ଫାଇବ୍ରୋମ୍ୟାଲ୍‌ଜିଆ

ଉଇକିପିଡ଼ିଆ ରୁ
Jump to navigation Jump to search
ଫାଇବ୍ରୋମ୍ୟାଲ୍‌ଜିଆ
ଫାଇବ୍ରୋମ୍ୟାଲ୍‌ଜିଆ ସିଣ୍ଡ୍ରୋମ (FMS)
Tender points fibromyalgia svg.svg
ଆମେରିକାନ୍ କଲେଜ ଅଫ୍ ରିଉମାଟୋଲୋଜି ୧୯୯୦ର ଫାଇବ୍ରୋମ୍ୟାଲ୍‌ଜିଆ ମାନ‌ଦଣ୍ଡ ଅନୁସାରେ ଦେହରେ ନ‌ଅ ଯୋଡ଼ା ଦରଜ ସ୍ଥାନ ଦର୍ଶାଯାଇଛି ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ଉଚ୍ଚାରଣ/ˌfaɪbroʊmaɪˈældʒə/[୧]
ସ୍ପେଶାଲିଟିରିଉମାଟୋଲୋଜି
ଆଇସିଡ଼ି-୧୦M79.7 – Fibromyalgia
ଆଇସିଡ଼ି-୯-ସିଏମ୍729.1Myalgia and myositis, unspecified
ମେଡ଼ିସିନ-ପ୍ଲସ000427
ଇ-ମେଡ଼ିସିନmed/790 med/2934 ped/777 pmr/47
Patient UKଫାଇବ୍ରୋମ୍ୟାଲ୍‌ଜିଆ
MeSHD005356

ଫାଇବ୍ରୋମ୍ୟାଲ୍‌ଜିଆ (ଏଫ୍ଏମ୍) ଏକ ମେଡିକାଲ ବେମାରୀ ଯେଉଁଥିରେ ଦେହର ଅନେକ ଜାଗାରେ କ୍ରନିକ ଯନ୍ତ୍ରଣା ହୁଏ ଓ ଦେହରେ ଚାପ ପଡ଼ିଲେ ଅସାମାନ୍ୟ ଯନ୍ତ୍ରଣା ହୁଏ ।[୨] ଥକ୍କା ଅନୁଭବ ଯୋଗୁ ସାଧାରଣ ଜୀବନ ଯାତ୍ରା ବାଧାପ୍ରାପ୍ତ ହୁଏ ନିଦ୍ରା ସମସ୍ୟାସ୍ମରଣ ସମସ୍ୟା ହୁଏ ।[୩] ରେସ୍ଟଲେସ୍ ଲେଗ୍ ସିଣ୍ଡ୍ରୋମ, ଅନ୍ତନଳୀ ବା ମୂତ୍ରାଶୟ ସମସ୍ୟା, ଉଚ୍ଚସ୍ୱର, ଆଲୋକ ଓ ଉତ୍ତାପକୁ ସମ୍ବେଦନଶୀଳ ଇତ୍ୟାଦି ଲକ୍ଷଣ କେତେକ ଲୋକ ପ୍ରକାଶ କରନ୍ତି ।[୪] ଅନେକ ସମୟରେ ଅବସାଦ, ଉତ୍କଣ୍ଠାଆଘାତୋତ୍ତର ଚାପ ବେମାରୀ ଏହି ରୋଗୀଙ୍କ ସ‌ହ ଦେଖାଯାଏ । ଅନେକ ପ୍ରକାରର କ୍ରନିକ ଯନ୍ତ୍ରଣା ମଧ୍ୟ ଏହି ରୋଗରେ ହୁଏ ।[୩]

ଫାଇବ୍ରୋମ୍ୟାଲ୍‌ଜିଆ ରୋଗର କାରଣ ଅଜଣା ଥିଲେ ମଧ୍ୟ ପରିବେଶ ଓ ଜେନେଟିକ ପ୍ରଭାବ ଥିବା ବିଶ୍ୱାସ ଥିବା ବିଶ୍ୱାସ କରାଯାଏ ଓ ଉଭୟର ଅଧା ଅଧା ସଙ୍କଟ ଥାଇପାରେ ।[୩][୪] ଏହି ରୋଗ ପରିବାରରେ ଚାଲେ ଓ ଏକାଧିକ ଜିନ୍ ଏଥିରେ ସଂଶ୍ଳିଷ୍ଟ ଥାଆନ୍ତି ।[୫] ପରିବେଶ କାରକ, ମନସ୍ତାତ୍ତ୍ୱିକ ଚାପ, ଆଘାତ ଓ କେତେକ ସଂକ୍ରମଣ ଏଥି ନିମନ୍ତେ ଦାୟୀ ହୋଇପାରନ୍ତି ।[୩] କେନ୍ଦ୍ରୀୟ ସ୍ନାୟୁ ମଣ୍ଡଳରେ କୌଣସି ପ୍ରକ୍ରିୟା ଯୋଗୁ ଯନ୍ତ୍ରଣା ହେଉଥିବାରୁ ଏହାକୁ ସେଣ୍ଟ୍ରାଲ ସେନ୍ସିଟାଇଜେସନ୍ ସିଣ୍ଡ୍ରୋମ କୁହାଯାଏ ।[୨][୩] ଫାଇବ୍ରୋମ୍ୟାଲ୍‌ଜିଆକୁ ଏକ ବେମାରୀ ହିସାବରେ ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟାସନାଲ ଇନସ୍ଟିଚ୍ୟୁଟ ଅଫ ହେଲ୍‌ଥ୍ଆମେରିକାଲ କଲେଜ ଅଫ ରିଉମାଟୋଲୋଜି ସ୍ୱୀକୃତି ଦେଇଛନ୍ତି ।[୪][୬] ଏହା ନିମନ୍ତେ କୌଣସି ନିର୍ଣ୍ଣୟାତ୍ମକ ପରୀକ୍ଷା ନାହିଁ । [୪] ପ୍ରଥମେ ସମ୍ଭବ୍ୟ କାରଣମାନଙ୍କୁ ବାହାର କରିବାକୁ ପଡ଼େ ଓ କେତେକ ନିର୍ଦ୍ଦିଷ୍ଟ ଲକ୍ଷଣ ଉପସ୍ଥିତି ଆବଶ୍ୟକ ହୁଏ । [୩][୪]

ଫାଇବ୍ରୋମ୍ୟାଲ୍‌ଜିଆ ରୋଗର ଚିକିତ୍ସା କଷ୍ଟସାଧ୍ୟ । ସୁନିଦ୍ରା, ନିୟମିତ ବ୍ୟାୟାମ ଓ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ଖାଇବାକୁ ସୁପାରିସ୍ କରାଯାଏ ।[୪] ଜ୍ଞାନାତ୍ମକ ବ୍ୟବ‌ହାରିକ ଥେରାପିରେ (Cognitive behavioral therapy) ସାହାଯ୍ୟ ମିଳେ ।[୩] ଔଷଧ ମଧ୍ୟରେ ଡୁଲୋକ୍‌ସେଟିନ୍, ମିଲ୍‌ନାସିପ୍ରାନ୍, ବା ପ୍ରିଗାବାଲିନ ବ୍ୟବ‌ହାର କରାଯାଇପାରେ ଅଫିମାତ୍ମକ ଯନ୍ତ୍ରଣାନିବାରକ ଔଷଧ କିଛି କାମ କରୁଥିବା ପ୍ରମାଣ ମିଳିନାହିଁ । ଅନୁପୂରକ ଖାଦ୍ୟର ଉପକାରୀତା ମଧ୍ୟ ପ୍ରମାଣିତ ହୋଇନାହିଁ । ଫାଇବ୍ରୋମ୍ୟାଲ୍‌ଜିଆ ଦୀର୍ଘସ୍ଥାୟୀ ହେଲେ ମଧ୍ୟ ଏହା ତନ୍ତୁନଷ୍ଟକାରୀ ନୁହେଁ ବା ପ୍ରାଣ‌ଘାତକ ନୁହେଁ ।[୪]

ଜନସଂଖ୍ୟାର ୨ରୁ୮% ଲୋକଙ୍କୁ ଫାଇବ୍ରୋମ୍ୟାଲ୍‌ଜିଆ ରୋଗ ହୁଏ । ଏହି ରୋଗ ପୁରୁଷଙ୍କ ଅପେକ୍ଷା ମହିଳାଙ୍କୁ ଦୁଇ ଗୁଣ ଅଧିକ ହୁଏ । ପୃଥିବୀର ବିଭିନ୍ନ ସ୍ଥାନ ଓ ସଂସ୍କୃତିରେ ରୋଗ ହାର ପ୍ରାୟ ସମାନ ଥାଏ । ସନ ୧୯୯୦ରେ ଫାଇବ୍ରୋମ୍ୟାଲ୍‌ଜିଆ ରୋଗ ପ୍ରଥମେ ସଂଜ୍ଞାକୃତ ହେଲା ଓ ସନ ୨୦୧୧ରେ ଏହାର ମାନ‌ଦଣ୍ଡ ଅଦ୍ୟତନ କରାଗଲା ।[୩] ଏହି ରୋଗର ଶ୍ରେଣୀ ଗଠନ, ନିର୍ଣ୍ଣୟ ଓ ଚିକିତ୍ସା ବିଷୟ ବିବାଦାତ୍ମକ ଅଛି ।[୭][୮] ଏହି ରୋଗ ନିର୍ଣ୍ଣୟ କଲେ ଅନେକ ଲୋକ ପ୍ରଭାବିତ ହେବା ସମ୍ଭାବନା ଅଛି ବୋଲି କେତେକ ମତ ଦେବାବେଳେ ଆହୁରି ଅନେକ ଏହାକୁ ଉପକାରୀ ବୋଲି ବ୍ୟକ୍ତ କରୁଛନ୍ତି ।[୩] ଫାଇବ୍ରୋମ୍ୟାଲ୍‌ଜିଆ ଶବ୍ଦଟି ନୁଆ ଲାଟିନ ଭାଷାର (New Latin) ଫାଇବ୍ରୋ ଶବ୍ଦରୁ ଆସିଛି ଯାହାର ଅର୍ଥ "ତ‌ନ୍ତୁମୟ", ଗ୍ରୀସ ଭାଷାର ମାୟୋ (Greek μυώ myo-), ଶବ୍ଦର ଅର୍ଥ "ମାଂଶପେଶୀ", ଓ ଆଲଗୋସ୍ (Greek άλγος algos, ଶବ୍ଦର ଅର୍ଥ ଯନ୍ତ୍ରଣା; ଏକତ୍ର କଲେ ମାଂସପେଶୀ ତ‌ନ୍ତୁ ଯନ୍ତ୍ରଣା ବୁଝାଯାଏ ।[୯]

ଆଧାର[ସମ୍ପାଦନା]

  1. "fibromyalgia". Collins Dictionaries. Retrieved 16 March 2016.
  2. ୨.୦ ୨.୧ Ngian GS, Guymer EK, Littlejohn GO (February 2011). "The use of opioids in fibromyalgia". Int J Rheum Dis. 14 (1): 6–11. doi:10.1111/j.1756-185X.2010.01567.x. PMID 21303476.CS1 maint: Multiple names: authors list (link)
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ ୩.୮ Clauw, Daniel J. (16 April 2014). "Fibromyalgia". JAMA. 311 (15): 1547. doi:10.1001/jama.2014.3266. PMID 24737367.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ "Questions and Answers about Fibromyalgia". NIAMS. July 2014. Retrieved 15 March 2016.
  5. Buskila D, Sarzi-Puttini P (2006). "Biology and therapy of fibromyalgia. Genetic aspects of fibromyalgia syndrome". Arthritis Research & Therapy. 8 (5): 218. doi:10.1186/ar2005. PMC 1779444. PMID 16887010.
  6. "Fibromyalgia". American College of Rheumatology. May 2015. Retrieved 16 March 2016.
  7. Häuser W, Eich W, Herrmann M, Nutzinger DO, Schiltenwolf M, Henningsen P (June 2009). "Fibromyalgia syndrome: classification, diagnosis, and treatment". Dtsch Arztebl Int. 106 (23): 383–91. doi:10.3238/arztebl.2009.0383. PMC 2712241. PMID 19623319.CS1 maint: Multiple names: authors list (link)
  8. Wang, SM; Han, C; Lee, SJ; Patkar, AA; Masand, PS; Pae, CU (June 2015). "Fibromyalgia diagnosis: a review of the past, present and future". Expert review of neurotherapeutics. 15 (6): 667–79. PMID 26035624.
  9. Bergmann, Uri (2012). Neurobiological foundations for EMDR practice. New York, NY: Springer Pub. Co. p. 165. ISBN 9780826109385.