ଅଟିଜିମ୍
ଅଟିଜିମ୍ (Autism) | |
---|---|
![]() ବାରମ୍ବାର କୌଣସି ଦ୍ରବ୍ୟ ଜମା କରିରଖିବା ଏହି ରୋଗରେ ଦେଖାଯାଏ । | |
ବିଭାଗ | ମନୋବିଜ୍ଞାନ (Psychiatry) |
ଲକ୍ଷଣ | ସାମାଜିକ ସମ୍ପର୍କ, ଯୋଗାଯୋଗ, ସ୍ୱାର୍ଥ ଇତ୍ୟାଦିର ସମସ୍ୟା ସହିତ ବାରମ୍ବାର ଗୋଟିଏ ରକମର ବ୍ୟବହାର ଦେଖାଯାଏ ।[୧] |
ଆକ୍ରାନ୍ତ ସମୟ | ୨-୩ ବର୍ଷ ବୟସ ମଧ୍ୟରେ[୨][୩] |
ଅବଧି | ଦୀର୍ଘକାଳୀନ[୨] |
କାରଣ | ଜେନେଟିକ (Genetic) ଓ ପରିବେଶ[୪] |
ରୋଗ ନିର୍ଣ୍ଣୟ ପଦ୍ଧତି | ବ୍ୟବହାର ଓ ବିକାଶ ଇତିହାସ[୨] |
ସଠିକ ରୋଗ ନିର୍ଣ୍ଣୟ | ରିଆକ୍ଟିଭ ଆଟାଚମେଣ୍ଟ ଡିଜଅର୍ଡ଼ର (Reactive attachment disorder), ଇଣ୍ଟେଲେକଚୁଆଲ ଡିସଆବିଲିଟି (intellectual disability), ସିଜୋଫ୍ରେନିଆ schizophrenia[୫] |
ଚିକିତ୍ସା | ଯଥା ଶୀଘ୍ର ବାକ ଓ ବ୍ୟବହାରୀକ ଥେରାପି (behavioral interventions)[୬] |
Prognosis | ନିରୁତ୍ସାହକ[୭] |
ପୁନଃପୌନିକ | ୨୪.୮ ନିୟୁତ (୨୦୧୫)[୮] |
ଅଟିଜିମ୍ (ଇଂରାଜୀ ଭାଷାରେ Autism) ଏକ ତୃଟିଯୁକ୍ତ ଶାରୀରିକ ବିକାଶ (developmental disorder) ଯେଉଁଥିରେ ଅନ୍ୟ ଲୋକମାନଙ୍କ (social interaction|) ସହିତ ସାମାଜିକ ଭାବ ବିନିମୟ ଓ ଯୋଗାଯୋଗ (communication) ସମସ୍ୟା ଦେଖାଯାଏ ଓ ସୀମିତ ତଥା ପୁନଃପୌନିକ ବ୍ୟବହାର (behavior) ଦେଖାଯାଏ ।[୩] ଶିଶୁର ପ୍ରଥମ ଦୁଇ ବା ତିନି ବର୍ଷ ମଧ୍ୟରେ ରୋଗ ଲକ୍ଷଣ ଲକ୍ଷ କରିପାରନ୍ତି ।[୧][୩] ସମୟ କ୍ରମେ ଲକ୍ଷଣଗୁଡ଼ିକ ଧୀରେ ବିକଶିତ ହୁଏ, କେତେକ ଶିଶୁ ବିକାଶର ମାଇଲ ଖୁଣ୍ଟରେ (developmental milestones ପହଞ୍ଚିବା ପରେ ଅବସ୍ଥା ହଠାତ ଖରାପ ଦିଗକୁ ଗତି (worsen) କରେ ।[୯]
ଅଟିଜିମ୍ ରୋଗ ଉଭୟ ପରିବେଶ (environmental factors) ଓ ଜେନେଟିକ (Genetic) କାରଣରୁ ହୁଏ ।[୪] ଗର୍ଭାବସ୍ଥାରେ ରୁବେଲା ସଂକ୍ରମଣ, ଭାଲପ୍ରୋଇକ ଏସିଡ (valproic acid), ଆଲକହଲ (ଡାକ୍ତରୀ ବ୍ୟବହାର), କିମ୍ବା କୋକେନ ସେବନ ଯୋଗୁ ଏହି ରୋଗ ସଙ୍କଟ ସୃଷ୍ଟି ହୁଏ ।[୧୦] ପରିବେଶ କାରଣ ଭାବରେ କେତେକ (vaccine hypotheses) ନାମ ଉଲ୍ଲେଖ କରାଯାଇଥିଲେ ମଧ୍ୟ ତାହା ପ୍ରମାଣିତ ହୋଇପାରିନାହିଁ ।[୧୧] ମସ୍ତିଷ୍କରେ ଥିବା ସ୍ନାୟୁ କୋଷ (nerve cell) ଓ ସିନାପ୍ସଗୁଡ଼ିକର (synapse) ସମାଚାର ସଂସାଧନର ତରିକା ବୁଝିହେଉନାହିଁ ।[୧୨]
ଯଥା ଶୀଘ୍ର ବାକ ଓ ବ୍ୟବହାରୀକ ଥେରାପି (behavioral interventions) ଦେଲେ ଶିଶୁର ନିଜ ଯତ୍ନ, ସାମାଜିକ ଦକ୍ଷତା ଓ ଯୋଗାଯୋଗ ଦକ୍ଷତା ବିକାଶରେ ସାହାଯ୍ୟ ହୁଏ ।[୬] ଯଦିଓ ଏହା ଆରୋଗ୍ୟ (cure) ହୁଏନି,[୬] ତଥାପି କେତେକ ଶିଶୁ ଏହି ରୋଗରୁ ସୁସ୍ଥ ହେଉଛନ୍ତି ।[୧୩] ଅନେକ ରୋଗୀ ଯୁବାବସ୍ଥାରେ ସ୍ୱାଧୀନ ଭାବରେ ଚଳିପାରନ୍ତିନି ଓ ଅଳ୍ପ କେତେକ ସଫଳ ହୋଇପାରନ୍ତି ।[୭] ଏହି ରୋଗ ବିଷୟରେ ଏକ ସାମାଜିକ ଓ ସାଂସ୍କୃତିକ ଦୃଷ୍ଟିକୋଣ (autistic culture) ବିକଶିତ ହୋଇଛି; କେତେକ ରୋଗୀ ଆରୋଗ୍ୟ କାମନା କରୁଛନ୍ତି ଓ ଅନ୍ୟମାନେ ଏହାକୁ ରୋଗ ଭାବରେ ବିବେଚନା ନକରି ଏକ ଭିନ୍ନତା ରୂପେ ବିବେଚନା କରିବାକୁ ଅଧିକାର ଆନ୍ଦୋଳନ (accepted as a difference and not treated as a disorder) କରୁଛନ୍ତି ।[୧୪][୧୫]
ସନ ୨୦୧୫ରେ ସାରା ପୃଥିବୀରେ ୨୪.୮ ନିୟୁତ ଲୋକଙ୍କୁ ଅଟିଜିମ୍ ରୋଗ ହୋଇଥିଲା ।[୮] ବିଂଶ ଶତାବ୍ଦୀରେ ପୃଥିବୀରେ ପ୍ରତି ୧,୦୦୦ଲୋକରେ ୧-୨ ଜଣକୁ ଏହି ରୋଗ ହୁଏ ।[୧୬] ବିକଶିତ ଦେଶମାନଙ୍କରେ (developed countries) ପ୍ରାୟ ୧.୫% ପିଲାଙ୍କର ସନ ୨୦୧୭ରେ ଏଏସଡି ରୋଗ ନିର୍ଣ୍ଣୟ ହୋଇଥିଲା ।[୧୭] ଯୁକ୍ତରାଷ୍ଟ୍ର ଆମେରିକାରେ ୨୦୦୦ ମସିହାରେ ଏହାର ୦.୭ % ବୃଦ୍ଧି ହୋଇଥିଲା ।[୧୮] ଝିଅଙ୍କ ଅପେକ୍ଷା ପୁଅଙ୍କର ୪-୫ ଗୁଣ ଅଧିକ ରୋଗ ହେବା ଦେଖାଯାଏ ।[୧୮] ସନ ୧୯୬୦ ପରଠାରୁ ଏହି ରୋଗୀ ସଂଖ୍ୟା ଆଶାତୀତ ଭାବରେ ବୃଦ୍ଧି ହୋଇଛି, ଏହା ନିର୍ଣ୍ଣୟ କରିବାର ଉନ୍ନତ ପଦ୍ଧତି ଯୋଗୁ ହେଉଛି କି ପ୍ରକୃତ ବୃଦ୍ଧି ହେଉଛି ତାହା ସମାଧାନ ହୋଇନି ।[୧୬]
ଆଧାର[ସମ୍ପାଦନା]
- ↑ ୧.୦ ୧.୧ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ ୨.୦ ୨.୧ ୨.୨ "NIMH " Autism Spectrum Disorder". nimh.nih.gov (in ଇଂରାଜୀ). October 2016. Retrieved 20 April 2017.
- ↑ ୩.୦ ୩.୧ ୩.୨ Autism Spectrum Disorder, 299.00 (F84.0). In: American Psychiatric Association. Diagnostic and Statistical Manual of Mental Disorders, Fifth Edition. American Psychiatric Publishing; 2013.
- ↑ ୪.୦ ୪.୧ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Corcoran, Jacqueline; Walsh, Joseph (9 February 2006). Clinical Assessment and Diagnosis in Social Work Practice. Oxford University Press, USA. p. 72. ISBN 9780195168303 – via Google Books.
- ↑ ୬.୦ ୬.୧ ୬.୨ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ ୭.୦ ୭.୧ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ ୮.୦ ୮.୧ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Frith, Uta (October 2014). "Autism - are we any closer to explaining the enigma?". The Psychologist. Vol. 27. British Psychological Society. pp. 744–745.
- ↑ ୧୬.୦ ୧୬.୧ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ ୧୮.୦ ୧୮.୧ "ASD Data and Statistics". CDC.gov. Archived from the original on 18 April 2014. Retrieved 11 July 2016.