ଜନ୍ମ ନିରୋଧ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଜନ୍ମ ନିରୋଧ
Package of birth control pills
A package of birth control pills
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
MeSH D003267

ଜନ୍ମ ନିରୋଧ ବା ଜନ୍ମ ନିୟନ୍ତ୍ରଣ ବା ପ୍ରଜନନ ଶକ୍ତି ନିୟନ୍ତ୍ରଣ ଏକ ପଦ୍ଧତି ଯାହାଦ୍ଵାରା ଗର୍ଭ ନିରୋଧ କରାଯାଏ ଅର୍ଥାତ ପିଲା ଜନ୍ମ ନ ହେବା ନିମନ୍ତେ ବନ୍ଦବୋସ୍ତ କରାଯାଏ ।[୧] ଯୋଜନା, ବନ୍ଦବୋସ୍ତ ଓ ଜନ୍ମ ନିୟନ୍ତ୍ରଣକୁ ସାମୁହିକ ଭାବରେ ପରିବାର ଯୋଜନା ବା ପରିବାର ନିୟନ୍ତ୍ରଣ କହନ୍ତି ।[୨][୩] ପୁରାକାଳରୁ ଜନ୍ମ ନିରୋଧ ପଦ୍ଧତିର ପ୍ରଚଳନ ଚାଲିଆସିଛି କିନ୍ତୁ ବିଂଶ ଶତାବ୍ଦୀରେହିଁ ଫଳପ୍ରଦ ଓ ନିରାପଦ ପଦ୍ଧତି ଉପଲବ୍‌ଧ ହେଲା ।[୪] ଧାର୍ମିକ, ନୈତିକ ଓ ରାଜନୈତିକ କାରଣରୁ ଅନେକ ସଂସ୍କୃତିରେ ଜନ୍ମ ନିରୋଧକୁ ବିରୋଧ କରାଯାଏ ।[୪]

ସବୁଠାରୁ ଫଳପ୍ରଦ ବନ୍ଧ୍ୟାକରଣ ମଧ୍ୟରେ ଭାସେକ୍ଟୋମି(ପୁରୁଷମାନଙ୍କର ବନ୍ଧ୍ୟାକରଣ), ମହିଳାମାନଙ୍କର ଟ୍ୟୁବାଲ ଲାଇଗେସନ୍, ଆଇ.ୟୁ.ଡି.ଇମ୍ପ୍ଲାଣ୍ଟେବ୍ଲ ଡିଭାଇସ୍ ନାମ ଉଲ୍ଲେଖଯୋଗ୍ୟ । ତା ପରେ ହରମୋନ କଣ୍ଟ୍ରାସେପ୍ଟିଭ, ଓରାଲ ପିଲ୍, ପ୍ୟାଚେସ୍, ଯୋନିପଥ ରିଙ୍ଗ ଓ ଇଞ୍ଜେକସନ ମାଧ୍ୟମରେ ଜନ୍ମ ନିରୋଧ କରା ଯାଇପାରେ । କଣ୍ଡୋମ, ଡାୟାଫ୍ରାମ, କଣ୍ଟ୍ରାସେପ୍ଟିଭ ସ୍ପଞ୍ଜ ପଦ୍ଧତି ଓ ଗର୍ଭାଧାନ ଶିକ୍ଷା ଦ୍ଵାରା ସ୍ଵଳ୍ପ ଫଳପ୍ରଦ ନିରୋଧ ହୋଇ ପାରେ । ଶୁକ୍ରାଣୁ ଘାତକ ଓ ବୀର୍ଯ୍ୟ ବିକ୍ଷେପ ପୂର୍ବରୁ ବିରତ ସବୁଠାରୁ ସ୍ଵଳ୍ପ ଫଳପ୍ରଦ ପ୍ରଣାଳୀ ଅଟେ । ଭାସେକ୍ଟୋମି(ପୁରୁଷମାନଙ୍କର ବନ୍ଧ୍ୟାକରଣ), ମହିଳାମାନଙ୍କର ଟ୍ୟୁବାଲ ଲାଇଗେସନ୍ ପଦ୍ଧତିରେ ସ୍ଥାୟୀ ଦନ୍ଧ୍ୟାକରଣ କରାଯାଏ, ଅନ୍ୟ ସମସ୍ତ ପ୍ରଣାଳୀ ପ୍ରତ୍ୟାବର୍ତ୍ତନଶୀଳ ଓ ସ୍ଵଳ୍ପକାଳୀନ ଫଳପ୍ରଦ ।[୫] ଅସୁରକ୍ଷିତ ଯୌନ ସମ୍ପର୍କ ପରେ ପରେ ଏମର୍ଜେନ୍ସି ଔଷଧ ଦ୍ଵାରା କିଛି ଦିନ ଗର୍ଭ ନିରୋଧ ହୋଇ ପାରେ । କୈଶୋର ଅବସ୍ଥାରେ ଯୌନ ଶିକ୍ଷା ନ ଥାଇ ଯୌନ ସମ୍ପର୍କ ନିରାପଦ ନୁହେଁ[୬][୭] ନିରାପଦ ଯୌନ ସମ୍ପର୍କ (ପୁରୁଷ ବା ମହିଳା କଣ୍ଡୋମ) ଦ୍ଵାରା ଯୌନ ସମ୍ପର୍କ ଜନିତ ରୋଗଗୁଡିକର ସଂକ୍ରମଣ ହୁଏ ନାହିଁ[୮][୯] । ଅସୁରକ୍ଷିତ ଯୌନ ସମ୍ପର୍କର ୭୨ରୁ ୧୨୦ ଘଣ୍ଟା ମଧ୍ୟରେ ଜରୁରୀ ଜନ୍ମ ନିରୋଧ ଉପାୟ ଅବଲମ୍ବନ କଲେ ଗର୍ଭ ପ୍ରତିରୋଧ କରାଯାଇ ପାରେ ।[୧୦][୧୧] କେତେକ ଲୋକଙ୍କ ଯୁକ୍ତି ଅନୁସାରେ ଯୌନ ବିରତି ଏକ ଜନ୍ମ ନିରୋଧ ପଦ୍ଧତି କିନ୍ତୁ ଏହାଦ୍ୱାରା ଉପ‌ଯୁକ୍ତ ଯୌନ ନିରୋଧ ଶିକ୍ଷା ଅଭାବରୁ କିଶୋର ଗର୍ଭ ସମ୍ଭାବନା ଅଧିକ ରହେ ।[୬][୭]

କିଶୋର ଗର୍ଭାଧାନ ସର୍ବାଧିକ ସଙ୍କଟ ସୃଷ୍ଟି କରେ । ଉପ‌ଯୁକ୍ତ ଯୌନ ଶିକ୍ଷା ଓ ଜନ୍ମ ନିରୋଧକାରୀ ଉପାୟ ମିଳିଲେ ଏହି ବୟସରେ ଅନିଚ୍ଛାକୃତ ଗର୍ଭ କମେଇବ ସମ୍ଭବ ହୁଏ । [୧୨][୧୩] ସମସ୍ତ ପ୍ରକାର ଜନ୍ମ ନିରୋଧ ପ୍ରଣାଳୀ ଗୁଡ଼ିକ ବ୍ୟବ‌ହାର ଉପ‌ଯୋଗୀ ହେଲେ ମଧ୍ୟ [୧୪] ଦୀର୍ଘକାଳୀନ-ପ୍ରତ୍ୟାଗମନଶୀଳ ଜନ୍ମ ନିରୋଧ ଉପାୟ ଯେପରିକି ଇମ୍ପ୍ଲାଣ୍ଟ, ଆଇୟୁଡି ଓ ଯୌନ ରିଙ୍ଗ‌ଦ୍ୱାରା ସର୍ବାଧିକ କିଶୋର ଗର୍ଭ କମ୍ କରିହୁଏ ।[୧୩] ପ୍ରସବ ପରେ ସ୍ତନ୍ୟପାନ ନ କଲେ ୪ରୁ ୬ ସପ୍ତାହ ପରେ ପୁନଶ୍ଚ ଗର୍ଭାଧାନ ହୋଇପାରେ । ପ୍ରସବ ପରେ ପରେ ତୁରନ୍ତ କେତେକ ଜନ୍ମ ନିରୋଧ ଉପାୟ ଗ୍ରହଣ କରାଯାଇପାରେ ଓ ଅନ୍ୟ କେତେକ ୬ ମାସ ପର୍ଯ୍ୟନ୍ତ ବିଳମ୍ବ କରାଯାଇପାରେ । ସ୍ତନ୍ୟପାନ କରାଉଥିବା ମହିଳା ମିଶ୍ରିତ ଓରାଲ ଜନ୍ମ ନିରୋଧ ପିଲ ବଦଳରେ ପ୍ରୋଜେସ୍ଟିନ ୱନଲି ଉପାୟ ବ୍ୟବ‌ହାର ଅଧିକ ପସନ୍ଦ ଯୋଗ୍ୟ । ଋତୁବନ୍ଦ (ଶେଷ ଋତୁସ୍ରାବ) ହେବାର ଏକ ବର୍ଷ ପର ପର୍ଯ୍ୟନ୍ତ ଜନ୍ମ ନିରୋଧ ଉପାୟ ଗ୍ରହଣ କରିବା ଉଚିତ ।[୧୪]

ବିକାଶଶୀଳ ଦେଶମାନଙ୍କରେ ଗର୍ଭବତୀ ନ ହେବା ନିମନ୍ତେ ପ୍ରାୟ ୨୨୨ ନିୟୁତ ମହିଳା ଇଚ୍ଛା କରୁଥିଲେ ମଧ୍ୟ କୌଣସି ଆଧୁନିକ ଜନ୍ମ ନିରୋଧକ ଉପାୟ ଅବଲମ୍ବନ କରୁନାହାନ୍ତି ।[୧୫][୧୬] ଏହି ଦେଶମାନଙ୍କରେ ଜନ୍ମ ନିରୋଧ ବ୍ୟବ‌ହାର କରିବାଦ୍ୱାରା ମାତୃ ମୃତ୍ୟୁ ହାର ପ୍ରାୟ ୪୦% (ସନ ୨୦୦୮ରେ ୨୭୦,୦୦୦ ମୃତ୍ୟୁ) କମିଛି; ଜନ୍ମ ନିରୋଧ ଉପାୟ ଗ୍ରହଣ କରିଥିଲେ ପ୍ରାୟ ୭୦% ମୃତ୍ୟୁ କମିଯାଇଥାଆନ୍ତା ।[୧୭][୧୮] ଦୁଇ ଗର୍ଭାଧାନ ମଝିର ସମୟ ଦୀର୍ଘ ହେଲେ ପ୍ରସବ ଫଳାଫଳ ଓ ଶିଶୁ ବଞ୍ଚିବା ହାର ଅଧିକ ହେବ ।[୧୭] ଜନ୍ମ ନିରୋଧକ ବ୍ୟବହାର ଦ୍ଵାରା ବିକାଶଶୀଳ ଦେଶମାନଙ୍କରେ ମହିଳାଙ୍କର ରୋଜଗାର, ବଡ଼ି ମାସ୍ ଇଣ୍ଡେକ୍ସ, ପିଲାମାନଙ୍କର ଶିକ୍ଷା ଓ ସମ୍ପତ୍ତି ବୃଦ୍ଧି ହେବ ।[୧୯] ଜନ୍ମ ନିୟନ୍ତ୍ରଣ ଯୋଗୁ ଅଳ୍ପ ପିଲା ଜନ୍ମ ହେବା ଦ୍ଵାରା ଅର୍ଥନୈତିକ ବିକାଶ ସାଧନ ହୁଏ ।[୨୦]

ଆଧାର[ସମ୍ପାଦନା]

  1. "Definition of Birth control". MedicineNet. Retrieved 9 August 2012. 
  2. Oxford English Dictionary. Oxford University Press. June 2012 (online).  Check date values in: |date= (help)
  3. World Health Organization (WHO). "Family planning". Health topics. World Health Organization (WHO). 
  4. ୪.୦ ୪.୧ Hanson, S.J.; Burke, Anne E. (December 21, 2010). "Fertility control: contraception, sterilization, and abortion". In Hurt, K. Joseph; Guile, Matthew W.; Bienstock, Jessica L.; Fox, Harold E.; Wallach, Edward E. The Johns Hopkins manual of gynecology and obstetrics (4th ed.). Philadelphia: Wolters Kluwer Health/Lippincott Williams & Wilkins. pp. 382–395. ISBN 978-1-60547-433-5. 
  5. World Health Organization Department of Reproductive Health and Research (2011). Family planning: A global handbook for providers: Evidence-based guidance developed through worldwide collaboration (PDF) (Rev. and Updated ed.). Geneva, Switzerland: WHO and Center for Communication Programs. ISBN 978-0-9788563-7-3. 
  6. ୬.୦ ୬.୧ DiCenso A, Guyatt G, Willan A, Griffith L (June 2002). "Interventions to reduce unintended pregnancies among adolescents: systematic review of randomised controlled trials". BMJ 324 (7351): 1426. PMC 115855. PMID 12065267.  ଆଧାର ଭୁଲ: Invalid <ref> tag; name "pmid12065267" defined multiple times with different content
  7. ୭.୦ ୭.୧ Duffy, K.; Lynch, D. A.; Santinelli, J. (2008). "Government Support for Abstinence-Only-Until-Marriage Education". Clinical Pharmacology & Therapeutics 84 (6): 746–748. doi:10.1038/clpt.2008.188. PMID 18923389.  ଆଧାର ଭୁଲ: Invalid <ref> tag; name "pmid18923389" defined multiple times with different content
  8. Taliaferro, L. A.; Sieving, R.; Brady, S. S.; Bearinger, L. H. (2011). "We have the evidence to enhance adolescent sexual and reproductive health--do we have the will?". Adolescent medicine: state of the art reviews 22 (3): 521–543, xii. PMID 22423463. 
  9. Chin, H. B.; Sipe, T. A.; Elder, R.; Mercer, S. L.; Chattopadhyay, S. K.; Jacob, V.; Wethington, H. R.; Kirby, D.; Elliston, D. B. (2012). "The Effectiveness of Group-Based Comprehensive Risk-Reduction and Abstinence Education Interventions to Prevent or Reduce the Risk of Adolescent Pregnancy, Human Immunodeficiency Virus, and Sexually Transmitted Infections". American Journal of Preventive Medicine 42 (3): 272–294. doi:10.1016/j.amepre.2011.11.006. PMID 22341164. 
  10. Gizzo, S; Fanelli, T; Di Gangi, S; Saccardi, C; Patrelli, TS; Zambon, A; Omar, A; D'Antona, D; Nardelli, GB (October 2012). "Nowadays which emergency contraception? Comparison between past and present: latest news in terms of clinical efficacy, side effects and contraindications.". Gynecological endocrinology : the official journal of the International Society of Gynecological Endocrinology 28 (10): 758–63. doi:10.3109/09513590.2012.662546. PMID 22390259. 
  11. Selected practice recommendations for contraceptive use. (2 ed.). Geneva: World Health Organization. 2004. p. 13. ISBN 9789241562843. 
  12. Black, A. Y.; Fleming, N. A.; Rome, E. S. (2012). "Pregnancy in adolescents". Adolescent medicine: state of the art reviews 23 (1): 123–138, xi. PMID 22764559. 
  13. ୧୩.୦ ୧୩.୧ Rowan, S. P.; Someshwar, J.; Murray, P. (2012). "Contraception for primary care providers". Adolescent medicine: state of the art reviews 23 (1): 95–110, x–xi. PMID 22764557. 
  14. ୧୪.୦ ୧୪.୧ World Health Organization Department of Reproductive Health and Research (2011). Family planning: A global handbook for providers: Evidence-based guidance developed through worldwide collaboration (PDF) (Rev. and Updated ed.). Geneva, Switzerland: WHO and Center for Communication Programs. pp. 260–300. ISBN 978-0-9788563-7-3. 
  15. "Costs and Benefits of Contraceptive Services: Estimates for 2012" (PDF). United Nations Population Fund. June 2012. p. 1. 
  16. Carr, B.; Gates, M. F.; Mitchell, A.; Shah, R. (2012). "Giving women the power to plan their families". The Lancet 380 (9837): 80–82. doi:10.1016/S0140-6736(12)60905-2. PMID 22784540. 
  17. ୧୭.୦ ୧୭.୧ Cleland, J; Conde-Agudelo, A; Peterson, H; Ross, J; Tsui, A (Jul 14, 2012). "Contraception and health.". Lancet 380 (9837): 149–56. doi:10.1016/S0140-6736(12)60609-6. PMID 22784533. 
  18. Ahmed, S.; Li, Q.; Liu, L.; Tsui, A. O. (2012). "Maternal deaths averted by contraceptive use: An analysis of 172 countries". The Lancet 380 (9837): 111–125. doi:10.1016/S0140-6736(12)60478-4. PMID 22784531. 
  19. Canning, D.; Schultz, T. P. (2012). "The economic consequences of reproductive health and family planning". The Lancet 380 (9837): 165–171. doi:10.1016/S0140-6736(12)60827-7. PMID 22784535. 
  20. Van Braeckel, D.; Temmerman, M.; Roelens, K.; Degomme, O. (2012). "Slowing population growth for wellbeing and development". The Lancet 380 (9837): 84–85. doi:10.1016/S0140-6736(12)60902-7. PMID 22784542.