ପଲ୍‌ମୋନାରି ଏମ୍ବୋଲିଜ୍ମ

ଉଇକିପିଡ଼ିଆ‌ରୁ
ପଲ୍‌ମୋନାରି ଏମ୍ବୋଲିଜ୍ମ
Chest spiral CT scan with radiocontrast agent showing multiple filling defects both at the bifurcation ("saddle" pulmonary embolism) and in the pulmonary arteries.
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିHematology, cardiology, pulmonology
ଆଇସିଡ଼ି-୧୦I26.
ଆଇସିଡ଼ି-୯-ସିଏମ୍415.1
ରୋଗ ଡାଟାବେସ10956
ମେଡ଼ିସିନ-ପ୍ଲସ000132
ଇ-ମେଡ଼ିସିନmed/1958 emerg/490 radio/582
Patient UKପଲ୍‌ମୋନାରି ଏମ୍ବୋଲିଜ୍ମ
MeSHD011655

ପଲ୍‌ମୋନାରି ଏମ୍ବୋଲିଜ୍ମ (ପିଇ) ବା ଫୁସଫୁସ ଅନ୍ତଃଶଲ୍ୟତା ନାମ ଦିଆଯାଏ ଯେତେବେଳେ କୌଣସି ପଦାର୍ଥ ଦେହର ଅନ୍ୟ କୌଣସି ସ୍ଥାନରୁ ରକ୍ତରେ ଏମ୍ବୋଲିଜ୍ମ ବା ଅନ୍ତଶଲ୍ୟ ହୋଇ ପ୍ରବାହିତ ହୁଏ ଓ ଫୁସଫୁସ ଧମନୀକୁ ଅବରୋଧ କରେ ।[୧] ଏହାର ଲକ୍ଷଣ:- ଶ୍ୱାସକଷ୍ଟ (dyspnoea), ଛାତି ଯନ୍ତ୍ରଣା ବିଶେଷତଃ ପ୍ରଶ୍ୱାସ ନେଲା ବେଳେ ଓ କାଶିଲା ବେଳେ ରକ୍ତ ପଡ଼େ ।[୨] ଅନ୍ତଶିରା ଥ୍ରମ୍ବୋସିସ୍ ଲକ୍ଷଣ ମଧ୍ୟ ପ୍ରକାଶିତ ହୁଏ ଯେଉଁଥିରେ ଏକ ଲାଲ, ଉଷୁମ, ସ୍ଫିତ ଓ କଷ୍ଟଦାୟକ ଗୋଡ଼ ଦେଖାଯାଏ ।[୨] ସ୍ୱଳ୍ପ ଅମ୍ଳଜାନ ସାଚୁରେସନ, ଦୃତ ଶ୍ୱାସକ୍ରିୟା, ଦୃତ ହୃତ୍‌ପିଣ୍ଡ ଗତି ଓ ବେଳେ ବେଳେ ସାମାନ୍ୟ ଜ୍ୱର ହୁଏ ।[୩] ରୋଗ ସାଂଘାତିକ ହେଲେ ଅତ୍ୟଳ୍ପ ରକ୍ତଚାପ, ମୂର୍ଚ୍ଛାହଠାତ୍ ମୃତ୍ୟୁ ହୋଇଯାଏ ।[୪]

ପିଇ ସାଧାରଣତଃ ଗୋଡ଼ରେ ସୃଷ୍ଟି ହୋଇଥିବା ଜମାଟ ରକ୍ତ ବା କ୍ଲଟ୍ ପ୍ରବାହିତ ହୋଇ ଫୁସଫୁସରେ ପ‌ହଞ୍ଚି ରୋଗ ସୃଷ୍ଟି କରେ ।[୧] କର୍କଟ ରୋଗ, ଦୀର୍ଘକାଳୀନ ବିଛଣା ବିଶ୍ରାମ, ଧୂମ୍ରପାନ, ସ୍ଟ୍ରୋକ୍, କେତେକ ଜେନେଟିକ ରୋଗ, ଗର୍ଭାବସ୍ଥା, ମୋଟାପଣ, ଓ କେତେକ ଅପରେଶନ ପରେ ଏହି କ୍ଲଟ୍ ସଙ୍କଟ ବୃଦ୍ଧି ପାଏ ।[୫] ଅଳ୍ପ କେତେକ କେଶ୍‌ରେ ବାୟୁ, ଚର୍ବି, ଓ ଉଲ୍ୱଜଳ ଏମ୍ବୋଲିଜ୍ମ ହୋଇପାରେ ।[୬][୭] ଚିହ୍ନ ଓ ଲକ୍ଷଣ ସ‌ହିତ ପରୀକ୍ଷା ଫଳ ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ । ଏକ ରକ୍ତ ପରୀକ୍ଷା ଡି ଡାଇମରଦ୍ୱାରା ଏହି ରୋଗ ନ ଥିବା ଜଣାଯାଇ ପାରେ । ଅନ୍ୟଥା ସିଟି ପଲ୍‌ମାନାରି ଆଞ୍ଜିଓଗ୍ରାଫି, ଫୁସଫୁସ ଭେଣ୍ଟଲେସନ/ପରଫ୍ୟୁଜନ ସ୍କାନ ବା ଗୋଡ଼ର ଅଲ୍‌ଟ୍ରାସାଉଣ୍ଡ କରି ରୋଗ ନିର୍ଣ୍ଣୟ କରାଯାଏ । [୮] ଅନ୍ତଃଶିରା ଥ୍ରମ୍ବୋସିସ ଓ ପିଇ ଉଭୟ ରୋଗ ଥିଲେ ଭେନସ ଥ୍ରୋମ୍ବୋଏମ୍ବୋଲିଜ୍ମ ବା ଭିଟିଇ କୁହାଯାଏ ।[୯]

ଅପରେଶନ ହେବା ପରେ ତୁରନ୍ତ ଚଳପ୍ରଚଳ ହେଲେ, ବସିବା ସମୟରେ ଗୋଡ଼ ବ୍ୟାୟାମ ଓ କେତେକ ଅପରେଶନ ପରେ ରକ୍ତ ପତଳାକାରୀ ଔଷଧ ଦେଲେ ଏହି ରୋଗର ପ୍ରତିଷେଧ ହୁଏ ।[୧୦] ହେପାରିନ ବା ୱାରଫାରିନ ଆଦି ରକ୍ତ ପତଳାକାରୀ ଔଷଧ ଦେଇ ଚିକିତ୍ସା କରାଯାଏ ।[୧୧] ଅଧିକାଂଶ ସମୟରେ ଏହି ଔଷଧ ୬ମାସ ବା ଅଧିକ ସମୟ ଧରି ଦିଆଯାଏ ।[୧୨] ଅତି ସାଂଘାତିକ ରୋଗରେ ଟିସୁ ପ୍ଲାଜ୍‌ମିନୋଜେନ ଆକ୍ଟିଭେଟର ଦେଇ ଥ୍ରମ୍ବୋଲାଇସିସ୍ କରାଯାଏ ବା ପଲମୋନାରି ଥ୍ରମ୍ବେକ୍ଟମି ଅପରେଶନ କରାଯାଏ । ରକ୍ତ ପତଳାକାରୀ ଔଷଧ ଯଥେଷ୍ଟ ନ ହେଲେ ଭେନା କାଭା ଫିଲଟର ବ୍ୟବ‌ହାର କରାଯାଏ ।[୧୧]

ପ୍ରତି ବର୍ଷ ୟୁରୋପରେ ପ୍ରାୟ ୪୩୦,୦୦୦ଲୋକ ପଲ୍‌ମୋନାରି ଏମ୍ବୋଲିଜ୍ମ ରୋଗଦ୍ୱାରା ଆକ୍ରାନ୍ତ ହୁଅନ୍ତି ।[୧୩] ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରତି ବର୍ଷ ୩୦୦,୦୦୦ରୁ ୬୦୦,୦୦୦ଲୋକ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି,[୧][୧୪] ଯାହା ଫଳରେ ୫୦,୦୦୦ରୁ[୧୪] ୨୦୦,୦୦୦ ଲୋକଙ୍କର ମୃତ୍ୟୁ ହୁଏ ।[୧୫] ପୁରୁଷ ଓ ମହିଳାଙ୍କ ରୋଗ ହାର ସମାନ ଥାଏ । ବୟସ ବୃଦ୍ଧି ହେବା ପରେ ଏହି ରୋଗ ସାଧାରଣତଃ ହୁଏ ।[୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "What Is Pulmonary Embolism?". NHLBI. July 1, 2011. Retrieved 12 March 2016.
  2. ୨.୦ ୨.୧ "What Are the Signs and Symptoms of Pulmonary Embolism?". NHLBI. July 1, 2011. Retrieved 12 March 2016.
  3. Tintinalli, Judith E. (2010). Emergency Medicine: A Comprehensive Study Guide (Emergency Medicine (Tintinalli)) (7 ed.). New York: McGraw-Hill Companies. p. 432. ISBN 0-07-148480-9.
  4. Goldhaber SZ (2005). "Pulmonary thromboembolism". In Kasper DL, Braunwald E, Fauci AS; et al. (eds.). Harrison's Principles of Internal Medicine (16th ed.). New York, NY: McGraw-Hill. pp. 1561–65. ISBN 0-07-139140-1.{{cite book}}: CS1 maint: multiple names: editors list (link)
  5. ୫.୦ ୫.୧ "Who Is at Risk for Pulmonary Embolism?". NHLBI. July 1, 2011. Retrieved 12 March 2016.
  6. "What Causes Pulmonary Embolism?". NHLBI. July 1, 2011. Retrieved 12 March 2016.
  7. Pantaleo, G; Luigi, N; Federica, T; Paola, S; Margherita, N; Tahir, M (2014). "Amniotic fluid embolism: review". Current pharmaceutical biotechnology. 14 (14): 1163–7. PMID 24804726.
  8. "How Is Pulmonary Embolism Diagnosed?". NHLBI. July 1, 2011. Retrieved 12 March 2016.
  9. "Other Names for Pulmonary Embolism". July 1, 2011. Retrieved 12 March 2016.
  10. "How Can Pulmonary Embolism Be Prevented?". NHLBI. July 1, 2011. Retrieved 12 March 2016.
  11. ୧୧.୦ ୧୧.୧ "How Is Pulmonary Embolism Treated?". NHLBI. July 1, 2011. Retrieved 12 March 2016.
  12. "Living With Pulmonary Embolism". July 1, 2011. Retrieved 12 March 2016.
  13. Raskob, GE; Angchaisuksiri, P; Blanco, AN; Buller, H; Gallus, A; Hunt, BJ; Hylek, EM; Kakkar, A; Konstantinides, SV; McCumber, M; Ozaki, Y; Wendelboe, A; Weitz, JI; ISTH Steering Committee for World Thrombosis, Day (November 2014). "Thrombosis: a major contributor to global disease burden". Arteriosclerosis, thrombosis, and vascular biology. 34 (11): 2363–71. PMID 25304324.
  14. ୧୪.୦ ୧୪.୧ Rahimtoola A, Bergin JD (February 2005). "Acute pulmonary embolism: an update on diagnosis and management". Current problems in cardiology. 30 (2): 61–114. doi:10.1016/j.cpcardiol.2004.06.001. PMID 15650680.
  15. Kumar,Abbas,Fausto, Mitchell (2010). Basic Pathology. New Delhi: Elsevier. p. 98. ISBN 978-81-312-1036-9.{{cite book}}: CS1 maint: multiple names: authors list (link)