ସୁନତ୍
ସୁନତ୍ | |
---|---|
ହସ୍ତକ୍ଷେପ | |
![]() | |
ICD-10-PCS | 0VBT |
ICD-9-CM | V50.2 |
MeSH | D002944 |
OPS-301 code | ଛାଞ୍ଚ:OPS301.2 |
MedlinePlus | 002998 |
eMedicine | 1015820 |
ସୁନତ୍ ଏକ ଅପରେଶନର ନାମ ଯେଉଁଥିରେ ମାନବ ଲିଙ୍ଗ ଚର୍ମାଗ୍ରକୁ ଛେଦନ କରିଦିଆଯାଏ ।[୧][୨][୩] ସର୍ବାଧିକ ସାଧାରଣ ପ୍ରକ୍ରିୟାରେ ଚର୍ମାଗ୍ର ଖୋଲି ତାହାର ଲିଙ୍ଗାଗ୍ର ବା ଗ୍ଲାନ୍ସ ପେନିସ ସହିତ ଥିବା ସଂଯୋଗକୁ ଛିନ୍ନ କରି ଅଲଗା କରାଯାଏ । ତା'ପରେ ସୁନତ ଯନ୍ତ୍ର ସାହାଯ୍ୟରେ ବା ବିନା ସାହାଯ୍ୟରେ ଚର୍ମାଗ୍ର କାଟି ବାହାର କରିଦିଆଯାଏ । ଏତଦ୍ ଜନିତ କଷ୍ଟ ଓ ଚାପ କମ୍ କରିବାକୁ ସ୍ଥାନୀୟ ନିଶ୍ଚେତକ ଇଞ୍ଜେକସନ ଦିଆଯାଏ ।[୪] ବଯସ୍କ ଓ ପିଲାଙ୍କୁ ଜେନେରାଲ ଆନେସଥେସିଆ ଦିଆଯାଇପାରେ ଓ ଏହା ଦେଲେ ବିଶେଷ ସୁନତ୍ ଯନ୍ତ୍ର ଆବଶ୍ୟକ ହୁଏ ନାହିଁ । ଅଧିକାଂଶ କ୍ଷେତ୍ରରେ ଧାର୍ମିକ ଓ ସାଂସ୍କୃତିକ କାରଣରୁ ଏକ ନିର୍ବାଚିତ ପ୍ରଥା ଭାବରେ ପିଲାମାନଙ୍କର ସୁନତ୍ କରାଯାଏ ।[୫] ସୁନତ୍ ଏକ ଚିକିତ୍ସା ବା ପ୍ରତିଷେଧ ମୂଳକ କାରଣରୁ ମଧ୍ୟ କରାଯାଇପାରେ । ଚୁଚୁନ୍ଦ୍ରି (ଇଂରାଜୀ ଭାଷାରେ phimosis/ ଫାଇମୋସିସ୍) ବା ବାଲାନୋପୋସ୍ଥାଇଟିସ୍ ରୋଗ ସାଧାରଣ ଚିକିତ୍ସାରେ ଭଲ ନ ହେଲେ ଓ କ୍ରନିକ ମୂତ୍ରନଳୀ ସଂକ୍ରମଣ ଥିଲେ ଡାକ୍ତରୀ କାରଣରୁ ଏହି ଅପରେଶନ କରାଯାଏ ।[୧][୬] ଦରିଦ୍ର ସ୍ୱାସ୍ଥ୍ୟାବସ୍ଥା ଓ ଯୌନାଙ୍ଗ ଗଠନ ଅସୁବିଧା ଥିଲେ ଏହି ଅପରେଶନ କରିବା ବିଧେୟ ନୁହେଁ ।[୨][୬]
ପୃଥିବୀର ଅଧିକାଂଶ ଡାକ୍ତରୀ ଅନୁଷ୍ଠାନମାନଙ୍କ ମତରେ ଏହି ପ୍ରଥାରେ କୌଣସି ଉପକାର ମିଳେନି ଓ ଏହାର ଉପକାର ଅପେକ୍ଷା ସ୍ୱାସ୍ଥ୍ୟ ସଙ୍କଟ ଅଧିକ ହୁଏ । କେତେକ ଏଚଆଇଭି ପ୍ରବଣ ଇଲାକାରେ ଏହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସ୍ୱିକୃତି ପାଇବା ଛଡ଼ା ଜାଗତିକ ସୁନତ୍ କରିବାକୁ କୌଣସି ବିଶିଷ୍ଟ ସଂସ୍ଥା ସୁପାରିସ କରନ୍ତି ନାହିଁ ।[୭] କୌଣସି ଡାକ୍ତରୀ କାରଣ ନ ଥାଇ ସୁନତ୍ କରିବାକୁ ମାନବିକ ଅଧିକାର ସଂସ୍ଥା ନୈତିକ ଓ ନ୍ୟାୟିକ ପ୍ରଶ୍ନ ଉଠାଇଛନ୍ତି ଓ ଏହା ବିବାଦାତ୍ମକ ହୋଇଛି ।[୮][୯]
ସୁନତ୍ ହୋଇଥିବା ପୁରୁଷ ମହିଳାଙ୍କ ସାଥୀରେ ଯୌନ ସମ୍ପର୍କ ରଖିଲେ ଏଚଆଇଭି ସଙ୍କଟ କମ୍ ହେଉଥିବାର ପ୍ରମାଣ ସବ୍-ସାହାରା ଆଫ୍ରିକାରେ ମିଳୁଛି ।[୧୦][୧୧] ଅଧିକ ଏଚଆଇଭି ହେଉଥିବା ଇଲାକାର ଏଚଆଇଭି ପ୍ରତିଷେଧ ପ୍ରକଳ୍ପରେ ଡବ୍ଲ୍ୟୁଏଚଓ ସୁନତ୍ କରିବାକୁ ସୁପାରିସ କରୁଛି ।[୧୨] ସମଲିଙ୍ଗି ପୁରୁଷଙ୍କର ଏହି ଏଚଆଇଭି ବିରୁଦ୍ଧ ଉପକାର ମିଳିବାରେ ସନ୍ଦେହ ରହିଛି ।[୧୩][୧୪] ବିକଶିତ ଦେଶମାନଙ୍କରେ ଏହାର ଏଚଆଇଭି ପ୍ରତିଷେଧ ବ୍ୟବହାରର ଉପକାର ମଧ୍ୟ ଅସ୍ପଷ୍ଟ ଅଛି ।[୧୫] ସୁନତ୍ଦ୍ୱାରା କର୍କଟ ସୃଷ୍ଟକାରୀ ମାନବ ପାପିଲୋମା ଭୁତାଣୁ କମ୍ ହେଉଥିବା[୧୬][୧୭] ଓ ମୂତ୍ରନଳୀ ସଂକ୍ରମଣ ଓ ପୁରୁଷାଙ୍ଗ କର୍କଟ ରୋଗ ସଙ୍କଟ କମ୍ ହେଉଥିବା ଜଣାଯାଉଛି ।[୪] କିନ୍ତୁ ଏଥି ଯୋଗୁ ରୁଟିନ ସୁନତ୍ କରିବା ଔଚିତ୍ୟ ସଠିକ ମନେହେଉନି ।[୧][୧୮] ଅନ୍ୟାନ୍ୟ ଯୌନ ସଞ୍ଚାରିତ ରୋଗମାନଙ୍କର ପ୍ରତିଷେଧ ପ୍ରଭାବ ସ୍ପଷ୍ଟ ହୋଇନାହିଁ । ସନ ୨୦୧୦ରେ ହୋଇଥିବା ଏକ ଅନୁଶୀଳନରେ ଡାକ୍ତରୀ ଅପରେଶନ ହୋଇଥିବା ଶିଶୁଙ୍କ ସଂଖ୍ୟାର ୧.୫% ଓ ବଡ଼ ପିଲାଙ୍କ ସଂଖ୍ୟାର ୬% ସଂକ୍ରମଣର ଶିକାର ହୋଇଥିଲେ ଓ କେତେକ କେଶ୍ ସାଂଘାତିକ ଜଟିଳ ମଧ୍ୟ ହୋଇଥିଲେ ।[୧୯] ଅପରେଶନରେ ରକ୍ତସ୍ରାବ, ସଂକ୍ରମଣ ଓ ଅଳ୍ପ ତଥା ଅଧିକ ଚର୍ମ କଟିଯିବା ଏହାର ଜଟିଳ ସମସ୍ୟା ସାଧାରଣତଃ ଥାଏ ।[୧୯] ପିଲା ଅଧିକ ବୟସର ହୋଇଥିଲେ, ଅନଭିଜ୍ଞ ଅପରେଶନକାରୀ ହୋଇଥିଲେ ଓ ଯନ୍ତ୍ରପାତି ଉତ୍ତମରୂପେ ଜୀବାଣୁରହିତ ହୋଇନଥିଲେ ଅଧିକ ଜଟିଳତା ଦେଖାଯାଏ ।[୧୯] ସୁନତ୍ ଯୋଗୁ ଯୌନ ସମ୍ପର୍କରେ କୌଣସି ବିଯୁକ୍ତାତ୍ମକ ପ୍ରଭାବ ପଡ଼େନି,[୧୯] ଓ ସୁନତ୍ ପରେ ବିତିଥିବା ସମୟ ଉପରେ ମଧ୍ୟ ଯୌନକ୍ରିୟା, ସୁଖ ଓ ସନ୍ତୋଷରେ ବାଧା ସୃଷ୍ଟ ହେଉନଥିବା ସନ ୨୦୧୨ର ଆମେରିକାନ ଏକାଡେମି ଅଫ ପେଡିଆଟ୍ରିକ ଟାସ୍କ ଫୋର୍ସଦ୍ୱାରା ଲିଖିତ ଟେକନିକାଲ ରିପୋର୍ଟରୁ ଜଣାଯାଏ । ସେଫ୍ଟି ଆଣ୍ଡ ଏଫିକାସି ଅଫ ନନ୍ଥେରାପିଉଟିକ ମେଲ ସରକସିଜନ: ଏ ସିସ୍ଟମିକ ରିଭିଉ (୨୦୧୦)ରେ ପେରେରା ଇତ୍ୟାଦି ବୟସ୍କ ସୁନତ୍, ଯୌନ ସୁଖ ଓ ସନ୍ତୋଷ ବିଷୟରେ ଅନୁଶୀଳନ କରି ଲେଖିଛନ୍ତି ।[୨୦]
ଏକ ଅନୁଶୀଳନରୁ ଜଣାଯାଏ, ପୃଥିବୀର ପୁରୁଷମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ଲୋକଙ୍କର ସୁନତ ହୋଇଥାଏ ।[୫][୧୯][୨୧] ମୁସଲମାନ ଗୋଷ୍ଠି, ଇସ୍ରାଏଲ (ଯେଉଁଠାରେ ଏହା ଧାର୍ମିକ କାରଣରୁ ସଭିଙ୍କୁ କରାଯାଏ), ଯୁକ୍ତରାଷ୍ଟ୍ର ଆମେରିକା ଓ ଦକ୍ଷିଣ ପୂର୍ବ ଏସିଆ ତଥା ଆଫ୍ରିକାରେ ଏହି ପ୍ରଥା ଅତି ସାଧାରଣ ।[୫] ଲାଟିନ ଆମେରିକା, ୟୁରୋପ, ଦକ୍ଷିଣ ଆଫ୍ରିକା ଓ ପ୍ରାୟ ସମସ୍ତ ଏସିଆରେ ଏହା କ୍ୱଚିତ କରାଯାଏ ।[୫] ଏହାର ପ୍ରାରମ୍ଭ ଇତିହାସ ଅସ୍ପଷ୍ଟ କିନ୍ତୁ ସର୍ବାଧିକ ପୁରାତନ ଲିଖିତ ପ୍ରମାଣ ପୁରାତନ ମିଶରରେ ମିଳୁଛି । [୫] ଏହି ବିଷୟରେ ଅନେକ କଳ୍ପନା କରାଯାଇଛି ଯେପରିକି ଏହା ଏକ ଧାର୍ମିକ ତ୍ୟାଗ ଓ ଯୁବାବସ୍ଥାକୁ ଏକ ଧାର୍ମିକ ପ୍ରବେଶ ।[୨୨] ଜିଉମାନଙ୍କ ଧର୍ମ ଜୁଦାଇଜ୍ମରେ ଏହା ଧାର୍ମିକ କାନୁନ୍ର ଏକ ଅଂଶ ଭାବେ ଲିପିବଦ୍ଧ ହୋଇଛି;[୨୩] ଇସଲାମ ଧର୍ମ, ଲୋପ୍ଟିକ୍ କ୍ରିଷ୍ଟିଆନ ଧର୍ମ ଇଥିଓପିଆ ଅର୍ଥୋଡକ୍ସ ଚର୍ଚ୍ଚରେ ଏହା ଏକ ବୁନିଆଦି ପରମ୍ପରା ।[୫][୨୪][୨୫] ସର୍କମ୍ସିଜନ (ସୁନତ୍) ଶବ୍ଦ ଲାଟିନ ଭାଷାର ସର୍କମସିଡର (circumcidere) ଶବ୍ଦରୁ ଆସିଛି ଯାହାର ଅର୍ଥ ଚତୁର୍ଦିଗରୁ କର୍ତ୍ତନ ("to cut around") ।[୫]
ଆଧାର[ସମ୍ପାଦନା]
- ↑ ୧.୦ ୧.୧ ୧.୨ Lissauer T, Clayden G (October 2011). Illustrated Textbook of Paediatrics, Fourth edition. Elsevier. pp. 352–353. ISBN 978-0-7234-3565-5.
- ↑ ୨.୦ ୨.୧ Rudolph C, Rudolph A, Lister G, First L, Gershon A (18 March 2011). Rudolph's Pediatrics, 22nd Edition. McGraw-Hill Companies, Incorporated. p. 188. ISBN 978-0-07-149723-7.
{{cite book}}
: CS1 maint: multiple names: authors list (link) - ↑ Sawyer S (November 2011). Pediatric Physical Examination & Health Assessment. Jones & Bartlett Publishers. pp. 555–556. ISBN 978-1-4496-7600-1.
- ↑ ୪.୦ ୪.୧ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ ୫.୦ ୫.୧ ୫.୨ ୫.୩ ୫.୪ ୫.୫ ୫.୬ "Male circumcision: Global trends and determinants of prevalence, safety and acceptability" (PDF). World Health Organization. 2007.
- ↑ ୬.୦ ୬.୧ Hay W, Levin M (25 June 2012). Current Diagnosis and Treatment Pediatrics 21/E. McGraw Hill Professional. pp. 18–19. ISBN 978-0-07-177971-5.
- ↑ Jacobs, Micah; Grady, Richard; Bolnick, David A. (2012). "Current Circumcision Trends and Guidelines". In Bolnick, David A.; Koyle, Martin; Yosha, Assaf (eds.). Surgical Guide to Circumcision. London: Springer. pp. 3–8. doi:10.1007/978-1-4471-2858-8_1. ISBN 978-1-4471-2857-1. Retrieved April 6, 2014.
{{cite book}}
: Unknown parameter|chapterurl=
ignored (|chapter-url=
suggested) (help); Unknown parameter|subscription=
ignored (|url-access=
suggested) (help) - ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Caga-anan EC, Thomas AJ, Diekema DS, Mercurio MR, Adam MR (8 September 2011). Clinical Ethics in Pediatrics: A Case-Based Textbook. Cambridge University Press. p. 43. ISBN 978-0-521-17361-2.
{{cite book}}
: CS1 maint: multiple names: authors list (link) - ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ "WHO and UNAIDS announce recommendations from expert consultation on male circumcision for HIV prevention". World Health Organization. March 2007.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ "Can penile cancer be prevented?". Learn About Cancer: Penile Cancer: Detailed Guide. American Cancer Society. Retrieved 2012-10-25.
- ↑ ୧୯.୦ ୧୯.୧ ୧୯.୨ ୧୯.୩ ୧୯.୪ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ "Neonatal and child male circumcision: a global review" (PDF). World Health Organization. 2010. Retrieved 2015-04-12.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ "Circumcision". Columbia Encyclopedia. Columbia University Press. 2011.
- ↑ Clark M (10 March 2011). Islam For Dummies. John Wiley & Sons. p. 170. ISBN 978-1-118-05396-6.