ପ୍ରିଏକ୍ଲାମ୍ପସିଆ

ଉଇକିପିଡ଼ିଆ‌ରୁ
(ପ୍ରି-ଏକ୍ଲାମ୍ପସିଆରୁ ଲେଉଟି ଆସିଛି)
ପ୍ରି-ଏକ୍ଲାମ୍ପସିଆ
A micrograph showing hypertrophic decidual vasculopathy, a finding seen in gestational hypertension and pre-eclampsia. H&E stain.
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିପ୍ରସୂତୀ ବିଜ୍ଞାନ[*]
ଆଇସିଡ଼ି-୧୦O11., O14.
ଆଇସିଡ଼ି-୯-ସିଏମ୍642.4-642.7
ରୋଗ ଡାଟାବେସ10494
ମେଡ଼ିସିନ-ପ୍ଲସ000898
ଇ-ମେଡ଼ିସିନmed/1905 ped/1885
MeSHD011225

ପ୍ରି-ଏକ୍ଲାମ୍ପସିଆ ବା ପିଇ (ଇଂରାଜୀରେ Pre-eclampsia or preeclampsia ସଂକ୍ଷେପରେ PE) ଏକ ଗର୍ଭାବସ୍ଥା ଜଟୀଳତା ଯେଉଁଥିରେ ରକ୍ତଚାପ ବଢ଼ିଯାଏପରିସ୍ରାରେ ପ୍ରଚୁର ଆଲବୁମିନ ଥାଏ[୧] ଏହି ବେମାରୀ ଗର୍ଭାବସ୍ଥାର ଶେଷ ତ୍ରୈମାସରେ ବାହାରେ । [୨][୩] ରୋଗ ସାଂଘାତିକ ହେଲେ ଲୋହିତ ରକ୍ତ କଣିକା ଫାଟିଯାଏ, ପ୍ଲାଟେଲେଟ ସଂଖ୍ୟା କମିଯାଏ, ଯକୃତ କାମ ବାଧାପ୍ରାପ୍ତ ହୁଏ, ବୃକ୍‌କ କାର୍ଯ୍ୟ ସଠିକ ହୁଏ ନାହିଁ, ଫୁଲା ଦେଖାଯାଏ, ଦୃଷ୍ଟି ଦୋଷ ହୁଏ ଓ ଫୁସ୍‌ଫୁସ୍‌ରେ ତରଳ ପଦାର୍ଥ ଜମିଯିବା ଯୋଗୁ ଛୋଟ ଛୋଟ ଶ୍ୱାସ କ୍ରିୟା ହୁଏ । [୨][୩] ପ୍ରି-ଏକ୍ଲାମ୍ପସିଆ ରୋଗ ଉଭୟ ମାତା ଓ ଗର୍ଭସ୍ଥ ଶିଶୁ ନିମନ୍ତେ କ୍ଷତିକାରକ । [୩] ଚିକିତ୍ସିତ ନ ହେଲେ ଅବଶେଷରେ ବାତ ମାରେ (fits) ଯାହାକୁ ଏକ୍ଲାମ୍ପସିଆ କୁହାଯାଏ । [୨]

ପ୍ରି-ଏକ୍ଲାମ୍ପସିଆର ସଙ୍କଟ ସୃଷ୍ଟକାରୀ ଅବସ୍ଥା ମଧ୍ୟରେ ମୋଟାପଣ, ଆଗରୁ ଉଚ୍ଚ ରକ୍ତଚାପ ଉପସ୍ଥିତି, ବୟସାଧିକ୍ୟ ଓ ଡାଏବେଟିସ ମେଲିଟସ[୨][୪] ଏହି ରୋଗ ସାଧାରଣତଃ ପ୍ରଥମ ଗର୍ଭାବସ୍ଥାରେ ବା ଯାଆଁଳା ପିଲା ଜରାୟୁରେ ଥିଲେ ହୁଏ । [୨] ଏହି ରୋଗ ହେବାର ଅନେକ ଉପାଦାନ ମଧ୍ୟରୁ ପ୍ଲାସେଣ୍ଟାରେ ରକ୍ତନଳୀ ତିଆରି ଅସ୍ୱାଭାବିକ ଥିଲେ ହୁଏ । [୨] ପ୍ରସବ ପୂର୍ବରୁ ଅଧିକାଂଶ ରୋଗ କ୍ଷେତ୍ରରେ ରୋଗ ନିର୍ଣ୍ଣୟ ହୋଇଯାଏ । ପ୍ରସବ ପର ସମୟରେ କ୍ୱଚିତ ଏହି ରୋଗ ଦେଖାଯାଏ । [୩] ଗତାନୁଗତିକ ଭାବେ ଉଚ୍ଚ ରକ୍ତଚାପ ଥିବା ସ‌ହିତ ପରିସ୍ରାରେ ପ୍ରୋଟିନ ଥିଲେ ଏହି ରୋଗ ନିର୍ଣ୍ଣୟ ହେଉଥିଲେ ମଧ୍ୟ ଅନ୍ୟ କେତେକ ସଂଜ୍ଞା ଅନୁସାରେ ଅଙ୍ଗ ଅକ୍ଷମତାକୁ ମଧ୍ୟ ବିଚାରକୁ ନିଆଯାଏ । [୩][୫] କୋଡ଼ିଏ ସପ୍ତାହ ଗର୍ଭାବସ୍ଥା ପରେ ଚାରି ଘଣ୍ଟା ଅନ୍ତରରେ ଦୁଇ ଥର ନିଆଯାଇଥିବା ସିସ୍ଟୋଲିକ ଚାପ ୧୪୦ମିମି ପାରଦ ଓ ଡାଏସ୍ଟୋଲିକ ଚାପ ୯୦ରୁ ଅଧିକ ଥାଏ ତେବେ ଉଚ୍ଚ ରକ୍ତଚାପ ନିର୍ଣ୍ଣୟ କରାଯାଏ । [୩] ପ୍ରସବ ପୂର୍ବ ଯତ୍ନ ସମୟରେ ପ୍ରି-ଏକ୍ଲାମ୍ପସିଆ ରୋଗ ନିମନ୍ତେ ଯାଞ୍ଚ କରାଯାଏ । [୬]

ଏହି ରୋଗର ପ୍ରତିଷେଧ ନିମନ୍ତେ ଉଚ୍ଚ ସଙ୍କଟମୟ ରୋଗୀଙ୍କୁ ଆସ୍ପିରିନ, ଅଧିକ କ୍ୟାଲସିଅମ ଦିଆଯାଏ ଓ ଉଚ୍ଚ ରକ୍ତଚାପ ନିମନ୍ତେ ଔଷଧ ଦେବାକୁ ଉପଦେଶ ଦିଆଯାଏ । [୪][୭] ଏହି ରୋଗୀଙ୍କର ପ୍ରସବ ଓ ପ୍ଲାସେଣ୍ଟା ନିର୍ଗତ କରିବା ଏକ ଫଳପ୍ରଦ ଚିକିତ୍ସା ଅଟେ । [୪] ଗର୍ଭାବସ୍ଥାର ସମୟ ଓ ପ୍ରି-ଏକ୍ଲାମ୍ପସିଆର ଗମ୍ଭୀରତା ଉପରେ ପ୍ରସବ କରେଇବା ନିର୍ଭର କରେ । [୪] ଲାବେଟାଲୋଲମିଥାଇଲଡୋପା ଆଦି ରକ୍ତଚାପ ଔଷଧ ଦେଇ ପ୍ରସବ ପୂର୍ବରୁ ଗର୍ଭିଣୀରେ ଅବସ୍ଥରେ ଉନ୍ନତି ଆଣିବାକୁ ଚେଷ୍ଟା କରାଯାଏ । [୮] ଏକ୍ଲାମ୍ପସିଆ ପ୍ରତିରୋଧ ନିମନ୍ତେ ସାଂଘାତିକ ରୋଗୀଙ୍କୁ ମ୍ୟାଗନେସିଅମ ସଲଫେଟ ଦିଆଯାଏ । [୪] ରୋଗ ଚିକିତ୍ସା ବା ପ୍ରତିଷେଧ ନିମନ୍ତେ ବିଛଣା ବିଶ୍ରାମ ଓ କମ ଲବଣ ଗ୍ରହଣ ଫଳପ୍ରଦ ନ ଥିବା ଜଣାଯାଇଛି । [୩][୪]

ସାରା ପୃଥିବୀରେ ୨-୮ % ଗର୍ଭାବସ୍ଥାରେ ପ୍ରି-ଏକ୍ଲାମ୍ପସିଆ ଦେଖାଯାଏ । [୪] ଗର୍ଭାବସ୍ଥାରେ ମୃତ୍ୟୁର କାରଣମାନଙ୍କ ମଧ୍ୟରେ ଗର୍ଭାବସ୍ଥା ସମ୍ପର୍କୀୟ ଉଚ୍ଚ ରକ୍ତଚାପ ଏକ ମୂଖ୍ୟ କାରଣ । [୮] ସନ ୧୯୯୦ରେ ମୃତ୍ୟୁ ସଂଖ୍ୟା ୩୭,୦୦୦ ହୋଇଥିବା ବେଳେ ସନ ୨୦୧୩ରେ ଏହା କମିଯାଇ ୨୯,୦୦୦ ହୋଇଥିଲା । [୯] ସାଧାରଣତଃ ୩୨ ସପ୍ତାହ ପରେ ହେଉଥିବା ପ୍ରି-ଏକ୍ଲାମ୍ପସିଆ ରୋଗ ପୂର୍ବରୁ ହେଲେ ଅତି ବିଷମ ଫଳପ୍ରଦ ହୁଏ । [୮] ଏହି ରୋଗ ହୋଇଥିବା ମହିଲାମାନଙ୍କର ପରବର୍ତ୍ତୀ ଜୀବନରେ ହୃଦ୍‌ରୋଗ ସମ୍ଭାବନା ଅଧିକ ରହେ । [୬] ଏକ୍ଲାମ୍ପସିଆ ନାମଟି ଏକ ଗ୍ରୀକ ଶବ୍ଦ ଯାହାର ଅର୍ଥ ବିଦ୍ୟୁତ (lightning) । [୧୦] ଖ୍ରୀ:ପୂ: ୫ମ ଶତାବ୍ଦୀରେ ହିପୋକ୍ରେଟ ପ୍ରଥମେ ଏହି ରୋଗର ବର୍ଣ୍ଣନା କରିଥିଲେ । [୧୦]

ଆଧାର[ସମ୍ପାଦନା]

  1. Eiland, Elosha; Nzerue, Chike; Faulkner, Marquetta (2012). "Preeclampsia 2012". Journal of Pregnancy. 2012: 1–7. doi:10.1155/2012/586578.{{cite journal}}: CS1 maint: unflagged free DOI (link)
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ Al-Jameil, N; Aziz Khan, F; Fareed Khan, M; Tabassum, H (February 2014). "A brief overview of preeclampsia". Journal of clinical medicine research. 6 (1): 1–7. PMID 24400024.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ "Hypertension in pregnancy. Report of the American College of Obstetricians and Gynecologists' Task Force on Hypertension in Pregnancy" (PDF). Obstet Gynecol. 122 (5): 1122–31. Nov 2013. doi:10.1097/01.AOG.0000437382.03963.88. PMID 24150027. Archived from the original (PDF) on 2016-01-06. Retrieved 2015-06-06.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ WHO recommendations for prevention and treatment of pre-eclampsia and eclampsia (PDF). 2011. ISBN 978-92-4-154833-5.
  5. Lambert, G; Brichant, JF; Hartstein, G; Bonhomme, V; Dewandre, PY (2014). "Preeclampsia: an update". Acta anaesthesiologica Belgica. 65 (4): 137–49. PMID 25622379.
  6. ୬.୦ ୬.୧ Steegers, Eric AP; von Dadelszen, Peter; Duvekot, Johannes J; Pijnenborg, Robert (August 2010). "Pre-eclampsia". The Lancet. 376 (9741): 631–644. doi:10.1016/S0140-6736(10)60279-6. PMID 20598363.{{cite journal}}: CS1 maint: multiple names: authors list (link)
  7. Henderson, JT; Whitlock, EP; O'Connor, E; Senger, CA; Thompson, JH; Rowland, MG (May 20, 2014). "Low-dose aspirin for prevention of morbidity and mortality from preeclampsia: a systematic evidence review for the U.S. Preventive Services Task Force". Annals of internal medicine. 160 (10): 695–703. doi:10.7326/M13-2844. PMID 24711050.
  8. ୮.୦ ୮.୧ ୮.୨ Arulkumaran, N.; Lightstone, L. (December 2013). "Severe pre-eclampsia and hypertensive crises". Best Practice & Research Clinical Obstetrics & Gynaecology. 27 (6): 877–884. doi:10.1016/j.bpobgyn.2013.07.003.
  9. GBD 2013 Mortality and Causes of Death, Collaborators (17 December 2014). "Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013". Lancet. doi:10.1016/S0140-6736(14)61682-2. PMID 25530442. {{cite journal}}: |first1= has generic name (help)CS1 maint: numeric names: authors list (link)
  10. ୧୦.୦ ୧୦.୧ Emile R. Mohler (2006). Advanced Therapy in Hypertension and Vascular Disease. PMPH-USA. pp. 407–408. ISBN 9781550093186.