ଏକ୍ଲାମ୍ପସିଆ

ଉଇକିପିଡ଼ିଆ‌ରୁ
ଏକ୍ଲାମ୍ପସିଆ
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିପ୍ରସୂତୀ ବିଜ୍ଞାନ[*]
ଆଇସିଡ଼ି-୧୦O15.
ଆଇସିଡ଼ି-୯-ସିଏମ୍642.6
ରୋଗ ଡାଟାବେସ4068
ମେଡ଼ିସିନ-ପ୍ଲସ000899
ଇ-ମେଡ଼ିସିନmed/1905 emerg/796
Patient UKଏକ୍ଲାମ୍ପସିଆ
MeSHD004461

ଏକ୍ଲାମ୍ପସିଆ ରୋଗ ନାମ ଦିଆହୁଏ, ପ୍ରିଏକ୍ଲାମ୍ପସିଆ ରୋଗ ଭୋଗୁଥିବା ଗର୍ଭବତୀ ମହିଳାଙ୍କର ବାତ ବା ସିଜର (କନଭଲସନ) (convulsion) ଆରମ୍ଭ ହେଲେ । [୧] ପ୍ରିଏକ୍ଲାମ୍ପସିଆ ଗର୍ଭାବସ୍ଥାର ଏକ ବେମାରୀ ଯେଉଁଥିରେ ଉଚ୍ଚ ରକ୍ତଚାପ ହୁଏ ଓ ପରିସ୍ରାରେ ବ‌ହୁତ ପରିମାଣର ପ୍ରୋଟିନ ଯାଏ ଓ ବିଭିନ୍ନ ଅଙ୍ଗର ବେମାରୀ ବାହାରେ । [୨][୩] ଏହି ରୋଗ ପ୍ରସବ ସମୟରେ, ତା ପୂର୍ବରୁ ବା ପରେ ଆରମ୍ଭ ହୋଇପାରେ । ଏହି ବାତ ବା ସିଜର ଟନିକ-କ୍ଲନିକ ଟାଇପର ହୁଏ ଓ ପ୍ରାୟ ୧ ମିନିଟ ରହେ । ସିଜର ପରେ ସ୍ୱାଭାବିକ ଭାବେ ରୋଗୀ କିଛି ସମୟ ଧରି ଦ୍ୱନ୍ଦାତ୍ମକ/ ବିମୂଢ଼ ଅବସ୍ଥାରେ ରହେ ବା କୋମାରେ ରହେ । ରୋଗ ଜଟୀଳତା ମଧ୍ୟରେ ଆସ୍ପିରେସନ ନିମୋନିଆ, ସେରେବ୍ରାଲ ହେମୋରେଜ, ବୃକ୍‌‌କ ଫେଲହୃତ୍‌ପିଣ୍ଡ ବନ୍ଦ ହୁଏ । ପ୍ରିଏକ୍ଲାମ୍ପସିଆଏକ୍ଲାମ୍ପସିଆଦ୍ୱୟ ଏକ ବିରାଟ ଦଳ ଗର୍ଭାବସ୍ଥାର ଉଚ୍ଚ ରକ୍ତଚାପ ସମ୍ପର୍କୀୟ ବେମାରୀର ଏକ ଅଂଶ । [୧]

ଏହି ରୋଗର ପ୍ରତିଷେଧ ନିମନ୍ତେ ପ୍ରିଏକ୍ଲାମ୍ପସିଆ ରୋଗ ସମୟରୁ ଉଚ୍ଚ ରକ୍ତଚାପ ଔଷଧ, ଉଚ୍ଚ ସଙ୍କଟାପର୍ଣ୍ଣ କେଶରେ ଆସ୍ପିରିନ, କ୍ୟାଲସିଅମ ଅଭାବ ଥିବା ସ୍ଥାନରେ କ୍ୟାଲସିଅମ ଦେବା ଆବଶ୍ୟକ । [୪][୫] ଗର୍ଭାବସ୍ଥାରେ ବ୍ୟାୟାମ କରିବା ଆବଶ୍ୟକ । [୧] ଏକ୍ଲାମ୍ପସିଆରେ ଶୀରାମାଧ୍ୟମ ବା ମାଂସପେଶୀରେ ମ୍ୟାଗନେସିଅମ ସଲଫେଟ ଇଞ୍ଜେକସନ ବିପଦରହିତ ଓ ସୁଫଳ ଦାୟକ ହୁଏ । [୬][୭]ଏହା ଉଭୟ ବିକଶିତ ଦେଶବିକାଶଶୀଳ ଦେଶ ନିମନ୍ତେ ପ୍ରଯୁଜ୍ୟ । [୬] ଶ୍ୱାସକ୍ରିୟା ସଠିକ ଚାଲିବା ନିମନ୍ତେ ଡାକ୍ତରୀ ସାହାଯ୍ୟ ଆବଶ୍ୟକ ହୋଇପାରେ । ଉଚ୍ଚ ରକ୍ତଚାପ ଚିକିତ୍ସା ନିମନ୍ତେ ହାଇଡ୍ରାଲାଜିନ ଔଷଧ ଦିଆଯାଏ ଓ ସିଜରିଆନ‌ଦ୍ୱାରା ଜନ୍ମ‌ପଥରେ ଆଶୁ ପ୍ରସବ ବ୍ୟବସ୍ଥା କରି ଏହି ବିପଦ ଏଡ଼େଇ ଦିଆଯାଏ । [୧]

ସମୁଦାୟ ପ୍ରସବ ସଂଖ୍ୟାର ୫ % ପ୍ରିଏକ୍ଲାମ୍ପସିଆ ହୁଏ ଓ ୧.୪ ଏକ୍ଲାମ୍ପସିଆ ହୁଏ । [୮] ବିକଶିତ ଦେଶମାନଙ୍କରେ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗୁ ୨୦୦୦ ପ୍ରସବରେ ଜଣକର ଏହି ରୋଗ ହୁଏ । [୧] ଗର୍ଭିଣୀମାନଙ୍କର ମୃତ୍ୟୁର ଏହା ଏକ ସାଧାରଣ କାରଣ । [୯] ସନ ୧୯୯୦ରେ ୩୭,୦୦୦ ମୃତ୍ୟୁ ହୋଇଥିଲାବେଳେ ସନ ୨୦୧୩ରେ ଏହା କମିଯାଇ ୨୯,୦୦୦ ହୋଇଥିଲା । [୧୦] ଏକ୍ଲାମ୍ପସିଆ ରୋଗୀଙ୍କ ମଧ୍ୟରୁ ୧ % ମୃତ୍ୟୁ ବରଣ କରନ୍ତି । [୧] ଗ୍ରୀକ ଭାଷାରେ ଏକ୍ଲାମ୍ପସିଆ ଅର୍ଥ ବିଜୁଳି (lighterning) । ଏହି ରୋଗର ପ୍ରଥମ ବର୍ଣ୍ଣନା ହିପୋକ୍ରେଟ କରିଥିଲେ ଖ୍ରୀ.ପୂ. ୫ମ ଶତାବ୍ଦୀରେ । [୧୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "40". Williams obstetrics (24th ed.). McGraw-Hill Professional. 2014. ISBN 9780071798938.
  2. Lambert, G; Brichant, JF; Hartstein, G; Bonhomme, V; Dewandre, PY (2014). "Preeclampsia: an update". Acta anaesthesiologica Belgica. 65 (4): 137–49. PMID 25622379.
  3. "Hypertension in pregnancy. Report of the American College of Obstetricians and Gynecologists' Task Force on Hypertension in Pregnancy" (PDF). Obstet Gynecol. 122 (5): 1122–31. Nov 2013. doi:10.1097/01.AOG.0000437382.03963.88. PMID 24150027. Archived from the original (PDF) on 2016-01-06. Retrieved 2015-06-12.
  4. WHO recommendations for prevention and treatment of pre-eclampsia and eclampsia (PDF). 2011. ISBN 978-92-4-154833-5.
  5. Henderson, JT; Whitlock, EP; O'Connor, E; Senger, CA; Thompson, JH; Rowland, MG (May 20, 2014). "Low-dose aspirin for prevention of morbidity and mortality from preeclampsia: a systematic evidence review for the U.S. Preventive Services Task Force". Annals of internal medicine. 160 (10): 695–703. doi:10.7326/M13-2844. PMID 24711050.
  6. ୬.୦ ୬.୧ Smith, JM; Lowe, RF; Fullerton, J; Currie, SM; Harris, L; Felker-Kantor, E (5 February 2013). "An integrative review of the side effects related to the use of magnesium sulfate for pre-eclampsia and eclampsia management". BMC pregnancy and childbirth. 13: 34. doi:10.1186/1471-2393-13-34. PMID 23383864.{{cite journal}}: CS1 maint: unflagged free DOI (link)
  7. McDonald, SD; Lutsiv, O; Dzaja, N; Duley, L (August 2012). "A systematic review of maternal and infant outcomes following magnesium sulfate for pre-eclampsia/eclampsia in real-world use". International journal of gynaecology and obstetrics: the official organ of the International Federation of Gynaecology and Obstetrics. 118 (2): 90–6. doi:10.1016/j.ijgo.2012.01.028. PMID 22703834.
  8. Abalos, E; Cuesta, C; Grosso, AL; Chou, D; Say, L (September 2013). "Global and regional estimates of preeclampsia and eclampsia: a systematic review". European journal of obstetrics, gynecology, and reproductive biology. 170 (1): 1–7. doi:10.1016/j.ejogrb.2013.05.005. PMID 23746796.
  9. Arulkumaran, N.; Lightstone, L. (December 2013). "Severe pre-eclampsia and hypertensive crises". Best Practice & Research Clinical Obstetrics & Gynaecology. 27 (6): 877–884. doi:10.1016/j.bpobgyn.2013.07.003.
  10. GBD 2013 Mortality and Causes of Death, Collaborators (17 December 2014). "Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013". Lancet. doi:10.1016/S0140-6736(14)61682-2. PMID 25530442. {{cite journal}}: |first1= has generic name (help)CS1 maint: numeric names: authors list (link)
  11. Emile R. Mohler (2006). Advanced Therapy in Hypertension and Vascular Disease. PMPH-USA. pp. 407–408. ISBN 9781550093186.