ଗର୍ଭିଣୀ ଅତିବମନ

ଉଇକିପିଡ଼ିଆ‌ରୁ
ଗର୍ଭିଣୀ ଅତିବମନ (hyperemesis gravidarum)
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିGynecology
ଆଇସିଡ଼ି-୧୦O21.1.
ଆଇସିଡ଼ି-୯-ସିଏମ୍643.1
ମେଡ଼ିସିନ-ପ୍ଲସ001499

ଗର୍ଭିଣୀ ଅତିବମନ (ଇଂରାଜୀ ଭାଷାରେ hyperemesis gravidarum ବା HG) ଏକ ଗର୍ଭାବସ୍ଥା ଜଟିଳତା ଯେଉଁଥିରେ ଅତ୍ୟଧିକ ଅଇବାନ୍ତି ହୋଇ ଓଜନ ହ୍ରାସ ତ‌ଥା ନିର୍ଜଳନ ହୁଏ ।[୧] ଏହି ବେମାରୀରେ ଗୋଟିଏ ଦିନରେ ଅନେକ ଥର ବାନ୍ତି ହୁଏ ଓ ମୂର୍ଚ୍ଛା ହେବାଭଳି ଲାଗେ । ଗର୍ଭିଣୀ ଅସୁସ୍ଥତା (morning sickness) ଅପେକ୍ଷା ଏହା ଅଧିକ ସାଂଘାତିକ । ଅଧିକାଂଶ ସମୟରେ ଏହି ବେମାରୀ ୨୦ ସପ୍ତାହ ଗର୍ଭ ପରେ ଉପଶମ ହୋଇଯାଏ କିନ୍ତୁ ସମ୍ପୁର୍ଣ୍ଣ ଗର୍ଭାବସ୍ଥାରେ ରହିପାରେ ।[୨]

ଗର୍ଭିଣୀ ଅତିବମନ ବେମାରୀର କାରଣ ଅଜଣା ରହିଛି ।[୩] ପ୍ରଥମ ଗର୍ଭ, ଅନେକ ଗର୍ଭ, ମୋଟାପଣ, ପୂର୍ବରୁ ଏ ରୋଗ ହୋଇଥିଲେ ବା ପରିବାରରେ ଏହି ରୋଗ ଥିବାର ଇତିହାସ ଥିଲେ, ଟ୍ରୋଫୋବ୍ଲାସ୍ଟିକ ଡିଜଅର୍ଡ଼ରଖାଇବା ବେମାରୀ ଥିଲେ ଏହି ବେମାରୀ ସଙ୍କଟ ବଢ଼ିଯାଏ ।[୩][୪] ରୋଗୀର ଲକ୍ଷଣ ଓ ଚିହ୍ନ ଦେଖି ରୋଗ ନିର୍ଣ୍ଣୟ କରାଯାଏ । ସଂଜ୍ଞା ଅନୁସାରେ ଦିନ‌କୁ ୩ ଥରରୁ ଅଧିକ ବାନ୍ତି ହୋଇ ୫ % ବା ୩ କିଲୋ ଓଜନ ହ୍ରାସ ଓ ପରିସ୍ରାରେ କିଟୋନ ଥିଲେ ଏହି ରୋଗ ନିର୍ଣ୍ଣୟ କରାଯାଏ ।[୩] ଲକ୍ଷଣମାନଙ୍କ ଅନ୍ୟାନ୍ୟ ସମ୍ଭାବ୍ୟ କାରଣ ଯଥା ପରିସ୍ରାନଳୀ ସଂକ୍ରମଣଥାଇରୋଟକ୍ସିକୋସିସ ରୋଗର ଉପସ୍ଥିତି ବର୍ଜିତ କରାଯାଏ ।[୫]

ଏହି ବେମାରୀରେ ହାଲୁକା ଖାଦ୍ୟ ଓ ତରଳ ପଦାର୍ଥ ଖାଇବାକୁ ଦିଆଯାଏ ।[୨] ବିଦ୍ୟୁତ୍ ବିଶ୍ଳେଷ୍ୟ ପ୍ରତିସ୍ଥାପନ ପାନୀୟ, ଭିଟାମିନ ବି୧ ଓ ଅଧିକ ପୁଷ୍ଟିସାର ଖାଦ୍ୟ ଦେବକୁ ସୁପାରିସ କରାଯାଏ ।[୩][୬] କେତେକ ମହିଳାଙ୍କର ଶିରାଭ୍ୟନ୍ତର ତରଳପଦାର୍ଥ ଆବଶ୍ୟକ ହୁଏ ।[୨] ପାଇରିଡକ୍ସିନମେଟୋକ୍ଲୋପ୍ରାମାଇଡ ଔଷଧ ଅଧିକ ପସନ୍ଦ କରାଯାଏ ।[୫] ଏହି ଔଷଧ କାମ ନ କଲେ ପ୍ରୋକ୍ଲୋରପେରାଜିନ, ଡାଇମେନହାଇଡ୍ରିନେଟ, ବା ଓଣ୍ଡାସେଟ୍ରନ ଦିଆଯାଏ ।[୩][୫] ଡାକ୍ତରଖାନାରେ ଆଡମିଶନ ଆବଶ୍ୟକ ହୋଇପାରେ । ମନୋଚିକିତ୍ସାଦ୍ୱାରା ଫଳ ଉନ୍ନତ ହୋଇପାରେ । ଆକୁପ୍ରେସର ଚିକିତ୍ସା ଫଳର ପ୍ରମାଣ ନିରୁତ୍ସାହ ଜନ‌କ ।[୩]

ଖ୍ରୀ:ପୂ: ୨,୦୦୦ ମସିହାରେ ଗର୍ଭାବସ୍ଥା ବାନ୍ତି ବିଷୟ ଉଲ୍ଲେଖ ଥିଲେ ମଧ୍ୟ ପ୍ରଥମ ବର୍ଣ୍ଣନା ସନ ୧୮୫୨ରେ ଆଣ୍ଟଏନ ଡୁବୋଏସ (Antoine Dubois) କରିଥିଲେ ।[୭] ଗର୍ଭିଣୀ ମହିଳାଙ୍କ ମଧ୍ୟରୁ ୦.୩–୨.୦% ଜଣ ଏହି ରୋଗର ଶୀକାର ହୁଅନ୍ତି । [୮] ଆଗରୁ ଗର୍ଭାବସ୍ଥା ମୃତ୍ୟର ଏହା ଏକ ପ୍ରଧାନ କାରଣ ହୋଇଥିଲେ ମଧ୍ୟ ଅଧୁନା ଉପ‌ଯୁକ୍ତ ଚିକିତ୍ସା ଯୋଗୁ କ୍ୱଚିତ ମୃତ୍ୟୁ ହୁଏ ।[୯][୧୦] ଏହିଭଳି ରୋଗୀଙ୍କର ଗର୍ଭପାତ ସଙ୍କଟ ସ୍ୱଳ୍ପ କିନ୍ତୁ ଅସାମୟିକ ଜନ୍ମ ସଙ୍କଟ ଅଧିକ ଥାଏ । [୪] ଏହି ରୋଗ ଯୋଗୁ କେତେକ ମହିଳା ଗର୍ଭପାତ କରିବାକୁ ଇଚ୍ଛା ପ୍ରକାଶ କରନ୍ତି । [୬]

ଆଧାର[ସମ୍ପାଦନା]

  1. "Management of hyperemesis gravidarum". Drug Ther Bull. 51 (11): 129–9. Nov 2013. doi:10.1136/dtb.2013.11.0215. PMID 24227770.
  2. ୨.୦ ୨.୧ ୨.୨ "Pregnancy". Office on Women's Health. September 27, 2010. Retrieved 5 December 2015.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ Jueckstock, JK; Kaestner, R; Mylonas, I (15 July 2010). "Managing hyperemesis gravidarum: a multimodal challenge". BMC medicine. 8: 46. doi:10.1186/1741-7015-8-46. PMC 2913953. PMID 20633258.{{cite journal}}: CS1 maint: unflagged free DOI (link)
  4. ୪.୦ ୪.୧ Ferri, Fred F. (2012). Ferri's clinical advisor 2013 5 books in 1 (1st ed.). St. Louis, Mo.: Elsevier Mosby. p. 538. ISBN 9780323083737.
  5. ୫.୦ ୫.୧ ୫.୨ Sheehan, P (September 2007). "Hyperemesis gravidarum--assessment and management". Australian family physician. 36 (9): 698–701. PMID 17885701.
  6. ୬.୦ ୬.୧ Gabbe, Steven G. (2012). Obstetrics : normal and problem pregnancies (6th ed.). Philadelphia, PA: Elsevier/Saunders. p. 117. ISBN 9781437719352.
  7. Davis, Christopher J. (1986). Nausea and Vomiting : Mechanisms and Treatment. Berlin, Heidelberg: Springer Berlin Heidelberg. p. 152. ISBN 9783642704796.
  8. Goodwin, TM (September 2008). "Hyperemesis gravidarum". Obstetrics and gynecology clinics of North America. 35 (3): 401–17, viii. doi:10.1016/j.ogc.2008.04.002. PMID 18760227.
  9. Kumar, Geeta (2011). Early Pregnancy Issues for the MRCOG and Beyond. Cambridge University Press. p. Chapter 6. ISBN 9781107717992.
  10. DeLegge, Mark H. (2007). Handbook of home nutrition support. Sudbury, Mass.: Jones and Bartlett. p. 320. ISBN 9780763747695.