ଅମ୍ଳରୋଗ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
Peptic ulcer
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
Deep gastric ulcer
ଆଇସିଡ଼ି-୧୦ K25.K27.
ଆଇସିଡ଼ି- 531534
ରୋଗ ଡାଟାବେସ 9819
ମେଡ଼ିସିନ-ପ୍ଲସ 000206
ଇ-ମେଡ଼ିସିନ med/1776 ped/2341
MeSH D010437

ଅମ୍ଳରୋଗ ରୋଗ ବା ପିୟୁଡି, (ଇଂରାଜୀରେ Peptic ulcer disease or PUD, peptic ulcer or stomach ulcer), କ‌ହିଲେ ପାକସ୍ଥଳୀ ବା ଅନ୍ତନଳୀର ପ୍ରଥମ ଭାଗ ବା ଏସୋଫେଗସର ନିମ୍ନ ଭାଗର ଅନ୍ତଃସ୍ତରରେ ହେଉଥିବା ଘାଆକୁ ବୁଝାଏ । [୧][୨] ପାକସ୍ଥଳୀର ଘାଆକୁ ଗ୍ୟାସ୍ଟ୍ରିକ ଅଲ୍‌ସର, ଅନ୍ତନଳୀର ପ୍ରଥମ ଭାଗରେ ହେଉଥିବା ଘାଆକୁ ଡୁଓଡେନାଲ ଅଲ୍‌ସର କୁହାଯାଏ । ଏହାର ସବୁଠାରୁ ସାଧାରଣ ଲକ୍ଷଣ ହେଲା ପେଟର ଉପର ମଝି ଭାଗରେ ଯନ୍ତ୍ରଣା ହେତୁ ନିଦ୍ରାଭଙ୍ଗ ହୁଏ ଓ ଏହି ଯନ୍ତ୍ରଣା କିଛି ଖାଦ୍ୟ ଖାଇଲେ ଉପଶମ ହୁଏ । ଏହି ଯନ୍ତ୍ରଣାକୁ ରୋଗୀ 'ପୋଡ଼ାଜଳା' ବା 'ସାମାନ୍ୟ କଷ୍ଟ' ହେଉଛି ବୋଲି ବର୍ଣ୍ଣନା କରେ । ଢ଼କାର ମାରିବା, ବାନ୍ତି ହେବା, ଓଜନ ହ୍ରାସ ଓ ଅରୁଚି ଇତ୍ୟାଦି ଏହି ରୋଗର ଅନ୍ୟାନ୍ୟ ଲକ୍ଷଣ । ବୟସ ବୃଦ୍ଧି ହୋଇଥିବା ଲୋକଙ୍କ ମଧ୍ୟରୁ ଏକ ତୃତୀୟାଂଶ ଲୋକଙ୍କର କୌଣସି ଲକ୍ଷଣ ନ ଥାଏ । [୧] ଏହି ରୋଗ ଜଟୀଳ ହେଲେ ପାକସ୍ଥଳୀ-ଅନ୍ତନଳୀରୁ ରକ୍ତସ୍ରାବ, ପାକସ୍ଥଳୀ-ଅନ୍ତନଳୀରେ ଛିଦ୍ର ଓ ପାକସ୍ଥଳୀ ସଙ୍କୋଚନ ହେତୁ ଖାଦ୍ୟର ଅଗ୍ରଗତି ବାଧାପ୍ରାପ୍ତ ହୁଏ । ଏହି ରୋଗୀଙ୍କ ମଧ୍ୟରୁ ୧୫ % ଲୋକଙ୍କର ରକ୍ତସ୍ରାବ ହୁଏ । [୩]

ଏହି ରୋଗର ମୂଖ୍ୟ କାରଣ ହେଉଛି ହେଲିକୋବ୍ୟାକ୍ଟର ପାଇଲୋରି ଜୀବାଣୁ ଓ ସ୍ଟିରଏଡ ବିହୀନ ଆଣ୍ଟିଇନଫ୍ଲାମେଟରି ଔଷଧ (ଏନ‌.ଏସ.ଆଇ.ଡି.) [୧] ଅନ୍ୟାନ୍ୟ ସାଧାରଣ କାରଣ ମଧ୍ୟରେ ଧୂମ୍ରପାନ। ସାଂଘାତିକ ରୋଗର ଚାପ, ବେସେଟ ରୋଗ (Behcet disease), ଜୋଲିଞ୍ଜର-ଏଲିସନ ସିଣ୍ଡ୍ରୋମ, କ୍ରୋନ ରୋଗ, ଓ ଯକୃତ ସିରୋସିସ[୧][୪] ବୟସ୍କ ଲୋକଙ୍କର ଅଧିକ ଏନ‌.ଏସ.ଆଇ.ଡି. ଔଷଧ ସେବନ ଯୋଗୁ ଘାଆ ହୁଏ । ସ୍ୱାଭାବିକ ଭାବେ ଏହାର ଲକ୍ଷଣ ଉପସ୍ଥାପନ ଯୋଗୁ ରୋଗ ନିର୍ଣ୍ଣୟ କରାଯାଏ ଯାହା ଏଣ୍ଡୋସ୍କୋପି କିମ୍ବା ବେରିଅମ ସ୍ୱାଲୋ ପରୀକ୍ଷା କରି ନିଧାର୍ଯ୍ୟ କରାଯାଏ । ଏଚ. ପାଇଲୋରି ଜୀବାଣୁ ଉପସ୍ଥିତି ନିମନ୍ତେ ରକ୍ତରେ ଆଣ୍ଟିବଡି, ୟୁରିଆ ବ୍ରେଥ ପରୀକ୍ଷା, ମଳରେ ଜୀବାଣୁ ଉପସ୍ଥିତି ନିମନ୍ତେ ପରୀକ୍ଷା କିମ୍ବା ବାୟୋପ୍ସି କରାଯାଏ । ସମାନ ଲକ୍ଷଣ ଦେଖାଉଥିବା ଅନ୍ୟ ରୋଗମାନଙ୍କର ନାମ ପାକସ୍ଥଳୀ କର୍କଟ, କରୋନାରୀ ହୃଦରୋଗ, ପାକସ୍ଥଳୀ ପ୍ରଦାହ ଓ ପିତ୍ତକୋଷରେ ଲିଥିଆସିସ । [୧]

ଏହି ରୋଗ ସୃଷ୍ଟିରେ ଖାଦ୍ୟ କୌଣସି ଭୂମିକା ନେଇ ନ ଥାଏ । [୫] ଏହି ରୋଗ ସୃଷ୍ଟିକାରୀ କାରକ ଯଥା ଧୂମ୍ରପାନ, ଏନ‌.ଏସ.ଆଇ.ଡି.ମଦ୍ୟପାନ ବନ୍ଦ କରିବାକୁ ଉପଦେଶ ଦିଆଯାଏ ଓ ପାକସ୍ଥଳୀରୁ ଏସିଡ ସ୍ରାବ କମେଇବା ନିମନ୍ତେ ଔଷଧ ଦିଆଯାଏ । ଏସିଡ କମେଇବା ନିମନ୍ତେ ପ୍ରୋଟିନ ପମ୍ପ ଇନହିବିଟର (ପିପିଆଇ) କିମ୍ବା ଏଚ୨ ବ୍ଲକର ଔଷଧ ୪ ସପ୍ତାହ ନିମନ୍ତେ ପ୍ରଥମେ ଦିଆଯାଏ । [୧] ଆମୋକ୍ସିସିଲିନ ସ‌ହିତ କ୍ଲାରିଥ୍ରୋମାଇସିନ ଓ ଗୋଟିଏ ପିପିଆଇ ଦିଆଯାଏ । ଆଣ୍ଟିବାୟୋଟିକ ପ୍ରତିରୋଧ ବୃଦ୍ଧି ହେବା ଯୋଗୁ ଏହି ଚିକିତ୍ସା ସର୍ବଦା ଫଳପ୍ରଦ ହେଉନାହିଁ । [୬] ଏଣ୍ଡୋସ୍କୋପିଦ୍ୱାରା ରକ୍ରସ୍ରାବ ଚିକିତ୍ସା କରାଯାଏ, ଏହା ସଫଳ ନ ହେଲେ ଅପରେଶନ କରାଯାଏ । [୩]

ସମୁଦାୟ ଜନସଂଖ୍ୟାର ୪ % ଲୋକ ଏହି ରୋଗ‌ଗ୍ରସ୍ତ ଅଟନ୍ତି । [୭] ସନ ୧୯୯୦ରେ ଏହି ରୋଗ ମୃତ୍ୟୁ ୩୨୭,୦୦୦ ଥିଲା ବେଳେ ସନ ୨୦୧୩ ରେ ଏହା କମିଯାଏ ୩୦୧,୦୦୦ ହୋଇଥିଲା ।[୮] ପେପ୍‌ଟକ ଅଲ୍‌ସର ଛିଦ୍ର ରୋଗ ଇଂଲଣ୍ଡର ରାଜକୁମାରୀ ହେନରିଏଟଙ୍କୁ ହୋଇଥିବା ବର୍ଣ୍ଣନା ପ୍ରଥମେ ୧୬୭୦ରେ ପ୍ରକାଶ ପାଇଥିଲା । [୩] ୧୯୮୧ ମସିହାରେ ବାରି ମାର୍ସାଲରବିନ ୱାରେନ ପ୍ରଥମେ ଏଚ ପାଇଲୋରି ଆବିଷ୍କାର କରଥିଲେ । [୬]


ବର୍ଗୀକରଣ[ସମ୍ପାଦନା]

ସ୍ଥାନ ଅନୁଯାୟୀ[ସମ୍ପାଦନା]

ଜନସନ ପରିବର୍ତ୍ତିତ ବର୍ଗୀକରଣ[ସମ୍ପାଦନା]

  • ଟାଇପ ୧: ଏହା ପାକସ୍ଥଳୀ ଦେହରେ ଓ ମୂଖ୍ୟତଃ ଲେସର ବର୍ଡରର ଇନ୍‌ସାଇସୁରା ଆଙ୍ଗୁଲାରିସରେ ଦେଖାଯାଏ । ଅଧିକ ଅମ୍ଳ କ୍ଷରଣ ସହ ଏହାର ସମ୍ପର୍କ ନ ଥାଏ ।
  • ଟାଇପ ୨: ଉଭୟ ପାକସ୍ଥଳୀ ଦେହ ଓ ଡୁଓଡେନମରେ ଦେଖାଯାଏ । ଅଧିକ ଅମ୍ଳ କ୍ଷରଣ ସହ ସମ୍ପର୍କ ଥାଏ ।
  • ଟାଇପ ୩: ପାଇଲୋରିକ ଚାନେଲର ୩ ସେ.ମି. ଭିତରେ ।
  • ଟାଇପ ୪: ନିକଟବର୍ତ୍ତୀ(Proximal) ଗ୍ୟାଷ୍ଟ୍ରୋଏସୋଫେଜିଆଲ ଅଲସର ।
  • ଟାଇପ ୫: ପାକସ୍ଥଳୀର ଯେ କୌଣସି ସ୍ଥାନରେ ହୋଇପାରେ । ଏହା ଔଷଧ (ଆସ୍ପିରିନ) ଖାଇବାର ପରିଣାମରେ ହୁଏ ।

ଚିହ୍ନ ଓ ଲକ୍ଷଣ[ସମ୍ପାଦନା]

  • ପେଟରେ ଯନ୍ତ୍ରଣା: ଉପର ପେଟର ମଝି ସ୍ଥାନରେ(Epigastric area) କଷ୍ଟ ହୁଏ । ପାକସ୍ଥଳୀ ଅଳସର ହେଲେ ଅନେକ ଲୋକଙ୍କର ଖାଇବାର ଅଧ ଘଣ୍ଟା ପରେ ବଦ ହଜମି ଲାଗେ ଭଳି ଲାଗେ । ପୋଡିଲା ଭଳି ଓ ଭୋକ ସମୟରେ ଯେଉଁ ଅନୁଭୂତି ହୁଏ ତାହା ଏହି ରୋଗରେ ହୁଏ । ଡୁଓଡେନାଲ ଅଳସରରେ ଖାଇବାର ପ୍ରାୟ ତିନି ଘଣ୍ଟା ପରେ ଯନ୍ତ୍ରଣା ହୁଏ ବା ରାତି ଅଧରେ ପେଟରେ ଥିବା ଖାଦ୍ୟ କମିଗଲେ କଷ୍ଟ ହୁଏ ।
  • ପେଟ ଫୁଲେ ବା ପେଟ ଭର୍ତ୍ତି ହେଲା ଭଳି ଲାଗେ ।
  • ବାରମ୍ଵାର ଛେପ ଢୋକିବାକୁ ହୁଏ ।
  • ବାନ୍ତି ଲାଗେ ଓ ବହୁତ ବାନ୍ତି ହୁଏ ।
  • ଭୋକ ମରିଯାଏ ଓ ଓଜନ ହ୍ରାସ ହୁଏ ।
  • ରକ୍ତ ବାନ୍ତି ହୁଏ ।
  • ମେଲିନା (Melena) ବା ଦୁର୍ଗନ୍ଧଯୁକ୍ତ ପିଚୁ ଭଳି କଳା ଝାଡା ।
  • କ୍ଵଚିତ ଖାଦ୍ୟ ନଳୀ କଣା ହୋଇ ଛୁରୀ ମାରିବା ଭଳି ପ୍ରବଳ କଷ୍ଟ [୯] ସହ ପେରିଟୋନାଇଟିସ (Peritonitis) ହୁଏ ଓ ସଙ୍ଗେ ସଙ୍ଗେ ଅପରେସନ ଦରକାର ହୁଏ ।

ଜଟିଳତା[ସମ୍ପାଦନା]

  • ଖାଦ୍ୟନଳୀରୁ ରକ୍ତସ୍ରାବ
  • ଖାଦ୍ୟନଳୀରେ କଣା ହୋଇଯିବା

କାରଣ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ Najm, WI (September 2011). "Peptic ulcer disease.". Primary care 38 (3): 383–94, vii. doi:10.1016/j.pop.2011.05.001. PMID 21872087. 
  2. "Definition and Facts for Peptic Ulcer Disease". http://www.niddk.nih.gov/health-information/health-topics/digestive-diseases/peptic-ulcer/Pages/definition-facts.aspx. Retrieved 28 February 2015. 
  3. ୩.୦ ୩.୧ ୩.୨ Milosavljevic, T; Kostić-Milosavljević, M; Jovanović, I; Krstić, M (2011). "Complications of peptic ulcer disease.". Digestive diseases (Basel, Switzerland) 29 (5): 491–3. doi:10.1159/000331517. PMID 22095016. 
  4. Steinberg, KP (June 2002). "Stress-related mucosal disease in the critically ill patient: risk factors and strategies to prevent stress-related bleeding in the intensive care unit.". Critical care medicine 30 (6 Suppl): S362–4. PMID 12072662. 
  5. "Eating, Diet, and Nutrition for Peptic Ulcer Disease". http://www.niddk.nih.gov/health-information/health-topics/digestive-diseases/peptic-ulcer/Pages/eating-diet-nutrition.aspx. Retrieved 28 February 2015. 
  6. ୬.୦ ୬.୧ Wang, AY; Peura, DA (October 2011). "The prevalence and incidence of Helicobacter pylori-associated peptic ulcer disease and upper gastrointestinal bleeding throughout the world.". Gastrointestinal endoscopy clinics of North America 21 (4): 613–35. doi:10.1016/j.giec.2011.07.011. PMID 21944414. 
  7. Snowden FM (October 2008). "Emerging and reemerging diseases: a historical perspective". Immunol. Rev. 225 (1): 9–26. doi:10.1111/j.1600-065X.2008.00677.x. PMID 18837773. 
  8. GBD 2013 Mortality and Causes of Death, Collaborators (17 December 2014). "Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013.". Lancet. doi:10.1016/S0140-6736(14)61682-2. PMID 25530442. 
  9. Bhat, Sriram (2013). SRB's Manual of Surgery. p. 364. ISBN 9789350259443