ଅତି ସୋଡ଼ିଅମ ରକ୍ତ‌ତା

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଅତି ସୋଡ଼ିଅମ ରକ୍ତ‌ତା
Na-TableImage.png
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟି Internal medicine
ଆଇସିଡ଼ି-୧୦ E87.0
ଆଇସିଡ଼ି-୯-ସିଏମ୍ 276.0
ରୋଗ ଡାଟାବେସ 6266
ଇ-ମେଡ଼ିସିନ emerg/263
Patient UK ଅତି ସୋଡ଼ିଅମ ରକ୍ତ‌ତା

ଅତି ସୋଡ଼ିଅମ ରକ୍ତ‌ତା ବା ହାଇପରନାଟ୍ରେମିଆ (ଇଂରାଜୀ ଭାଷାରେ Hypernatremia, ବା hypernatraemia) ରକ୍ତର ଏକ ଅବସ୍ଥା ଯେଉଁଥିରେ ସୋଡ଼ିଅମ (sodium) ସ୍ତର ଅଧିକ ହୋଇଥାଏ ।[୧] ପ୍ରାକ୍ ଲକ୍ଷଣ: ଅତ୍ୟଧିକ ଶୋଷ (thirst) ଅନୁଭବ, ଦୁର୍ବଳ ଲାଗିବା, ଅଇ ଓ ଅରୁଚି ।[୨]ସାଂଘାତିକ ଲକ୍ଷଣ: ଦ୍ୱିଧା, ମାଂସପେଶୀ ସ୍ଫୁରଣ ଓ ଖପୁରି ଭିତର ରକ୍ତସ୍ରାବ (ମସ୍ତିଷ୍କ ଭିତରେ ଓ ଚାରିଆଡ଼େ) ।[୨][୩] ସାଧାରଣ ରକ୍ତ ସୋଡ଼ିଅମ ସ୍ତର ୧୩୫-୧୪୫ମି:ଇକ୍ୟୁ/ଲି. । [୪] ଅତି ସୋଡ଼ିଅମ ରକ୍ତ‌ତା ସଂଜ୍ଞାନୁସାରେ ରକ୍ତ ସୋଡ଼ିଅମ ସ୍ତର ୧୪୫ ମି:ଇକ୍ୟୁ/ଲି.ରୁ ଅଧିକ ।[୧] ସୋଡ଼ିଅମ ସ୍ତର ୧୬୦ମି:ଇକ୍ୟୁ/ଲି.ରୁ ଅଧିକ ହେଲେ ସାଂଘାତିକ ଲକ୍ଷଣ ପ୍ରକାଶ ପାଏ ।[୨]

ତରଳ ପଦାର୍ଥ ସ୍ଥିତି ଅନୁସାରେ ହାଇପରନାଟ୍ରେମିଆକୁ ୩ ଶ୍ରେଣୀ ବିଭାଗ କରାଯାଏ: ହାଇପୋଭଲ୍ୟୁମିଆ (low volume) ବା ଅଳ୍ପ ଆୟତନ, ସାଧାରଣ ଆୟତନ ଓ ହାଇପରଭଲ୍ୟୁମିଆ (high volume) ବା ଅଧିକ ଆୟତନ । ଝାଳ ବୋହିଲେ, ବାନ୍ତି, ତରଳ ଝାଡ଼ା, ବୃକ୍‌କ ରୋଗ ହେଲେ ବା ମୂତ୍ର ବର୍ଦ୍ଧକ ଔଷଧ ଖାଇଲେ ଅଳ୍ପ ଆୟତନ ହାଇପରନାଟ୍ରେମିଆ ହୁଏ । ଜ୍ୱର, ଅତ୍ୟଧିକ ଶୋଷ, ଅତ୍ୟଧିକ ଶ୍ୱାସକ୍ରିୟା ଓ ଲିଥିଅମରୁ ଡାଏବେଟିସ ଇନସିପିଡସ ଇତ୍ୟାଦି କାରଣରୁ ସାଧାରଣ ଆୟତନ ହାଇପରନାଟ୍ରେମିଆ ହୁଏ ।[୨] ହାଇପରଆଲଡୋସ୍ଟିରୋନିଜ୍ମ (hyperaldosteronism), ଅତ୍ୟଧିକ ୩% ନର୍ମାଲ ସାଲାଇନ ବା ସୋଡ଼ିଅମ ବାଇକାର୍ବ ଶିରାଭ୍ୟନ୍ତରରେ ଦେଲେ ବା କ୍ୱଚିତ ଅତ୍ୟଧିକ ଲୁଣ ଖାଇଲେ ଅଧିକ ଆୟତନ ହାଇପରନାଟ୍ରେମିଆ ହୁଏ ।[୨][୩] ଅଳ୍ପ ରକ୍ତ ପ୍ରୋଟିନ ଥିଲେ ଅବାସ୍ତବ ଅଧିକ ସୋଡ଼ିଅମ ମାତ୍ରା ଦେଖାଯାଏ ।[୫] ଘଟଣାର ଇତିହାସ ଅବଲୋକନ କଲେ ରୋଗ ନିର୍ଣ୍ଣୟ କରିହୁଏ । କାରଣ ଅସ୍ପଷ୍ଟ ଥିଲେ ପରିସ୍ରା ପରିକ୍ଷା କରାଯାଏ ।[୨]

ଅଳ୍ପ କିଛି ଘଣ୍ଟାର ଅତି ସୋଡ଼ିଅମ ରକ୍ତ‌ତା ବା ହାଇପରନାଟ୍ରେମିଆ ରୋଗ ହୋଇଥିଲେ ତାହାକୁ ଶିରାଭ୍ୟନ୍ତର ନର୍ମାଲ ସାଲାଇନ୫% ଡେକ୍ସଟ୍ରୋଜ ଦେଇ ଅପେକ୍ଷାକୃତ ଶୀଘ୍ର ସୁଧାରି ହୁଏ । ଅନ୍ୟଥା ସୁଧାରିବା ପ୍ରଥା ଧୀର ହୁଏ ବିଶେଷତଃ ଯେଉଁମାନେ ପାଣି ଓ ହାଫ ନର୍ମାଲ ସାଲାଇନ ପିଇ ପାରନ୍ତି ନାହିଁ । ମସ୍ତିଷ୍କ ବେମାରୀରୁ ଡାଏବେଟିସ ଇନସିପିଡସ ଜନିତ ହାଇପରନାଟ୍ରେମିଆ ହୋଇଥିଲେ ଡେସମୋପ୍ରେସିନ (desmopressin) ଔଷଧ ଦେଇ ଚିକିତ୍ସା କରାଯାଏ । ବୃକ୍‌କ ସମସ୍ୟାରୁ ଡାଏବେଟିସ ଇନସିପିଡସ ହେଉଥିଲେ ଯେଉଁ ଔଷଧ ଯୋଗୁ ତାହା ହେଉଥାଏ ତାହା ବନ୍ଦ କରିଦିଆଯାଏ ।[୨] ଡାକ୍ତରଖାନାରେ ଥିବା ରୋଗୀଙ୍କ ମଧ୍ୟରୁ ୦.୩-୧% ଲୋକଙ୍କୁ ହାଇପରନାଟ୍ରାମିଆ ହୋଇଥାଏ । ଶିଶୁ, ବୃଦ୍ଧ ଓ ମାନସିକ ଦୁଃସ୍ଥିତି ଥିବା ଲୋକଙ୍କର ଅଧିକ ହୁଏ । ହାଇପରନାଟ୍ରେମିଆ ସ‌ହିତ ମୃତ୍ୟୁ ସଙ୍କଟ ଅଧିକ ଥିଲେ ମଧ୍ୟ ଏହା କାରଣ ହୋବା ସମ୍ଭାବନା ଅସ୍ପଷ୍ଟ ଅଛି ।[୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ Muhsin, SA; Mount, DB (March 2016). "Diagnosis and treatment of hypernatremia.". Best practice & research. Clinical endocrinology & metabolism 30 (2): 189–203. PMID 27156758. doi:10.1016/j.beem.2016.02.014. 
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ Reynolds, RM; Padfield, PL; Seckl, JR (25 March 2006). "Disorders of sodium balance.". BMJ (Clinical research ed.) 332 (7543): 702–5. PMID 16565125. doi:10.1136/bmj.332.7543.702. 
  3. ୩.୦ ୩.୧ ୩.୨ Lin, M; Liu, SJ; Lim, IT (August 2005). "Disorders of water imbalance.". Emergency medicine clinics of North America 23 (3): 749–70, ix. PMID 15982544. doi:10.1016/j.emc.2005.03.001. 
  4. Kuruvilla, Jaya (୨୦୦୭). Essentials of Critical Care Nursing. Jaypee Brothers Publishers. p. ୩୨୯. ISBN ୯୭୮୮୧୮୦୬୧୯୨୦୫. 
  5. Kliegman, Robert M.; Stanton, Bonita M. D.; Geme, Joseph St; Schor, Nina F. (୨୦୧୫). Nelson Textbook of Pediatrics (୨୦ ed.). Elsevier Health Sciences. p. ୩୪୮. ISBN ୯୭୮୦୩୨୩୨୬୩୫୨୮.