Jump to content

ଆଫ୍ରିକୀୟ ଟ୍ରିପାନୋସୋମିଆସିସ

ଉଇକିପିଡ଼ିଆ‌ରୁ
ଆଫ୍ରିକୀୟ ଟ୍ରିପାନୋସୋମିଆସିସ
ଟ୍ରିପାନୋସୋମା ଦେଖାଯାଉଛନ୍ତି ରକ୍ତ ଫିଲିମ ବା ସ୍ମିଅରରେ
ବିଭାଗସଂକ୍ରାମକ ରୋଗ[*]
ଆଇସିଡ଼ି-୧୦B56.
ଆଇସିଡ଼ି-୯-ସିଏମ୍086.5
ରୋଗ ଡାଟାବେସ29277 13400
ମେଡ଼ିସିନ-ପ୍ଲସ001362
ଇ-ମେଡ଼ିସିନmed/2140
Patient UKଆଫ୍ରିକୀୟ ଟ୍ରିପାନୋସୋମିଆସିସ
MeSHD014353

ଆଫ୍ରିକୀୟ ଟ୍ରିପାନୋସୋମିଆସିସ କିମ୍ବା ନିଦ୍ରାରୋଗ[] ଏକ ପରଜୀବୀ ରୋଗ ଯାହା ମାନବ ଓ ଅନ୍ୟାନ୍ୟ ପଶୁମାନଙ୍କୁ ହୁଏ ।ଏହି ରୋଗ ଟ୍ରିପାନୋସୋମାବ୍ରୁସି ନାମକ ଏକ ପରଜୀବୀ ସ୍ପେସିଦ୍ୱାରା ହୁଏ ।[] ମାନବଙ୍କୁ ଦୁଇ ପ୍ରକାର ପରଜୀବୀ ଆକ୍ରମଣ କରନ୍ତି ଯଥା ଟ୍ରିପାନୋସୋମାବ୍ରୁସିଗାମ୍ବିଏନ୍‌ସ (ଟିବିଜି/ Tbg) ଓ ଟ୍ରିପାନୋସୋମାବ୍ରୁସିରୋଡେସିଏନ୍ସ (ଟିବିଆର/ Tbr) ।[] ରିପୋର୍ଟ ହେଉଥିବା ରୋଗର ୯୮% ଟିବିଜି/ Tbg ପରଜୀବୀଦ୍ୱାରା ହୁଏ ।[] ସଂକ୍ରମିତ ସିସି ମାଛି tsetse fly କାମୁଡ଼ିବାଦ୍ୱାରା ଏହି ଦୁଇ ପରଜୀବୀ ରୋଗ ହୁଏ ଓ ଏହା ଗ୍ରମାଞ୍ଚଳରେ ଅଧିକ ହୁଏ ।[]

ପ୍ରାରମ୍ଭରେ ଏହି ରୋଗର ପ୍ରଥମ ସୋପାନରେ ଜ୍ୱର, ମୁଣ୍ଡବଥା, ଗଲୁ ଓ ଗଣ୍ଠି ଯନ୍ତ୍ରଣା (joint pain) ହୁଏ ।[] ସିସି ମାଛି କାମୁଡ଼ିବାର ୧ରୁ୩ ସପ୍ତାହ ପରେ ଏହା ଆରମ୍ଭ ହୁଏ ।[] ସପ୍ତାହ ଓ ମାସାଧିକ କାଳ ପରେ ଏହାର ଦ୍ୱିତୀୟ ସୋପାନ ଆରମ୍ଭ ହେଲେ ମାନସିକ ବିଭ୍ରାଟ, କାଲୁଆ ଲାଗିବା, କୋଅର୍ଡିନେସନ ଅଭାବ ଓ ନିଦ୍ରାହୀନତା ହୁଏ ।[][] ରକ୍ତ ପରୀକ୍ଷା କରି ସେଥିରେ ଏହି ପରଜୀବୀ ପାଇଲେ ରୋଗ ନିର୍ଣ୍ଣୟ କରାଯାଏ । ଲସିକା ନୋଡର ତରଳ ପଦାର୍ଥରେ (fluid of lymph node) ମଧ୍ୟ ଏହି ପରଜୀବୀ ପାଇଲେ ନିର୍ଣ୍ଣୟ ହୁଏ । [] ଲମ୍ବର ପଙ୍କଚର କରି ପ୍ରଥମ ଓ ଦ୍ୱିତୀୟ ସୋପାନର ଫରକ କୁହାଯାଏ । [] ସଙ୍କଟମୟ ଲୋକଙ୍କର ସ୍କ୍ରୀନିଙ୍ଗ କରି ରକ୍ତରେ ଟିବିଜି ପାଇଲେ ଏହି ରୋଗ ପ୍ରତିରୋଧକାରୀ ବ୍ୟବସ୍ଥା କରାଯାଏ । [] ସ୍ନାୟବିକ ଲକ୍ଷଣ ପ୍ରକାଶ ପାଇବା ପୁର୍ବରୁ ରୋଗ ନିର୍ଣ୍ଣୟ ହେଲେ ଚିକିତ୍ସା ସ‌ହଜ ହୁଏ । [] ପ୍ରଥମ ସୋପାନ ରୋଗରେ ପେଣ୍ଟାମିଡିନ କିମ୍ବା ସୁରାମିନ ଔଷଧ ଦେଇ ଚିକିତ୍ସା କରାଯାଏ ।[] ଦ୍ୱିତୀୟ ସୋପାନ ରୋଗରେ ଏଫ୍ଲୋରନିଥିନ କିମ୍ବା ଏହା ସ‌ହ ନିଫୁରଟିମୋକ୍ସ ମିଶେଇ ଦିଆଯାଏ ।[] ମେଲାର୍ସୋପ୍ରୋଲ ଔଷଧ ଦୁଇଟିଯାକ ନିମନ୍ତେ କାମ କଲେ ମଧ୍ୟ ଅଧିକ ପାର୍ଶ୍ୱପ୍ରତିକ୍ରିୟା ହେଉଥିବାରୁ କେବଳ ଟିବିଆର ନିମନ୍ତେ ଦିଆଯାଏ ।[]

କେତେକ ସବ୍-ସାହାରା ଅଞ୍ଚଳରେ ଥିବା ୩୬ଟି ଦେଶର ୭୦ ନିୟୁତ ସଙ୍କଟରେ ଥିବା ଲୋକଙ୍କର ନିୟମିତ ଭାବେ ଏହି ରୋଗ ହୁଏ ।[] ୧୯୯୦ ମସିହାରେ ଏହି ରୋଗମୃତ୍ୟୁ ସଂଖ୍ୟା ୩୪,୦୦୦ ଥିବାବେଳେ ୨୦୧୦ ମସିହାରେ ଏହା କମିଯାଇ ୯୦୦୦ ମୃତ୍ୟୁ ହୋଇଥିଲା । [] ୨୦୧୨ ମସିହାରେ ୩୦,୦୦୦ ଲୋକ ସଂକ୍ରମିତ ହୋଇଛନ୍ତି ଓ ସେଥିମଧ୍ୟରୁ ୭୦୦୦ ନୂଆ ରୋଗୀ ଅଟନ୍ତି । [] କଙ୍ଗୋରେ ୮୦%ରୁ ଅଧିକ ରୋଗୀ ଅଛନ୍ତି ।[] ଇତିହାସରେ ୩ଟି ମୂଖ୍ୟ ରୋଗ ସ୍ରୋତ ହୋଇଛି, ୧୮୯୬ରୁ ୧୯୦୬ ମଧ୍ୟରେ ଉଗାଣ୍ଡା ଓ କଙ୍ଗୋ ବେସିନରେ ଗୋଟିଏ ଓ ଆଉ ଦୁଇଟି ୧୯୨୦ ଓ ୧୯୭୦ ମସିହାରେ ଆନେକ ଆଫ୍ରିକା ଦେଶମାନଙ୍କରେ ହୋଇଥିଲା ।[] ଅନ୍ୟ ପଶୁମାନେ ଯଥା ଗୋଜାତୀୟ ପ୍ରାଣୀମାନଙ୍କଦ୍ୱାରା ରୋଗ ଭୋଗନ୍ତି ଓ ବାହକ ରୂପେ ରହିଯାଆନ୍ତି ।[]

  1. 1 2 3 4 5 6 7 8 9 10 11 12 13 14 WHO Media centre (March 2014). "Fact sheet N°259: Trypanosomiasis, Human African (sleeping sickness)". World Health Organization. Retrieved 25 April 2014.
  2. MedlinePlus Encyclopedia Sleeping sickness
  3. 1 2 3 4 5 Kennedy, PG (Feb 2013). "Clinical features, diagnosis, and treatment of human African trypanosomiasis (sleeping sickness)". Lancet neurology. 12 (2): 186–94. doi:10.1016/S1474-4422(12)70296-X. PMID 23260189.
  4. Simarro PP, Cecchi G, Franco JR,; et al. (2012). "Estimating and mapping the population at risk of sleeping sickness". PLoSNegl Trop Dis. 6 (10): e1859. doi:10.1371/journal.pntd.0001859. PMC 3493382. PMID 23145192.{{cite journal}}: CS1 maint: extra punctuation (link) CS1 maint: multiple names: authors list (link) CS1 maint: unflagged free DOI (link)
  5. Lozano, R (15 December 2012). "Global and regional mortality from 235 causes of death for 20 age groups in 1990 and 2010: a systematic analysis for the Global Burden of Disease Study 2010". Lancet. 380 (9859): 2095–128. doi:10.1016/S0140-6736(12)61728-0. PMID 23245604.

ବାହାର ଲିଙ୍କ

[ସମ୍ପାଦନା]