ଓଷ୍ଟିଓଆର୍ଥ୍ରାଇଟିସ

ଉଇକିପିଡ଼ିଆ ରୁ
Jump to navigation Jump to search
ଓଷ୍ଟିଓଆର୍ଥ୍ରାଇଟିସ
Heberden-Arthrose.JPG
The formation of hard nobs at the middle finger joints (known as Bouchard's nodes) and at the farther away finger joint (known as Heberden's node) are a common feature of OA in the hands.
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିRheumatology, orthopedics
ଆଇସିଡ଼ି-୧୦M15.-M19., M47.
ଆଇସିଡ଼ି-୯-ସିଏମ୍715
ଓଏମ୍‌ଆଇଏମ୍165720
ରୋଗ ଡାଟାବେସ9313
ମେଡ଼ିସିନ-ପ୍ଲସ000423
ଇ-ମେଡ଼ିସିନmed/1682 orthoped/427 pmr/93 radio/492
Patient UKଓଷ୍ଟିଓଆର୍ଥ୍ରାଇଟିସ
MeSHD010003

ଓଷ୍ଟିଓଆର୍ଥ୍ରାଇଟିସ (ଓଏ) ବା କ୍ଷୟକାରୀ ଗଣ୍ଠି ରୋଗ, ଅନ୍ୟ ଜଣାଶୁଣା ନାମ ଡିଜେନେରେଟିଭ ଆର୍ଥ୍ରାଇଟିସ, ଡିଜେନେରେଟିଭ ଗଣ୍ଠି ରୋଗ, ବା ଡିଜେନେରେଟିଭ ଆର୍ଥ୍ରୋସିସ, ଏକ ପ୍ରକାର ଗଣ୍ଠି ରୋଗ ଯେଉଁଥିରେ ଗଣ୍ଠି ଉପାସ୍ଥି ଓ ଏହା ନିମ୍ନସ୍ଥ ଅସ୍ଥି କ୍ଷୟ ହୁଏ ।[୧] ଏହି ରୋଗର ଅତି ସାଧାରଣ ଲକ୍ଷଣ ମଧ୍ୟରେ ଗଣ୍ଠି ଯନ୍ତ୍ରଣା ଓ ଗଣ୍ଠି ଚଳନ ଅକ୍ଷମତା ମୂଖ୍ୟତଃ ଦେଖାଯାଏ । ପ୍ରଥମେ ପ୍ରଥମେ ବ୍ୟାୟାମ କଲାପରେ ଲକ୍ଷଣ ପ୍ରକାଶ ପାଏ, ସମୟ କ୍ରମେ ଏହା ସର୍ବଦା ପ୍ରକାଶ ପାଏ । ଅନ୍ୟାନ୍ୟ ଲକ୍ଷଣ: ଗଣ୍ଠିରେ ତରଳ ପଦାର୍ଥ ଜମେ, ଗଣ୍ଠିର ଚଳନ କ୍ଷମତା କମିଯାଏ, ପିଠି ଗଣ୍ଠିରେ ରୋଗ ହେଲେ ପିଠି ଦୁର୍ବଳ ଲାଗେ କିମ୍ବା ହାତ ଗୋଡ କାଲୁଆ ହୋଇଯାଏ । ଅଧିକ ରୋଗଗ୍ରସ୍ତ ହେଉଥିବା ଗଣ୍ଠିମାନଙ୍କର ନାମ ଆଙ୍ଗୁଠି ଅଗ ଗଣ୍ଠି, ବୃଦ୍ଧାଙ୍ଗୁଳି ମୂଳ ଗଣ୍ଠି, ବେକ, ଅଣ୍ଟା, ଆଣ୍ଠୁ ଓ ପିଚା ଗଣ୍ଠି । ଦେହର ଏକ ପାଖର ଗଣ୍ଠି ଅଧିକ ରୋଗଗ୍ରସ୍ତ ହୁଏ । ସାଧାରଣତଃ ବର୍ଷ ବର୍ଷ ଧରି ରୋଗ ଧୀରେ ଧୀରେ ହୁଏ । ଏହାଦ୍ୱାରା ବ୍ୟବସାୟ ଓ ଦୈନନ୍ଦିନ କାର୍ଯ୍ୟ ବାଧାପ୍ରାପ୍ତ ହୁଏ । ଅନ୍ୟାନ୍ୟ ଗଣ୍ଠି ରୋଗ ଭଳି ନ ହୋଇ ଏହା କେତେକ ନିର୍ଦ୍ଦିଷ୍ଟ ଗଣ୍ଠିକୁ ଧରେ ।[୨]

ପୂର୍ବତନ ଗଣ୍ଠି ଆଘାତ, ଅଣବିକଶିତ ବା ଅସ୍ୱାଭାବିକ ଗଣ୍ଠି ଓ ବଂଶାନୁକ୍ରମିକ ତ୍ରୁଟି । ଅଧିକ ଓଜନ, ଅସମାନ ଗୋଡ଼ ଓ ଗଣ୍ଠିରେ ଚାପ ପଡ଼ୁଥିବା କାର୍ଯ୍ୟ ଇତ୍ୟାଦି ଏହି ରୋଗ ସୃଷ୍ଟିର ସହାୟକ ହୁଏ । [୨][୩] ଗଣ୍ଠିରେ ଯାନ୍ତ୍ରିକ ଚାପ ଓ ନିମ୍ନ ସ୍ତରର ପ୍ରଦାହ ଏହି ରୋଗ ସୃଷ୍ଟି କରିବାରେ ସହାୟକ ହୁଏ । [୪] ଉପାସ୍ଥି କ୍ଷୟରୁ ଆରମ୍ଭ ହୋଇ ଧୀରେ ଧୀରେ ଉପାସ୍ଥି ନିମ୍ନରେ ଥିବା ଅସ୍ଥି କ୍ଷୟ ହୁଏ ।[୨] ଯନ୍ତ୍ରଣା ଯୋଗୁ ବ୍ୟାୟାମ ନ ହୋଇ ପାରି ମାଂସପେଶୀ କ୍ଷୟ ହୁଏ । [୩][୫] ଚିହ୍ନ ଓ ଲକ୍ଷଣ ସହ ମେଡିକାଲ ଇମେଜିଙ୍ଗ କରି ରୋଗ ନିର୍ଣ୍ଣୟ କରାଯାଏ ଓ ଏହା ସହିତ ଅନ୍ୟାନ୍ୟ ପରୀକ୍ଷା ସାହାଯ୍ୟରେ ଅନ୍ୟ ସନ୍ଦେହାତ୍ମକ ରୋଗ ନିର୍ଣ୍ଣୟ ଦୂର କରାଯାଏ । ରିଉମାଟଏଡ ଆର୍ଥ୍ରାଇଟିସ ଭଳି ଏହି ରୋଗରେ ପ୍ରଦାହ ହୁଏନି, ତେଣୁ ଲାଲ ଦେଖାଯାଏନି ବା ଗରମ ଲାଗେନି ।[୨]

ଯନ୍ତ୍ରଣା ଲାଘବକାରୀ ଔଷଧ, ଗଣ୍ଠି ଉପରେ ଚାପ କମେଇବା, ସାହାଯ୍ୟକାରୀ ଦଳ ସହିତ ବ୍ୟାୟାମ କରି ଏହା ଚିକିତ୍ସା କରାଯାଏ । ଗଣ୍ଠି ବିଶ୍ରାମ, ବାଡ଼ିବ୍ରେସ ସହାୟତାରେ ଗଣ୍ଠି ଉପରେ ଚାପ କମେଇ ଦିଆଯାଇପାଏ । ଅଧିକ ଓଜନ ସମ୍ପର୍ଣ୍ଣ ଲୋକର ଓଜନ କମେଇଲେ ଉପକାର ମିଳେ । ଯନ୍ତ୍ରଣା ନିମନ୍ତେ ପାରାସେଟାମୋଲ (ଆସେଟାମିନୋଫେନ) ଦିଆଯାଏ । ଏହି ଔଷଧ କାମ ନ କଲେ ନାପ୍ରୋକ୍ସେନ ଭଳି ଏନଏସଆଇଡି ଦିଆଯାଏ । ନିଶା ଭୟରେ ଓପିଏଡ ସ୍ୱଳ୍ପକାଳ ନିମନ୍ତେ ଦିଆଯାଏ ।[୨] ସାଧାରଣ ଜୀବନଧାରା ବିପର୍ଯ୍ୟୟ ହେଲେ ଗଣ୍ଠି ରୋପଣ କରାଯାଏ । କୃତ୍ରିମ ଗଣ୍ଠି ସ୍ୱଳ୍ପ କାଳ ନିମନ୍ତେ କାମ ଦିଏ ।[୩] ଅଧିକାଂଶ ରୋଗୀଙ୍କର ଚିକିତ୍ସା ଫଳାଫଳ ଉତ୍ତମ ରହେ । [୨]

ସନ ୨୦୧୦ ହିସାବ ଅନୁସାରେ ଆଣ୍ଠୁ ଓ ହିପ ଓଷ୍ଟିଓଆର୍ଥ୍ରାଇଟିସ ରୋଗ ଏକ ଅତି ସାଧାରଣ ରୋଗ ଯାହା ଜନସଂଖ୍ୟାର ୩.୮ %ଲୋକଙ୍କୁ ହୋଇଥିଲା ।[୨][୬] ବୟସ ୬୦ ଉର୍ଦ୍ଧ୍ୱ ୧୦ % ପୁରୁଷମାନଙ୍କୁ ଓ ୧୮ % ମହିଳାମାନଙ୍କୁ ଏହି ରୋଗ ହୁଏ ।[୩] ଅସାମର୍ଥ୍ୟ ସହିତ ବଞ୍ଚିବାର କାରଣ ମଧ୍ୟରୁ ୨ % ଏହି ରୋଗ ଯୋଗୁ ହୁଏ ।[୬] ଅଷ୍ଟ୍ରେଲିଆରେ ୧.୯ ନିୟୁତ[୭] ଓ ଆମେରିକାରେ ପ୍ରାୟ ୨୭ % ଲୋକଙ୍କୁ ଏହି ରୋଗ ହୁଏ ।[୨] ବୟସ ୪୫ ପୂର୍ବରୁ ପୁରୁଷମାନଙ୍କୁ ଏହି ରୋଗ ଅଧିକ ହୁଏ ଓ ୪୫ ବର୍ଷ ବୟସ ପରେ ମହିଳାମାନଙ୍କୁ ଏହା ଅଧିକ ହୁଏ । ଅତି ବୟସ ବଢିଗଲେ ଉଭୟ ଲିଙ୍ଗର ଲୋଳଙ୍କୁ ସମ ପରିମାଣରେ ଏହି ରୋଗ ହୁଏ । [୨]


ଚିହ୍ନ ଓ ଲକ୍ଷଣ[ସମ୍ପାଦନା]

ଆଣ୍ଠୁର ଏମଆରଆଇ ଚିତ୍ରରେ ଗଣ୍ଠି ମଧ୍ୟସ୍ଥ ସ୍ଥାନ କମିଯିବା ଦେଖାଯାଉଛି ।

ଯନ୍ତ୍ରଣା ଏହି ରୋଗର ମୂଖ୍ୟ ଲକ୍ଷଣ । ଏହା ତୀବ୍ର ହୁଏ ବା ଜଳିବା ଭଳି ହୁଏ; ଗଣ୍ଠିକୁ ଚଲଉଥିବା ମାଂସପେଶୀ ଓ ପେଶୀରଜ୍ଜୁରେ ଅନୁଭୁତ ହୁଏ ଓ ଅକର୍ମନ୍ୟତା ହୁଏ। ଗଣ୍ଠି ଚଲେଇବା ସମୟରେ କଡ଼କଡ଼ ଶବ୍ଦ ହୁଏ ବା ଅନୁଭବ ହୁଏ ଯାହାକୁ କ୍ରେପିଟସ କହନ୍ତି । ମାଂସପେଶୀରେ ସ୍ପାଜ୍ମ (Spasm) ହୁଏ ଓ ସେ ସ୍ଥାନ ଛୁଇଁଲେ ଟାଣ ଲାଗେ । ବେଳେବେଳେ ଗଣ୍ଥି ଭିତରେ ତରଳ ପଦାର୍ଥ ଜମେ । ବାୟୁ ମଣ୍ଡଳ ଚାପ କମ୍ ହେଲେ, ହ୍ୟୁମିଡିଟି(Humidity) ଅଧିକ ହେଲେ ଓ ପାଗ ଥଣ୍ଡା ରହିଲେ କେହି କେହି ଯନ୍ତ୍ରଣା ବଢ଼ିଯିବା କଥା କହନ୍ତି କିନ୍ତୁ ଅନୁଶୀଳନରୁ ଏହାର ସମ୍ପୁର୍ଣ୍ଣ ସତ୍ୟତା ପ୍ରମାଣିତ ହୋଇ ନାହିଁ[୮]
ଏହି ରୋଗ ମୂଖ୍ୟତଃ ନିତମ୍ବ ଗଣ୍ଠି, ଆଣ୍ଠୁ ଗଣ୍ଠି, ମେରୁଦଣ୍ଡ, ହାତପାଦ ଇତ୍ୟାଦିକୁ ଆକ୍ରମଣ କରେ ଯଦିଓ ଏହା ଯେ କୌଣସି ଗଣ୍ଠିକୁ ଧରି ପାରେ । ରୋଗ ବଢ଼ିଲେ ଗଣ୍ଠି ବଡ ଦେଖାଯାଏ, ଟାଣ ହୁଏ ଓ ଯନ୍ତ୍ରଣା ଅଧିକ ହୁଏ । ଏହାର ଏକ ବୈଚିତ୍ର୍ୟ ଅଛି: ଅଳ୍ପ ସମୟ ବ୍ୟବହାର କଲେ ଆରାମ ଲାଗେ କିନ୍ତୁ ଅଧିକ ସମୟ ବ୍ୟବହାର କଲେ କଷ୍ଟ ବେଶୀ ହୁଏ । ରିଉମାଟଏଡ ଆର୍ଥ୍ର୍ରାଟିସ(rheumatoid arthritis) ରୋଗରେ ଯନ୍ତ୍ରଣା କେବେ ହେଲେ କମେ ନାହିଁ ।
ହାତର ଗଣ୍ଠି ଫୁଲିଯାଏ ଓ ବେଶୀ କଷ୍ଟ ହୋଇ ନ ପାରେ । ଏହି ଗଣ୍ଠି ଫୁଲାକୁ ନାମ ଦିଆ ଯାଇଛି । ସନ୍ନିକଟ ଗଣ୍ଠି ଫୁଲାକୁ ବାଉଚାର୍ଡ ନୋଡ(Bouchard's nodes ) ଓ ଦୂର ଗଣ୍ଟି ଫୁଲାକୁ ହେବେର୍ଡେନ ନୋଡ(Heberden's nodes ) କୁହାଯାଏ । ଏହି ଫୁଲା ଯୋଗୁ ଗଣ୍ଠି ଟାଣ ହୋଇଯାଏ ଓ ଚଳନ କମିଯାଏ । ପାଦରେ ହେଉଥିବା ଗଣ୍ଠି ଉପରେ ବୁନିଅନ(bunions) ହେଲେ ଲାଲ ଦେଖାଯାଏ ଓ ଫୁଲିଯାଏ ।
ଆଣ୍ଠୁରେ ତରଳ ପଦାର୍ଥ ଜମୁଥିବା କାରଣମାନଙ୍କ ମଧ୍ୟରେ ଓଷ୍ଟିଓଆର୍ଥ୍ରାଇଟିସ ପ୍ରଥମ ସ୍ଥାନ ଗ୍ରହଣ କରିଛି[୯]

କାରଣ[ସମ୍ପାଦନା]

ଗଣ୍ଠି ଚଳନ ଏକ ଯାନ୍ତ୍ରିକ କ୍ରିୟା । ଗଣ୍ଠି ଭିତରେ ଥିବା ଅସ୍ଥି ଓ ଅପାସ୍ଥି ଅଗ୍ରଭାଗରେ ଘର୍ଷଣ ଜନିତ କ୍ଷୟ ଶରୀର ନିଜେ ପୁରଣ କରି ପାରେ ନାହିଁ, ଏହା ହିଁ ଓଷ୍ଟିଓଆର୍ଥ୍ରାଇଟିସର ପ୍ରାଥମିକ କାରଣ । ଅସ୍ଥି ସଜ୍ଜା ଜନ୍ମଗତ ଓ ଅନ୍ୟାନ୍ୟ କାରଣରୁ ଠିକ ହୋଇ ନ ଥିଲେ, ଆଘାତ ପ୍ରାପ୍ତ ଥିଲେ, ଗଣ୍ଠିରେ କୌଣସି ରୋଗ ଥିଲେ, ଦୁର୍ବଳ ମାଂସପେଶୀ ଥିଲେ ବା ହଠାତ ଅନିୟମିତ ଭାବରେ ଗଣ୍ଠି ଚଳନ ହେଲେ ଓଷ୍ଟିଓଆର୍ଥ୍ରାଇଟିସ ହେବା ସମ୍ଭାବନା ରହେ[୧୦] । କୌଣସି ଆଘାତ ନ ଥାଇ କେବଳ ଦୌଡ଼ ବା ବ୍ୟାୟାମ ଯୋଗୁ ଓଷ୍ଟିଓଆର୍ଥ୍ରାଇଟିସ ହେବା ପ୍ରମାଣିତ ହୋଇ ନାହିଁ[୧୧]। ଆଙ୍ଗୁଠି ଫୁଟାଇବାର କୌଣସି ଭୂମିକା ନାହିଁ[୧୨]

ପ୍ରାଥମିକ କାରଣ[ସମ୍ପାଦନା]

Primary osteoarthritis of the left knee. Note the osteophytes, narrowing of the joint space (arrow), and increased subchondral bone density (arrow).

ଜମଜ ସନ୍ତାନ ସନ୍ତତି ଓ ଭାଇ ଭଉଣୀଙ୍କର ଏହି ରୋଗ ହେବାରୁ ଏହାର ଜେନେଟିକ ପ୍ରଭାବ ଥିବା ଅନୁମାନ କରାଯାଏ[୧୩] । କୌଣସି ଗୋଟିଏ କାରଣ ଜଣାଯାଇ ନାହିଁ, କିନ୍ତୁ ଅଧା ଲୋକଙ୍କର ଜେନେଟିକ ଭୂମିକା ଥିବା ସନ୍ଦେହ କରାଯାଏ ।[୧୪]
ଆଣ୍ଠୁରେ ଆଘାତ ଓ ମୋଟାପଣର ଇତିହାସ ପ୍ରାୟତଃ ମିଳେ[୧୫] । ମୋଟା ଲୋକଙ୍କର ଏହି ରୋଗ ଅଧିକ ହେବା ଓ ଓଜନ କମେଇଦେଲେ ଲକ୍ଷଣ କମି ଆରାମ ଲାଗିବା ଇତିହାସରୁ ସଙ୍କେତ ମିଳେ ଅଧିକ ଓଜନ ଏହାର ଏକ କାରଣ । କେବଳ ମୋଟା ହେବା ନୁହେଁ ତା ସହିତ ମେଟାବୋଲିକ୍ ଲିଙ୍କ ଥିବା ଆଶା କରାଯାଏ[୧୬]
ଋତୁବନ୍ଦ ପରେ ମହିଳାଙ୍କର ଏହି ରୋଗ ଅଧିକ ହେଉ ଥିବାରୁ ହରମୋନର ଭୂମିକା ଥିବା ଜଣାଯାଏ[୧୭][୧୮]। ମୁଷା ଦେହରେ ପରୀକ୍ଷା କରି ଦେଖା ଯାଇଛି, ମହିଳା ହରମୋନ ଇଞ୍ଜେକ୍ସନ ଦେଲେ ଗଣ୍ଠି ପ୍ରତିରୋଧ ବଢ଼େ ଓ ପୁରୁଷ ହରମୋନ ଦେଲେ କମେ[୧୯]

ଗୌଣ କାରଣ (Secondary cause)[ସମ୍ପାଦନା]

  • କେତେକ ରୋଗ ହେବା ପରେ ଓଷ୍ଟିଓଆର୍ଥ୍ରାଇଟିସ ହୁଏ, କିନ୍ତୁ ଏହାର ପ୍ରକ୍ରିୟା ସମାନ ଥାଏ ।
  • ଆଲକାପ୍ଟୋନୁରିଆ Alkaptonuria
  • ଜନ୍ମଗତ ଗଣ୍ଠି ରୋଗ (Congenital disorders of joints)
  • ବହୁମୂତ୍ର ବା ଡାଏବେଟିସ (Diabetes)
  • ଏହ୍ଲର ଡାନଲୋସ ସିଣ୍ଡ୍ରୋମ (Ehlers-Danlos Syndrome)
  • ହେମୋକ୍ରୋମାଟୋସିସ ଓ ଉଇଲସନ୍ସ ଡିଜିଜ (Hemochromatosis and Wilson's disease)
  • ସମସ୍ତ ସ୍ଥାୟୀ ଗଣ୍ଠି ପ୍ରଦାହ ରୋଗ (Inflammatory diseases (such as Perthes' disease), (Lyme disease), and all chronic forms of arthritis (e.g. costochondritis, gout, and rheumatoid arthritis). In gout, uric acid crystals cause the cartilage to degenerate at a faster pace.
  • ଗଣ୍ଠି ଓ ଗଣ୍ଠି ରଜ୍ଜୁ ଆଘାତ ବା ଅପରେଶନ ଜନିତ ଆଘାତ (Injury to joints or ligaments (such as the ACL), as a result of an accident or orthopedic operations.)
  • ଗଣ୍ଠି କ୍ଷୟ (Ligamentous deterioration or instability may be a factor.)
  • ମାର୍ଫାନ ସିଣ୍ଡ୍ରୋମ ( Marfan syndrome)
  • ମୋଟାପଣ (Obesity)
  • ସଂକ୍ରମିତ ଗଣ୍ଠି ପ୍ରଦାହ (Septic arthritis /infection of a joint)

ବିକାରୀ ଶରୀର କ୍ରିୟା (Pathophysiology)[ସମ୍ପାଦନା]

ପ୍ରଥମିକ ଓଷ୍ଟିଓଆର୍ଥ୍ରାଇଟିସ ଗୋଟିଏ ବିନଷ୍ଟକାରୀ ରୋଗ ଯାହାର ଅତିକ୍ରାନ୍ତ ବୟସ ସାଥୀରେ ସମ୍ପର୍କ ଅଛି, କିନ୍ତୁ ବୃଦ୍ଧାବସ୍ଥା ରୋଗ ନୁହେଁ, କାରଣ ଅନେକ ବ୍ୟକ୍ତି ନବେ ବର୍ଷରେ ଥିଲେ ମଧ୍ୟ ତାଙ୍କୁ ଏହି ରୋଗ ହୁଏ ନାହିଁ । ଗଣ୍ଠି ଭିତରେ ଥିବା ଉପାସ୍ଥିରେ ବୟସ ବଢିବା ସାଥେ ସାଥେ ପ୍ରୋଟିଓଗ୍ଲାଇକାନ ପରିମାଣ କମିଯିବା ହେତୁ ଜଳୀୟ ଅଂଶ କମିଯାଏ[୨୦], ତେଣୁ ଏହାର ନମନିୟତା କମିଯାଏ । ଉପାସ୍ଥି ଭିତରୁ ଜଳ ଚାପ ପାଇଲେ ବାହାରି ଆସେ ଓ ଗିବ୍ସ- ଡୋନାନ ଇଫେକ୍ଟ ଓ ପ୍ରୋଟିଓଗ୍ଲାଇକାନଦ୍ୱାରା ଅସ୍ମୋଟିକ ଚାପ ସୃଷ୍ଟି ହୋଇ ଜଳ ଭିତରକୁ ପଶିଯାଏ[୨୧][୨୨][୨୩][୨୪][୨୫][୨୬] This increase occurs because whilst there is an overall loss of proteoglycans,[୨୩][୨୭] । ଏହି ରୋଗର ପ୍ରାରମ୍ଭ ସମୟରେ କଳ ପରିମାଣ ବୃଦ୍ଧି ପାଏ । ଏହା ପ୍ରୋଟିଓଗ୍ଲାଇକାନ କମିବା ଯୋଗୁ କୋଲାଜେନ ଫାଇବରର ସହନଶୀଳତା କମିଯାଏ ଓ ନଷ୍ଟଶୀଳତା ବଢିଯାଏ । ଉପାସ୍ଥିର ନଷ୍ଟ ହୋଇଯାଇଥିବା ଅଂଶ ଗଣ୍ଠି ଭିତରକୁ ଯାଇ ପ୍ରଦାହ ସୃଷ୍ଟି କରେ । ଗଣ୍ଠିର ଅସ୍ଥି ଧାରରୁ ନୂଆ ଅସ୍ଥି ବାହାରେ ଯାହାକୁ ସ୍ପର ବା ଅଷ୍ଟିଓଫାଇଟ କୁହାଯାଏ ।

ରୋଗନିର୍ଣ୍ଣୟ[ସମ୍ପାଦନା]

ରୋଗର ଇତିହାସ ଓ ପରୀକ୍ଷା ସାହାଯ୍ୟରେ ରୋଗ ନିର୍ଣ୍ନୟ କରାଯାଏ[୨୮][୨୯] ଏବଂ ଏକ୍ସ-ରେଦ୍ୱାରା ସିଦ୍ଧାନ୍ତ କରାଯାଏ । ଏକ୍ସ-ରେ ଫିଲ୍ମରେ ଦେଖାଯାଉଥିବା ପରିବର୍ତ୍ତନ: ଗଣ୍ଠିର ଖାଲି ସ୍ଥାନ ପରିମାଣ କମ ଦେଖାଯାଏ । ଉପାସ୍ଥି ଥିବା ସ୍ଥାନ ତଳେ ଅସ୍ଥି ଛାୟା ଅଧିକ ଗାଢ (Subchondral sclerosis) ଦେଖାଯାଏ ଓ ତା ପାଖ ସ୍ଥାନ ଖାଲି ଥାଏ ଯାହାକୁ ସିସ୍ଟ (Subchondral cyst) କୁହାଯାଏ । ଗଣ୍ଠି ହାଡ ଧାରରେ ଅଧିକ ଅସ୍ଥି ଦେଖାଯାଏ, ଏହାକୁ ଓସ୍ଟିଓଫାଇଟ କହନ୍ତି[୩୦] । ଏକ୍ସ-ରେ ଦେଖାଯାଉଥିବା ପରିବର୍ତ୍ତନ ସହ ରୋଗ ଲକ୍ଷଣର ନିଗୁଢ ସମ୍ପର୍କ ରହେନି[୩୧] । ଅନ୍ୟାନ୍ୟ ଇମେଜିଙ୍ଗ ଦରକାର ହୁଏ ନାହିଁ ।

ଚିକିତ୍ସା[ସମ୍ପାଦନା]

ଓଜନ କମ କରିବା ସହ ବ୍ୟାୟାମ କରିବାଦ୍ୱାରା ବହୁତ ଉପକାର ହୁଏ । ଏହା ସହ କଷ୍ଟ ନିବାରକ ଔଷଧ ପାରାସେଟାମଲ ଦିଆଯାଏ । ଏହା ଫଳପ୍ରଦ ନ ହେଲେ ଏନ.ଏସ.ଏ.ଆଇ.ଡି. ( NSAID) ଔଷଧ ସହ ମିଶେଇ ଦିଆଯାଏ[୩୨] । ଏହାର ଅପେକ୍ଷାକୃତ ବିପଦମୁକ୍ତ ଗୁଣ ଯୋଗୁ ଏହାକୁ ପ୍ରଥମ ଧାଡ଼ି ଔଷଧ ଭାବେ ବହୁଳ ବ୍ୟବହାର ହୁଏ[୩୨]

ଜୀବନଚର୍ଯ୍ୟା ପରିବର୍ତ୍ତନ[ସମ୍ପାଦନା]

ଓଜନ ବେଶି ଥିବା ରୋଗୀଙ୍କର ଓଜନ କମେଇବା ଏକ ଅତ୍ୟାବଶ୍ୟକ ଚିକିତ୍ସା । ରୋଗୀଙ୍କୁ ଶିଖେଇଲେ ସେମାନେ ନିଜେ ବ୍ୟାୟାମ କରିପାରିବେ । ଏହାଦ୍ୱାରା ଯନ୍ତ୍ରଣା କମେ, ଗଣ୍ଠି କାର୍ଯ୍ୟ ଦକ୍ଷତା ବଢ଼େ, ଥକ୍କାଣ କମେ ଓ ଔଷଧ କମ ଆବଶ୍ୟକ ହୁଏ[୩୩]। କେବଳ କଷ୍ଟ ନିବାରକ ଔଷଧ ଅପେକ୍ଷା ବ୍ୟାୟାମ ସହିତ ଔଷଧ ଖାଇଲେ ୨୦% କଷ୍ଟ କମ ହୁଏ[୩୩] । ଅତ୍ୟଧିକ କଷ୍ଟ ହେଉଥିଲେ ଔଷଧ ଖାଇ କଷ୍ଟ କିଛି କମିଗଲା ପରେ ବ୍ୟାୟାମ କଲେ ଉପକାର ମିଳେ ।
ସପ୍ତାହକୁ ତିନି ଥର ବ୍ୟାୟାମ କଲେ ଯଥେଷ୍ଟ ହୁଏ । ମାଲିସ କରିବା ବିଶେଷ ଉପକାରୀ ସାବ୍ୟସ୍ତ ହୋଇ ନାହିଁ ।
ଆଣ୍ଠୁ ବ୍ରେସ ବ୍ୟବହାର କଲେ ଉପକାର ହୁଏ କିନ୍ତୁ ଜୋତାର ଭିତର ସୋଲ ଉଚ୍ଚ କଲେ ଉପକାର ହେବା ପ୍ରମାଣିତ ହୋଇ ନାହିଁ ।

ଅପରେଶନ[ସମ୍ପାଦନା]

ଅସମ୍ଭାଳ ଯନ୍ତ୍ରଣା ହେଲେ ଅପରେଶନ କରାଯାଏ । ଗଣ୍ଠି ଭିତର ଅସ୍ଥି ଖାଇ ଯାଇଥିଲେ କୃତ୍ରିମ ଗଣ୍ଠି ରୋପଣ ଓ ରିସରଫେସିଙ୍ଗ ଅପରେଶନ କରାଯାଏ । ଉଭୟ ହିପ ଓ ଆଣ୍ଠୁ ଓଷ୍ଟିଓଆର୍ଥ୍ରାଇଟିସ ରୋଗ ଅପରେଶନଦ୍ୱାରା ଆରାମ ଲାଗିବାର ପ୍ରମାଣ ମିଳେ[୩୪]। ଅପରେଶନଦ୍ୱାରା ଆଣ୍ଠୁର କଷ୍ଟ କମେ ଓ କାମ ସହଜରେ ସାଧିତ ହୁଏ[୩୫] । ଆର୍ଥ୍ରୋସ୍କୋପି ଅପରେଶନଦ୍ୱାରା ଅଧିକ ଉପକାର ପ୍ରମାଣିତ ହୋଇ ନାହିଁ[୩୬]

ଖାଦ୍ୟ[ସମ୍ପାଦନା]

ଓଷ୍ଟିଓଆର୍ଥ୍ରାଇଟିସ ରୋଗ ନିମନ୍ତେ ବିଭିନ୍ନ ପ୍ରକାର ଖାଦ୍ୟ ଓ ପୋଷକ ଖାଇବାକୁ ପରାମର୍ଶ ଦିଆଯାଇଛି । ଫାଇଟୋଡଲର ( Phytodolor), ସାମେ (SAMe)[୩୭] . ଚାଇନା ଔଷଧ ଏସ୍.କେ.ଆଇ. ୩୦୬ଏକ୍ସ (SKI 306X) ଖାଇଲେ ଯନ୍ତ୍ରଣା ଉପଶମ ହୁଏ । ଆଭୋକାଡୋ/ସୋୟାବିନ (avocado/soybean unsaponifiables (ASU))[୩୮], ବସ‌ୱେଲିଆ ସେରାଟା ଏକ୍ସଟ୍ରାକ୍ଟ (Boswellia serrata extracts)[୩୯][୪୦], ଏମ୍, ଏସ୍.ଏମ୍. MSM[୪୧] ଓ ରୋଜହିପ୍ (rose hip)[୪୧] ଇତ୍ୟାଦି ଉପକାରୀ ଜଣାଯାଏ ।
ବହୁଳ ଭାବେ ବ୍ୟବହୃତ ଗ୍ଲୁକୋସାମିନର ଉପକାରୀତା ସ୍ୱିକୃତ ହୋଇ ନାହିଁ[୪୨][୪୩]। ଏହା ପ୍ଲାସେବୋ ସହ ସମାନ[୪୪][୪୫] ବା ସାମାନ୍ୟ ଅଧିକ ଉପକାରୀ[୪୬][୪୭] ଜଣାଯାଏ । ଗ୍ଲୁକୋସାମିନ ସଲ୍‌ଫେଟ୍ କିଛି ପରିମାଣରେ ଉପକାରୀ ଜଣାଯାଏ[୪୮] । ଅନ୍ୟ ବହୁତ ପ୍ରକାର ଖାଦ୍ୟ ସପ୍ଲିମେଣ୍ଟ ଖାଇବାକୁ ଉପଦେଶ ଦିଆଯାଏ, କିନ୍ତୁ ସେମାନଙ୍କର ଉପକାରୀତା ଓ ବିପଦମୁକ୍ତତା ସମ୍ପର୍କରେ ପ୍ରାମାଣିକ ତଥ୍ୟ ନାହିଁ ।
ଆକୁପଙ୍କଚରଟେନ୍ସ (TENS) ଚିକିତ୍ସା କଲେ କଷ୍ଟ ଲାଘବ ହେବା ଦାବି କରାଯାଏ, କିନ୍ତୁ ଏହା ପ୍ରମାଣିତ ହୋଇ ନାହିଁ ।

ଆଧାର[ସମ୍ପାଦନା]

  1. Atlas of Osteoarthritis. Springer. 2015. p. 21. ISBN 9781910315163.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ "Osteoarthritis". National Institute of Arthritis and Musculoskeletal and Skin Diseases. April 2015. Retrieved 13 May 2015.
  3. ୩.୦ ୩.୧ ୩.୨ ୩.୩ Glyn-Jones, S; Palmer, AJ; Agricola, R; Price, AJ; Vincent, TL; Weinans, H; Carr, AJ (3 March 2015). "Osteoarthritis". Lancet. PMID 25748615.
  4. Berenbaum F (2013). "Osteoarthritis as an inflammatory disease (osteoarthritis is not osteoarthrosis!)". Osteoarthritis and Cartilage. 21 (1): 16–21. doi:10.1016/j.joca.2012.11.012. PMID 23194896.
  5. Conaghan P (2008). "Osteoarthritis — National clinical guideline for care and management in adults" (PDF).
  6. ୬.୦ ୬.୧ March, L; Smith, EU; Hoy, DG; Cross, MJ; Sanchez-Riera, L; Blyth, F; Buchbinder, R; Vos, T; Woolf, AD (June 2014). "Burden of disability due to musculoskeletal (MSK) disorders". Best practice & research. Clinical rheumatology. 28 (3): 353–66. PMID 25481420.
  7. Elsternwick (2013). "A problem worth solving". Arthritis and Osteoporosis Victoria.
  8. de Figueiredo EC, Figueiredo GC, Dantas RT (2011). "Influência de elementos meteorológicos na dor de pacientes com osteoartrite: Revisão da literatura". Rev Bras Reumatol (in Portuguese). 51 (6): 622–8. doi:10.1590/S0482-50042011000600008. PMID 22124595. Unknown parameter |trans_title= ignored (help); Unknown parameter |month= ignored (help)CS1 maint: Multiple names: authors list (link) CS1 maint: Unrecognized language (link)
  9. "Water on the knee". MayoClinic.com.
  10. Brandt KD, Dieppe P, Radin E (2009). "Etiopathogenesis of osteoarthritis". Med. Clin. North Am. 93 (1): 1–24, xv. doi:10.1016/j.mcna.2008.08.009. PMID 19059018. Unknown parameter |month= ignored (help)CS1 maint: Multiple names: authors list (link)
  11. Bosomworth NJ (2009). "Exercise and knee osteoarthritis: benefit or hazard?". Can Fam Physician. 55 (9): 871–8. PMC 2743580. PMID 19752252. Unknown parameter |month= ignored (help)
  12. Deweber K, Olszewski M, Ortolano R (2011). "Knuckle cracking and hand osteoarthritis". J Am Board Fam Med. 24 (2): 169–74. doi:10.3122/jabfm.2011.02.100156. PMID 21383216.CS1 maint: Multiple names: authors list (link)
  13. Valdes AM, Spector TD (2008). "The contribution of genes to osteoarthritis". Rheum. Dis. Clin. North Am. 34 (3): 581–603. doi:10.1016/j.rdc.2008.04.008. PMID 18687274. Unknown parameter |month= ignored (help)
  14. Spector TD, MacGregor AJ (2004). "Risk factors for osteoarthritis: genetics". Osteoarthr. Cartil. 12 Suppl A: S39–44. doi:10.1016/j.joca.2003.09.005. PMID 14698640.
  15. Coggon D, Reading I, Croft P, McLaren M, Barrett D, Cooper C (2001). "Knee osteoarthritis and obesity". Int. J. Obes. Relat. Metab. Disord. 25 (5): 622–7. doi:10.1038/sj.ijo.0801585. PMID 11360143. Unknown parameter |month= ignored (help)CS1 maint: Multiple names: authors list (link)
  16. Pottie P, Presle N, Terlain B, Netter P, Mainard D, Berenbaum F (2006). "Obesity and osteoarthritis: more complex than predicted!". Ann. Rheum. Dis. 65 (11): 1403–5. doi:10.1136/ard.2006.061994. PMC 1798356. PMID 17038451. Unknown parameter |month= ignored (help)CS1 maint: Multiple names: authors list (link)
  17. Linn S, Murtaugh B, Casey E (2012). "Role of sex hormones in the development of osteoarthritis". PM R. 4 (5 Suppl): S169–73. doi:10.1016/j.pmrj.2012.01.013. PMID 22632696. Unknown parameter |month= ignored (help)CS1 maint: Multiple names: authors list (link)
  18. Tanamas SK, Wijethilake P, Wluka AE, Davies-Tuck ML, Urquhart DM, Wang Y, Cicuttini FM (2011). "Sex hormones and structural changes in osteoarthritis: a systematic review". Maturitas. 69 (2): 141–56. doi:10.1016/j.maturitas.2011.03.019. PMID 21481553. Unknown parameter |month= ignored (help)CS1 maint: Multiple names: authors list (link)
  19. Ma HL, Blanchet TJ, Peluso D, Hopkins B, Morris EA, Glasson SS (2007). "Osteoarthritis severity is sex dependent in a surgical mouse model". Osteoarthr. Cartil. 15 (6): 695–700. doi:10.1016/j.joca.2006.11.005. PMID 17207643. Unknown parameter |month= ignored (help)CS1 maint: Multiple names: authors list (link)
  20. Simon, H (2005-05-08). "Osteoarthritis". University of Maryland Medical Center. Retrieved 2009-04-25. Unknown parameter |coauthors= ignored (|author= suggested) (help)
  21. Maroudas AI (April 1976). "Balance between swelling pressure and collagen tension in normal and degenerate cartilage". Nature. 260 (5554): 808–9. doi:10.1038/260808a0. PMID 1264261.
  22. Bollet AJ, Nance JL (July 1966). "Biochemical Findings in Normal and Osteoarthritic Articular Cartilage. II. Chondroitin Sulfate Concentration and Chain Length, Water, and Ash Content". J. Clin. Invest. 45 (7): 1170–7. doi:10.1172/JCI105423. PMC 292789. PMID 16695915.
  23. ୨୩.୦ ୨୩.୧ Brocklehurst R, Bayliss MT, Maroudas A, Coysh HL, Freeman MA, Revell PA, Ali SY (January 1984). "The composition of normal and osteoarthritic articular cartilage from human knee joints. With special reference to unicompartmental replacement and osteotomy of the knee". J Bone Joint Surg Am. 66 (1): 95–106. PMID 6690447.CS1 maint: Multiple names: authors list (link)
  24. Chou MC, Tsai PH, Huang GS, Lee HS, Lee CH, Lin MH, Lin CY, Chung HW (April 2009). "Correlation between the MR T2 value at 4.7 T and relative water content in articular cartilage in experimental osteoarthritis induced by ACL transection". Osteoarthr. Cartil. 17 (4): 441–7. doi:10.1016/j.joca.2008.09.009. PMID 18990590.CS1 maint: Multiple names: authors list (link)
  25. Grushko G, Schneiderman R, Maroudas A (1989). "Some biochemical and biophysical parameters for the study of the pathogenesis of osteoarthritis: a comparison between the processes of ageing and degeneration in human hip cartilage". Connect. Tissue Res. 19 (2–4): 149–76. doi:10.3109/03008208909043895. PMID 2805680.CS1 maint: Multiple names: authors list (link)
  26. Mankin HJ, Thrasher AZ (January 1975). "Water content and binding in normal and osteoarthritic human cartilage". J Bone Joint Surg Am. 57 (1): 76–80. PMID 1123375.
  27. Venn M, Maroudas A (April 1977). "Chemical composition and swelling of normal and osteoarthrotic femoral head cartilage. I. Chemical composition". Ann. Rheum. Dis. 36 (2): 121–9. doi:10.1136/ard.36.2.121. PMC 1006646. PMID 856064.
  28. Zhang W, Doherty M, Peat G, Bierma-Zeinstra MA, Arden NK, Bresnihan B, Herrero-Beaumont G, Kirschner S, Leeb BF, Lohmander LS, Mazières B, Pavelka K, Punzi L, So AK, Tuncer T, Watt I, Bijlsma JW (March 2010). "EULAR evidence-based recommendations for the diagnosis of knee osteoarthritis". Ann. Rheum. Dis. 69 (3): 483–9. doi:10.1136/ard.2009.113100. PMID 19762361.CS1 maint: Multiple names: authors list (link)
  29. Bierma-Zeinstra SM, Oster JD, Bernsen RM, Verhaar JA, Ginai AZ, Bohnen AM (August 2002). "Joint space narrowing and relationship with symptoms and signs in adults consulting for hip pain in primary care". J. Rheumatol. 29 (8): 1713–8. PMID 12180735.CS1 maint: Multiple names: authors list (link)
  30. ଛାଞ୍ଚ:MerckManual
  31. Phillips CR, Brasington RD (2010). "Osteoarthritis treatment update: Are NSAIDs still in the picture?". Journal of Musculoskeletal Medicine. 27 (2).
  32. ୩୨.୦ ୩୨.୧ Flood J (March 2010). "The role of acetaminophen in the treatment of osteoarthritis". Am J Manag Care. 16 (Suppl Management): S48–54. PMID 20297877. open access publication – free to read
  33. ୩୩.୦ ୩୩.୧ Cibulka MT, White DM, Woehrle J; et al. (April 2009). "Hip pain and mobility deficits—hip osteoarthritis: clinical practice guidelines linked to the international classification of functioning, disability, and health from the orthopaedic section of the American Physical Therapy Association". J Orthop Sports Phys Ther. 39 (4): A1–25. doi:10.2519/jospt.2009.0301. PMID 19352008.CS1 maint: Explicit use of et al. (link) CS1 maint: Multiple names: authors list (link)
  34. Santaguida PL, Hawker GA, Hudak PL, Glazier R, Mahomed NN, Kreder HJ, Coyte PC, Wright JG (December 2008). "Patient characteristics affecting the prognosis of total hip and knee joint arthroplasty: a systematic review". Can J Surg. 51 (6): 428–36. PMC 2592576. PMID 19057730.CS1 maint: Multiple names: authors list (link)
  35. Carr AJ, Robertsson O, Graves S, Price AJ, Arden NK, Judge A, Beard DJ (April 2012). "Knee replacement". Lancet. 379 (9823): 1331–40. doi:10.1016/S0140-6736(11)60752-6. PMID 22398175.CS1 maint: Multiple names: authors list (link)
  36. Moseley JB, O'Malley K, Petersen NJ, Menke TJ, Brody BA, Kuykendall DH, Hollingsworth JC, Ashton CM, Wray NP (July 2002). "A controlled trial of arthroscopic surgery for osteoarthritis of the knee". N. Engl. J. Med. 347 (2): 81–8. doi:10.1056/NEJMoa013259. PMID 12110735.CS1 maint: Multiple names: authors list (link)
  37. Lopez, HL (May 2012). "Nutritional interventions to prevent and treat osteoarthritis. Part II: focus on micronutrients and supportive nutraceuticals". PM & R : the journal of injury, function, and rehabilitation. 4 (5 Suppl): S155–68. doi:10.1016/j.pmrj.2012.02.023. PMID 22632695.
  38. Pirotta M (September 2010). "Arthritis disease - the use of complementary therapies". Aust Fam Physician. 39 (9): 638–40. PMID 20877766.
  39. Ernst E (2008). "Frankincense: systematic review". BMJ. 337: a2813. doi:10.1136/bmj.a2813. PMC 2605614. PMID 19091760.
  40. Abdel-Tawab M, Werz O, Schubert-Zsilavecz M (June 2011). "Boswellia serrata: an overall assessment of in vitro, preclinical, pharmacokinetic and clinical data". Clin Pharmacokinet. 50 (6): 349–69. doi:10.2165/11586800-000000000-00000. PMID 21553931.CS1 maint: Multiple names: authors list (link)
  41. ୪୧.୦ ୪୧.୧ De Silva V, El-Metwally A, Ernst E, Lewith G, Macfarlane GJ (May 2011). "Evidence for the efficacy of complementary and alternative medicines in the management of osteoarthritis: a systematic review". Rheumatology (Oxford). 50 (5): 911–20. doi:10.1093/rheumatology/keq379. PMID 21169345.CS1 maint: Multiple names: authors list (link)
  42. The effects of Glucosamine Sulphate on OA of the knee joint. BestBets.
  43. Burdett N, McNeil JD (September 2012). "Difficulties with assessing the benefit of glucosamine sulphate as a treatment for osteoarthritis". Int J Evid Based Healthc. 10 (3): 222–6. doi:10.1111/j.1744-1609.2012.00279.x. PMID 22925619.
  44. Wandel S, Jüni P, Tendal B, Nüesch E, Villiger PM, Welton NJ, Reichenbach S, Trelle S (2010). "Effects of glucosamine, chondroitin, or placebo in patients with osteoarthritis of hip or knee: network meta-analysis". BMJ. 341: c4675. doi:10.1136/bmj.c4675. PMC 2941572. PMID 20847017.CS1 maint: Multiple names: authors list (link)
  45. Wu D, Huang Y, Gu Y, Fan W (June 2013). "Efficacies of different preparations of glucosamine for the treatment of osteoarthritis: a meta-analysis of randomised, double-blind, placebo-controlled trials". Int. J. Clin. Pract. 67 (6): 585–94. doi:10.1111/ijcp.12115. PMID 23679910.CS1 maint: Multiple names: authors list (link)
  46. Chou R, McDonagh MS, Nakamoto E, Griffin J (2011). Analgesics for Osteoarthritis: An Update of the 2006 Comparative Effectiveness Review. Comparative Effectiveness Reviews. Rockville: Agency for Healthcare Research and Quality. PMID 22091473.CS1 maint: Multiple names: authors list (link)[page needed]
  47. Miller KL, Clegg DO (February 2011). "Glucosamine and chondroitin sulfate". Rheum. Dis. Clin. North Am. 37 (1): 103–18. doi:10.1016/j.rdc.2010.11.007. PMID 21220090. The best current evidence suggests that the effect of these supplements, alone or in combination, on OA pain, function, and radiographic change is marginal at best.
  48. Rovati LC, Girolami F, Persiani S (June 2012). "Crystalline glucosamine sulfate in the management of knee osteoarthritis: efficacy, safety, and pharmacokinetic properties". Ther Adv Musculoskelet Dis. 4 (3): 167–80. doi:10.1177/1759720X12437753. PMC 3400104. PMID 22850875.CS1 maint: Multiple names: authors list (link)