ମଧ୍ୟକର୍ଣ୍ଣ ପ୍ରଦାହ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ମଧ୍ୟକର୍ଣ୍ଣ ପ୍ରଦାହ
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟି otolaryngology[*]
ଆଇସିଡ଼ି-୧୦ H65.-H67.
ଆଇସିଡ଼ି-୯-ସିଏମ୍ 017.40, 055.2, 381.0, 381.1, 381.2, 381.3, 381.4, 382
ରୋଗ ଡାଟାବେସ

29620 serous,
9406

suppurative
ମେଡ଼ିସିନ-ପ୍ଲସ 000638 acute, 007010 with effusion, 000619 chronic
ଇ-ମେଡ଼ିସିନ emerg/351
ent/426 complications, ent/209 with effusion, ent/212 Medical treat., ent/211 Surgical treat. ped/1689
MeSH D010033

ମଧ୍ୟକର୍ଣ୍ଣ ପ୍ରଦାହ, ଇଂରାଜୀରେ ଓଟାଇଟିସ ମିଡିଆ (Otitis media) ରୋଗ ମଝି କାନରେ ହେଉଥିବା କେତେକ ପ୍ରଦାହ ରୋଗର ଦଳକୁ ବୁଝାଏ । [୧] ଏହାକୁ ଦୁଇ ପ୍ରକାର ଶ୍ରେଣୀରେ ବିଭକ୍ତ କରାଯାଏ ଯଥା ତୀବ୍ର ମଧ୍ୟକର୍ଣ୍ଣ ପ୍ରଦାହ (ଏ.ଓ.ଏମ/AOM) ବା ଆକ୍ୟୁଟ ଓଟାଇଟିସ ମିଡିଆନିର୍ଗମନ ସ‌ହ ମଧ୍ୟକର୍ଣ୍ଣ ପ୍ରଦାହ ବା ଓଟାଇଟିସ ମିଡିଆ ଉଇଥ ଇଫ୍ୟୁଜନ (ଓ.ଏମ.ଇ./OME) । [୨] ଏ.ଓ.ଏମ. ଏକ ତୀବ୍ର ସଂକ୍ରମଣ ଯେଉଁଥିରେ କାନ ଯନ୍ତ୍ରଣା ଅତିଶୀଘ୍ର ହୁଏ । ଅଳ୍ପ ବୟସର ପିଲା ରୋଗୀ କାଙ୍କୁ ବାରମ୍ବାର ଟାଣନ୍ତି, ଅଧିକ କାନ୍ଦନ୍ତି ଓ ଅନିଦ୍ରା ରହ‌ନ୍ତି । ଆହାର କମିଯାଏ ଓ ଜ୍ୱର ହୋଇପାରେ । ଓ.ଏମ.ଇ. ହେଲେ ସେହିପରି ଲକ୍ଷଣ ପ୍ରକାଶିତ ହୁଏନାହିଁ । [୩] କାନ ଭର୍ତ୍ତି ହେଲା ଭଳି ବେଳେ ବେଳେ ଲାଗେ । ଏହାର ସଂଜ୍ଞା ଅନୁସାରେ ତିନି ମାସରୁ ଅଧିକ ସମୟ ଧରି ଅଣସଂକ୍ରାମକ ତରଳ ପଦାର୍ଥ ମଝି କାନରେ ଥାଏ । କ୍ରନିକ ସପ୍ୟୁରେଟିଭ ଓଟାଇଟିସ ମିଡିଆ/ Chronic suppurative otitis media (ସି.ଏସ.ଓ.ଏମ./CSOM) ରୋଗ ମଝି କାନରେ ଦୁଇ ସପ୍ତାହରୁ ଅଧିକ ପ୍ରଦାହ ଥାଇ ପଦାର୍ଥ ନିଃସୃତ ହେଉଥିଲେ କୁହାଯାଏ । ଏହା ତୀବ୍ର ମଧ୍ୟକର୍ଣ୍ଣ ପ୍ରଦାହର ଜଟୀଳତା ହୋଇପାରେ । ଏଥିରେ କଷ୍ଟ କ୍ୱଚିତ ହୁଏ । [୪] ସମସ୍ତ ତିନି ପ୍ରକାର କାନ ରୋଗରେ ଶୃତି ଦୋଷ ଥାଇପାରେ । [୧][୨] ଓ.ଏମ.ଇ. ଥିଲେ ପିଲାର ଶିଖିବା ଦକ୍ଷତା ପ୍ରଭାବିତ ହୋଇପାରେ । [୪]

ଏ.ଓ.ଏମର କାରଣ ସ‌ହିତ ଶରୀରର ଗଠନଇମ୍ମ୍ୟୁନ ପ୍ରଣାଳୀର ସମ୍ପର୍କ ଅଛି । ଜୀବାଣୁ ବା ଭୂତାଣୁଦ୍ୱାରା ଏହି ରୋଗ ହୁଏ । ଧୁମ୍ରପାନ‌କାରୀ, ସେବାକାରୀ ଓ ଚୁଚୁମାଧାରୀମାନେ ଏହି ରୋଗ ସଙ୍କଟ ମଧ୍ୟରେ ଥାଆନ୍ତି । ଦେଶୀ ଆମେରିକା ଲୋକ ଓ ଡାଉନ ସିଣ୍ଡ୍ରୋମ ରୋଗୀମାନଙ୍କର ଏହି ରୋଗ ଅଧିକ ହୁଏ । [୪] ଏ.ଓ.ଏମ ପରେ ଓ.ଏମ.ଇ. ବାରମ୍ବାର ହୁଏ ଓ ଭୁତାଣୁ ଜନିତ ଉର୍ଦ୍ଧ୍ୱ ଶ୍ୱାସନଳୀ ସଂକ୍ରମଣ, ଧୁମ୍ରପାନ, ଆଲର୍ଜି ସ‌ହିତ ସମ୍ପର୍କ ଥାଇପାରେ । [୪][୨] କାନ ପରଦା ଅନୁଶୀଳନ କରି ସଠିକ ରୋଗ ନିର୍ଣ୍ଣୟ କରାଯାଏ । [୫] ଏ.ଓ.ଏମ ରୋଗର ଲକ୍ଷଣ: କାନ ପରଦା ଫୁଲି ରହେ ବା କିଛି ପବନ ଫୁଙ୍କିଲେ ମଧ୍ୟ ପରଦାର ହଲେ ନାହିଁ । [୬][୩] ବ‌ହିଃକର୍ଣ୍ଣରେ କୌଣସି ରୋଗ ନ ଥାଇ ନୂଆ ପୂଜ ବାହାରିଲେ ଏହି ରୋଗ ସନ୍ଦେହ କରାଯାଏ । [୩]

ଅନେକ ଗୁଡ଼ିଏ ପଦକ୍ଷେପଦ୍ୱାରା ଏହି ରୋଗ କମ କରାଯାଇପାରେ ଯଥା ନିମୋକୋକାଲ ଟିକାକରଣଇନଫ୍ଲୁଏଞ୍ଜା ଟିକାକରଣ, ନବଜାତ ଶିଶୁକୁ ୬ମାସ ପର୍ଯ୍ୟନ୍ତ ସ୍ତନ୍ୟପାନ କରେଇବା ଓ ଧୁମ୍ରପାନ ବନ୍ଦ କରିବା । [୩] ଆଣ୍ଟିବାୟୋଟିକଦ୍ୱାରା ଏହି ରୋଗ ଶୀଘ୍ର ଆରୋଗ୍ୟ ହୁଏ ନାହିଁ । [୬][୭] ଏଓଏମ ନିମନ୍ତେ କଷ୍ଟ ଲାଘବକାରୀ ଔଷଧ ଅତି ଆବଶ୍ୟକ । [୩] ପାରାସେଟାମୋଲ, ଆସେଟାମିନୋଫେନ, ଆଇବୁପ୍ରୋଫେନ, ବେଞ୍ଜିକେନ କାନ ଡ୍ରପ ଓ ଓପିଅଏଡ ଇତ୍ୟାଦି ଔଷଧ ଦିଆଯାଏ । [୩] ଏଓଏମ ରୋଗରେ ଆଣ୍ଟିବାୟୋଟିକ ଦେଲେ ଶୀଘ୍ର କମିଯାଏ କିନ୍ତୁ ପାର୍ଶ୍ୱାପ୍ରତିକ୍ରିୟା ଦେଖାଯାଇ ପାରେ । [୮] ଦୁଇ ବର୍ଷ ତଳେ ଥିବା ରୋଗୀ ଓ ସାଙ୍ଘାତିକ ରୋଗୀକୁ ଆଣ୍ଟିବାୟୋଟିକ ଦିଆଯାଏ । ଅଳ୍ପ ସାଙ୍ଘାତିକ ହୋଇଥିଲେ ଦୁଇ ବା ତିନି ଦିନ ଅପେକ୍ଷା କରି ନ କମିଲେ ଦିଆଯାଏ । [୬] ରୋଗ ଆରମ୍ଭରେ ଆମୋକ୍ସିସିଲିନ ସାଧାରଣତଃ ଦିଆଯାଏ । ବାରମ୍ବାର ସଂକ୍ରମଣ ହେଲେ କମେଇବା ନିମନ୍ତେ ଟିମ୍ପାନୋସ୍ଟୋମି ଟ୍ୟୁବ ଦିଆଯାଏ । [୩]

ଏଓଏମ ରୋଗ ପୃଥିବୀରେ ବାର୍ଷିକ ୧୧ % ଲୋକ ବା ୭୧୦ ନିୟୁତ ଲୋକଙ୍କୁ ଆକ୍ରମଣ କରେ । [୯] ଏଥିରୁ ଅଧା ରୋଗୀ ୫ ବର୍ଷ ବୟସରୁ କମ ପିଲାଙ୍କୁ ହୁଏ ଓ ପୁଅମାନଙ୍କୁ ବେଶୀ ହୁଏ । [୪][୯] ରହି ରୋଗୀଙ୍କ ମଧ୍ୟରୁ ୪. ୮% ବା ୩୧ ନିୟୁତ ଲୋକଙ୍କର କ୍ରନିକ ସପ୍ୟୁରେଟିଭ ଓଟାଇଟିସ ମିଡିଆ ହୁଏ । [୯] ଦଶ ବର୍ଷ ବୟସ ପୂର୍ବରୁ ୮୦ % ପିଲାଙ୍କୁ ଓଏମଇ ଆକ୍ରମଣ କରେ । [୪] ସନ ୧୯୯୦ରେ ୪୯୦୦ ମୃତ୍ୟୁ ଏହି ରୋଗରେ ହୋଇଥିବା ବେଳେ ସନ ୨୦୧୩ରେ ୨୪୦୦ ମୃତ୍ୟୁ ହୋଇଥିଲା । [୧୦]

ଆଧାର[ସମ୍ପାଦନା]

  1. ୧.୦ ୧.୧ Qureishi, A; Lee, Y; Belfield, K; Birchall, JP; Daniel, M (10 January 2014). "Update on otitis media - prevention and treatment.". Infection and drug resistance 7: 15–24. PMID 24453496. doi:10.2147/IDR.S39637. 
  2. ୨.୦ ୨.୧ ୨.୨ "Ear Infections". cdc.gov. September 30, 2013. Retrieved 14 February 2015. 
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ Lieberthal, AS; Carroll, AE; Chonmaitree, T; Ganiats, TG; Hoberman, A; Jackson, MA; Joffe, MD; Miller, DT; Rosenfeld, RM; Sevilla, XD; Schwartz, RH; Thomas, PA; Tunkel, DE (March 2013). "The diagnosis and management of acute otitis media.". Pediatrics 131 (3): e964–99. PMID 23439909. doi:10.1542/peds.2012-3488. 
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ Minovi, A; Dazert, S (2014). "Diseases of the middle ear in childhood.". GMS current topics in otorhinolaryngology, head and neck surgery 13: Doc11. PMID 25587371. doi:10.3205/cto000114. 
  5. Coker, TR; Chan, LS; Newberry, SJ; Limbos, MA; Suttorp, MJ; Shekelle, PG; Takata, GS (17 November 2010). "Diagnosis, microbial epidemiology, and antibiotic treatment of acute otitis media in children: a systematic review.". JAMA 304 (19): 2161–9. PMID 21081729. doi:10.1001/jama.2010.1651. 
  6. ୬.୦ ୬.୧ ୬.୨ "Otitis Media: Physician Information Sheet (Pediatrics)". cdc.gov. November 4, 2013. Retrieved 14 February 2015. 
  7. van Zon, A; van der Heijden, GJ; van Dongen, TM; Burton, MJ; Schilder, AG (12 September 2012). "Antibiotics for otitis media with effusion in children.". The Cochrane database of systematic reviews 9: CD009163. PMID 22972136. doi:10.1002/14651858.CD009163.pub2. 
  8. Venekamp, RP; Sanders, S; Glasziou, PP; Del Mar, CB; Rovers, MM (31 January 2013). "Antibiotics for acute otitis media in children.". The Cochrane database of systematic reviews 1: CD000219. PMID 23440776. doi:10.1002/14651858.CD000219.pub3. 
  9. ୯.୦ ୯.୧ ୯.୨ Monasta, L; Ronfani, L; Marchetti, F; Montico, M; Vecchi Brumatti, L; Bavcar, A; Grasso, D; Barbiero, C; Tamburlini, G (2012). "Burden of disease caused by otitis media: systematic review and global estimates.". PLOS ONE 7 (4): e36226. PMC 3340347. PMID 22558393. doi:10.1371/journal.pone.0036226. 
  10. GBD 2013 Mortality and Causes of Death, Collaborators (17 December 2014). "Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013.". Lancet 385 (9963): 117–71. PMC 4340604. PMID 25530442. doi:10.1016/S0140-6736(14)61682-2.