ପାକସ୍ଥଳୀ କର୍କଟ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ପାକସ୍ଥଳୀ କର୍କଟ
Adenocarcinoma of the stomach.jpg
A suspicious stomach ulcer that was ultimately diagnosed as cancer on biopsy and resected. The surgical specimen was subsequently kept for educational purposes.
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟି oncology[*]
ଆଇସିଡ଼ି-୧୦ C16.
ଆଇସିଡ଼ି-୯-ସିଏମ୍ 151.9
ଓଏମ୍‌ଆଇଏମ୍ 137215
ରୋଗ ଡାଟାବେସ 12445
ମେଡ଼ିସିନ-ପ୍ଲସ 000223
ଇ-ମେଡ଼ିସିନ med/845
MeSH D013274

ପାକସ୍ଥଳୀ କର୍କଟ (ଇଂରାଜୀରେ Stomach cancer କିମ୍ବା gastric cancer), ଏକ କର୍କଟ ରୋଗ ଯାହା ପାକସ୍ଥଳୀର ଭିତର ସ୍ତରରୁ ଜାତ ହୁଏ ।[୧] ପାକସ୍ଥଳୀର ଯେ କୌଣସି ଭାଗରେ କର୍କଟ ରୋଗ ହେଲେ ପାକସ୍ଥଳୀ କର୍କଟ କହନ୍ତି । ଏହାର ପ୍ରାରମ୍ଭ ଲକ୍ଷଣ ସମୂହ: ଛାତି ଜଳାପୋଡ଼ା, ଉପରପେଟରେ କଷ୍ଟ, ଓକାଳ ଓ କ୍ଷୁଧାହାନୀ । ପଶ୍ଚାତ ଲକ୍ଷଣ ମଧ୍ୟରେ: ଓଜନ ହ୍ରାସ, ହଳଦିଆ ଚମ, ବାନ୍ତି, ଗିଳିବାରେ କଷ୍ଟ ଓ ଝାଡ଼ାରେ ରକ୍ତ ପଡ଼ିବା ।[୨] ପାକସ୍ଥଳୀ କର୍କଟ ଦେହର ଅନ୍ୟ ସ୍ଥାନମାନଙ୍କୁ ବ୍ୟାପିପାରେ (ମେଟାସ୍ଟାସିସ) ଯେପରିକି ଯକୃତ, ଫୁସଫୁସ, ହାଡ଼, ପେରିଟୋନିଅମ ଓ ଲସିକାଗ୍ରନ୍ଥି ।[୩]

ଏହି ରୋଗ ସାଧାରଣତଃ ହେଲିବାବାକ୍‌ଟର ପାଇଲୋରି ଜୀବାଣୁଦ୍ୱାରା ହୁଏ ଯାହା ୬୦ % ରୁ ଅଧିକ କ୍ଷେତ୍ରରେ ଦେଖାଯାଏ ।[୪][୫] ଏହି ଜୀବାଣୁ ମଧ୍ୟରୁ କେତେକ ପ୍ରଜାତି ଜୀବାଣୁ ଅଧିକ ସଙ୍କଟ ଜନ‌କ । ଅନ୍ୟାନ୍ୟ କାରଣ ମଧ୍ୟରେ ପରିବା ଆଚାର ଓ ଧୁମ୍ରପାନ ଉଲ୍ଲେଖ‌ଯୋଗ୍ୟ । ପ୍ରାୟ ୧୦ % ରୋଗ ପରିବାରରେ ଚାଲେ, ୧ %ରୁ ୩ % ପିତାମାତାଙ୍କଠାରୁ ଜୀନ‌ଦ୍ୱାରା ଯାଏ ଯାହାର ଉଦାହରଣ ହେରେଡିଟାରି ଡିଫ୍ୟୁଜ ଗ୍ୟାସ୍ଟ୍ରିକ କର୍କଟ । ପାକସ୍ଥଳୀ କର୍କଟ ମଧ୍ୟ ଅନେକ ପ୍ରକାର ଅଛି । ସେଥିରୁ ଅଧିକାଂଶ ଗ୍ୟାସ୍ଟ୍ରିକ କର୍କଟ । ଲିମ୍ଫୋମା ଓ ମେସେନ୍‌କାଇମାଲ ଟ୍ୟୁମର ମଧ୍ୟ ପାକସ୍ଥଳିରେ ହୁଏ । ଅଧିକାଂଶ ସମୟରେ ପାକସ୍ଥଳୀ କର୍କଟ ବିଭିନ୍ନ ସ୍ଟେଜ ମଧ୍ୟରେ ଅନେକ ବର୍ଷ ଧରି ଗତି କରନ୍ତି । [୫] ଏଣ୍ଡୋସ୍କୋପି କଲାବେଳେ ବାୟୋପ୍ସି ନିଆଯାଇ ରୋଗ ନିର୍ଣ୍ଣୟ କରାଯାଏ । ଏହା ପରେ ମେଡିକାଲ ଇମେଜିଙ୍ଗ କରି ଅନ୍ୟ ସ୍ଥନରେ ଥିବା ମେଟାସ୍ଟାସିସକୁ ଚିହ୍ନଟ କରାଯାଏ । [୨] ଜାପାନଦକ୍ଷିଣ କୋରିଆ, ଏହି ଦୁଇ ଦେଶରେ ସର୍ବାଧିକ ସଂଖ୍ୟକ ପାକସ୍ଥଳୀ କର୍କଟ ଥିବା ସ୍କ୍ରନିଙ୍ଗ କରି ଦେଖାଯାଏ । [୫]

ଧୁମ୍ରପାନ ବନ୍ଦ କଲେ ଓ ମେଡିଟେରାନିଆନ ଖାଦ୍ୟ ଖାଇଲେ (ଇଂରାଜୀରେ Mediterranean diet] କର୍କଟ ସଙ୍କଟ କମିଯାଏ । ଏଚ. ପାଇଲୋରି ଜୀବାଣୁ ଚିକିତ୍ସା କଲେ ଭବିଷ୍ୟତ କର୍କଟ ସଙ୍କଟ କମିଯାଏ ।[୫][୬] ଶୀଘ୍ର ଚିକିତ୍ସା କଲେ ଅନେକ ରୋଗୀ ଆରୋଗ୍ୟ ଲାଭ କରନ୍ତି । [୫] ଅପରେଶନ, କେମୋଥେରାପି, ଓ ଟାର୍ଗେଟେଡ ଥେରାପିର କିଛି ମିଶ୍ରିତ ଚିକିତ୍ସା କରାଯାଏ । [୨] ବିଳମ୍ବ ହୋଇଥିଲେ ପାଲିଏଟିଭ ଯତ୍ନ କରାଯାଏ ।[୫] ପୃଥିବୀରେ ପାଞ୍ଚ ବର୍ଷିଆ ଆୟୁଷ ହାର ୧୦ % ରୁ କମ୍ । ବିଳମ୍ବରେ ଚିହ୍ନଟ ଏହାର ଖରାପ ଫଳର କାରଣ ।[୭] ଆମେରିକାରେ ପାଞ୍ଚ ବର୍ଷିଆ ଆୟୁଷ ହାର ୨୮ % ।[୮] ଦକ୍ଷିଣ କୋରିଆରେ ଏହା ୬୫ % । [୫]

ପୃଥିବୀରେ ହେଉଥିବା କର୍କଟ ରୋଗରେ ପାକସ୍ଥଳୀ କର୍କଟ ପଞ୍ଚମ ସ୍ଥାନ (୭ %), ମୃତ୍ୟୁ ସଂଖ୍ୟାରେ ତୃତୀୟ ସ୍ଥାନ (୩ %) ଅଧିକାର କରିଛି ।[୯] ସନ ୨୦୧୨ରେ ୯୫୦,୦୦୦ ଲୋକଙ୍କୁ ଏହି ରୋଗ ହୋଇଥିଲା ଓ ୭୨୩,୦୦୦ ମୃତ୍ୟୁ ହୋଇଥିଲା । [୯] ୧୯୩୦ ଦଶନ୍ଧି ପୂର୍ବରୁ ଆମେରିକା ଓ ଇଂଲଣ୍ଡରେ ଏହା ସର୍ବାଧିକ ମୃତ୍ୟୁର କାରଣ ଥିଲା ।[୧୦][୧୧][୧୨] ମୃତ୍ୟୁ ହାର ତାହାପରଠାରୁ କମି ଚାଲିଛି । [୫] ରେଫ୍ରିଜେଟର ବାହାରିବା ପରେ ଅଧିକ ଲବଣ ଓ ଆଚାର ଖାଦ୍ୟ ଗ୍ରହଣ କରିବା କମେଇବାରୁ ଏହି ମୃତ୍ୟୁ ହାର କମିବା ବିଶ୍ୱାସ କରାଯାଏ ।[୧୩] ସାଧାରଣତଃ ପୂର୍ବ ଏସିଆପୂର୍ବ ୟୁରୋପରେ ପାକସ୍ଥଳୀ କର୍କଟ ଅଧିକ ଦେଖାଯାଏ ଓ ପୁରୁଷମାନଙ୍କର ମହିଳାମାନଙ୍କ ଅପେକ୍ଷା ୨ ଗୁଣ ଅଧିକ ରୋଗ ହୁଏ । [୫] ପୃଥିବୀରେ ପ୍ରତି ବର୍ଷ ପ୍ରାୟ ୭ ଲକ୍ଷ ଲୋକ ମୃତ୍ୟୁ ବରଣ କରନ୍ତି ।[୧୪]। ଏହି ରୋଗ ହେଲେ ୫ ବର୍ଷ ବଞ୍ଚିବା ରୋଗୀ ସଂଖ୍ୟା ୧୫ %ରୁ କମ, କାରଣ ରୋଗୀ ବହୁତ ଡେରିରେ ଆସି ଡାକ୍ତରଙ୍କୁ ଦେଖାନ୍ତି ।

ଲକ୍ଷଣ ଓ ଚିହ୍ନ[ସମ୍ପାଦନା]

ଏହି ରୋଗ ଆକ୍ରମଣ କଲେ ପ୍ରଥମ ଅବସ୍ଥାରେ କୌଣସି ଲକ୍ଷଣ ଦେଖାଯାଏ ନାହିଁ ବା ଏହା ପାକସ୍ଥଳିର ରୋଗ ଭଳି ଜଣାଯାଏନାହିଁ । ଲକ୍ଷଣ ପ୍ରକାଶ ପାଇବା ବେଳକୁ ରୋଗ ବଢି ଯାଇଥାଏ ରୋଗ ବିକ୍ଷେପ (Metastasis) ହୋଇ ସାରିଥାଏ । ଏହି କାରଣ ଯୋଗୁ ଏହାର ପୂର୍ବାନୁମାନ ନିରାଶାଜନକ ହୁଏ[୧୫] । ଏହି ରୋଗରେ ନିମ୍ନ ଲିଖିତ ଚିହ୍ନ ଓ ଲକ୍ଷଣ ପ୍ରକାଶ ପାଏ ।

Linitis plastica 2.jpg

ପ୍ରଥମ ସୋପାନ[ସମ୍ପାଦନା]

ଦ୍ଵିତୀୟ ସୋପାନ[ସମ୍ପାଦନା]

ଦୁର୍ବଳତା ବା ଥକ୍କା ଲାଗେ
ଖାଇ ସାରିବା ପରେ ପେଟ ଫୁଲେ

ତୃତୀୟ ସୋପାନ (ବିଳମ୍ବ)[ସମ୍ପାଦନା]

ଉପର ପେଟରେ ଯନ୍ତ୍ରଣା ହୁଏ
ବାନ୍ତି ଲାଗେ (Nausea) ବା ବାନ୍ତି ହୁଏ
କୋଷ୍ଠା କାଠିନ୍ୟ ବା ତରଲ ଝାଡା
ଓଜନ ହ୍ରାସ
ପାକସ୍ଥଳୀରେ ରକ୍ତସ୍ରାବ ଯୋଗୁ ବାନ୍ତିରେ ରକ୍ତ ପଡେ ବା ମଳ କଳା ଦେଖାଯାଏ । ରକ୍ତହୀନତା ହୁଏ ।
ଗିଳିବାର କଷ୍ଟ ହୁଏ
ଉଲ୍ଲେଖ ଯୋଗ୍ୟ ଯେ ଏହି ସମସ୍ତ ଲକ୍ଷଣମାନ ଟ୍ରପିକାଲ ସ୍ପ୍ରୁ (Tropical sprue), ପାକସ୍ଥଳୀ ଘାଆ ଓ ଭୁତାଣି ଆକ୍ରମଣରେ ଦେଖାଯାଏ ।

କାରଣ[ସମ୍ପାଦନା]

ଅଧିକାଂଶ କ୍ଷେତ୍ରରେ ହେଲିକୋବ୍ୟାକ୍ଟର ପାଲୋରି (Helicobacter pylori) ଜୀବାଣୁ ଦ୍ଵାରା କର୍କଟ ହେଉଥିବା ଜଣାଯାଇଛି । ଅଟୋଇମ୍ୟୁନ ଆଟ୍ରୋଫିକ୍ ଗ୍ୟାସ୍ଟ୍ରାଇଟିସ୍, କେତେକ ଜେନେଟିକ ପରିବର୍ତ୍ତନ, ଖାଦ୍ୟ ନଳୀର ଭିତର ସ୍ତରର ପରିବର୍ତ୍ତ୍ନନ: ଏହି ସବୁ ରୋଗ କର୍କଟ ସୃଷ୍ଟି କରିବାର ସମ୍ଭାବନା ଥାଏ । ମର୍କ ମାନୁଆଲ ଅନୁସାରେ ଖାଦ୍ୟ ଏହି ରୋଗ ନିମନ୍ତେ ଦାୟୀ ନୁହେ । କିନ୍ତୁ ଆମେରିକା କ୍ୟାନସର ସୋସାଇଟି ଦ୍ଵାରା କେତେକ ଖାଦ୍ୟର ଲିସ୍ଟ ତିଆରି ହୋଇଛି ଯାହା ରୋଗ ସୃଷ୍ଟି କରିବାରେ ସାହାଯ୍ୟ କରେ । ସେ ସବୁର ନାମ:ଧୂମଯୁକ୍ତ ଖାଦ୍ୟ, ଲୁଣଯୁକ୍ତ ମାଛ ଓ ମାଂସ, ପରିବା ଆଚାର, ନାଇଟ୍ରେଟ ଓ ନାଇଟ୍ରାଇଟ ଯୁକ୍ତ ଖାଦ୍ୟ । ଏହି ଖାଦ୍ୟ ହେଲିକୋବ୍ୟାକ୍ଟ୍ରର ପାଲୋରି ଦ୍ଵାରା କିଛି ଯୌଗିକ ପଦାର୍ଥରେ ପରିବର୍ତ୍ତିତ ହୁଏ, ଯାହା କର୍କଟ ସୃଷ୍ଟି କରିବାରେ ସକ୍ଷମ ହୁଏ । ସଜ ଫଳ ଓ ପନିପରିବାରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଭିଟାମିନ ଏହି ରୋଗ କମେଇବାରେ ସାହାଯ୍ୟ କରେ[୧୬]
୬୫ ରୁ ୮୦% କର୍କଟ ରୋଗ ହେଲିକୋବ୍ୟାକ୍ଟ୍ରର ପାଲୋରି ଦ୍ଵାରା ହେଉଥିବା ଜଣାଯାଏ, କିନ୍ତୁ ହେଲିକୋବ୍ୟାକ୍ଟ୍ରର ପାଲୋରି ଦ୍ଵାରା ଆକ୍ରାନ୍ତ ହେଉଥିବା ରୋଗୀଙ୍କ ମଧ୍ୟରୁ କେବଳ ୨ % ଲୋକ କର୍କଟ ଭୋଗନ୍ତି । ଜୀବାଣୁ ଜନିତ ବାରମ୍ଵାର ପ୍ରଦାହ ଓ ସି.ଏ.ଜି.ଏ. (CagA) ଦ୍ଵାରା ଏହା ହୁଏ । ଗୁଣସୂତ୍ର କାରଣ ଯୋଗୁ ୧୦ % ଲୋକ ରୋଗ ଭୋଗନ୍ତି ।
ଧୂମ୍ର ସେବନ ଏହାର ଗୋଟି ମୂଖ୍ୟ କାରଣ ଯାହା ସହଜରେ ତ୍ୟାଗ କରାଯାଇ ପାରେ । ଅଳ୍ପ ଧୂମ ପାନ କରୁଥିବା ଲୋକଙ୍କର ୪୦% ବିପଦ ରହେ, ଅତ୍ୟଧିକ ସେବନକାରୀଙ୍କର ୮୨ % ବିପଦ ରହେ । ପାକସ୍ଥଳୀର ଉପର ଭାଗରେ (ଏସୋଫେଗସ ପାଖରେ) ଏହି କର୍କଟ ହୁଏ[୧୬][୧୭][୧୮] । କେତେକ ଅନୁଶୀଳନରୁ ଜଣାଯାଏ ମଦ୍ୟପାନ କଲେ ମଧ୍ୟ ବିପଦ ରହେ[୧୯]
ପୁରୁଷ ଓ ନାରୀଙ୍କର ୩:୧ ଅନୁପାତରେ କର୍କଟ ହୁଏ । ଏସ୍ଟ୍ରୋଜେନ ସମ୍ଭବତ ଏହି ରୋଗରୁ ରକ୍ଷା କରେ[୨୦]

ନିର୍ଣ୍ଣୟ[ସମ୍ପାଦନା]

ରୋଗ ନିର୍ଣ୍ଣୟ ନିମନ୍ତେ ସମ୍ପୁର୍ଣ୍ଣ ଇତିହାସ ଶରୀରର ପରୀକ୍ଷା ଓ ଲାବ ପରୀକ୍ଷା ଆବଶ୍ୟକ । ଅନ୍ୟ ପରୀକ୍ଷା ଗୁଡିକ ନିମ୍ନରେ ଦିଆଗଲା ।

Por-sig.jpg

ବାଇଓପ୍ସି - ଗ୍ୟାସ୍ଟ୍ରୋସ୍କୋପି ଦ୍ଵାରା କର୍କଟ ହେବା ଜଣା ପଡ଼ିଲେ ସେହି ଯନ୍ତ୍ର ଦ୍ଵାରା ଟିକିଏ ତନ୍ତୁ କାଟି ଆଣି ଅଣୁବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ପରୀକ୍ଷା କରି ନିଶ୍ଚିତ ହୁଅନ୍ତି (Biopsy with histological examination) । ଅପ୍ଟିକାଲ କୋହେତେନ୍ସ ଟୋମୋଗ୍ରାଫି ( optical coherence tomography) ଏକ ନୂଆ ପରୀକ୍ଷା ଦ୍ଵାରା ରୋଗ ନିର୍ଣ୍ଣୟ କରିବା ନିମନ୍ତେ ଅନୁସନ୍ଧାନ ଚାଲିଛି ।
ଏହି ରୋଗ ସହ କେତେକ ଚର୍ମ ରୋଗ ଦେଖାଯାଏ । କାଖ ଓ ଜଙ୍ଘ ସନ୍ଧି ଚର୍ମ ସାମାନ୍ୟ କଳା ଦେଖାଯାଏ ଓ ମୋଟା ହୁଏ (Acanthosis nigricans) । ଏହା ପାକସ୍ଥଳୀ କର୍କଟ ସହ ଦେଖାଯାଏ । ପାପୁଲି ଚର୍ମରେ ମଧ୍ୟ ଏ ପରିବର୍ତ୍ତନ ଦେଖାଯାଏ ।
ସମ୍ପୁର୍ଣ୍ଣ ରକ୍ତ ପରୀକ୍ଷା ସହ ରକ୍ତ ପଡୁଛି କି ନାହିଁ ଜାଣିବା ପାଇଁ ମଳ ପରୀକ୍ଷା କରାଯାଏ ।

ଉତ୍ତକ ରୋଗ ବିଜ୍ଞାନ[ସମ୍ପାଦନା]

Adenocarcinoma low differentiated (stomach) H&E magn 400x.jpg

ପାକସ୍ଥଳୀରେ ଥିବା ଗ୍ଲାଣ୍ଡ କୋଷରେ ଜାତ କର୍କଟକୁ ଆଡେନୋକାର୍ସିନୋମା କହନ୍ତି । ଲରେନ ବର୍ଗୀକରଣ ଅନୁସାରେ ଏହ ଦୁଇ ଭାଗରେ ବିଭକ୍ତ । ଅନ୍ତନାଳିୟ (intestinal ) ଭାଗ ଓ ପ୍ରସାରିତ (diffuse) ଭାଗ । ପାକସ୍ଥଳୀ କାନ୍ଥରେ କେତେକେ ସ୍ତର ଥାଏ । ମସ୍କୁଲାରିସ୍ ମ୍ୟୁକୋସା, ସବମ୍ୟୁକୋସା ଓ ମସ୍କୁଲାରିସ୍ ପ୍ରପ୍ରିଆ ସ୍ତର ସମୂହକୁ ଆଡେନୋକାର୍ସିନୋମା ଭେଦ କରିଯାଏ ।

ସୋପାନ ତିଆରି[ସମ୍ପାଦନା]

ରୋଗର ଅଗ୍ରଗତି ବିଷୟରେ ଜାଣିବା ପାଇଁ ସୋପାନ(staging) କରାଯାଏ । କର୍କଟ ତାର ମୂଳ ସ୍ଥାନରେ ଅଛି ବା କେଉଁ ସ୍ଥାନକୁ ବିସ୍ଥାପିତ ହୋଇଛି, ତାହା ଜାଣିବା ଦରକାର । ବିଭିନ୍ନ ପରୀକ୍ଷା ଦ୍ଵାରା ଏହା ଜାଣି ହୁଏ । ସିଟି ସ୍କାନ(CT Scan), ପେଟ ସ୍କାନ(PET Scan), ଏଣ୍ଡୋସ୍କୋପିକ୍ ଅଲ୍ଟ୍ରାସାଉଣ୍ଡ ଆଦି ପରୀକ୍ଷା କରାଯାଏ । ରକ୍ତରେ ମାର୍କର ଦ୍ଵାରା କାର୍ସିନୋଏମ୍ବ୍ରିଓଜେନିକ ଆଣ୍ଟିଜେନ୍ ଓ କାର୍ବୋହାଇଡ୍ରେଟ୍ ଆଣ୍ଟିଜେନ୍ ପରୀକ୍ଷା କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଏ । ଏହା ଦ୍ଵାରା ଯକୃତକୁ ମାଡି ଯାଇଛି କି ନାହିଁ ତାହା ଜଣାପଡେ । ଅପରେଶନ ପରେ ଅଳ୍ପ ତନ୍ତୁ କାଟି ନେଇ ପରୀକ୍ଷା କଲାପରେ ନିର୍ଦ୍ଦିଷ୍ଟ୍ ସୋପାନ ଜଣାପଡେ ।
ବିଭିନ୍ନ ସୋପାନ ନିମ୍ନ ମତେ ଦିଆଗଲା ।

  • ସୋପାନ ୦. ପାକସ୍ଥଳୀ କାନ୍ଥର କେବଳ ଭିତର ସ୍ତର ଆକ୍ରମିତ ହୋଇଥାଏ । ପ୍ରାଥମିକ ଅବସ୍ଥାରେ ଥିଲେ ଏଣ୍ଡୋସ୍କୋପି ଦ୍ଵାରା କାଟି ବାହାର କରା ଯାଇପାରେ । ନ ହେଲେ ଗ୍ୟାସ୍ଟ୍ରେକ୍ଟୋମି ଓ ଲିମ୍ପ୍ଫାଡେନୋକ୍ଟେମି ଅପରେଶନ କରାଯାଏ । କେମୋଥେରାପି ଓ ରାଡିଏସନ ଦରକାର ହୁଏ ନାହିଁ ।
  • ସୋପାନ ୧. ସୋପାନ ୧କ ରେ ଦ୍ଵିତୀୟ ଓ ତୃତୀୟ ସ୍ତର ଭେଦି ଯାଇଥାଏ । ଏହା ନିମନ୍ତେ ଅପରେଶନ କରାଯାଏ । ସୋପାନ ୧ଖ ରେ ଦ୍ଵିତୀୟ ସ୍ତର ଓ ଲସିକା ଗ୍ରନ୍ଥି କ୍ଷତିଗ୍ରସ୍ତ ହୁଏ । ଏଥି ନିମନ୍ତେ କେମୋଥେରାପି ଓ ରାଡିଏସନ ଥେରାପି ଆବଶ୍ୟକ ହୁଏ ।
  • ସୋପାନ ୨. ଦ୍ଵିତୀୟ ସ୍ତର ସହ ଦୂରବର୍ତ୍ତୀ ଲସିକା ଗ୍ରନ୍ଥି, ତୃତୀୟ ସ୍ତର ସହ ପାଖ ଲସିକା ଗ୍ରନ୍ଥି ବା ବିନା ଲସିକା ଗ୍ରନ୍ଥି ସହ ଚାରି ସ୍ତର ଆକ୍ରମିତ ହେଲେ ସୋପାନ ୨ ଧରାଯାଏ । ସୋପାନ ୧ ର ଚିକିତ୍ସ୍ସା ସହ କେମୋଥେରାପି ଦରକାର ହୁଏ ।
  • ସୋପାନ ୩. ଏହି ସୋପାନରେ ତୃତୀୟ ସ୍ତର ଓ ଦୂର ଲସିକା ଗ୍ରନ୍ଥି, ଚତୁର୍ଥ ସ୍ତର ସହ ପାଖ ତନ୍ତୁ ଓ ଦୂର ଲସିକା ଗ୍ରନ୍ଥି ଆକ୍ରମିତ ହୁଅନ୍ତି । ସୋପାନ ୨ ଭଳି ଚିକିତ୍ସା କରାଯାଏ ।
  • ସୋପାନ ୪. ପାଖ ତନ୍ତୁ ଓ ଦୂର ଲସିକା ଗ୍ରନ୍ଥି ଓ ଅନ୍ୟ ଦୂରବର୍ତ୍ତୀ ଅଙ୍ଗକୁ ମାଡି ଯାଇଥାଏ । ଅପରେଶନ, ଲେଜର, କେମୋଥେରାପି ପ୍ରୟୋଗ କରାଯାଇ ଚିକିତ୍ସା କରାଯାଏ

ନିୟନ୍ତ୍ରଣ[ସମ୍ପାଦନା]

ପାକସ୍ଥଳୀ କର୍କଟ ବିକିତ୍ସ ଅତୀବ କଷ୍ଟସାଧ୍ୟ । ଅତି ପ୍ରାଥମିକ ଅବସ୍ଥାରେ ଦୂରକୁ ବିସ୍ଥାପିତ ନ ହୋଇ ଥିଲେ ସଫଳ ଚିକିତ୍ସା କରି ହେବ । ପ୍ରତ୍ୟେକ ରୋଗୀ ଦେହରେ ରୋଗ ଆକାର, ସ୍ଥାନ,କେତେ ମାଡି ଯାଇଛି, କେଉଁ ସୋପାନ୍ନରେ ଅଛି ଓ ସ୍ଵାସ୍ଥ୍ୟ ଅବସ୍ଥା ଉପରେ ଚିକିତ୍ସା ନିର୍ଭର କରେ । ଅତି ନଗନ୍ୟ ଲକ୍ଷଣ ପ୍ରକାଶ ପାଉଥିବାରୁ ଏହା ପ୍ରାଥମିକ ଅବସ୍ଥାରେ ଜଣା ପଡେ ନାହିଁ । ଜଣା ପଡ଼ିବା ବେଳକୁ ବହୁତ ଆଗେଇ ଯାଇଥାଏ । ଉପର ଲିଖିତ ଚିକିତ୍ସା ସହ ବାୟୋଲୋଜିକାଲ୍ ଥେରାପି ଏବେ ଦିଆ ଯାଉଛି ।

ଶଲ୍ୟ[ସମ୍ପାଦନା]

ରୋଗ ଅନୁସାରେ ଆଂଶିକ ବା ସମ୍ପୁର୍ଣ୍ଣ ପାକସ୍ଥଳୀ ବାହାର କରି ଦିଆଯାଏ । ଏହା ସହ ପାର୍ଶ୍ଵବର୍ତ୍ତୀ ଲସିକା ଗ୍ରନ୍ଥି, ଅନ୍ତ ନାଳୀ ଓ ଅଗ୍ନାଶୟ ମଧ୍ୟ କାଢି ଦିଆଯାଏ । ଏଣ୍ଡୋସ୍କୋପି ସାହାଯ୍ୟରେ ଅପରେଶନ ମଧ୍ୟ କରାଯାଏ । ଯେତେ ଅଂଶରେ କର୍କଟ ଥାଏ, ସେ ସବୁ ବାହାର କରି ଦିଆଯାଏ ।
ଅପରେଶନ ଦ୍ଵାରା ୪୦ ରୁ କମ ଭାଗ ଆରୋଗ୍ୟ ଲାଭ କରନ୍ତି ।

ରସାୟନୀ ଚିକିତ୍ସା[ସମ୍ପାଦନା]

ପାକସ୍ଥଳୀ କର୍କଟ ଔଷଧ ଦ୍ଵାରା ଏତେ ପ୍ରଭାବିତ ହୁଏ ନାହିଁ । ଏହା ଦ୍ଵାରା ଆକାର କମିଯାଏ, ଲକ୍ଷଣ କମିଯାଏ, ବଞ୍ଚିବା ସମୟ ସାମାନ୍ୟ ବଢିଯାଏ । ଏହି ଔଷଧମାନଙ୍କର ନାମ ଫ୍ଲୋରୋରାସିଲ (fluorouracil), କପେସିଟାବାଇନ (capecitabine), କାର୍ମୁସ୍ଟାଇନ (carmustine), ସେମୁସ୍ଟାଇନ (Semustine), ଆଡ୍ରିଆମାଇସିନ (Adriamycin), ମାଇଟୋମାଇସିନ (Mitomycin C), ସିସପ୍ଲାଟିନ (cisplatin)ଓ ଟାକ୍ସୋଟିଅର (taxotere) । ଏହି ଔଷଧର ଗୁଣ ଠିକ ଭାବେ ଜଣାଯାଇ ନାହିଁ । ଏକାଧିକ ଔଷଧ ଏକ ସମୟରେ ମଧ୍ୟ ପ୍ରୟୋଗ କରା ଯାଇପାରେ । କେତେକ ଔଷଧ ପାକସ୍ଥଳୀରେ ପ୍ରୟୋଗ କରା ହେଉଛି ।

ବିକୀରଣ[ସମ୍ପାଦନା]

ଶଲ୍ୟ ଚିକିତ୍ସା ସହ କେମୋଥେରାପି ଓ ବିକୀରଣ ଚିକିତ୍ସା ଦିଆଯାଏ । ଏହା ଦ୍ଵାରା ଯନ୍ତ୍ରଣା କମ ହୁଏ ଓ ଆକାର କମିଯାଏ । ଅପରେଶନ ଯୋଗ୍ୟ ନ ହେଲେ ବିକୀରଣ ଓ କେମୋଥେରାପି ଦିଆଯାଏ ।
ଏକାଧିକ ଔଷଧ
ଏକାଧିକ ଔଷଧ ପ୍ରୟୋଗ କଲେ ବଞ୍ଚିବା ସମୟ କିଛି ବଢିଯାଏ । ଅନ୍ୟ ରୋଗୀ ୨୭ ମାନ ବଞ୍ଚିଲେ ଏକାଧିକ ଔଷଧ ପ୍ରୟୋଗ କଲେ ୩୬ ମାସ ବଞ୍ଚି ପାରିବେ ।

ସଂକ୍ରମଣ ଅନୁଶୀଳନ[ସମ୍ପାଦନା]

ଏହା ପୃଥିବୀରେ କର୍କଟ ରୋଗ ଭିତରେ ଚତୁର୍ଥ ସ୍ଥାନ ଅଧିକାର କର୍ରିଛି । ମୃତ୍ୟୁ ହାର ହିସାବରେ ଏହା ଦ୍ଵିତୀୟ ସ୍ଥାନ ଅଧିକାର କରିଛି ।
ଆମେରିକାରେ ପ୍ରତି ବର୍ଷ ହେଉଥିବା କର୍କଟ ଭିତରେ ଦ୍ଵିତୀୟ ସ୍ଥାନ ଅଧିକାର କରିଛି । କୋରିଆ ଦେଶରେ ଏହା ସର୍ ପ୍ରଥମ କର୍କଟ ରୋଗ ।
୮୦ ରୁ ୯୦ % ରୋଗରେ ବିସ୍ଥାପନ ବା ମେଟସ୍ଟାସିସ ହୁଏ । ଏମାନଙ୍କ ମଧ୍ୟରୁ ୬୫ % ରୋଗୀ ୬ ମାସ ମାତ୍ର ବଞ୍ଚି ପାରନ୍ତି ।
ଆମେରିକାରେ ପ୍ରତି ବର୍ଷ ଯେତେ କର୍କଟ ରୋଗୀ ଆସନ୍ତି, ତା ମଧ୍ୟରୁ ୨ % କେବଳ ପାକସ୍ଥଳୀ କର୍କଟ । ଅନ୍ୟ ଦେଶରେ ଏହି % ହାର ଅଧିକ ରହେ । କୋରିଆରେ ଏହା ୧୦,୮ % ।
କର୍କଟ ବିସ୍ଥାପନ ୮୦ ରୁ ୯୦ % ଲୋକଙ୍କର ହୁଏ । ଶୀଘ୍ର ଚିକିତ୍ସାକୁ ଆସିଥିବା ଲୋକଙ୍କ ମଧ୍ୟରୁ ୬୫% ଲୋକ ୬ ମାସ ମାତ୍ର ବଞ୍ଚି ପାରନ୍ତି ଓ ଡେରିରେ ଆସିଥିବା ରୋଗୀଙ୍କ ମଧ୍ୟରୁ ୧୫ % ମାତ୍ର୍ ୬ ମାସ ବଞ୍ଚନ୍ତି ।
ଅଜୀର୍ଣ୍ଣ ଯୋଗୁ ଡାକ୍ତର ପାଖକୁ ଆସିଥିବା ପ୍ରତି ୫୦ ଜଣଙ୍କ ମଧ୍ୟରୁ ଜଣକର ପାକସ୍ଥଳୀ କର୍କଟ ଥାଏ ।

ଅନ୍ୟ ପଶୁମାନଙ୍କ ଦେହରେ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Stomach (Gastric) Cancer". NCI. Retrieved 1 July 2014. 
  2. ୨.୦ ୨.୧ ୨.୨ "Gastric Cancer Treatment (PDQ®)". NCI. 2014-04-17. Retrieved 1 July 2014. 
  3. Ruddon, Raymond W. (୨୦୦୭). Cancer biology (୪th ed.). Oxford: Oxford University Press. p. ୨୨୩. ISBN ୯୭୮୦୧୯୫୧୭୫୪୩୧. 
  4. Sim, edited by Fiona; McKee, Martin (୨୦୧୧). Issues in public health (୨nd ed.). Maidenhead: Open University Press. p. ୭୪. ISBN ୯୭୮୦୩୩୫୨୪୪୨୨୫. 
  5. ୫.୦ ୫.୧ ୫.୨ ୫.୩ ୫.୪ ୫.୫ ୫.୬ ୫.୭ ୫.୮ World Cancer Report ୨୦୧୪. World Health Organization. ୨୦୧୪. pp. Chapter ୫.୪. ISBN ୯୨୮୩୨୦୪୨୯୮. 
  6. "Stomach (Gastric) Cancer Prevention (PDQ®)". NCI. 2014-02-27. Retrieved 1 July 2014. 
  7. Orditura, M; Galizia, G; Sforza, V; Gambardella, V; Fabozzi, A; Laterza, MM; Andreozzi, F; Ventriglia, J; Savastano, B; Mabilia, A; Lieto, E; Ciardiello, F; De Vita, F (February 2014). "Treatment of gastric cancer." (PDF). World Journal of Gastroenterology 20 (7): 1635–49. PMC 3930964. PMID 24587643. doi:10.3748/wjg.v20.i7.1635. 
  8. "SEER Stat Fact Sheets: Stomach Cancer". NCI. Retrieved 18 June 2014. 
  9. ୯.୦ ୯.୧ "Chapter ୧.୧". World Cancer Report ୨୦୧୪. World Health Organization. ୨୦୧୪. ISBN ୯୨୮୩୨୦୪୨୯୮. 
  10. Hochhauser, Jeffrey Tobias, Daniel (୨୦୧୦). Cancer and its management (୬th ed.). Chichester, West Sussex, UK: Wiley-Blackwell. p. ୨୫୯. ISBN ୯୭୮୧୪୪୪୩୦୬୩୭୮. 
  11. Khleif, Edited by Roland T. Skeel, Samir N. (୨୦୧୧). Handbook of cancer chemotherapy (୮th ed.). Philadelphia: Wolter Kluwer. p. ୧୨୭. ISBN ୯୭୮୧୬୦୮୩୧୭୮୨୦. 
  12. Joseph A Knight (୨୦୧୦). Human Longevity: The Major Determining Factors. Author House. p. ୩୩୯. ISBN ୯୭୮୧୪୫୨୦୬୭୨୨୩. 
  13. Moore, edited by Rhonda J.; Spiegel, David (୨୦୦୪). Cancer, culture, and communication. New York: Kluwer Academic. p. ୧୩୯. ISBN ୯୭୮୦୩୦୬୪୭୮୮୫୭. 
  14. "Cancer (Fact sheet N°297)". World Health Organization. February 2009. Retrieved 2009-05-11. 
  15. "Statistics and outlook for stomach cancer". Cancer Research UK. Retrieved 19 February 2014. 
  16. ୧୬.୦ ୧୬.୧ "What Are The Risk Factors For Stomach Cancer(Website)". American Cancer Society. Retrieved 2010-03-31. 
  17. Nomura A, Grove JS, Stemmermann GN, Severson RK (1990). "Cigarette smoking and stomach cancer.". Cancer Research 50 (21): 7084. PMID 2208177. 
  18. Trédaniel J, Boffetta P, Buiatti E, Saracci R, Hirsch A (August 1997). "Tobacco smoking and gastric cancer: Review and meta-analysis". International Journal of Cancer 72 (4): 565–73. PMID 9259392. doi:10.1002/(SICI)1097-0215(19970807)72:4<565::AID-IJC3>3.0.CO;2-O. 
  19. Sung NY, Choi KS, Park EC, Park K, Lee SY, Lee AK, Choi IJ, Jung KW, Won YJ (2007). "Smoking, alcohol and gastric cancer risk in Korean men: the National Health Insurance Corporation Study". British Journal of Cancer 97 (5): 700–4. PMC 2360367. PMID 17637680. doi:10.1038/sj.bjc.6603893. 
  20. Chandanos, Evangelos (December ୨୦୦୭). Estrogen in the development of esophageal and gastric adenocarcinoma (PDF) (Doctoral thesis). Karolinska Institutet. ISBN ୯୭୮-୯୧-୭୩୫୭-୩୭୦-୨. 

ଅଧିକ ତଥ୍ୟ[ସମ୍ପାଦନା]