ଆତ୍ମହତ୍ୟା

ଉଇକିପିଡ଼ିଆ ରୁ
Jump to navigation Jump to search
ଆତ୍ମହତ୍ୟା
Edouard Manet - Le Suicidé.jpg
ଏଡାଉୱାର୍ଡ଼ ମାନେଟଙ୍କର (୧୮୭୭–୧୮୮୧) ଆତ୍ମହତ୍ୟା
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିpsychiatry[*], ମନୋବିଜ୍ଞାନ
ଆଇସିଡ଼ି-୧୦X60.X84.
ଆଇସିଡ଼ି-୯-ସିଏମ୍E950
ମେଡ଼ିସିନ-ପ୍ଲସ001554
ଇ-ମେଡ଼ିସିନarticle/288598
MeSHF01.145.126.980.875

ଆତ୍ମହତ୍ୟାର ଏହାର ଅର୍ଥ ସ୍ୱଇଛାରେ ନିଜକୁ ହତ୍ୟା କରିବା ଓ ଏହାକୁ ସୁଇସାଇଡ (ଇଂରାଜୀ ଭାଷାରେ suicide) ମଧ୍ୟ କୁହାଯାଏ ।.[୧] ଏହାର ସଙ୍କଟ ଜନ‌କ ଅବସ୍ଥାମାନଙ୍କ ନାମ ମାନସିକ ବେମାରୀ ଅବସାଦ, ସିଜୋଫ୍ରେନିଆ, ମଦ୍ୟାତ୍ୟୟ, ନିଶା ଦ୍ରବ୍ୟ ସେବନ, ବାଇପୋଲାର ଡିଜଅଡର ଇତ୍ୟାଦି ।[୨][୩] ଅନ୍ୟ କାରକମାନଙ୍କ ନାମ ଚାପ ଜନିତ ଆବେଗ ଯାହା ଅର୍ଥନୈତିକ ସମସ୍ୟା, ସମ୍ପର୍କ ସମସ୍ୟା ବା ଭ‌ୟ[୩][୪] ପୂର୍ବରୁ ଆତ୍ମହତ୍ୟା ଚେଷ୍ଟା ଥିଲେ ଭବିଷ୍ୟତ ସଙ୍କଟ ଅଧିକ ରହେ । [୩] ବର୍ଡର ଲାଇନ ପର୍ସନାଲିଟି ଡିଜ୍ଅର୍ଡରମ୍ୟାନିକ୍ ଡିପ୍ରେସନ ଯୋଗୁ ହତାଶା ହୁଏ ଓ ଏହାଦ୍ୱାରା ଆତ୍ମହତ୍ୟା ହୁଏ[୨]ଆତ୍ମହତ୍ୟା ପ୍ରତିରୋଧ ନିମନ୍ତେ ଆଗ୍ନେୟାସ୍ତ୍ର ଓ ବିଷ ଅପ‌ହଞ୍ଚ, ମାନସିକ ବେମାରୀର ଚିକିତ୍ସା, ଡ୍ରଗ ଅପବ୍ୟବ‌ହାର, ଅର୍ଥନୀତିରେ ସୁଧାର ଓ ମିଡିଆ ରିପୋର୍ଟ ଅତି ଆବଶ୍ୟକ ।[୩] ସାଧାରଣତଃ କ୍ରାଇସିସ୍ ହଟ୍ ଲାଇନ (ଫୋନ୍ ଯୋଗେ ପରାମର୍ଶ) ବ୍ୟବ‌ହାର କରାଯାଉଥିଲେ ମଧ୍ୟ ଏହାର କାର୍ଯ୍ୟକାରୀତା ବିଷୟରେ ପ୍ରମାଣ ବିଶେଷ ନାହିଁ ।[୫]

ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ପ୍ରକାର ଆତ୍ମହତ୍ୟା ଦେଖାଯାଏ । ସାଧାରଣତଃ ବେକ ଝୁଲେଇବା (Hanging), ପୋକମରା ଔଷଧ ସେବନ ଓ ଆଗ୍ନେୟାସ୍ତ୍ରଦ୍ୱାରା ଏହା ସମ୍ଭବ ହୁଏ । ପ୍ରତିବର୍ଷ ପ୍ରାୟ ୮୦୦,୦୦୦ରୁ ଏକ ନିୟୁତ ଲୋକ ଏହି ଭାବରେ ମରନ୍ତି ଓ ଏହା ପୃଥିବୀରେ ମୃତ୍ୟୁର ଦଶମ କାରଣ ରୁପେ ପରିଚିତ ।[୨][୬] ପୁରୁଷ ଆତ୍ମହତ୍ୟା ସଂଖ୍ୟା ମହିଳାଙ୍କ ଅପେକ୍ଷା ୩ରୁ ୪ ଗୁଣ ଅଧିକ[୭] । ସନ ୧୯୯୦ରେ ୭୧୨,୦୦୦ ଆତ୍ମହତ୍ୟା ମୃତ୍ୟୁ ହୋଇଥବା ବେଳେ ୨୦୧୩ରେ ୮୪୨,୦୦୦ ମୃତ୍ୟୁ ହୋଇଥିଲା ।[୮] ୧୦ରୁ ୨୦ ନିୟୁତ ଆତ୍ମଘାତୀ ଚେଷ୍ଟା ପ୍ରତି ବର୍ଷ ହୁଏ ଯାହା ଫଳପ୍ରଦ ହୋଇପାରି ନ ଥାଏ[୯] । ଯୁବକମାନେ ମହିଳାମାନଙ୍କ ଅପେକ୍ଷା ୩ରୁ ୪ ଗୁଣ ଅଧିକ ଆତ୍ମହତ୍ୟା ଚେଷ୍ଟା କରନ୍ତି ।[୧୦] ଅଣ-ମାରାତ୍ମକ ଆତ୍ମହତ୍ୟା ପ୍ରଚେଷ୍ଟଦ୍ୱାରା ଆଘାତ ଓ ଦୀର୍ଘସ୍ଥାୟୀ ଅକ୍ଷମତା ଦେଖାଯାଏ ।

୧୫-୨୯ ବର୍ଷ ବୟସ୍କଙ୍କ ମଧ୍ୟରେ ଆତ୍ମହତ୍ୟା ହିଁ ମୃତ୍ୟୁର ଦ୍ୱିତୀୟ ବଡ଼ କାରଣ ବୋଲି ମଙ୍ଗଳବାର, ୧୧ ସେପ୍ଟେମ୍ବର ୨୦୧୮ ମିଳିତ ଜାତିସଂଘ ନିଜର ଏକ ରିପୋର୍ଟରେ ଉଲ୍ଲେଖ କରିଥିଲା। ଲାନ୍‌ସେଟ୍‌ ପବ୍ଲିକ୍‌ ହେଲ୍‌ଥ ଜର୍ନାଲ୍‌ରେ ‘ଦି ଗ୍ଲୋବାଲ୍‌ ବର୍ଡନ୍‌ ଅଫ୍‌ ଡିଜିଜ୍‌ ଷ୍ଟଡିଜ୍‌ ୧୯୯୦-୨୦୧୬’ ଶୀଷର୍କରେ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ, ବିଶ୍ୱବ୍ୟାପୀ ଘଟୁଥିବା ଆତ୍ମହତ୍ୟାର ୩୭% ପୁରୁଷ କେବଳ ଭାରତୀୟ ଏବଂ ୨୪% ମହିଳା ଚରମ ପଦକ୍ଷେପ ନେଇଥାନ୍ତି । ୧୫-୩୯ ବର୍ଷ ବୟସ୍କଙ୍କ ଆତ୍ମହତ୍ୟାରେ ଭାରତ ବିଶ୍ୱସ୍ତରରେ ତୃତୀୟ । ୧୯୯୦ରୁ ୨୦୧୬ ମଧ୍ୟରେ ଦେଶରେ ଆତ୍ମହତ୍ୟା ଜନିତ ମୃତ୍ୟୁସଂଖ୍ୟା ୪୦% ବଢ଼ିଛି । କେବଳ ୨୦୧୬ରେ ଭାରତରେ ୨,୩୦,୩୧୪ ଲୋକ ଆତ୍ମହତ୍ୟା କରିଛନ୍ତି । କର୍ନାଟକ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ପଶ୍ଚିମବଙ୍ଗ ଏବଂ ତ୍ରିପୁରାରେ ଉଭୟ ପୁରୁଷ ଏବଂ ମହିଳାଙ୍କ କ୍ଷେତ୍ରରେ ଆତ୍ମହତ୍ୟା ହାର ସବୁଠାରୁ ଅଧିକ । କେରଳ, ଛତିଶଗଡ଼ରେ ଅଧିକ ପୁରୁଷ ଆମହତ୍ୟା କରିଥାନ୍ତି । ଭାରତରେ ପ୍ରତି ୧ଲକ୍ଷରେ ୧୫% ମହିଳା ଆତ୍ମହତ୍ୟା କରିଥାନ୍ତି।[୧୧]

କେତେକ ଚିନ୍ତାଧାରା ଆତ୍ମହତ୍ୟା ପ୍ରରୋଚନା କରେ ଯଥା: ସମ୍ମାନ (Honour), ଧର୍ମ ଓ ଜୀବନର ମୂଲ୍ୟବୋଧ[୧୨][୧୩] ଆବ୍ରାହମ ଧର୍ମ ଅନୁଯାୟୀ ଜୀବନ ପବିତ୍ର, ତେଣୁ ଏହାକୁ ତ୍ୟାଗ କରିବା ପ୍ରଭୁଙ୍କ ପ୍ରତି ଅପରାଧ କରିବା ସଙ୍ଗେ ସମାନ ।[୧୪] ଜାପାନର ସମୁରାଇ ଯୁଗରେ ଏହା (ସେପୁକୁ ବା ଆତ୍ମହତ୍ୟା) ଭୁଲର ପ୍ରାୟଶ୍ଚିତ କିମ୍ବା ପ୍ରତିବାଦ ରୁପେ ଗଣା ହେଉଥିଲା ।.[୧୫] ଆଇନ ବହିର୍ଭୂତ ସତୀ ଦାହ ପ୍ରଥାରେ ବିଧବାମାନେ ସ୍ୱଇଛାରେ ବା ପରିବାରର ପ୍ରରୋଚନାରେ ନିଜକୁ ଚିତାରେ ବିସର୍ଜନ କରୁଥିଲେ[୧୬]
ପଶ୍ଚିମ ଦେଶମାନଙ୍କରେ ଆଗେ ଆତ୍ମହତ୍ୟା ଚେଷ୍ଟା ଦଣ୍ଡନୀୟ ଅପରାଧ ଥିଲା କିନ୍ତୁ ଏବେ ଅଧିକାଂଶ ଦେଶରେ ତାହା ନାହିଁ ।.[୧୭] ଅନେକ ଦେଶରେ ଏହାକୁ ଦଣ୍ଡନୀୟ ଅପରାଧ ରୂପେ ବିବେଚନା କରାଯାଏ । [୧୮] ବିଂଶ ଓ ଏକବିଂଶ ଶତାବ୍ଦୀରେ ଆତ୍ମଦାହ ଏକ ପ୍ରତିବାଦ ମାଧ୍ୟମ ହୋଇଛି । ଯୁଦ୍ଧ ସମୟରେ ଆତ୍ମଘାତୀ ବମ୍ ଉଡ଼ାଜାହାଜରୁ ପକେଇବାକୁ ଜାପାନୀମାନେ କାମିକାଜେ କ‌ହନ୍ତି ଓ ଉଗ୍ରବାଦୀମାନେ ମଧ୍ୟ ଏହିପରି ଆତ୍ମଘାତୀ ବମ୍ ପକେଇବା କାମ ମଧ୍ୟ କରନ୍ତି[୧୯] । ସୁଇସାଇଡ ଶବ୍ଦ ଲାଟିନ ଭାଷାର ସୁଇସାଇଡମ (suicidium) ଶବ୍ଦରୁ ନିଆଯାଇଛି ଯାହାର ଅର୍ଥ ନିଜକୁ ହତ୍ୟା କରିବା ।[୨୦]

ଆଧାର[ସମ୍ପାଦନା]

  1. Stedman's medical dictionary (28th ed.). Philadelphia: Lippincott Williams & Wilkins. 2006. ISBN 978-0-7817-3390-8.
  2. ୨.୦ ୨.୧ ୨.୨ Hawton K, van Heeringen K (April 2009). "Suicide". Lancet. 373 (9672): 1372–81. doi:10.1016/S0140-6736(09)60372-X. PMID 19376453.
  3. ୩.୦ ୩.୧ ୩.୨ ୩.୩ "Suicide Fact sheet N°398". WHO. August 2015. Retrieved 3 March 2016.
  4. Bottino, SM; Bottino, CM; Regina, CG; Correia, AV; Ribeiro, WS (March 2015). "Cyberbullying and adolescent mental health: systematic review". Cadernos de saude publica. 31 (3): 463–75. doi:10.1590/0102-311x00036114. PMID 25859714.
  5. Sakinofsky, I (June 2007). "The current evidence base for the clinical care of suicidal patients: strengths and weaknesses". Canadian Journal of Psychiatry. 52 (6 Suppl 1): 7S–20S. PMID 17824349.
  6. Värnik, P (March 2012). "Suicide in the world". International Journal of Environmental Research and Public Health. 9 (3): 760–71. doi:10.3390/ijerph9030760. PMC 3367275. PMID 22690161.
  7. Meier, Marshall B. Clinard, Robert F. (2008). Sociology of deviant behavior (14th ed. ed.). Belmont, CA: Wadsworth Cengage Learning. p. 169. ISBN 978-0-495-81167-1.CS1 maint: Extra text (link)
  8. GBD 2013 Mortality and Causes of Death, Collaborators (17 December 2014). "Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013". Lancet. doi:10.1016/S0140-6736(14)61682-2. PMID 25530442.
  9. Lua error in ମଡ୍ୟୁଲ:Citation/CS1 at line 3723: bad argument #1 to 'pairs' (table expected, got nil).
  10. Meier, Marshall B. Clinard, Robert F. (2008). Sociology of deviant behavior (14th ed.). Belmont, CA: Wadsworth Cengage Learning. p. 169. ISBN 978-0-495-81167-1.
  11. http://www.dharitri.com/main/news/70571
  12. Tomer, Adrian (2013). Existential and Spiritual Issues in Death Attitudes. Psychology Press. p. 282. ISBN 9781136676901.
  13. Ritzer, edited by George; Stepnisky, Jeffrey (2011). The Wiley-Blackwell companion to major social theorists. Malden, MA: Wiley-Blackwell. p. 65. ISBN 9781444396607.CS1 maint: Extra text: authors list (link)
  14. God, Religion, Science, Nature, Culture, and Morality. Archway Publishing. 2014. p. 254. ISBN 9781480811249.
  15. Colt, George Howe (1992). The enigma of suicide (1st Touchstone ed.). New York: Simon & Schuster. p. 139. ISBN 9780671760717.
  16. "Indian woman commits sati suicide". Bbc.co.uk. 2002-08-07. Retrieved 2010-08-26.
  17. White, Tony (2010). Working with suicidal individuals : a guide to providing understanding, assessment and support. London: Jessica Kingsley Publishers. p. 12. ISBN 978-1-84905-115-6.
  18. Lester, D (2006). "Suicide and islam". Archives of suicide research : official journal of the International Academy for Suicide Research. 10 (1): 77–97. doi:10.1080/13811110500318489. PMID 16287698.
  19. Aggarwal, N (2009). "Rethinking suicide bombing". Crisis. 30 (2): 94–7. doi:10.1027/0227-5910.30.2.94. PMID 19525169.
  20. Issues in Law & Medicine, Volume 3. National Legal Center for the Medically Dependent & Disabled, Incorporated, and the Horatio R. Storer Foundation, Incorporated. 1987. p. 39.