ଆପେଣ୍ଡିସାଇଟିସ

ଉଇକିପିଡ଼ିଆ ରୁ
ଆପେଣ୍ଡିସାଇଟିସ
ଶ୍ରେଣୀବିଭାଗ ଓ ବାହାର ସ୍ରୋତ

An acutely inflamed and enlarged appendix, sliced lengthwise.
ICD-10 K35. - K37.
ICD-9 540-543
ରୋଗ ଡାଟାବେସ 885
MedlinePlus 000256
eMedicine med/3430 emerg/41 ped/127 ped/2925
MeSH C06.405.205.099

ଆପେଣ୍ଡିସାଇଟିସ ରୋଗଟି ଅନ୍ତନଳୀର ଏକ ଅଂଶ ‘ଆପେଣ୍ଡିକ୍ସ’ର ପ୍ରଦାହ ରୋଗକୁ ବୁଝାଏ । ଏହି ରୋଗକୁ ଏପିଫ୍ଲାଇଟିସ (epityphlitis)[୧] ମଧ୍ୟ କୁହାଯାଏ ।) ଏହି ରୋଗ ଏକ ଜରୁରୀକାଳୀନ ବା ଆପାତସ୍ଥିତି ରୋଗ । ଏହି ରୋଗ ହେଲେ ଆପେଣ୍ଡିକ୍ସ ଫାଟି ଯାଇ ପେଟ ଭିତରେ ଭୟାବହ ପେରିଟୋନାଇଟିସ ଓ ସେପ୍ସିସ ବା ପଚନ ହେବା ସମ୍ଭାବନା ଥାଏ [୨] । ଏହା ଯୋଗୁ ରୋଗୀ ମୃତ୍ୟୁ ମୁଖରେ ପଡନ୍ତି । ଏହି ରୋଗ ବିଷୟ ରେଜିନାଲ୍ଡ ଫିଜଙ୍କ ଦ୍ଵାରା ସର୍ବପ୍ରଥମେ ୧୮୮୬ ମସିହାରେ ଲେଖା ଯାଇଥିଲା [୩] । ଯେତେ ଶୀଘ୍ର ସମ୍ଭବ ଆପେଣ୍ଡିକ୍ସକୁ ଅପରେସନ, ଲାପରୋସ୍କୋପିଦ୍ଵାରା କାଟି ବାହାର କରି ଦିଆଯାଏ । ମନୁଷ୍ୟ ଶରୀରରେ ଏହି ଅଙ୍ଗଟି ଏକ ଅନାବଶ୍ୟକ ଅଙ୍ଗ, ଅନୁବଂଶିକ ଭାବେ ଶରୀରରେ ଥାଏ । ଏଣୁ ଏହାକୁ କାଟି ଦେଲେ କିଛି ଅସୁବିଧା ହୁଏ ନାହିଁ । ଅଧୁନା ସାରା ପୃଥିବୀରେ ତୀବ୍ର ପେଟ ବେଦନାର (Acute abdomen) ଅତି ସାଧାରଣ କାରଣମାନଙ୍କ ମଧ୍ୟରେ ଏହି ରୋଗକୁ ଅଗ୍ରାଧିକାର ଦିଆଯାଉଛି ।
ରୋଗ ନିର୍ଣୟ

ଚିହ୍ନ ଓ ଲକ୍ଷଣ[ସମ୍ପାଦନା]

ନାହି ଅଞ୍ଚଳରେ ତୀବ୍ର ବେଦନା, ବାନ୍ତି, ଭୋକ ଅଭାବ ଓ ଜର ଏହି ରୋଗର ମୁଖ୍ୟ ଲକ୍ଷଣ । ଅଳ୍ପ କିଛି ଘଣ୍ଟା ମଧ୍ୟରେ ପେଟର ଡାହାଣ ପାଖର ତଳ ଅଂଶରେ କଷ୍ଟ ହୁଏ ଓ ଦରଜ ଲାଗେ । ଡାହାଣ ଇଲିଆକ ଫୋସା ସ୍ଥାନରେ ସାମାନ୍ୟ ଚାପ ପ୍ରୟୋଗ କଲେ କଷ୍ଟ ହୁଏ । ତଳି ପେଟରେ ଅଧିକ ଚାପ ପ୍ରୟୋଗ କରି ହଠାତ ଛାଡି ଦେଲେ ବହୁତ କଷ୍ଟ ଅନୁଭୂତ ହୁଏ । ତେବେ ଆପେଣ୍ଡିକ୍ସ ତାହାର ନିର୍ଦ୍ଦିଷ୍ଟ ସ୍ଥାନରେ ନ ରହି ଅନ୍ୟ ସ୍ଥାନରେ ରହିଲେ ଦରଜ ଅନୁଭୂତ ହୁଏ ନାହିଁ । ଅତ୍ୟଧିକ ବେଦନା ହେଲେ ଆପେଣ୍ଡିକ୍ସ ଥିବା ସ୍ଥାନରେ ପେଟର ମାଂସପେଶୀ ଶକ୍ତ ହୋଇଯାଏ, ଏହାକୁ ଆବଡୋମିନାଲ ଗାର୍ଡ କୁହାଯାଏ । ଆପେଣ୍ଡିକ୍ସଟି ପେଲଭିସ ବା ଶ୍ରୋଣୀ ଭିତରେ ଥିଲେ ପେଟର କୌଣସି ସ୍ଥାନରେ ଦରଜ ଲାଗେ ନାହିଁ ।

କାରଣ[ସମ୍ପାଦନା]

ଆପେଣ୍ଡିକ୍ସ ଏକ ସରୁ ନଳୀ ଭଳି ଦେଖିବାକୁ ଯାହାର ଗୋଟିଏ ପାଖ ଅନ୍ତନାଳୀରେ ଲାଗିଥାଏ ଓ ଅନ୍ୟ ପାଖଟି ବନ୍ଦ ଥାଏ । ପରୀକ୍ଷା ଦ୍ଵାରା ଜଣା ପଡ଼ିଛି ଏହି ନଳୀଟିର ମୁହଁ ବନ୍ଦ ହୋଇଗଲେ ଆପେଣ୍ଡିସାଇଟିସ ହୁଏ[୪][୫] । ତାହା ଭିତରେ ମ୍ୟୁକଶ ଜମା ହୋଇ ଆପେଣ୍ଡିକ୍ସ ଫୁଲିଯାଏ । ଏହି ଫୁଲିବା ଦ୍ଵାରା ରକ୍ତ ସଂଚାଳନ କମିଯାଏ, ତନ୍ତୁ ମରିବାକୁ ଲାଗେ, ଜୀବାଣୁ ସଂକ୍ରମଣ ହୁଏ । ଅଧିକ ବିଳମ୍ବ ହେଲେ ଆପେଣ୍ଡିକ୍ସ ଫାଟି ଯାଇ ତା ଭିତର ପଦାର୍ଥ ପେଟ ଭିତର ପେରିଟୋନିଆଲ ଖୋଳ ଭିତରେ ଖେଳିଯାଇ ଯାହା ଦ୍ଵାରା ସେପ୍ଟିସେମିଆ ହୁଏ ଓ ମୃତ୍ୟୁ ହୁଏ ।
ଏହାର ମୁହଁ ବନ୍ଦ ହେବାର ବିଭିନ୍ନ କାରଣ ମଧ୍ୟରେ ଅନ୍ତନାଳୀ ଭିତରେ ଥିବା ପୋକ ବା ୱର୍ମ, ଆଘାତ, ଟାଣ ହୋଇଥିବା ମଳ ଓ ଲସିକା ଗ୍ରନ୍ଥି ପ୍ରଦାହ ମୂଖ୍ୟ କାରଣ[୬]

ରୋଗ ନିର୍ଣ୍ଣୟ[ସମ୍ପାଦନା]

ଏହି ରୋଗ ଚିହ୍ନିବା ବିଶେଷ କଷ୍ଟକର ହୁଏନି । ରୋଗୀ ଇତିହାସ, ଲକ୍ଷଣ ଓ ଶରୀରର ଚିହ୍ନ ପରୀକ୍ଷା ଦ୍ଵାରା ଜଣା ପଡିଯାଏ । ରକ୍ତ ପରୀକ୍ଷା କଲେ ନିଉଟ୍ରୋଫିଲ ସଂଖ୍ୟା ବଢିଥିବା ଦେଖାଯାଏ । ସନ୍ଦେହ ହେଲେ ଅଲ୍ଟ୍ରାସାଉଣ୍ଡ, ଏକ୍ସ-ରେ ଓ ସି.ଟି. ସ୍କାନ କରାଯାଏ[୭]

ଚିକିତ୍ସା[ସମ୍ପାଦନା]

ପରୀକ୍ଷା ଦ୍ଵାରା ରୋଗ ସାମାନ୍ୟ ଜଣା ପଡିଲେ ଆଣ୍ଟିବାୟୋଟିକ, ସାଲାଇନ, ଗ୍ଳୁକୋଜ ଦ୍ଵାରା ଚିକିତ୍ସା ଆରମ୍ଭ କରାଯାଏ ଓ ଏହା ବିପଦ ଶୂନ୍ୟ[୮] । ଯନ୍ତ୍ରଣା ଉପଶମ ନିମନ୍ତେ ଦରକାର ମୁତାବକ ଔଷଧ ଦିଆଯାଏ । ଏହି ଚିକିତ୍ସାରେ ଭଲ ହୋଇଯିବା ପରେ ଆଉଥରେ ରୋଗ ଲେଉଟିଲେ ଅପରେଶନ ଦରକାର ହୁଏ । ଅବସ୍ଥା ଗମ୍ଭୀର ଥିଲେ ଆପେଣ୍ଡିକ୍ସ କାଟି ବାହାର କରି ଦିଆଯାଏ । ଲାପାରୋଟୋମୀ ବା ଲାପାରୋସ୍କୋପି ଅପରେସନ ଦ୍ଵାରା ବାହାର କରାଯାଏ ।

ରୋଗ ଅନୁଶୀଳନ[ସମ୍ପାଦନା]

ଏହି ରୋଗ ୫ ରୁ ୪୦ ବର୍ଷ ବୟସ୍କ ବ୍ୟକ୍ତିମାନଙ୍କୁ ଆକ୍ରମଣ କରେ[୯] । ପୁରୁଷ ରୋଗୀ ସଂଖ୍ୟା ଅଧିକ । ଗରିବ ଓ ଗ୍ରାମରେ ବାସ କରୁଥିବା ଲୋକମାନେ ଅଧିକ ପୀଡିତ ହୁଅନ୍ତି ଯାହାର କାରଣ ଅଜଣା[୧୦]

ପୂର୍ବାନୁମାନ[ସମ୍ପାଦନା]

ଠିକ ସମୟରେ ଅପରେସନ କାଲେ ଏହି ରୋଗ ଆରୋଗ୍ୟ ହୋଇଯାଏ । ରୋଗ ଚିହ୍ନଟ ସମୟ, ବୟସ, ରୋଗୀ ଅବସ୍ଥା, ଜଟିଳତା ଉପରେ ରୋଗର ପରବର୍ତ୍ତୀ ଗତି ନିର୍ଭର କରେ ।

ଆଧାର[ସମ୍ପାଦନା]

  1. MerriamWebster definition
  2. Hobler, K. (Spring 1998). "Acute and Suppurative Appendicitis: Disease Duration and its Implications for Quality Improvement". Permanente Medical Journal 2. http://xnet.kp.org/permanentejournal/spring98pj/appendicitis.html. 
  3. Fitz RH (1886). "Perforating inflammation of the vermiform appendix with special reference to its early diagnosis and treatment". Am J Med Sci (92): 321–46. 
  4. Wangensteen OH, Bowers WF (1937). "Significance of the obstructive factor in the genesis of acute appendicitis". Arch Surg 34 (3): 496–526. doi:10.1001/archsurg.1937.01190090121006. 
  5. Pieper R, Kager L, Tidefeldt U (1982). "Obstruction of appendix vermiformis causing acute appendicitis. One of the most common causes of this is an acute viral infection which causes lymphoid hyperplasia and therefore obstruction. An experimental study in the rabbit". Acta Chir Scand 148 (1): 63–72. PMID 7136413. 
  6. Hollerman J. et al. (1988). "Acute recurrent appendicitis with appendicolith". Am J Emerg Med 6 (6): 614–7. 
  7. Hobler, K. (Spring 1998). "Acute and Suppurative Appendicitis: Disease Duration and its Implications for Quality Improvement". Permanente Medical Journal 2 (2). http://xnet.kp.org/permanentejournal/spring98pj/Spring98.pdf#page=7. 
  8. Varadhan, K. K.; Neal, K. R., Lobo, D. N. (5 April 2012). "Safety and efficacy of antibiotics compared with appendicectomy for treatment of uncomplicated acute appendicitis: meta-analysis of randomised controlled trials". BMJ 344 (apr05 1): e2156–e2156. doi:10.1136/bmj.e2156. http://www.bmj.com/content/344/bmj.e2156. 
  9. Ellis, H (March 2012). "Acute appendicitis.". British journal of hospital medicine (London, England : 2005) 73 (3): C46-8. PMID 22411604. 
  10. Appendicitis epidemiological data VoxHealth medical information based on CDC medical records. Retrieved on 12-24-2012.