କପିଙ୍ଗ କୁହାଯାଏ ।[୨]
ଔଷଧ, ଲେଜର ବା ଅପରେଶନ ଚିକିତ୍ସା ତୁରନ୍ତ ଆରମ୍ଭ କଲେ ରୋଗ ଅଗ୍ରଗତିକୁ ଧୀର ବା ବନ୍ଦ କରିହୁଏ ।[୧] ଚକ୍ଷୁ ଚାପ କମେଇବା ହିଁ ଚିକିତ୍ସାର ଲକ୍ଷ । ବିଭିନ୍ନ ଶ୍ରେଣୀର ଗ୍ଲକୋମା ଔଷଧ ମିଳୁଛି । ଲେଜର ଚିକିତ୍ସା ଉଭୟ ଓପନ୍ ଆଙ୍ଗ୍ଲ ଗ୍ଲକୋମା ଓ କ୍ଲୋଜ୍ଡ୍ ଆଙ୍ଗ୍ଲ ଗ୍ଲକୋମାରେ ଉପକାରୀ ହୁଏ । କୌଣସି ଉପଚାରକୁ ନ ମାନୁଥିଲେ ଗ୍ଲକୋମା ଅପରେଶନ କରାଯାଏ ।[୨] କ୍ଲୋଜ୍ଡ୍ ଆଙ୍ଗ୍ଲ ଗ୍ଲକୋମାକୁ ମେଡିକାଲ ଏମର୍ଜେନ୍ସି ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯାଇଛି ।[୧]
ସାରା ପୃଥିବୀରେ ପ୍ରାୟ ୧୧ରୁ ୬୭ ନିୟୁତ ଗ୍ଲକୋମା ରୋଗୀ ଅଛନ୍ତି ।[୨][୫] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ରୋଗ ପ୍ରାୟ ୨ନିୟୁତ ଲୋକଙ୍କୁ ଆକ୍ରମଣ କରୁଛି ।[୨] ବୟସାଧିକ ଲୋକଙ୍କୁ ଏହା ଅଧିକ ଆକ୍ରମଣ କରେ ।[୧] ମହିଳାମାନେ କ୍ଲୋଜ୍ଡ୍ ଆଙ୍ଗ୍ଲ ଗ୍ଲକୋମାଦ୍ୱାରା ଅଧିକ ଆକ୍ରାନ୍ତ ହୁଅନ୍ତି ।[୨] ଧୀରେ ଧୀରେ ବହୁତ ସମୟ ଧରି ଦୃଷ୍ଟିହାନୀ ହେଉଥିବାରୁ ଏହି ରୋଗକୁ ନିରବ ଦୃଷ୍ଟି ଚୋର କୁହାଯାଏ ।[୬] କାଟାରାକ୍ଟ ରୋଗ ପରେ ଅନ୍ଧତ୍ୱର ଦ୍ୱିତୀୟ କାରଣରୂପେ ଗ୍ଲକୋମାର ନାମ ଆସେ । [୭][୨] ଗ୍ଲକୋମା ଶବ୍ଦ ଗ୍ରୀକ୍ ଭାଷାର ଗ୍ଲକୋସ (glaukos) ଶବ୍ଦରୁ ନିଆଯାଇଛି ଯାହାର ଅର୍ଥ ନୀଳ, ଶାଗୁଆ ବା ପାଉଁଶିଆ ।[୮] ଇଂରାଜୀ ଭାଷାରେ ଗ୍ଲକୋମା ଶବ୍ଦ ସନ ୧୫୮୭ରୁ ବ୍ୟବହାର ହୋଇଆସୁଥିଲା କିନ୍ତୁ ଏହା ସନ ୧୮୫୦ରେ ସାଧାରଣ ଲୋକମାନେ ନେତ୍ରବୀକ୍ଷକ (ophthalmoscope) ଯନ୍ତ୍ରରେ ଦୃଷ୍ଟିସ୍ନାୟୁ ନଷ୍ଟ ହେବା ଦେଖିବାକୁ ଅନୁମତି ପାଇବା ପରେ ସାଧାରଣରେ ବ୍ୟବହାର ହେଲା ।[୯]
ଆଧାର[ସମ୍ପାଦନା]
- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "Facts About Glaucoma". National Eye Institute. Retrieved 29 March 2016.
- ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Rhee, Douglas J. (2012). Glaucoma (2 ed.). Philadelphia: Wolters Kluwer Health/Lippincott Williams & Wilkins. p. 180. ISBN 9781609133375.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ "Glaucoma: The 'silent thief' begins to tell its secrets" (Press release). National Eye Institute. 21 January 2014.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.