ଆଫ୍ରିକୀୟ ଟ୍ରିପାନୋସୋମିଆସିସ

ଉଇକିପିଡ଼ିଆ‌ରୁ
ଆଫ୍ରିକୀୟ ଟ୍ରିପାନୋସୋମିଆସିସ
ଟ୍ରିପାନୋସୋମା ଦେଖାଯାଉଛନ୍ତି ରକ୍ତ ଫିଲିମ ବା ସ୍ମିଅରରେ
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିସଂକ୍ରାମକ ରୋଗ[*]
ଆଇସିଡ଼ି-୧୦B56.
ଆଇସିଡ଼ି-୯-ସିଏମ୍086.5
ରୋଗ ଡାଟାବେସ29277 13400
ମେଡ଼ିସିନ-ପ୍ଲସ001362
ଇ-ମେଡ଼ିସିନmed/2140
Patient UKଆଫ୍ରିକୀୟ ଟ୍ରିପାନୋସୋମିଆସିସ
MeSHD014353

ଆଫ୍ରିକୀୟ ଟ୍ରିପାନୋସୋମିଆସିସ କିମ୍ବା ନିଦ୍ରାରୋଗ[୧] ଏକ ପରଜୀବୀ ରୋଗ ଯାହା ମାନବ ଓ ଅନ୍ୟାନ୍ୟ ପଶୁମାନଙ୍କୁ ହୁଏ ।ଏହି ରୋଗ ଟ୍ରିପାନୋସୋମାବ୍ରୁସି ନାମକ ଏକ ପରଜୀବୀ ସ୍ପେସିଦ୍ୱାରା ହୁଏ ।[୨] ମାନବଙ୍କୁ ଦୁଇ ପ୍ରକାର ପରଜୀବୀ ଆକ୍ରମଣ କରନ୍ତି ଯଥା ଟ୍ରିପାନୋସୋମାବ୍ରୁସିଗାମ୍ବିଏନ୍‌ସ (ଟିବିଜି/ Tbg) ଓ ଟ୍ରିପାନୋସୋମାବ୍ରୁସିରୋଡେସିଏନ୍ସ (ଟିବିଆର/ Tbr) ।[୧] ରିପୋର୍ଟ ହେଉଥିବା ରୋଗର ୯୮% ଟିବିଜି/ Tbg ପରଜୀବୀଦ୍ୱାରା ହୁଏ ।[୧] ସଂକ୍ରମିତ ସିସି ମାଛି tsetse fly କାମୁଡ଼ିବାଦ୍ୱାରା ଏହି ଦୁଇ ପରଜୀବୀ ରୋଗ ହୁଏ ଓ ଏହା ଗ୍ରମାଞ୍ଚଳରେ ଅଧିକ ହୁଏ ।[୧]

ପ୍ରାରମ୍ଭରେ ଏହି ରୋଗର ପ୍ରଥମ ସୋପାନରେ ଜ୍ୱର, ମୁଣ୍ଡବଥା, ଗଲୁ ଓ ଗଣ୍ଠି ଯନ୍ତ୍ରଣା (joint pain) ହୁଏ ।[୧] ସିସି ମାଛି କାମୁଡ଼ିବାର ୧ରୁ୩ ସପ୍ତାହ ପରେ ଏହା ଆରମ୍ଭ ହୁଏ ।[୩] ସପ୍ତାହ ଓ ମାସାଧିକ କାଳ ପରେ ଏହାର ଦ୍ୱିତୀୟ ସୋପାନ ଆରମ୍ଭ ହେଲେ ମାନସିକ ବିଭ୍ରାଟ, କାଲୁଆ ଲାଗିବା, କୋଅର୍ଡିନେସନ ଅଭାବ ଓ ନିଦ୍ରାହୀନତା ହୁଏ ।[୧][୩] ରକ୍ତ ପରୀକ୍ଷା କରି ସେଥିରେ ଏହି ପରଜୀବୀ ପାଇଲେ ରୋଗ ନିର୍ଣ୍ଣୟ କରାଯାଏ । ଲସିକା ନୋଡର ତରଳ ପଦାର୍ଥରେ (fluid of lymph node) ମଧ୍ୟ ଏହି ପରଜୀବୀ ପାଇଲେ ନିର୍ଣ୍ଣୟ ହୁଏ । [୩] ଲମ୍ବର ପଙ୍କଚର କରି ପ୍ରଥମ ଓ ଦ୍ୱିତୀୟ ସୋପାନର ଫରକ କୁହାଯାଏ । [୩] ସଙ୍କଟମୟ ଲୋକଙ୍କର ସ୍କ୍ରୀନିଙ୍ଗ କରି ରକ୍ତରେ ଟିବିଜି ପାଇଲେ ଏହି ରୋଗ ପ୍ରତିରୋଧକାରୀ ବ୍ୟବସ୍ଥା କରାଯାଏ । [୧] ସ୍ନାୟବିକ ଲକ୍ଷଣ ପ୍ରକାଶ ପାଇବା ପୁର୍ବରୁ ରୋଗ ନିର୍ଣ୍ଣୟ ହେଲେ ଚିକିତ୍ସା ସ‌ହଜ ହୁଏ । [୧] ପ୍ରଥମ ସୋପାନ ରୋଗରେ ପେଣ୍ଟାମିଡିନ କିମ୍ବା ସୁରାମିନ ଔଷଧ ଦେଇ ଚିକିତ୍ସା କରାଯାଏ ।[୧] ଦ୍ୱିତୀୟ ସୋପାନ ରୋଗରେ ଏଫ୍ଲୋରନିଥିନ କିମ୍ବା ଏହା ସ‌ହ ନିଫୁରଟିମୋକ୍ସ ମିଶେଇ ଦିଆଯାଏ ।[୩] ମେଲାର୍ସୋପ୍ରୋଲ ଔଷଧ ଦୁଇଟିଯାକ ନିମନ୍ତେ କାମ କଲେ ମଧ୍ୟ ଅଧିକ ପାର୍ଶ୍ୱପ୍ରତିକ୍ରିୟା ହେଉଥିବାରୁ କେବଳ ଟିବିଆର ନିମନ୍ତେ ଦିଆଯାଏ ।[୧]

କେତେକ ସବ୍-ସାହାରା ଅଞ୍ଚଳରେ ଥିବା ୩୬ଟି ଦେଶର ୭୦ ନିୟୁତ ସଙ୍କଟରେ ଥିବା ଲୋକଙ୍କର ନିୟମିତ ଭାବେ ଏହି ରୋଗ ହୁଏ ।[୪] ୧୯୯୦ ମସିହାରେ ଏହି ରୋଗମୃତ୍ୟୁ ସଂଖ୍ୟା ୩୪,୦୦୦ ଥିବାବେଳେ ୨୦୧୦ ମସିହାରେ ଏହା କମିଯାଇ ୯୦୦୦ ମୃତ୍ୟୁ ହୋଇଥିଲା । [୫] ୨୦୧୨ ମସିହାରେ ୩୦,୦୦୦ ଲୋକ ସଂକ୍ରମିତ ହୋଇଛନ୍ତି ଓ ସେଥିମଧ୍ୟରୁ ୭୦୦୦ ନୂଆ ରୋଗୀ ଅଟନ୍ତି । [୧] କଙ୍ଗୋରେ ୮୦%ରୁ ଅଧିକ ରୋଗୀ ଅଛନ୍ତି ।[୧] ଇତିହାସରେ ୩ଟି ମୂଖ୍ୟ ରୋଗ ସ୍ରୋତ ହୋଇଛି, ୧୮୯୬ରୁ ୧୯୦୬ ମଧ୍ୟରେ ଉଗାଣ୍ଡା ଓ କଙ୍ଗୋ ବେସିନରେ ଗୋଟିଏ ଓ ଆଉ ଦୁଇଟି ୧୯୨୦ ଓ ୧୯୭୦ ମସିହାରେ ଆନେକ ଆଫ୍ରିକା ଦେଶମାନଙ୍କରେ ହୋଇଥିଲା ।[୧] ଅନ୍ୟ ପଶୁମାନେ ଯଥା ଗୋଜାତୀୟ ପ୍ରାଣୀମାନଙ୍କଦ୍ୱାରା ରୋଗ ଭୋଗନ୍ତି ଓ ବାହକ ରୂପେ ରହିଯାଆନ୍ତି ।[୧]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ WHO Media centre (March 2014). "Fact sheet N°259: Trypanosomiasis, Human African (sleeping sickness)". World Health Organization. Retrieved 25 April 2014.
  2. MedlinePlus Encyclopedia Sleeping sickness
  3. ୩.୦ ୩.୧ ୩.୨ ୩.୩ ୩.୪ Kennedy, PG (Feb 2013). "Clinical features, diagnosis, and treatment of human African trypanosomiasis (sleeping sickness)". Lancet neurology. 12 (2): 186–94. doi:10.1016/S1474-4422(12)70296-X. PMID 23260189.
  4. Simarro PP, Cecchi G, Franco JR,; et al. (2012). "Estimating and mapping the population at risk of sleeping sickness". PLoSNegl Trop Dis. 6 (10): e1859. doi:10.1371/journal.pntd.0001859. PMC 3493382. PMID 23145192.{{cite journal}}: CS1 maint: extra punctuation (link) CS1 maint: multiple names: authors list (link) CS1 maint: unflagged free DOI (link)
  5. Lozano, R (15 December 2012). "Global and regional mortality from 235 causes of death for 20 age groups in 1990 and 2010: a systematic analysis for the Global Burden of Disease Study 2010". Lancet. 380 (9859): 2095–128. doi:10.1016/S0140-6736(12)61728-0. PMID 23245604.

ବାହାର ଲିଙ୍କ[ସମ୍ପାଦନା]