ପଲିସିଷ୍ଟିକ ଓଭାରି ସିଣ୍ଡ୍ରୋମ

ଉଇକିପିଡ଼ିଆ‌ରୁ
ପଲିସିଷ୍ଟିକ ଓଭାରି ସିଣ୍ଡ୍ରୋମ
ଅଲଟ୍ରାସାଉଣ୍ଡ ଛବିରେ ଏକ ପଲିସିଷ୍ଟିକ ଓଭାରି ଦେଖାଯାଉଛି ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିGynecology
ଆଇସିଡ଼ି-୧୦E28.2
ଆଇସିଡ଼ି-୯-ସିଏମ୍256.4
ଓଏମ୍‌ଆଇଏମ୍184700
ମେଡ଼ିସିନ-ପ୍ଲସ000369
ଇ-ମେଡ଼ିସିନmed/2173 ped/2155 radio/565
Patient UKପଲିସିଷ୍ଟିକ ଓଭାରି ସିଣ୍ଡ୍ରୋମ
MeSHD011085

ପଲିସିଷ୍ଟିକ ଓଭାରି ସିଣ୍ଡ୍ରୋମ ବା (ପିସିଓଏସ) ବା ହାଇପରଆଣ୍ଡ୍ରୋଜେନିକ ଆନଓଭ୍ୟୁଲେସନ (ଏଚଏ) (ଇଂରାଜୀରେ polycystic ovary syndrome (PCOS), ବା hyperandrogenic anovulation (HA),[୧] ବା ସ୍ଟେଇନ ଲେଭେନଥାଲ ସିଣ୍ଡ୍ରୋମ (Stein–Leventhal syndrome),[୨] ଏକ ଲକ୍ଷଣ ସେଟ ଯାହା ହରମୋନ ଅସମତୁଲତା ଯୋଗୁ ମହିଳାମାନଙ୍କର ହୁଏ । [୩] ଏହାର ଲକ୍ଷଣ ସମୂହ: ଆଦୌ ଋତୁଚକ୍ର ନ ହେବା ବା ଅନିୟମିତ ଋତୁଚକ୍ର ହେବା, ଅତ୍ୟଧିକ ଋତୁସ୍ରାବ, ଦେହରେ ବା ମୁହଁରେ ଅତ୍ୟଧିକ ବାଳ ବଢ଼ିବା, ପେଲଭିସରେ ଯନ୍ତ୍ରଣା, ମୁଖବ୍ରଣ, ଗର୍ଭାଧାନ ଅସୁବିଧାଚର୍ମରେ ମୋଟା, କଳା ଭେଲଭେଟ ଭଳି ପ୍ୟାଚ ହୁଏ । [୪] ଏହା ସ‌ହ ସଂମ୍ପୃକ୍ତ ରୋଗମାନଙ୍କର ନାମ: ଟାଇପ ୨ ଡାଏବେଟିସ, ମୋଟାପଣ, ଅବସ୍ଟ୍ରକ୍ଟିଭ ସ୍ଲିପ ଆପନିଆ, ହୃଦରୋଗ, ମିଜାଜ ବିକାରଏଣ୍ଡୋମେଟ୍ରିଆଲ କର୍କଟ[୩]

ପିସିଓଏସ ରୋଗ ଉଭୟ ଜେନେଟିକ ଓ ପରିବେଶ ପ୍ରଭାବ ଯୋଗୁ ହୁଏ ।[୫] ସଙ୍କଟଦାୟୀ କାରକଙ୍କ ନାମ: ମୋଟାପଣ, ସ୍ୱଳ୍ପ ବ୍ୟାୟାମ ଓ ପରିବାରରେ କୌଣସି ଜଣକର ଏହି ରୋଗ ଥିବା ଇତିହାସ । [୬] ଡିମ୍ବ କ୍ଷରଣ, ଉଚ୍ଚ ଆଣ୍ଡ୍ରୋଜେନ ସ୍ତର ଓ ଓଭାରିଆନ ସିସ୍ଟ ମଧ୍ୟରୁ ଦୁଇଟି ଥିଲେ ଏହି ରୋଗ ନିର୍ଣ୍ଣୟ କରାଯାଏ । [୩] ଅଲଟ୍ରାସାଉଣ୍ଡରେ ଏହି ରୋଗ ଚିହ୍ନଟ ହୁଏ । ଏକା ଭଳି ଲକ୍ଷଣ ଦେଖାଯାଉଥିବା ଅନ୍ୟ ରୋଗମାନଙ୍କର ନାମ: ଆଡ୍ରେନାଲ ହାଇପରପ୍ଲାସିଆ, ହାଇପୋଥାଇରଏଡିଜମ, ହାଇପରପ୍ରୋଲାକ୍ଟିନେମିଆ[୭]

ପିସିଓଏସ ରୋଗ ଆରୋଗ୍ୟ ହୁଏ ନାହିଁ । [୮] ଓଜନ ହ୍ରାସ ଓ ବ୍ୟାୟାମ ଭଳି ଜୀବନ ଧାରା ବଦଳେଇ ଚିକିତ୍ସା କରାଯାଏ । ଜନ୍ମ ନିରୋଧ ବଟିକା ବ୍ୟବସ୍ଥା କଲେ ଋତୁସ୍ରାବରେ ଉନ୍ନତି ହୁଏ, ଅଧିକ ବାଳ କମିଯାଏ ଓ ମୁଖ ବ୍ରଣ କମିଯାଏ । ମେଟଫର୍ମିନ ଓ ଆଣ୍ଡ୍ରୋଜେନ ଦେଲେ ସାହାଯ୍ୟକାରୀ ହୁଏ । ଅନ୍ୟାନ୍ୟ ମୁଖ ବ୍ରଣ ଚିକିତ୍ସା, ବାଳ ଦୂର କରିବା ପଦ୍ଧତି ବ୍ୟବ‌ହାର କଲେ ଉପକାର ମିଳେ । [୯] ପ୍ରଜନନ କ୍ଷମତା ବୃଦ୍ଧି ନିମନ୍ତେ ଓଜନ ହ୍ରାସ, କ୍ଲୋମିଫେନ କିମ୍ବା ମେଟଫର୍ମିନ ଦିଆଯାଏ । ଶରୀର ବ‌ହିସ୍ଥ ଡିମ୍ବଶୁକ୍ରାଣୁ ନିଷିକ୍ତ କରିବାଦ୍ୱାରା ସନ୍ତାନ ଜନ୍ମ ସମ୍ଭବ ହୋଇପାରେ । [୧୦]

ମହିଳାମାନଙ୍କର ୧୮ରୁ ୪୪ ବର୍ଷ ବୟସ ମଧ୍ୟରେ ପିସିଓଏସ ସର୍ବାଧିକ ଅନ୍ତଃସ୍ରାବୀ ରୋଗ ଭାବରେ ଜଣାଶୁଣା । [୧୧] ଏହି ବୟସ ମଧ୍ୟରେ ୫ %ରୁ ୧୦ % ମହିଳା ଏହାର ଶିକାର ହୁଅନ୍ତି । [୬] ଏହା ପ୍ରଜନନ ଅକ୍ଷମତାର ଏକ ମୂଖ୍ୟ କାରଣ । [୩] ସନ ୧୭୨୧ରେ ଇଟାଲିରେ ଏହି ରୋଗର ସବୁଠାରୁ ପୁରାତନ ବର୍ଣ୍ଣନା ଦେଖିବାକୁ ମିଳେ । [୧୨]

ଆଧାର[ସମ୍ପାଦନା]

  1. "Terms and thresholds for the ultrasound evaluation of the ovaries in women with hyperandrogenic anovulation". Hum. Reprod. Update. 20 (3): 463–4. 2014. doi:10.1093/humupd/dmu005. PMID 24516084. {{cite journal}}: Cite uses deprecated parameter |authors= (help)
  2. "USMLE-Rx". MedIQ Learning, LLC. 2014. Stein-Leventhal syndrome, also known as polycystic ovary syndrome (PCOS), is a disorder characterized by hirsutism, obesity, and amenorrhea because of luteinizing hormone-resistant cystic ovaries. {{cite web}}: Missing or empty |url= (help)
  3. ୩.୦ ୩.୧ ୩.୨ ୩.୩ "Polycystic Ovary Syndrome (PCOS): Condition Information". www.nichd.nih.gov/. 2013-05-23. Retrieved 13 March 2015.
  4. "What are the symptoms of PCOS?" (05/23/2013). www.nichd.nih.gov. Retrieved 13 March 2015.
  5. "The role of genes and environment in the etiology of PCOS". Endocrine. 30 (1): 19–26. 2006. doi:10.1385/ENDO:30:1:19. PMID 17185788. {{cite journal}}: Cite uses deprecated parameter |authors= (help)
  6. ୬.୦ ୬.୧ "How many people are affected or at risk for PCOS?". www.nichd.nih.gov. 2013-05-23. Retrieved 13 March 2015.
  7. "How do health care providers diagnose PCOS?". www.nichd.nih.gov/. 2013-05-23. Retrieved 13 March 2015.
  8. "www.nichd.nih.gov". Is there a cure for PCOS?. 2013-05-23. Retrieved 13 March 2015.
  9. "Treatments to Relieve Symptoms of PCOS". www.nichd.nih.gov/. 2014-07-14. Retrieved 13 March 2015.
  10. "Treatments for Infertility Resulting from PCOS". www.nichd.nih.gov/. 2014-07-14. Retrieved 13 March 2015.
  11. "Polycystic ovary syndrome: a complex condition with psychological, reproductive and metabolic manifestations that impacts on health across the lifespan". BMC Med. 8 (1): 41. 2010. doi:10.1186/1741-7015-8-41. PMC 2909929. PMID 20591140. {{cite journal}}: Cite uses deprecated parameter |authors= (help)CS1 maint: unflagged free DOI (link)
  12. Kovacs, Gabor T.; Norman, Robert (2007-02-22). Polycystic Ovary Syndrome. Cambridge University Press. p. 4. ISBN 9781139462037. Retrieved 29 March 2013.