ଋତୁବନ୍ଦ

ଉଇକିପିଡ଼ିଆ‌ରୁ


Menopause
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିGynecology
ଆଇସିଡ଼ି-୧୦N95.0
ଆଇସିଡ଼ି-୯-ସିଏମ୍627.2
ରୋଗ ଡାଟାବେସ8034
ମେଡ଼ିସିନ-ପ୍ଲସ000894
ଇ-ମେଡ଼ିସିନarticle/264088
MeSHD008593

ଋତୁବନ୍ଦ (ଇଂରାଜୀରେ Menopause, ବା climacteric) ମହିଳାମାନଙ୍କ ଜୀବନରେ ଏପରି ଏକ ସମୟର ନାମ ଯେଉଁ ସମୟରେ ପ୍ରାକୃତିକ ଭାବରେ ଋତୁଚକ୍ର ସବୁଦିନ ପାଇଁ ବନ୍ଦ ହୋଇଯାଏ ଓ ସେମାନଙ୍କ ଗର୍ଭାଧାନ କ୍ଷମତା ନଷ୍ଟ ହୋଇଯାଏ । [୧][୨] ଏହି ଅବସ୍ଥା ୪୫ରୁ ୫୫ ବର୍ଷ ବୟସରେ ହୁଏ । [୧] ଡାକ୍ତରୀ ବିଦ୍ୟା ଅନୁସାରେ ଜଣେ ମହିଳାଙ୍କର ଏକ ବର୍ଷ ଧରି ଯୋନୀପଥରୁ ଋତୁସ୍ରାବ ନ ହେଲେ ଋତୁବନ୍ଦ କୁହାଯାଏ । [୩] ଡିମ୍ବାଶୟରୁ (ovary) ହରମୋନ କ୍ଷରଣ କମିଯିବା ଅବସ୍ଥାକୁ ମଧ୍ୟ ଏହି ସଂଜ୍ଞାର ଅନର୍ଭୁକ୍ତ କରାଯାଏ । [୪] ଅପରେଶନ କରି ଡିମ୍ବାଶୟ ରଖି ଜରାୟୁ ଉଚ୍ଛେଦନ କଲା ମାତ୍ରେ ବା ହରମୋନ କ୍ଷରଣ ସ୍ତର କମିଗଲେ ମଧ୍ୟ ଋତୁବନ୍ଦ ହୁଏ । [୪] ଜରାୟୁ ରଚ୍ଛେଦନ ପରେ ପ୍ରାୟ ୪୫ ବର୍ଷ ବୟସରେ ଲକ୍ଷଣ ଦେଖାଯାଏ । [୫]

ଋତୁବନ୍ଦ ପୂର୍ବରୁ ଋତୁଚକ୍ର ଅନିୟମିତ ହୋଇଯାଏ, ବେଶୀ ବା କମ ସମୟର ହୋଇପାରେ କିମ୍ବା ସ୍ୱଳ୍ପ ବା ଅଧିକ ଋତୁସ୍ରାବ ହୋଇପାରେ । ଏହି ସମୟ ମଧ୍ୟରେ ମହିଳାମାନେ ହଠାତ ଗରମ ଅନୁଭବ କରନ୍ତି, ଦୃତ ହୃଦଗତି ହୁଏ, କମ୍ପ ହୁଏ, ଚମ ଲାଲ ଦେଖାଯାଏ ଓ ଝାଳ ବୁହେ ଯାହାକୁ ହଟଫ୍ଲାସ କ‌ହ‌ନ୍ତି; ଏହା ୩୦ ସେକଣ୍ଡରୁ ୧ ମିନିଟ ପର୍ଯ୍ୟନ୍ତ ରହେ । [୬] ହଟଫ୍ଲାସ ବର୍ଷେ ବା ଦୁଇ ବର୍ଷ ପର୍ଯ୍ୟନ୍ତ ହୁଏ । [୨] ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଯୋନୀପଥ ଶୁଷ୍କ ହୋଇଯାଏ, ଶୋଇବାରେ ଅସୁବିଧା ହୁଏ ଓ ମିଜାଜ ଘଡ଼ି ଘଡ଼ି ବଦଳେ । [୬] ବିଭିନ୍ନ ମହିଳାଙ୍କ ମଧ୍ୟରେ ଏହି ଲକ୍ଷଣ ଭିନ୍ନ ଭିନ୍ନ ହୋଇପାରେ । [୨] ଅଧିକ ହୃଦରୋଗ ଯୋଗୁ ଏହା ହେବା ବିଶ୍ୱାସ କରାଗଲେ ମଧ୍ୟ ବୟସାଧିକ୍ୟ ଯୋଗୁ ଋତୁବନ୍ଦ ହୁଏ ଓ ଏହାର ଋତୁବନ୍ଦ ସ‌ହିତ କୌଣସି ସଳଖ ସମ୍ପର୍କ ନାହିଁ । ଏଣ୍ଡୋମେଟ୍ରିଓସିସ ବା ଯନ୍ତ୍ରଣାପ୍ରଦ ଋତୁସ୍ରାବ ପୂର୍ବରୁ ହେଉଥିଲେ ଋତୁବନ୍ଦ ପରେ ଉପଶମ ହୋଇଯାଏ । [୨]

ଋତୁବନ୍ଦ ସାଧାରଣତଃ ଏକ ପ୍ରାକୃତିକ ପରିବର୍ତ୍ତନ । [୭] ଧୁମ‌ପାୟୀଙ୍କର ଏହା ଆଗୁଆ ହୋଇପାରେ । [୩][୮] ଡିମ୍ବାଶୟ ଉଚ୍ଛେଦନ ଅପରେଶନ ପରେ ଓ କେତେକ କେମୋଥେରାପି ଦେବା ପରେ ମଧ୍ୟ ଏହା ହୁଏ । [୩] ଶରୀର ବିଜ୍ଞାନ ଅନୁସାରେ ଡିମ୍ବାଶୟରୁ ପ୍ରସ୍ତୁତ ହେଉଥିବା ହରମୋନ ଏସ୍ଟ୍ରୋଜେନପ୍ରୋଜେସ୍ଟେରନ ପ୍ରସ୍ତୁତି କମିଗଲେ ଋତୁବନ୍ଦ ହୁଏ । [୧] ସ୍ୱାଭାବିକ ଭାବରେ ଋତୁବନ୍ଦ ନିର୍ଣ୍ଣୟ ଆବଶ୍ୟକ ନ ହେଲେ ମଧ୍ୟ ରକ୍ତ ଓ ପରିସ୍ରାରେ ହରମୋନ ସ୍ତର ପରୀକ୍ଷା କରି ଏହା ନିର୍ଣ୍ଣୟ କରାଯାଇପାରେ । [୯] ଝିଅର ପ୍ରଥମ ଋତୁସ୍ରାବକୁ ମେନାର୍କି କ‌ହ‌ନ୍ତି ଓ ଋତୁବନ୍ଦ ଋତୁସ୍ରାବ ବନ୍ଦ ହେବାକୁ କୁହାଯାଏ ଯାହା ଠିକ ତାହାର ଓଲଟା । [୧୦]

ଋତୁବନ୍ଦର ଚିକିତ୍ସା ଆବଶ୍ୟକ ହୁଏନି । ଏହା ଯୋଗୁ ହେଉଥିବା କେତେକ ଲକ୍ଷଣର ଚିକିତ୍ସାଦ୍ୱାରା ଉପଶମ ହୁଏ । ହଟଫ୍ଲାସ ହେଉଥିଲେ ଧୁମ୍ରପାନ, କେଫିନ ଓ ମଦ୍ୟପାନ ବର୍ଜନ କରିବାକୁ ଉପଦେଶ ଦିଆଯାଏ । ଥଣ୍ଡା ବଖରାରେ ଫ୍ୟାନ ଲଗେଇ ଶୋଇଲେ ଉପକାର ମିଳେ । [୧୧] ଏହା ନିମନ୍ତେ ମିଳୁଥିବା ଔଷଧମାନଙ୍କରେ ନାମ: ମେନୋପଜାଲ ହରମୋନ ଥେରାପି (ଏମ.ଏଚ.ଟି.), କ୍ଲୋନିଡିନ, ଗାବାପେଣ୍ଟିନ କିମ୍ବା ସିଲେକଟିଭ ସେରୋଟୋନିନ ଅପଟେକ ଇନହିବିଟର[୧୧][୧୨] ନିଦ୍ର ହେଉ ନ ଥିଲେ ବ୍ୟାୟାମ କଲେ ଉପକାର ମିଳେ । ଏମ.ଏଚ.ଟି. ଏକ ସମୟରେ ରୁଟିନ ହିସାବରେ ଦିଆଯାଉଥିଲେ ମଧ୍ୟ ଆଜିକାଲି ତାହାର ପାର୍ଶ୍ୱପ୍ରତିକ୍ରିୟା ଯୋଗୁ କେବଳ ଉଲ୍ଲେଖନୀୟ ଲକ୍ଷଣ ଥିଲେ ଦିଆଯାଉଛି ଅନ୍ୟଥା ଦିଆଯାଉ ନାହିଁ । [୧୧] ଅଲଟରନେଟ ମେଡିସିନର ଫଳାଫଳର ପ୍ରମାଣ ମିଳୁନାହିଁ । [୨]


ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Menopause: Overview". www.nichd.nih.gov. 2013-06-28. Retrieved 8 March 2015.
  2. ୨.୦ ୨.୧ ୨.୨ ୨.୩ ୨.୪ "Menopause: Overview". www.ncbi.nlm.nih.gov/. August 29, 2013. Retrieved 8 March 2015.
  3. ୩.୦ ୩.୧ ୩.୨ "What is menopause?". www.nichd.nih.gov/. 2013-06-28. Retrieved 8 March 2015.
  4. ୪.୦ ୪.୧ Sievert, Lynnette Leidy (2006). Menopause : a biocultural perspective ([Online-Ausg.] ed.). New Brunswick, N.J.: Rutgers University Press. p. 81. ISBN 9780813538563.
  5. International position paper on women's health and menopause : a comprehensive approach. DIANE Publishing. 2002. p. 36. ISBN 9781428905214.
  6. ୬.୦ ୬.୧ "What are the symptoms of menopause?". www.nichd.nih.gov/. 05/06/2013. Retrieved 8 March 2015. {{cite web}}: Check date values in: |date= (help)
  7. "What causes menopause?". www.nichd.nih.gov/. 05/06/2013. Retrieved 8 March 2015. {{cite web}}: Check date values in: |date= (help)
  8. Warren, volume editors, Claudio N. Soares, Michelle (2009). The menopausal transition : interface between gynecology and psychiatry ([Online-Ausg.]. ed.). Basel: Karger. p. 73. ISBN 978-3805591010. {{cite book}}: |first1= has generic name (help)CS1 maint: multiple names: authors list (link)
  9. "How do health care providers diagnose menopause?". www.nichd.nih.gov. 05/06/2013. Retrieved 8 March 2015. {{cite web}}: Check date values in: |date= (help)
  10. Wood, James. "9". Dynamics of Human Reproduction: Biology, Biometry, Demography. Transaction Publishers. p. 401. ISBN 9780202365701.
  11. ୧୧.୦ ୧୧.୧ ୧୧.୨ "What are the treatments for other symptoms of menopause?". www.nichd.nih.gov. 2013-06-28. Retrieved 8 March 2015.
  12. Krause, MS; Nakajima, ST (March 2015). "Hormonal and Nonhormonal Treatment of Vasomotor Symptoms". Obstetrics and gynecology clinics of North America. 42 (1): 163–179. doi:10.1016/j.ogc.2014.09.008. PMID 25681847.