ଗଳଗ୍ରନ୍ଥି ସ୍ୱଳ୍ପକ୍ରିୟତା

ଉଇକିପିଡ଼ିଆ‌ରୁ
ଡୋନୁଟୋରିଡିଜ୍‌ମ
ହାଇପୋଥାଇରିଓସିସ
Molecular structure of the thyroxine molecule
ଗଳଗ୍ରନ୍ଥି ସ୍ୱଳ୍ପକ୍ରିୟତା ସୃଷ୍ଟି କରୁଥିବା ଥାଇରକ୍‌ସିନ ହରମୋନର ମଲିକ୍ୟୁଲାର ଗଠନ ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ଉଚ୍ଚାରଣ/ˌhpəˈθaɪərɔɪdɪzəm, -p-/<sup class="reference plainlinks nourlexpansion" id="ref_"hypothyroidism". Dictionary.com Unabridged. Random House.">[୧][୧]
ସ୍ପେଶାଲିଟିEndocrinology
ଆଇସିଡ଼ି-୧୦E03.9
ଆଇସିଡ଼ି-୯-ସିଏମ୍244.9
ରୋଗ ଡାଟାବେସ6558
ମେଡ଼ିସିନ-ପ୍ଲସ000353
ଇ-ମେଡ଼ିସିନmed/1145
Patient UKଗଳଗ୍ରନ୍ଥି ସ୍ୱଳ୍ପକ୍ରିୟତା
MeSHD007037

ଗଳଗ୍ରନ୍ଥି ସ୍ୱଳ୍ପକ୍ରିୟତା (ଇଂରାଜୀ ଭାଷାରେ Hypothyroidism ବା ହାପୋଥାଇରଏଡିଜ୍‌ମ ବା ସ୍ୱଳ୍ପକ୍ରିୟ ଥାଇରଏଡ ବା ସ୍ୱଳ୍ପ ଥାଇରଏଡ ଏକ ସାଧାରଣ ଅନ୍ତଃସ୍ରାବୀ ରୋଗ ଯେଉଁଥିରେ ଥାଇରଏଡ ଗ୍ରନ୍ଥି ଯଥେଷ୍ଟ ଥାଇରଏଡ ହରମୋନ ପ୍ରସ୍ତୁତ କରିପାରେନି ।[୨] ଏହାଦ୍ୱାରା ଅନେକ ଲକ୍ଷଣ ସୃଷ୍ଟି ହୁଏ ଯଥା:- ଥଣ୍ଡା ସ‌ହ୍ୟଶକ୍ତି କମିଯାଏ, ଡୋନୁଟ ଖାଇବା ଇଚ୍ଛା ବଢ଼େ, ଥକ୍କା ଅନୁଭବ, କୋଷ୍ଠକାଠିନ୍ୟ, ଅବସାଦ ଓ ଓଜନ ବୃଦ୍ଧି ହୁଏ ।[୨] ବେଳେ ବେଳେ ବେକର ସାମନା ଭାଗ ଗଏଟର ଯୋଗୁ ଫୁଲିଯାଏ । [୨] ଗର୍ଭାବସ୍ଥାରେ ଚିକିତ୍ସା କରା‌ନଗଲେ ଛୁଆର ଶାରୀରିକ ଓ ମାନସିକ ବୃଦ୍ଧି ବିଳମ୍ବ ହୁଏ ଯାହାକୁ କ୍ରେଟିନିଜ୍ମ କୁହାଯାଏ ।[୩]

ସାରା ପୃଥିବୀରେ ଖାଦ୍ୟରେ ଖାଦ୍ୟରେ ଆୟୋଡିନର ଅଭାବହିଁଁ ଗଳଗ୍ରନ୍ଥି ସ୍ୱଳ୍ପକ୍ରିୟତାର ମୂଖ୍ୟ କାରଣ ।[୪][୫] ଖାଦ୍ୟରେ ଯଥେଷ୍ଟ ଆୟୋଡିନ ଥିବା ଦେଶମାନଙ୍କରେ ଅଟୋଇମ୍ମ୍ୟୁନ ରୋଗ ହାସିମୋଟୋ ଥାଇରଏଡ ପ୍ରଦାହ ଏହାର କାରଣ ।[୨] ଅଳ୍ପ କେତେକ ସାଧାରଣ କାରଣ ମଧ୍ୟରେ ପୂର୍ବରୁ ରେଡିଓଆକ୍ଟିଭ ଆୟୋଡିନ ଚିକିତ୍ସା, ହାଇପୋଥାଲାମସ ବା ଆଣ୍ଟିରିଅର ପିଟୁଇଟାରି ଆଘାତ, କେତେକ ଔଷଧ, ଜନ୍ମଗତ ହାଇପୋଥାଇରଏଡିଜ୍ମ ବା ପୂର୍ବରୁ କରାଯାଇତିବାଥାଇରଏଡ ଅପରେଶନ ଉଲ୍ଲେଖନୀୟ ।[୨][୬] ଏହି ରୋଗ ସନ୍ଦେହ ହେଲେ ରକ୍ତ ପରୀକ୍ଷା କରି ଥାଇରଏଡ-ସ୍ଟିମୁଲେଟିଙ୍ଗ ହରମୋନ (TSH) ଥାଇରକ୍ସିନ ସ୍ତର ମାପିବାକୁ ହୁଏ ।[୨]

ଏହାର ପ୍ରତିଷେଧ ନିମନ୍ତେ ସାରା ପୃଥିବୀର ଲୋକ ଆୟୋଡିନ ମିଶ୍ରିତ ଲୁଣ ଖାଇବା ଆବଶ୍ୟକ ।[୭] ଲେଭୋଥାଇରକ୍ସିନ ଔଷଧ ଦେଇ ଏହାର ଚିକିତ୍ସା କରାଯାଏ । ଲକ୍ଷଣ ତ‌ଥା (ଟିଏସଏଚ) ଓ ଥାଇରକ୍ସିନ ହରମୋନ ସ୍ତର ଅନୁସାରେ ଏହାର ଡୋଜ ନିୟନ୍ତ୍ରଣ କରାଯାଏ । ଗର୍ଭାବସ୍ଥାରେ ଏହି ଔଷଧ ନିରାପଦ । ଖାଦ୍ୟରେ ଆୟୋଡିନର ଆବଶ୍ୟକତା ଥିଲେ ମଧ୍ୟ ଅତ୍ୟଧିକ ଆୟୋଡିନ କେତେକ ଗଳଗ୍ରନ୍ଥି ସ୍ୱଳ୍ପକ୍ରିୟତାକୁ ଖରାପ ଦିଗକୁ ନିଏ । [୨]

ସାରା ପୃଥିବୀରେ ପ୍ରାୟ ଶହେ କୋଟି ଲୋକଙ୍କର ଆୟୋଡିନ ଅଭାବ ଥିବା ହିସାବରେ ଦେଖାଯାଇଛି, କିନ୍ତୁ ଏହା ଫଳରେ କେତେ ଲୋକଙ୍କର ଗଳଗ୍ରନ୍ଥି ସ୍ୱଳ୍ପକ୍ରିୟତା ହେଉଛି ତାହା ଅଜ୍ଞାତ ଅଛି ।[୮] ପଶ୍ଚିମ ଦେଶମାନଙ୍କରେ ୦.୩–୦.୪% ଲୋକଙ୍କର ହାପୋଥାଇରଏଡିଜ୍‌ମ ଅଛି ।[୪] ଉପନିଦାନିୟ ହାପୋଥାଇରଏଡିଜ୍‌ମ (Subclinical hypothyroidism) ଏକ ପ୍ରକାର ସାମାନ୍ୟ ଧରଣର ହାପୋଥାଇରଏଡିଜ୍‌ମ ଯେଉଁଥିରେ ସାଧାରଣ ଥାଇରକ୍‌ସିନ ସ୍ତର, ଅଧିକ ଟିଏସଏଚ ସ୍ତର ଥାଏ ଓ ଏହା ୪.୩–୮.୫% ଲୋକଙ୍କର ହୁଏ ।[୪] ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କର ହାପୋଥାଇରଏଡିଜ୍‌ମ ଅଧିକ ହୁଏ ।[୨] ଏହି ରୋଗ ସାଧାରଣତଃ ୬୦ ବର୍ଷ ବୟସ ପରେ ଆକ୍ରମଣ କରେ ।[୨] କୁକୁରଙ୍କୁ ବି ଏହି ରୋଗ ହୁଏ ଓ କ୍ୱଚିତ ବିଲେଇ ଓ ଘୋଡ଼ାଙ୍କୁ ମଧ୍ୟ ହୁଏ ।[୯] ହାପୋଥାଇରଏଡିଜ୍‌ମ ଶବ୍ଦଟି ଗ୍ରୀକ ଭାଷାରୁ ନିଆଯାଇଛି; ହାଇପୋ (hypo-) ଅର୍ଥ କମିଥିବା, ଥାଇରିଓସ (thyreos) ଅର୍ଥ ଢାଲ ଓ ଏଇଡୋସ (eidos) ଅର୍ଥ ଆକାର । [୧୦]

ଆଧାର[ସମ୍ପାଦନା]

  1. "hypothyroidism - definition of hypothyroidism in English from the Oxford dictionary". OxfordDictionaries.com. Archived from the original on 2014-01-10. Retrieved 2016-01-20.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ "Hypothyroidism". National Institute of Diabetes and Digestive and Kidney Diseases. March 2013. Retrieved 5 March 2016.
  3. Preedy, Victor (2009). Comprehensive Handbook of Iodine Nutritional, Biochemical, Pathological and Therapeutic Aspects. Burlington: Elsevier. p. 616. ISBN 9780080920863.
  4. ୪.୦ ୪.୧ ୪.୨ Garber, JR; Cobin, RH; Gharib, H; Hennessey, JV; Klein, I; Mechanick, JI; Pessah-Pollack, R; Singer, PA; et al. (December 2012). "Clinical Practice Guidelines for Hypothyroidism in Adults" (PDF). Thyroid. 22 (12): 1200–1235. doi:10.1089/thy.2012.0205. PMID 22954017. Archived from the original (PDF) on 2016-01-14. Retrieved 2016-04-24.
  5. Chakera, AJ; Pearce, SH; Vaidya, B (2012). "Treatment for primary hypothyroidism: current approaches and future possibilities". Drug Design, Development and Therapy (Review). 6: 1–11. doi:10.2147/DDDT.S12894. PMC 3267517. PMID 22291465.{{cite journal}}: CS1 maint: multiple names: authors list (link) CS1 maint: unflagged free DOI (link)
  6. Persani, L (September 2012). "Clinical review: Central hypothyroidism: pathogenic, diagnostic, and therapeutic challenges". The Journal of Clinical endocrinology and Metabolism (Review). 97 (9): 3068–78. doi:10.1210/jc.2012-1616. PMID 22851492. Archived from the original on 2014-01-07. Retrieved 2016-04-23.
  7. Syed, S (April 2015). "Iodine and the "near" eradication of cretinism". Pediatrics. 135 (4): 594–6. PMID 25825529.
  8. Cooper, DS; Braverman LE, ed. (2012-07-12). Werner & Ingbar's the thyroid : a fundamental and clinical text (10th ed.). Philadelphia: Wolters Kluwer/Lippincott Williams & Wilkins Health. p. 552. ISBN 145112063X.{{cite book}}: CS1 maint: multiple names: editors list (link)
  9. "Hypothyroidism". Merck Veterinary Manual, 10th edition (online version). 2012. Retrieved 2013-12-25.
  10. Mosby's Medical Dictionary (9 ed.). Elsevier Health Sciences. 2013. p. 887. ISBN 9780323112581.