କାଛୁ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
କାଛୁ
Sarcoptes scabei 2.jpg
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟି Infectious disease[*]
ଆଇସିଡ଼ି-୧୦ B86.
ଆଇସିଡ଼ି-୯-ସିଏମ୍ 133.0
ରୋଗ ଡାଟାବେସ 11841
ମେଡ଼ିସିନ-ପ୍ଲସ 000830
ଇ-ମେଡ଼ିସିନ derm/382 emerg/517 ped/2047
Patient UK କାଛୁ
MeSH D012532
କାଛୁ
Sarcoptes scabei 2.jpg
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟି Infectious disease[*]
ଆଇସିଡ଼ି-୧୦ B86.
ଆଇସିଡ଼ି-୯-ସିଏମ୍ 133.0
ରୋଗ ଡାଟାବେସ 11841
ମେଡ଼ିସିନ-ପ୍ଲସ 000830
ଇ-ମେଡ଼ିସିନ derm/382 emerg/517 ped/2047
Patient UK କାଛୁ
MeSH D012532

କାଛୁ ବା ସାତ ବର୍ଷିଆ ଗଲୁ ଏକ ଚର୍ମ ସଂକ୍ରମଣ ଯାହା ସାର୍କୋପ୍ଟେସ ସ୍କାବି ନାମକ ଉକୁଣି ଜାତୀୟ ଜୀବର ସଂକ୍ରମଣ ଯୋଗୁ ହୁଏ ।[୧][୨] ଏହାର ସାଧାରଣ ଲକ୍ଷଣ: ଗଲୁ ଓ ଏକ ବ୍ରଣ ଭଳି ରାସ । ବେଳେ ବେଳେ ଚର୍ମରେ କ୍ଷୁଦ୍ର କଣା ଦେଖାଯାଏ । ପ୍ରଥମ ସଂକ୍ରମଣର ୨ ରୁ ୬ ସପ୍ତାହ ପରେ ଲକ୍ଷଣ ଆରମ୍ଭ ହୁଏ । ଦ୍ୱିତୀୟ ଥର ସଂକ୍ରମଣ ହେଲେ ଗୋଟିଏ ଦିନରେ ଲକ୍ଷଣ ଆରମ୍ଭ ହୁଏ । ଏହି ଲକ୍ଷଣ ସମୂହ ସାରା ଦେହରେ ଦେଖାଯାଇପାରେ କିନ୍ତୁ କଚଟି, ଆଙ୍ଗୁଳି ସନ୍ଧି ଓ ଅଣ୍ଟାଗାରରେ ହୁଏ । ମୁଣ୍ଡରେ ସାଧାରଣତଃ ଅଳ୍ପ ବ‌ୟସ ପିଲାଙ୍କର ହୁଏ, ବଡ଼ ପିଲା ଓ ବୟସ୍କ ଲୋକଙ୍କର ହୁଏ ନାହିଁ । ଅଧିକାଂଶ ସମୟରେ ରାତିରେ ଗଲୁ ହେ । କୁଣ୍ଡେଇବାଦ୍ୱାରା ଚର୍ମରେ କ୍ଷତ ସୃଷ୍ଟି ହୋଇ ସଂକ୍ରମଣ ହୁଏ । [୩] କାଛୁ ରୋଗ ଏକ ପ୍ରକାର ଉକୁଣିଜାତୀୟ ପ୍ରାଣୀ (ଇଂରାଜୀ ଭାଷାରେ ମାଇଟ/ Mite) ସାର୍କୋପ୍ଟେସ ସ୍କାବିଦ୍ଵାରା ସଂକ୍ରମିତ ହୁଏ । [୧] ସାର୍କୋପ୍ଟେସ ମଣିଷ ଚର୍ମରେ କଣା କରି ରହେ ଓ ଅଣ୍ଡା ଦିଏ । [୧] ଏହି ସଂକ୍ରମଣରେ ମାଇଟ ପ୍ରତି ଦେହରେ ଆଲର୍ଜି ସୃଷ୍ଟି ହୁଏ । [୩] ଅଧିକାଂଶ ସମୟରେ କେବଳ 10 ରୁ 15 ଟି ମାଇଟ ସଙ୍କ୍ରମଣରେ ରହନ୍ତି । [୩] ଅଧିକାଂଶ ସମୟରେ ଦୀର୍ଘ ସମୟ ଧରି ସଂସ୍ପର୍ଶରେ (ଯେପରି ଯୌନ ସମ୍ପର୍କ) ରହିଲେ ରୋଗୀ ଚର୍ମରୁ ସିଧା ସଳଖ ସୁସ୍ଥ ଲୋକକୁ ବ୍ୟପିବା ଦେଖାଯାଏ । [୧] ଲକ୍ଷଣ ବାହାରିବା ପୂର୍ବରୁ ମଧ୍ୟ ଜଣକର ଦେହରୁ ସଂକ୍ରମଣ ହୋଇପାରିବ । [୪] ଅଳ୍ପ ସ୍ଥାନରେ ଅଧିକ ଲୋକ ଏକତ୍ରିତ ରହୁଥିଲେ (ଯେପରିକି ଜେଲଖାନା, ପିଲାମାନେ ରହୁଥିବା ଅସ୍ଵାସ୍ଥ୍ୟକର ଛାତ୍ରାବାସ) ରୋଗ ବ୍ୟାପିବା ସମ୍ଭାବନା ଅଧିକ ରହେ । [୧] ଜନବସତି ସ୍ଥାନରେ ଜଳାଭାବ ମଧ୍ୟ ଏହାର ଏକ କାରଣ ରୂପେ ଜଣାଶୁଣା । [୫] ବକଳ କାଛୁ ଏହାର ଏକ ଗମ୍ଭୀର ସମସ୍ୟାଯୁକ୍ତ ଅବସ୍ଥା । ଇମ୍ମ୍ୟୁନିଟି ଅଭାବ ଥିବା ଲୋକର ଏହି ରୋଗ ହୁଏ ଓ ନିଯୁତାଧିକ ମାଇଟ ଦେହରେ ଥିବାରୁ ଅଧିକ ସଂକ୍ରମଣ ଆଶଙ୍କା ହୁଏ । ଏହି ଧରଣର ଲୋକଙ୍କର ସାମାନ୍ୟ ସ୍ପର୍ଶରେ ବା ଜିନିଷ ସଂସ୍ପର୍ଶରେ ଆସିଲେ ଏହି ରୋଗ ଡିଏ । ଖାଲି ଆଖିକୁ ମାଇଟ ଦେଖାଯାନ୍ତି ନାହିଁ ଚିହ୍ନ ଓ ଲକ୍ଷଣ ଦେଖି ସହଜରେ ରୋଗ ନିର୍ଣ୍ଣୟ କରିହୁଏ । [୬]

କାଛ ରୋଗ ଚିକିତ୍ସା ନିମନ୍ତେ ପରମେଥ୍ରୀନ, କ୍ରୋଟାମିଟ୍ରୋନ ଓ ଲିଣ୍ଡେନ ମଲମ ଓ ଲିଭରମେକ୍ଟିନ ବଟିକା ମିଳୁଛି । [୭] ଗୋଟିଏ ଘରେ ଏକ ମାସ ମଧ୍ୟରେ ଯୌନ ସମ୍ପର୍କ ରଖିଥିବା ସମସ୍ତଙ୍କୁ ଏକକାଳୀନ ଚିକିତ୍ସା କରିବା ଉଚିତ । ଗତ ୩ ଦିନରେ ବ୍ୟବହାର କରିଥିବା ଲୁଗାପଟା ଗରମ ପାଣିରେ ଧୋଇ ଖରାରେ ବା ଡ୍ରାୟର ଯନ୍ତରେ ଶୁଖେଇବା ଆବଶ୍ୟକ । ମଣିଷ ଚମ ବାହାରେ ମାଇଟ ୩ ଦିନରୁ ଅଧିକ ବଞ୍ଚି ପାରୁ ନ ଥିବାରୁ ଅଧିକ ଧୋଇବା ଅନାବଶ୍ୟକ । ଚିକିତ୍ସା ପରେ୨ ରୁ ୪ ସପ୍ତାହ ପର୍ଯ୍ୟନ୍ତ ଲକ୍ଷଣ ଲାଗିରହି ପାରେ । ଏହା ପରେ ଲକ୍ଷଣ ଲାଗି ରହିଲେ ଆଉ ଠାରେ ଚିକିତ୍ସା କରିବା ଆବଶ୍ୟକ ହୁଏ । [୪]

ପିଲାଙ୍କୁ ହେଉଥିବା ଅତି ସାଧାରଣ ଚର୍ମ ରୋଗ ମଧ୍ୟରୁ କାଛୁ ଗୋଟିଏ, ଅନ୍ୟ ଦୁଇଟିର ନାମ ଯାଦୁଜୀବାଣୁ ଜନିତ ସଂକ୍ରମଣ.[୮] ସନ ୨୦୧୦ ରେ ୧୦୦ ନିୟୁତ ଲୋକଙ୍କୁ (ଜନସଂଖ୍ୟାର ୧.୫ %) ଏହି ରୋଗ ହୋଇଥିଲା ଓ ପୁରୁଷ ତଥା ମହିଳା ସମପରିମାଣରେ ହୋଇଥିଲା । [୯] ଅଳ୍ପ ବୟସ୍କ ଓ ବୃଦ୍ଧ ଲୋକମାନଙ୍କୁ ଏହି ରୋଗ ଅଧିକ ହୁଏ । ଏହା ବିକାଶଶୀଳ ଦେଶଗ୍ରୀଷ୍ମମଣ୍ଡଳୀୟ ଜଳବାୟୁରେ ଅଧିକ ହୁଏ । [୬] ଲାଟିନ: ଭାଷାରେ ସ୍କାବାରେ, ଅର୍ଥ "କୁଣ୍ଡେଇବା" । [୧୦] ଅନ୍ୟ ପଶୁ ମାନବ କାଛୁ ସଂକ୍ରମଣ କରନ୍ତି ନାହିଁ । [୧] ପଶୁମାନଙ୍କୁ ହେଉଥିବା ସଂକ୍ରମଣ ସାର୍କୋପ୍ଟେସ ମାଙ୍ଗେଦ୍ଵାରା ହୁଏ । [୧୧]


ଚିହ୍ନ ଓ ଲକ୍ଷଣ[ସମ୍ପାଦନା]

କାଛୁର ଅତି ପରିଚିତ ଲକ୍ଷଣ: କୁଣ୍ଡେଇ ହେବା ଓ ରର୍ମରେ ସରୁ କଣା ଦେଖାଯିବା । ତିନି ଚାରୋଟି କଣା ସିଧାରେ ଲାଗି ଲାଗି ଥାଏ ଓ ମଶା କାମୁଡ଼ା ଭଳି ଦେଖାଯାଏ ।

କୁଣ୍ଡେଇ ହେବା[ସମ୍ପାଦନା]

ଉଷ୍ମତା ପାଇଲେ ବେଶୀ କୁଣ୍ଡେଇ ହୁଏ, ରାତିରେ ବୋଧହୁଏ ମନର ଅନ୍ୟ ଆକର୍ଷଣ ନ ଥିବାରୁ ଅଧିକ ହୁଏ । ବୟସ୍କ ଲୋକଙ୍କର ଏତେ କୁଣ୍ଡେଇ ହୁଏ ନାହିଁ ।

ଲାଲ ଦାଗ[ସମ୍ପାଦନା]

ସାଧାରଣତଃ ହାତରେ ଆଙ୍ଗୁଠି ସନ୍ଧିରେ, ପାଦରେ, କଚଟିରେ (Wrist), କହୁଣିରେ, ପିଠିରେ, ପିଚାରେ ଓ ବାହ୍ୟ ଯୌନାଙ୍ଗରେ କାଛୁ ଦେଖାଯାଏ । ଛୋଟ ଶିଶୁଙ୍କର ଓ ଇମ୍ମ୍ୟୁନିଟି କମ ଥିବା ଲୋକଙ୍କ ବ୍ୟତୀତ ଅନ୍ୟମାନଙ୍କର ମୁଣ୍ଡରେ ଓ ମୁହଁରେ ଏହା ଦେଖାଯାଏ ନାହିଁ । ପରଜୀବିମାନେ କଣା କରି ଚର୍ମ ଭିତରେ ପଶନ୍ତି ।
କଣାଗୁଡ଼ିକ ସଳଖ ବା ଇଂରାଜୀ ଏସ ଅକ୍ଷର ଭଳି ଦେଖାଯାଏ ଓ ସାଥିରେ ପୋକ ବା ମଶା କାମୁଡ଼ା ଦାଗ ଭଳି ଦେଖାଯାଏ । ଦେହର ସନ୍ଧି ସ୍ଥଳରେ ଯେମିତିକି ସ୍ତନ ତଳେ, ହାତ ଓ ପାଦର ଆଙ୍ଗୁଠି ସନ୍ଧିରେ ଓ ଯୌନାଙ୍ଗରେ ଏହି ଚିହ୍ନ ସବୁ ଦେଖାଯାଏ ।[୧୨]
ରୋଗୀ ସଂସ୍ପର୍ଶରେ ଆସିବାର ଦୁଇରୁ ଛଅ ସପ୍ତାହ ମଧ୍ୟରେ ରୋଗ ହୁଏ । ଆଗରୁ ଏହି ଏହି ରୋଗ ଥିଲେ ଅଳ୍ପ ଦିନ ମଧ୍ୟରେ ଦେଖାଯାଏ । ଅନେକ ମାସ ଓ ବର୍ଷ ପରେ ମଧ୍ୟ ଦେଖାଯାଇପାରେ । ଛୋଟ ଶିଶୁଙ୍କର ରୋଗରେ ଫୋଟକା ଓ ପୂଜ ଥିବା ଫୋଟକା ଦେଖାଯାଏ ।

ଖୋଳପା କାଛୁ[ସମ୍ପାଦନା]

ଏଡସ ରୋଗୀ ଦେହରେ କାଛୁ ବକଳା ହେବାର ଦୃଶ୍ୟ

ବୟସ୍କ ଲୋକ ଓ ଇମ୍ମ୍ୟୁନିଟି କମ ଥିବା ଲୋକଙ୍କର (ଏଚ୍ ଆଇ.ଭି ଓ କର୍କଟ ରୋଗୀ) ଏହି ଖୋଳପା କାଛୁ (ନର୍‌ଵେଜିଆନ କାଛୁ Norwegian scabies) ହୁଏ[୧୩] । ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ଦେହରେ ପରଜୀବିମାନେ ହଜାର ସଂଖ୍ୟାରେ ବଂଶ ବୃଦ୍ଧି କରନ୍ତି[୧୪] । ଏଥିରେ କୁଣ୍ଡେଇ ହେବା ସଙ୍ଗେ ସଙ୍ଗେ କାତି ଭଳି ଖୋଳପା ବାହାରେ । ଏହି ଖୋଳପାଗୁଡ଼ିକ ଯୋଗୁ ମଲମରୁ ପରଜୀବିମାନେ ରକ୍ଷା ପାଆନ୍ତି ।

କାରଣ[ସମ୍ପାଦନା]

କାଛୁର ଜୀବନ ଚକ୍ର[୧୫]

ଅଷ୍ଟାଦଶ ଶତାବ୍ଦୀରେ ଇତାଲୀୟ ଜୀବବିଜ୍ଞାନୀ ଡାୟାସିଣ୍ଟୋ ସେସ୍ଟୋନିଅ (Italian biologist Diacinto Cestoni - ୧୬୩୭– ୧୭୧୮) ସର୍ବ ପ୍ରଥମେ କାଛୁ ରୋଗ ସୃଷ୍ଟି କରୁଥିବା କୀଟ ବିଷୟରେ ଲେଖିଥିଲେ ଯାହା ଆଜି ସାର୍କୋପ୍ଟେସ ସ୍କାବି (Sarcoptes scabiei) ନାମରେ ପରିଚିତ । ଏହି ଜୀବ ଟିଙ୍କ ତଥା ବୁଢିଆଣୀ ଶ୍ରେଣୀର ଜୀବ ଓ ସ୍କାବ ମାଇଟ (as scab mites) ପରିବାରର ସଦଶ୍ୟ ।
ଏହି କୀଟ ବେଳେ ବେଳେ ଖାଲି ଆଖିକୁ ଦେଖାଯାଏ ନାହିଁ, କିନ୍ତୁ ବେଳେ ବେଳେ ଧଳା ପିନ ମୂନ ଭଳି ଦେଖାଯାଏ । ଗର୍ଭିଣୀ ମାଈ କୀଟ ଚର୍ମର ବାହ୍ୟ ମୃତ ସ୍ତର (Stratum corneum) କଣା କରି ଭିତରକୁ ପଶେ ଓ ଅଣ୍ଡା ଦିଏ । ଏହି ଅଣ୍ଡାଗୁଡ଼ିକ ୩ ରୁ ଦଶ ଦିନ ମଧ୍ୟରେ ଲାର୍ଭାରେ ପରିଣତ ହୁଅନ୍ତି ଓ ଚର୍ମରେ ରହି ନିମ୍ଫାଲ ("nymphal") ଭାବରେ ପରିଚିତ ହୋଇ ୩/ ୪ ସପ୍ତାହ ଦେହରେ ରହିବା ପରେ ବୟସ୍କ ହୁଅନ୍ତି । ଅଣ୍ଡିରା କୀଟ ଚମ ଉପରେ ବୁଲନ୍ତି । ମାଈ କୀଟ କଣା ଭିତରେ ରହନ୍ତି । ସୁସ୍ଥ ଲୋକ ଦେହରେ ପ୍ରାୟ ୧୧ଟି କୀଟ ଏକା ବେଳେକେ ରହିବା ଦେଖା ଯାଇଛି ।
କୀଟଙ୍କର ଚଳ ପ୍ରଚଳ ଦ୍ଵାରା ପ୍ରବଳ କୁଣ୍ଡେଇ ହୁଏ ଓ ପରେ ପ୍ରଦାହ ହୁଏ ।
କାଛୁ ଏକ ଡିଆଁ ରୋଗ । ସଂକ୍ରମିତ ସ୍ଥାନକୁ କୁଣ୍ଡେଇଲେ ନଖ କୋଣରେ କୀଟ ସ୍ଥାନନ୍ତରିତ ହୁଏ । ଅଧିକ ସମୟ ଧରି ମିଳାମିଶା କଲେ ରୋଗ ଡିଏଁ । ମଣିଷ ଦେହ ବିନା ଏହା ୨୪ ରୁ ୩୬ ଘଣ୍ଟା ମାତ୍ର ବଞ୍ଚିପାରିବ ।

ରୋଗ ନିର୍ଣ୍ଣୟ[ସମ୍ପାଦନା]

ନିର୍ଦ୍ଧାରିତ ସ୍ଥାନରେ କୂଣ୍ଡେଇ ହେଲେ ଓ କ୍ଷୁଦ୍ର କଣା ଦେଖାଗଲେ ଏହି ରୋଗ ନିର୍ଣ୍ଣୟ କରାଯାଏ । ଡର୍ମୋସ୍କୋପି ଦ୍ଵାରା ନିଧାର୍ଯ୍ୟ ଭାବେ ନିର୍ଣ୍ଣୟ କରାଯାଏ ।

ଚିକିତ୍ସା[ସମ୍ପାଦନା]

ପରିବାର ତଥା ସାଇର ସଦସ୍ୟମାନଙ୍କର ରୋଗୀ ସହ ଚିକିତ୍ସା ଆବଶ୍ୟକ । ନଚେତ ଏହି ରୋଗ ପୁନଶ୍ଚ ଅନ୍ୟ ସଦସ୍ୟମାନଙ୍କଠାରୁ ଡେଇଁବ । କୁଣ୍ଡେଇବା ରୋକିବା ନିମନ୍ତେ ଆଣ୍ଟିହିସ୍ଟାମିନ୍ ଔଷଧ ଦିଆଯାଏ । ବେଞ୍ଜାଇଲ ବେଞ୍ଜୋଏଟ (Benzyl benzoate) ଦ୍ରବଣ ସାରା ଦେହରେ ଲଗେଇବାକୁ ହୁଏ । ୧୦ % ଗନ୍ଧକ Sulpher ଦ୍ରବଣ ମଧ୍ୟ କାମ ଦିଏ । ଏକ ସପ୍ତାହ ଧରି ଔଷଧ ଲଗେଇବାକୁ ହୁଏ ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Epidemiology & Risk Factors". Centers for Disease Control and Prevention. November 2, 2010. Retrieved 18 May 2015. 
  2. Gates, Robert H. (2003). Infectious disease secrets (2. ed.). Philadelphia: Elsevier, Hanley Belfus. p. 355. ISBN 978-1-56053-543-0. 
  3. ୩.୦ ୩.୧ ୩.୨ "Parasites - Scabies Disease". Center for Disease Control and Prevention. November 2, 2010. Retrieved 18 May 2015. 
  4. ୪.୦ ୪.୧ "Parasites - Scabies Treatment". Center for Disease Control and Prevention. November 2, 2010. Retrieved 18 May 2015. 
  5. "WHO -Water-related Disease". World Health Organization. Retrieved 2010-10-10. 
  6. ୬.୦ ୬.୧ "Scabies". World Health Organization. Retrieved 18 May 2015. 
  7. "Parasites - Scabies Medications". Center for Disease Control and Prevention. November 2, 2010. Retrieved 18 May 2015. 
  8. Andrews RM, McCarthy J, Carapetis JR, Currie BJ (December 2009). "Skin disorders, including pyoderma, scabies, and tinea infections". Pediatr. Clin. North Am. 56 (6): 1421–40. doi:10.1016/j.pcl.2009.09.002. PMID 19962029. 
  9. Vos, T (Dec 15, 2012). "Years lived with disability (YLDs) for 1160 sequelae of 289 diseases and injuries 1990–2010: a systematic analysis for the Global Burden of Disease Study 2010.". Lancet 380 (9859): 2163–96. doi:10.1016/S0140-6736(12)61729-2. PMID 23245607. 
  10. Mosby's Medical, Nursing & Allied Health Dictionary (4 ed.). Mosby-Year Book Inc. 1994. p. 1395. ISBN 9780801672255. 
  11. Georgis' Parasitology for Veterinarians (10 ed.). Elsevier Health Sciences. 2014. p. 68. ISBN 9781455739882. 
  12. "Scabies" (PDF). DermNet NZ. New Zealand Dermatological Society Incorporated. 
  13. Hicks MI, Elston DM (2009). "Scabies". Dermatol Ther 22 (4): 279–92. doi:10.1111/j.1529-8019.2009.01243.x. PMID 19580575. 
  14. "DPDx—Scabies". Laboratory Identification of Parasites of Public Health Concern. CDC. 
  15. CDC web site > DPDx - Laboratory Identification of Parasites of Public Health Concern > Scabies [୧]