କ୍ୟାଣ୍ଡିଡିଆସିସ୍

ଉଇକିପିଡ଼ିଆ‌ରୁ
କ୍ୟାଣ୍ଡିଡିଆସିସ୍
ପାଟି କ୍ୟାଣ୍ଡିଡିଆସିସ୍ (thrush)
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିସଂକ୍ରାମକ ରୋଗ[*], dermatology[*]
ଆଇସିଡ଼ି-୧୦B37.
ଆଇସିଡ଼ି-୯-ସିଏମ୍112
ରୋଗ ଡାଟାବେସ1929
ମେଡ଼ିସିନ-ପ୍ଲସ001511
ଇ-ମେଡ଼ିସିନmed/264 emerg/76 ped/312 derm/67
Patient UKକ୍ୟାଣ୍ଡିଡିଆସିସ୍
MeSHD002177

କ୍ୟାଣ୍ଡିଡିଆସିସ୍ (ଇଂରାଜୀରେ Candidiasis) ଏକ ପ୍ରକାର ଫିମ୍ପି ବା କବକ ସଂକ୍ରମଣ ଯାହା ଯେ କୌଣସି ପ୍ରକାର କ୍ୟାଣ୍ଡିଡାଦ୍ୱାରା (ଏକ ପ୍ରକାର yeast) ହୁଏ । [୧] ପାଟିରେ ଏହି ସଂକ୍ରମଣ ହେଲେ ଥ୍ରସ୍ କୁହାଯାଏ । [୧] ଚିହ୍ନ ଓ ଲକ୍ଷଣ ମଧ୍ୟରେ ଜିଭରେ, ପାଟିରେ ବା ଗଳାରେ ଗୋଟିଏ ଧଳା ପ୍ୟାଚ୍ ଦେଖାଯାଏ । [୨] ଅନ୍ୟ ଲକ୍ଷଣ ମଧ୍ୟରେ ତଣ୍ଟି ପ୍ରଦାହ ହୋଇ ଗିଳିବାରେ ଅଦୁବିଧା ହୁଏ । [୨] ଯୋନୀପଥ ଏହି ରୋଗଦ୍ୱାରା ସଂକ୍ରମିତ ହେଲେ ସାଧାରଣତଃ ଇଷ୍ଟ ସଂକ୍ରମଣ (yeast) ହୋଇଛି ବୋଲି କୁହାଯାଏ । [୧] ethire ଯୌନାଙ୍ଗ କୁଣ୍ଡେଇ ହୁଏ, ଜଳାପୋଡ଼ା କରେ ଓ ବେଳେ ବେଳେ ଯୋନୀପଥରୁ ଛେନା ଭଳି ପଦାର୍ଥ ବିସର୍ଜିତ ହୁଏ ।[୩] ଲିଙ୍ଗ ସଂକ୍ରମଣ ହେଲେ କୁଣ୍ଡେଇ ହୁଏ । [୨] କ୍ୱଚିତ୍ ଏହି ସଂକ୍ରମଣ ଦେହସାରା ବ୍ୟାପିଯାଇ ଜ୍ୱର ସ‌ହ ଅନ୍ୟାନ୍ୟ ଅଙ୍ଗ ଅନୁଯାୟୀ ଲକ୍ଷଣ ଦେଖାଯାଏ । [୪]

୨୦ ପ୍ରକାରରୁ ଅଧିକ କ୍ୟାଣ୍ଡିଡା ମଧ୍ୟରେ କ୍ୟାଣ୍ଡିଡା ଆଲ୍‌ବିକାନ୍‌ସ୍ ଅତି ସାଧାରଣ । [୧] ପାଟି ସଂକ୍ରମଣ ଅତି ସାଧାରଣ ଓ ଏହା ଏକ ମାସରୁ କମ୍ ବ‌ୟସର ପିଲାଙ୍କଠାରେ, ବୟଷ୍କଙ୍କଠାରେ ଓ ଦୂର୍ବଳ ଇମ୍ମ୍ୟୁନ୍ ସିସ୍ଟମ ଥିଲେ ଏହି ରୋଗ ହୁଏ । ଏଚ.ଆଇ.ଭି./ ଏଡସ, ଅଙ୍ଗ ପ୍ରତିରୋପଣ ପରେ, ଡାଏବେଟିସକର୍ଟିକୋସ୍ଟିରଏଡ ବ୍ୟବ‌ହାର କଲେ ଦୂର୍ବଳ ଇମ୍ମ୍ୟୁନିଟି ହୁଏ . କୃତ୍ରିମ ଦାନ୍ତ ଓ ଆଣ୍ଟିବାୟୋଟିକ୍ ଚିକିତ୍ସା ପରେ ମଧ୍ୟ ଏହି ରୋଗ ସଙ୍କଟ ବାହାରେ । [୫] ଗର୍ଭାବସ୍ଥାରେ, ଦୂର୍ବଳ ଇମ୍ମ୍ୟୁନିଟି ଥିଲେ ଓ ଆଣ୍ଟିବାୟୋଟିକ୍ ବ୍ୟବ‌ହାର ପରେ ଯୋନୀପଥ ସଂକ୍ରମଣ ସାଧାରଣତଃ ହୁଏ । [୬] ଇଣ୍ଟେନ୍‌ସିଭ୍ କେୟାର ୟୁନିଟରେ ରହିଲେ, ଅପରେଶନ୍ ପରେ, ସ୍ୱଳ୍ପ ଓଜନର ଛୁଆ ଓ ଦୂର୍ବଳ ଇମ୍ମ୍ୟୁନିଟି ଥିଲେ ଶରୀରସାରା ସଂକ୍ରମଣ ସଙ୍କଟ ଥାଏ । [୭]

ଦୂର୍ବଳ ଇମ୍ମ୍ୟୁନିଟି ଥିବା ଲୋକ ଓ ସ୍ଟିରଏଡ୍ ନାକରେ ନେଉଥିବା ଲୋକ କ୍ଲୋରୋହେକ୍ସିଡିନ୍ ପାଟି ଧୁଆ କଲେ ସଂକ୍ରମଣ ପ୍ରତିରୋଧ କରିହୁଏ । [୮] ପ୍ରତିଷେଧ ବା ଚିକିତ୍ସା ନିମନ୍ତେ ପ୍ରୋବାୟୋଟିକ ବ୍ୟବ‌ହାର କଲେ କୌଣସି ଉପକାରର ପ୍ରମାଣ ମିଳୁନି । [୯][୧୦] ପାଟି ସଂକ୍ରମଣ ନିମନ୍ତେ ସ୍ଥାନୀୟ କ୍ଲୋଟ୍ରାଇମାଜୋଲ କିମ୍ବା ନିସ୍ଟାଣ୍ଟିନ ବ୍ୟବ‌ହାର ଫଳପ୍ରଦ ହୁଏ । ଏହି ଔଷଧ ଫଳପ୍ରଦ ନ ହେଲେ ପାଟିରେ କିମ୍ବା ଶୀରାମାଧମରେ ଫ୍ଲୁକୋନାଜୋଲ, ଇଟ୍ରାକୋନାଜୋଲ କିମ୍ବା ଆମ୍ଫୋଟେରିସିନ୍ ବି ଦିଆଯାଏ । [୮] ଯୋନୀପଥ ସଂକ୍ରମଣ ନିମନ୍ତେ କ୍ଲୋଟ୍ରାଇମାଜୋଲ ସ‌ହ ଅନେକ ଗୁଡ଼ିଏ ଆଣ୍ଟିଫଙ୍ଗାଲ ଔଷଧ ଦିଆଯାଏ । [୧୧] ଦେହର ଚାରିଆଡ଼େ ହୋଇଥିଲେ ଶୀରାମାଧ୍ୟମ ଆମ୍ଫୋଟେରିସିନ୍ ବି ଅଧିକାଂଶ ସମୟରେ ଦିଆଯାଏ । [୧୨] ଅତ୍ୟଧିକ ସଙ୍କଟାପନ୍ନ ଲୋକଙ୍କୁ ପ୍ରତିଷେଧକ ଆଣ୍ଟିଫଙ୍ଗାଲ ଔଷଧ ଦିଆଯାଏ । [୭]

ଏକ ମାସରୁ କମ୍ ବୟସର ଶିଶୁଙ୍କ ମଧ୍ୟରୁ ୬ % ଶିଶୁଙ୍କୁ ସଂକ୍ରମଣ ହୁଏ । ଆଣ୍ଟିବାୟୋଟିକ ଗ୍ରହଣ କରୁଥିବା ୨୦ % କର୍କଟ ରୋଗୀ ଓ ୨୦ % ଏଡ୍‌ସ୍ ରୋଗୀ ଏହି ସଂକ୍ରମଣର ଶିକାର ହୁଅନ୍ତି । [୧୩] ତିନି ଚତୁର୍ଥାଂଶ ମହିଳା ଜୀବନର କୌଣସି ନା କୌଣସି ସମୟରେ ଗୋଟିଏ ଥର ସଂକ୍ରମଣ ଭୋଗନ୍ତି । [୧୪] କୌଣସି ସଙ୍କଟ ନ ଥିଲେ ବିସ୍ତୃତ ରୋଗ କ୍ୱଚିତ୍ ଦେଖାଯାଏ । [୧୫] ଏହି ରୋଗକୁ କ୍ୟାଣ୍ଡିଡୋସିସ୍, ମୋନିଲିଆସିସ୍ଓଏଡିଓମାକୋସିସ୍ ନାମ ମଧ୍ୟ ଦିଆଯାଇଥାଏ । [୧୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Candidiasis". cdc.gov. February 13, 2014. Retrieved 28 December 2014.
  2. ୨.୦ ୨.୧ ୨.୨ "Symptoms of Oral Candidiasis". cdc.gov. February 13, 2014. Retrieved 28 December 2014.
  3. "Symptoms of Genital / Vulvovaginal Candidiasis". cdc.gov. February 13, 2014. Retrieved 28 December 2014.
  4. "Symptoms of Invasive Candidiasis". cdc.gov. February 13, 2014. Retrieved 28 December 2014.
  5. "Risk & Prevention". cdc.gov. February 13, 2014. Retrieved 28 December 2014.
  6. "People at Risk for Genital / Vulvovaginal Candidiasis". cdc.gov. February 13, 2014. Retrieved 28 December 2014.
  7. ୭.୦ ୭.୧ "People at Risk for Invasive Candidiasis". cdc.gov. February 13, 2014. Retrieved 28 December 2014.
  8. ୮.୦ ୮.୧ "Treatment & Outcomes of Oral Candidiasis". cdc.gov. February 13, 2014. Retrieved 28 December 2014.
  9. Jurden L, Buchanan M, Kelsberg G, Safranek S (June 2012). "Clinical inquiries. Can probiotics safely prevent recurrent vaginitis?". The Journal of family practice. 61 (6): 357, 368. PMID 22670239.{{cite journal}}: CS1 maint: multiple names: authors list (link)
  10. Abad CL, Safdar N (June 2009). "The role of lactobacillus probiotics in the treatment or prevention of urogenital infections--a systematic review". Journal of chemotherapy (Florence, Italy). 21 (3): 243–52. doi:10.1179/joc.2009.21.3.243. PMID 19567343.
  11. "Treatment & Outcomes of Genital / Vulvovaginal Candidiasis". cdc.gov. February 13, 2014. Retrieved 28 December 2014.
  12. "Treatment & Outcomes of Invasive Candidiasis". cdc.gov. February 13, 2014. Retrieved 28 December 2014.
  13. "Oral Candidiasis Statistics". cdc.gov. February 13, 2014. Retrieved 28 December 2014.
  14. "Genital / vulvovaginal candidiasis (VVC)". cdc.gov. February 13, 2014. Retrieved 28 December 2014.
  15. "Invasive Candidiasis Statistics". cdc.gov. February 13, 2014. Retrieved 28 December 2014.
  16. James, William D.; Berger, Timothy G.; et al. (2006). Andrews' Diseases of the Skin: clinical Dermatology. Saunders Elsevier. pp. 308–311. ISBN 0-7216-2921-0.{{cite book}}: CS1 maint: multiple names: authors list (link)