କାର୍ପାଲ ଟନେଲ ସିଣ୍ଡ୍ରୋମ

ଉଇକିପିଡ଼ିଆ‌ରୁ
କାର୍ପାଲ ଟନେଲ ସିଣ୍ଡ୍ରୋମ
ମଣିବନ୍ଧର ଅନୁପ୍ରସ୍ଥ(transverse) ବିଭାଜନ । ମେଡ଼ିଆନ ସ୍ନାୟୁ ହଳଦିଆ ରଙ୍ଗ । କାର୍ପାଲ ଟନେଲରେ ଅସ୍ଥି, ଆକୁଞ୍ଚନୀ ଉପବନ୍ଧନୀ ବା ଫ୍ଲେକ୍‌ସର ରେଟିନାକୁଲମ ଦେଖାଯାଉଛି ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିOrthopedic surgery, plastic surgery
ଆଇସିଡ଼ି-୧୦G56.0
ଆଇସିଡ଼ି-୯-ସିଏମ୍354.0
ଓଏମ୍‌ଆଇଏମ୍115430
ରୋଗ ଡାଟାବେସ2156
ମେଡ଼ିସିନ-ପ୍ଲସ000433
ଇ-ମେଡ଼ିସିନorthoped/455 pmr/21 emerg/83 radio/135
MeSHD002349

କାର୍ପାଲ ଟନେଲ ସିଣ୍ଡ୍ରୋମ (ସିଟିଏସ) ରୋଗ ନାମ ଦିଆଯାଏ ଯେତେବେଳେ ମଣିବନ୍ଧର କାର୍ପାଲ ଟନେଲରେ ଥିବା ମେଡ଼ିଆନ ସ୍ନାୟୁ ଚିପି ହୋଇ ଲକ୍ଷଣ ପ୍ରକାଶ ପାଏ ।[୧] ମୂଖ୍ୟ ଲକ୍ଷଣ ସମୂହ: - ପ୍ରାଭାବିତ ବୃଦ୍ଧାଙ୍ଗୁଳି, ତର୍ଜନୀ ଆଙ୍ଗୁଠି, ମଝି ଆଙ୍ଗୁଠି, ମୁଦି ଅଙ୍ଗୁଳିର ବୃଦ୍ଧାଙ୍ଗୁଳି ପାଖରେ ଯନ୍ତ୍ରଣା, କାଲୁଆଝିମଝିମ ହୁଏ ।[୧] ଲକ୍ଷଣ ଧୀରେ ଧୀରେ ଆରମ୍ଭ ହୁଏ ଓ ରାତିରେ ହୁଏ । [୨] ଯନ୍ତ୍ରଣା ବାହୁ ପର୍ଯ୍ୟନ୍ତ ଅନୁଭବ ହୁଏ ।[୨] ହାତ ମୁଠାଶକ୍ତି ଦୁର୍ବଳ ହୋଇଯାଏ ଓ ଥେନାର ଏମିନେନ୍ସ ନଷ୍ଟ ହୋଇଯାଏ । [୨] ଅର୍ଦ୍ଧକ ରୋଗୀଙ୍କର ଉଭୟ ପଟେ ଏହି ରୋଗ ହୁଏ । [୧]

ଏହି ରୋଗର ସଙ୍କଟଦାୟକ ଅବସ୍ଥା ମଧ୍ୟରେ ମୋଟାପଣ, ପୁନଃପୌନିକ ମଣିବନ୍ଧଦ୍ୱାରା କାର୍ଯ୍ୟ, ଗର୍ଭାବସ୍ଥାରିଉମାଟଏଡ ଆର୍ଥ୍ରାଇଟିସ ଉଲ୍ଲେଖନୀୟ ।[୩][୪] ହାଇପୋଥାଇରଏଡିଜ୍ମ ଏହାର ଏକ ସମ୍ଭାବିତ ସଙ୍କଟ ଥିବାର ପ୍ରମାଣ ମିଳୁଛି । [୫] ଏଥିରେ ଡାଏବେଟିସର ଭୂମିକା ଅସ୍ପଷ୍ଟ ଅଛି । ଜନ୍ମ ନିରୋଧ ପିଲ ଏହି ସଙ୍କଟକୁ ପ୍ରଭାବିତ କରେନି । ଏହି ସଙ୍କଟର ବିଭିନ୍ନ କାର୍ଯ୍ୟ ମଧ୍ୟରେ କମ୍ପ୍ୟୁଟର କାମ, କମ୍ପନଶୀଳ ଉପକରଣ ଓ ଯୋର ମୁଠା ଆବଶ୍ୟକ କରୁଥିବା କର୍ମ ଉଲ୍ଲେଖନୀୟ ।[୩] ରୋଗୀର ଲକ୍ଷଣ, ଚିହ୍ନ, ନିର୍ଦ୍ଦିଷ୍ଟ ପରୀକ୍ଷା କରି ଏହି ରୋଗ ନିର୍ଣ୍ଣୟ କରାଯାଏ ଓ ଇଲେକ୍ଟ୍ରୋଡାଏଗନୋଷ୍ଟିକ ପରୀକ୍ଷା ସାହାଯ୍ୟରେ ନିଧାର୍ଯ୍ୟ କରାଯାଏ ।[୨] ବୃଦ୍ଧାଙ୍ଗୁଳି ମୂଳରେ ସ୍ୱଳ୍ପ ମାଂସପେଶୀ (muscle wasting) ଦେଖି ରୋଗ ନିର୍ଣ୍ଣୟ କରାଯାଇପାରେ ।[୩]

ଶାରୀରିକ କାର୍ଯ୍ୟ କରୁଥିଲେ ଏହି ରୋଗ ସଙ୍କଟ କମିଯାଏ । ମଣିବନ୍ଧ ସ୍ପ୍ଲିଣ୍ଟ (splint) ବା କର୍ଟିକୋସ୍ଟିରଏଡ ଇଞ୍ଜେକସନ ନେଲେ ଲକ୍ଷଣ କମିଯାଏ । ଏନଏସଏଆଇଡି ବା ଗାବାପେଣ୍ଟିନ ଔଷଧଦ୍ୱାରା କିଛି ଉପକାର ହେବା ପ୍ରତୀୟମାନ ହେଉନି । ଅଣଅପରେଶନ ଚିକିତ୍ସା ଅପେକ୍ଷା ଟ୍ରାନ୍‌ସ୍‌ଭର୍ସ କାର୍ପାଲ ଲିଗାମେଣ୍ଟ ଅପରେଶନ କରି କାଟିଦେଲେ ଏକ ବର୍ଷ ପରର ଫଳ ଅଧିକ ଭଲ ଜଣାଯାଉଛି । ଅପରେଶନ ପରେ ସ୍ପ୍ଲିଣ୍ଟ ଆବଶ୍ୟକ ହୁଏନି । ଚୁମ୍ବକ ଥେରାପିଦ୍ୱାରା ଚିକିତ୍ସା ଫଳର କିଛି ଭଲ ପ୍ରମାଣ ମିଳୁନି । [୩]

ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରାୟ ୫% ଲୋକଙ୍କର କାର୍ପାଲ ଟନେଲ ସିଣ୍ଡ୍ରୋମ ଥାଏ ।[୬] ଯୁବା ବୟସ ଓ ମହିଳାମାନଙ୍କର ଏହି ରୋଗ ଅଧିକ ହୁଏ ।[୨] ଏକ ବର୍ଷ ମଧ୍ୟରେ କୌଣସି ଚିକିତ୍ସା ନ କଲେ ମଧ୍ୟ ୩୩% ଲୋକଙ୍କର ଏହି ରୋଗ ଉପଶମ ହୋଇଯାଏ ।[୧] ଦ୍ୱିତୀୟ ବିଶ୍ୱ‌ଯୁଦ୍ଧ ପରେ ପ୍ରଥମ କରି କାର୍ପାଲ ଟନେଲର ସିଣ୍ଡ୍ରୋମ ସମ୍ପୁର୍ଣ୍ଣ ବର୍ଣ୍ଣନା କରାଯାଇଥିଲା ।[୭]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ Burton, C; Chesterton, LS; Davenport, G (May 2014). "Diagnosing and managing carpal tunnel syndrome in primary care". The British journal of general practice : the journal of the Royal College of General Practitioners. 64 (622): 262–3. PMID 24771836.
  2. ୨.୦ ୨.୧ ୨.୨ ୨.୩ ୨.୪ "Carpal Tunnel Syndrome Fact Sheet". National Institute of Neurological Disorders and Stroke. January 28, 2016. Archived from the original on 3 March 2016. Retrieved 4 March 2016.
  3. ୩.୦ ୩.୧ ୩.୨ ୩.୩ American Academy of Orthopaedic Surgeons (February 29, 2016). "Management of Carpal Tunnel Syndrome Evidence-Based Clinical Practice Guideline". Archived from the original on March 30, 2020. Retrieved April 21, 2016. {{cite journal}}: Cite journal requires |journal= (help)
  4. Osterman, M; Ilyas, AM; Matzon, JL (October 2012). "Carpal tunnel syndrome in pregnancy". The Orthopedic clinics of North America. 43 (4): 515–20. PMID 23026467.
  5. Shiri, R (December 2014). "Hypothyroidism and carpal tunnel syndrome: a meta-analysis". Muscle & nerve. 50 (6): 879–83. PMID 25204641.
  6. Bickel, KD (January 2010). "Carpal tunnel syndrome". The Journal of hand surgery. 35 (1): 147–52. PMID 20117319.
  7. Amadio, Peter C. (2007). "History of carpal tunnel syndrome". In Luchetti, Riccardo; Amadio, Peter C. (eds.). Carpal Tunnel Syndrome. Berlin: Springer. pp. 3–9. ISBN 978-3-540-22387-0. {{cite book}}: External link in |chapterurl= (help); Unknown parameter |chapterurl= ignored (|chapter-url= suggested) (help)