ନେତ୍ରପଟଳ ସ୍ଖଳନ

ଉଇକିପିଡ଼ିଆ‌ରୁ
ନେତ୍ରପଟଳ ସ୍ଖଳନ
ଇଂରାଜୀରେ Detached retina
ସ୍ଲିଟଲ୍ୟାମ୍ପ (Slit lamp) ଫୋଟୋଗ୍ରାଫରେ ନେତ୍ରପଟଳ ସ୍ଖଳନ ଦେଖାଯାଉଛି ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିଚକ୍ଷୁ ବିଭାଗ
ଆଇସିଡ଼ି-୧୦H33.
ଆଇସିଡ଼ି-୯-ସିଏମ୍361
ରୋଗ ଡାଟାବେସ11417
ମେଡ଼ିସିନ-ପ୍ଲସ001027
ଇ-ମେଡ଼ିସିନoph/504
Patient UKନେତ୍ରପଟଳ ସ୍ଖଳନ
MeSHD012163

ନେତ୍ରପଟଳ ସ୍ଖଳନ ଏକ ଚକ୍ଷୁ ରୋଗ ଯେଉଁଥିରେ ଚକ୍ଷୁର ରେଟିନା ତାହାର ପାର୍ଶ୍ୱବର୍ତ୍ତୀ ବର୍ଣ୍ଣକଣା ସ୍ତରଠାରୁ ସ୍ଖଳିତ ହୋଇଯାଏ । [୧] ଏହି ରୋଗ ହେଲେ ଆଖିରେ ଭାସମାନ ପଦାର୍ଥ (floaters) ଦୃଶ୍ୟ ହୁଏ, ଫୋଟୋପ୍‌ସିଆ (flashes of light) ହୁଏ ଓ ଦୃଷ୍ଟିକ୍ଷେତ୍ରର ପରିଧି ଇଲାକା ଦୃଶ୍ୟ (outer part) ଉତ୍ତମ ରୂପେ ଦେଖାଯାଏ ନାହିଁ ।[୨][୧] ଦୃଷ୍ଟିକ୍ଷେତ୍ରର ଏକ ଅଂଶ ଚାଦର ଆବୃତ ହୋଇଯିବା ଭଳି ବର୍ଣ୍ଣନା କରାଯାଏ ।[୨] ପ୍ରାୟ ୭% ରୋଗୀଙ୍କର ଉଭୟ ଆଖିରେ ଏହି ରୋଗ ଥାଏ ।[୩] ଚିକିତ୍ସା ନ ପାଇଲେ ସ୍ଥାୟୀ ଦୃଷ୍ଟିହାନୀ ହୁଏ ।[୪]

ସାଧାରଣତଃ ରେଟିନା ବା ନେତ୍ରପଟଳରେ ଛିଦ୍ର ହୁଏ ଓ ଏହା ଫଳରେ ଭିଟ୍ରିଅସ ହ୍ୟୁମର (fluid in the eye) ରେଟିନା ପଛକୁ ବୋହିଯାଏ । ଚକ୍ଷୁ ପ୍ରଦାହ, ଆଘାତ ଓ ପୃଷ୍ଠ ନେତ୍ରପଟଳ ସ୍ଖଳନ (posterior vitreous detachment) ଯୋଗୁ ଛିଦ୍ର ହୁଏ । ନିକଟ ଦୃଷ୍ଟି ଓ ପୂର୍ବତନ ପରଳ ଅପରେଶନ ମଧ୍ୟ ସଙ୍କଟଦାୟକ ଅବସ୍ଥା ହୋଇପାରେ । କରଏଡାଲ ଅର୍ବୁଦ (choroidal tumor) ଯୋଗୁ କ୍ୱଚିତ ନେତ୍ରପଟଳ ସ୍ଖଳନ ହୁଏ ।[୧] ଅଫଥାଲମୋସ୍କୋପ (ophthalmoscope) ସାହାଯ୍ୟରେ ଚକ୍ଷୁର ପୃଷ୍ଠଦେଶ ପରିଦର୍ଶନ କରି ବା ଅଲଟ୍ରାସାଉଣ୍ଡ (ultrasound) କରି ରୋଗ ନିର୍ଣ୍ଣୟ କରାଯାଏ ।[୧][୪]


ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ Fraser, S; Steel, D (24 November 2010). "Retinal detachment". BMJ clinical evidence. 2010. PMID 21406128.
  2. ୨.୦ ୨.୧ "Facts About Retinal Detachment". National Eye Institute. October 2009. Retrieved 26 July 2016.
  3. ଆଧାର ଭୁଲ: ଅଚଳ <ref> ଚିହ୍ନ; Mit2010 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  4. ୪.୦ ୪.୧ Gelston, CD (15 October 2013). "Common eye emergencies". American family physician. 88 (8): 515–9. PMID 24364572.