ଏଣ୍ଡୋମେଟ୍ରିଓସିସ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଏଣ୍ଡୋମେଟ୍ରିଓସିସ
Endometriosis.jpg
ଲାପାରୋସ୍କୋପି ଅପରେଶନ କରାଯାଉଥିବା ବେଳେ ଏଣ୍ଡୋମେଟ୍ରିଓସିସର ଦୃଶ୍ୟ
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟି urology[*]
ଆଇସିଡ଼ି-୧୦ N80.
ଆଇସିଡ଼ି-୯-ସିଏମ୍ 617.0
ଓଏମ୍‌ଆଇଏମ୍ 131200
ରୋଗ ଡାଟାବେସ 4269
ମେଡ଼ିସିନ-ପ୍ଲସ 000915
ଇ-ମେଡ଼ିସିନ med/3419 ped/677 emerg/165
Patient UK ଏଣ୍ଡୋମେଟ୍ରିଓସିସ
MeSH D004715

ଏଣ୍ଡୋମେଟ୍ରିଓସିସ (ଇଂରାଜୀରେ Endometriosis) ଏକ ରୋଗ ଯେଉଁଥିରେ ଜରାୟୁର ଅଭ୍ୟନ୍ତରରେ ସାଧାରଣତଃ ବଢ଼ୁଥିବା ତନ୍ତୁ ତାହାର ବାହାରେ ପାଖରେ ବଢ଼େ । [୧] ପେଲଭିସ ଯନ୍ତ୍ରଣାବନ୍ଧ୍ୟାଦୋଷ ଏହାର ମୂଖ୍ୟ ଲକ୍ଷଣ । ପାଖାପାଖି ଅର୍ଦ୍ଧେକ ସଂଖ୍ୟକ ମହିଳାଙ୍କର କ୍ରନିକ ପେଲଭିକ ଯନ୍ତ୍ରଣା ହୁଏ ଓ ୭୦ % ମହିଳାଙ୍କର ଋତୁସ୍ରାବ ସମୟରେ ଯନ୍ତ୍ରଣା ହୁଏ । ଯୌନ ସମ୍ଭୋଗ ସମୟରେ କଷ୍ଟ ହୁଏ । ପ୍ରାୟ ଅଧା ଲୋକଙ୍କର ବନ୍ଧ୍ୟାଦୋଷ ହୁଏ । [୨] ପରିସ୍ରା ଓ ଝାଡ଼ା ଗୋଳମାଳ ଲକ୍ଷଣ କମ ଦେଖାଯାଏ । ପ୍ରାୟ ୨୫ % ମହିଳାଙ୍କର କୌଣସି ଲକ୍ଷଣ ନ ଥାଏ । [୨] ଏଣ୍ଡୋମେଟ୍ରିଓସିସ ରୋଗୀ ଉଭୟ ସାମାଜିକ ଓ ମାନସିକ ପ୍ରଭାବର ଶୀକାର ହୁଅନ୍ତି । [୩]

ଏହି ରୋଗର କାରଣ ସ୍ପଷ୍ଟ ନୁହେଁ । [୨] ପାରିବାରିକ ଇତିହାସ ଥିଲେ ଏହି ରୋଗ ସମ୍ଭାବନା ବା ସଙ୍କଟ ରହେ । ଅଧିକାଂଶ କ୍ଷେତ୍ରରେ ଓଭାରି, ଫାଲୋପିଆନ ଟ୍ୟୁବ ଓ ଜରାୟୁ ସଂଲଗ୍ନ ତନ୍ତୁରେ ଏହି ରୋଗ ହୁଏ । କ୍ୱଚିତ ଦେହର ଅନ୍ୟ ଅଂଶରେ ମଧ୍ୟ ଏହି ରୋଗ ହୋଇପାରେ । [୪] ଏଣ୍ଡୋମେଟ୍ରିଓସିସ ଅଞ୍ଚଳରୁ ପ୍ରତ୍ୟେକ ମାସରେ ରକ୍ତସ୍ରାବ ହୋଇ ପ୍ରଦାହ ହୁଏ ଓ ସ୍କାର ତିଆରି ହୁଏ  । [୨][୪] ଏହି ରୋଗରେ ହେଉଥିବା ତନ୍ତୁ ବୃଦ୍ଧି କର୍କଟ ନୁହେଁ । ଲକ୍ଷଣ ଓ ମେଡିକାଲ ଇମେଜିଙ୍ଗ ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ । ବାୟୋପ୍ସି କରି ସଠିକ ଭାବରେ ରୋଗ ନିର୍ଣ୍ଣୟ କରାଯାଏ । [୪] ସମ ଲକ୍ଷଣ ଥିବା ଅନ୍ୟ ରୋଗଙ୍କର ନାମ ଇରିଟେବ୍ଲ ବାୱେଲ ସିଣ୍ଡ୍ରୋମ, ଇଣ୍ଟେସ୍ଟାଇନାଲ ସିସ୍ଟାଇଟିସଫାଇବ୍ରୋମ୍ୟାଲଜିଆ[୨]

ସମ୍ଭାବ୍ୟ ପ୍ରମାଣରୁ ଜଣାଯାଉଛି, ମିଶ୍ରିତ ଓରାଲ କଣ୍ଟ୍ରାସେପ୍ଟିଭ ପିଲ ଖାଇଲେ ଏହି ରୋଗ ସଙ୍କଟ କମିଯାଏ । [୫] ବ୍ୟାୟାମ ଓ ମଦ୍ୟତ୍ୟାଗ ଏହି ରୋଗ ସଙ୍କଟ ଦୂର କରିପାରେ । [୪] ଏଣ୍ଡୋମେଟ୍ରିଓସିସ ରୋଗ ଆରୋଗ୍ୟ ହୁଏ ନାହିଁ, କିନ୍ତୁ ଅନେକ ପ୍ରକାର ଅପଚାରଦ୍ୱାରା ଉପଶମ ହୁଏ । [୨] ଯନ୍ତ୍ରଣା ନିବାରକ ଔଷଧ, ହରମୋନ ଚିକିତ୍ସା କିମ୍ବା ଅପରେଶନ କରାଯାଇ ପାରେ । କଷ୍ଟ ନିବାରଣ ନିମନ୍ତେ ଏନ.ଏସ.ଏ.ଆଇ.ଡି. ଦଳର ନାପ୍ରୋକ୍ସେନ ଦିଆଯାଏ । ଜନ୍ମ ନିରୋଧ ପିଲର ସକ୍ରିୟ ଅଂଶ ଲଗାତାର ଦେଲେ କିମ୍ବା ଜରାୟୁ ଭିତରେ ପ୍ରୋଜେସ୍ଟେରନ ଦେଲେ ଉପକାର ମିଳେ । ଗୋନାଡ଼ୋଟ୍ରୋପିନ-ରିଲିଜିଙ୍ଗ ହରମୋନ ଆଗୋନିଷ୍ଟ ଦେଲେ ଗର୍ଭାଧାନ ସମ୍ଭବ ହୁଏ । ସାଧାରଣ ଉପଚାରରେ ଇନ୍ନତି ନ ହେଲେ ଅପରେଶନ କରି ଏଣ୍ଡୋମେଟ୍ରିଓସିସ ତନ୍ତୁ କାଢ଼ି ଦିଆଯାଏ । [୪]

ରଫ୍ ହିସାବରେ ୬-୧୦ % ମହିଳାଙ୍କର ଏଣ୍ଡୋମେଟ୍ରିଓସିସ ରୋଗ ହୁଏ । [୨] ତୃତୀୟ ଓ ଚତୁର୍ଥ ଦଶକ ବୟସରେ ସାଧାରଣତଃ ଏହି ରୋଗ ହୁଏ । [୪] ସନ ୨୦୧୩ରେ ଏହି ରୋଗ ଯୋଗୁ ମାତ୍ର ୨୦୦ ଲୋକ ପୃଥିବୀରେ ମରିଥିଲେ । [୬] ସନ ୧୯୨୦ରେ ଏହି ରୋଗ ଏକ ସ୍ୱତନ୍ତ୍ର ରୋଗର ମାନ୍ୟତା ପାଇଲା । ଏହା ପୂର୍ବରୁ ଏଣ୍ଡୋମେଟ୍ରିଓସିସ ଓ ଆଡେନୋମାୟୋସିସ ଏକା ରୋଗ ଭାବରେ ବିବେଚିତ ହେଉଥିଲା । ଏହାର ପ୍ରଥମ ବର୍ଣ୍ଣନାକାରଙ୍କ ନାମ ଅଜଣା ହୋଇ ରହିଯାଇଛି । [୭]

ଆଧାର[ସମ୍ପାଦନା]

  1. "Endometriosis: Overview". http://www.nichd.nih.gov. 2013-06-24. Retrieved 4 March 2015. 
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ Bulletti C, Coccia ME, Battistoni S, Borini A (August 2010). "Endometriosis and infertility". J. Assist. Reprod. Genet. 27 (8): 441–7. PMC 2941592. PMID 20574791. doi:10.1007/s10815-010-9436-1. 
  3. Culley L, Law C, Hudson N, Denny E, Mitchell H, Baumgarten M, Raine-Fenning N (2013). "The social and psychological impact of endometriosis on women's lives: A critical narrative review". Human Reproduction Update 19 (6): 625–639. PMID 23884896. doi:10.1093/humupd/dmt027. 
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ "Endometriosis". http://www.womenshealth.gov/. December 5, 2014. Retrieved 4 March 2015. 
  5. Vercellini P, Eskenazi B, Consonni D, Somigliana E, Parazzini F, Abbiati A, Fedele L (2011). "Oral contraceptives and risk of endometriosis: a systematic review and meta-analysis". Hum. Reprod. Update 17 (2): 159–70. PMID 20833638. doi:10.1093/humupd/dmq042. 
  6. GBD 2013 Mortality and Causes of Death Collaborators (17 December 2014). "Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013.". Lancet 385: 117–71. PMID 25530442. doi:10.1016/S0140-6736(14)61682-2. 
  7. Brosens I (୨୦୧୨). Endometriosis: Science and Practice. John Wiley & Sons. p. . ISBN ୯୭୮୧୪୪୪୩୯୮୪୯୬.