ହେପାଟାଇଟିସ ଏ

ଉଇକିପିଡ଼ିଆ‌ରୁ
ହେପାଟାଇଟିସ ଏ
ହେପାଟାଇଟିସ ଏ ରୋଗଦ୍ୱାରା ଜଣ୍ଡିସ ହୋଇଥିବା ଏକ ରୋଗୀ
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିସଂକ୍ରାମକ ରୋଗ[*]
ଆଇସିଡ଼ି-୧୦B15.
ଆଇସିଡ଼ି-୯-ସିଏମ୍070.0, 070.1
ରୋଗ ଡାଟାବେସ5757
ମେଡ଼ିସିନ-ପ୍ଲସ000278
ଇ-ମେଡ଼ିସିନmed/991 ped/977
Patient UKହେପାଟାଇଟିସ ଏ
MeSHD006506

ହେପାଟାଇଟିସ ଏ (ଆଗରୁ ଏହାର ନାମ ଥିଲା (ସଂକ୍ରମଣକାରୀ ହେପାଟାଇଟିସ) ଏକ ତୀବ୍ର) ସଂକ୍ରମଣକାରୀ ରୋଗ ଯାହା ଯକୃତରେ ହେପାଟାଇଟିସ ଏ ଭୁତାଣୁଦ୍ୱାରା (HAV) ହୁଏ ।[୧] ଅନେକ ଲୋକଙ୍କର ଆଦୌ ଲକ୍ଷଣ ପ୍ରକାଶ ପାଏନାହିଁ ବା ସାମାନ୍ୟ ପ୍ରକାଶ ପାଏ ।[୨] ଏହି ଭୁତାଣୁ ଦେହରେ ପ୍ରବେଶ କରିବାଠାରୁ ଲକ୍ଷଣ ପ୍ରକାଶ ପାଇବାକୁ ୨ରୁ ୬ ସପ୍ତାହ ଲାଗେ ।[୩] ଏହାର ଲକ୍ଷଣ ୮ ସପ୍ତାହ ଧରି ରହେ ଯେଉଁଥିରେ ଓକାଳ, ବାନ୍ତି, ତରଳ ଝାଡ଼ା, ହଳଦିଆ ଚର୍ମ, ଜ୍ୱର, ପେଟରେ ଯନ୍ତ୍ରଣା ହୁଏ ।[୨] ପ୍ରଥମ ସଂକ୍ରମଣର ୬ ମାସ ପରେ ଆଉ ଥରେ ୧୦-୧୫% ରୋଗୀଙ୍କଠାରେ ଏହି ଲକ୍ଷଣ ପୁନର୍ବାର ଦେଖାଯାଏ । [୨] ତୀବ୍ର ଯକୃତ ଫେଲ୍ କ୍ୱଚିତ ଦେଖାଯାଏ ଓ ଏହା ସାଧାରଣତଃ ବୟସ୍କ ଲୋକଙ୍କର ହୁଏ ।[୨]

ସାଧାରଣତଃ ମଳରେ ଥିବା ଭୁତାଣୁ ଅପମିଶ୍ରିତ ଖାଦ୍ୟ ଖାଇଲେ ଓ ପାଣି ପିଇଲେ ଏହି ରୋଗ ବ୍ୟାପେ । [୨] ଯଥେଷ୍ଟ ରନ୍ଧା ହୋଇ ନ ଥିବା ସେଲ ଫିସ୍/ (Shellfish) ଖାଦ୍ୟ ଏହାର ଏକ ସାଧାରଣ ଉତ୍ସ ।[୪] ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ନିକଟ ସଂସ୍ପର୍ଶରେ ଆସିଲେ ମଧ୍ୟ ଏହି ରୋଗ ବ୍ୟାପେ ।[୨] ସଂକ୍ରମିତ ପିଲାମାନଙ୍କର ଲକ୍ଷଣ ପ୍ରକାଶ ନ ପାଇଲେ ମଧ୍ୟ ଅନ୍ୟମାନଙ୍କୁ ସଂକ୍ରମଣ କରିବା ଶକ୍ତି ଥାଏ ।[୨]ଥରେ ସଂକ୍ରମିତ ହେଲେ ଜୀବନବ୍ୟାପି ଇମ୍ମ୍ୟୁନିଟି ପ୍ରସ୍ତୁତ ହୋଇଯାଏ । [୫] ଏହାର ଲକ୍ଷଣ ଅନେକ ରୋଗରେ ସମାନ ଭାବରେ ପ୍ରକାଶ ପାଉଥିବାରୁ ଏହି ରୋଗ ନିର୍ଣ୍ଣୟ ନିମନ୍ତେ ରକ୍ତ ପରୀକ୍ଷା ଆବଶ୍ୟକ ହୁଏ । [୨] ପାଞ୍ଚୋଟି ଜଣାଶୁଣା ହେପାଟାଇଟିସ ଭୁତାଣୁ ଯଥା ହେପାଟାଇଟିସ ଭୁତାଣୁ: ଏ, ବି, ସି, ଡି ମଧ୍ୟରୁ ଏହା ଗୋଟିଏ ।

ହେପାଟାଇଟିସ ଏ ଟିକା ଏହି ରୋଗର ପ୍ରତିରୋଧ ନିମନ୍ତେ ଅତି ପ୍ରଭାବଶାଳୀ ।[୨][୬] କେତେକ ଦେଶମାନଙ୍କରେ ଏହି ଟିକା ପିଲାମାନଙ୍କୁ ଓ ଆଗରୁ ଟିକା ନ ନେଇଥିବା ତ‌ଥା ଅଧିକ ରିସ୍କ ବା ସଙ୍କଟ ଥିବା ଲୋକମାନଙ୍କୁ ଏହା ଦେବାକୁ ସୁପାରିଶ କରାଯାଏ ।[୨][୭] ଏହା ଜୀବନବ୍ୟାପୀ ଫଳପ୍ରଦ ହୁଏ । [୨] ଅନ୍ୟ ପ୍ରତିରୋଧକାରୀ କର୍ମମାନଙ୍କ ମଧ୍ୟରେ ଉତ୍ତମ ରୂପେ ହାତ ଧୋଇବା ଓ ଭଲଭାବେ ରାନ୍ଧିବା ଆବଶ୍ୟକ ।[୨] ଏହା ନିମନ୍ତେ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ; ବିଶ୍ରାମ ଦେବା, ତରଳ ଝାଡ଼ା ତ‌ଥା ଓକାଳ ନିମନ୍ତେ ଆବଶ୍ୟକମତେ ଔଷଧ ଦିଆଯାଏ ।[୨] ଏହି ରୋଗ କୌଣସି ପରବର୍ତ୍ତୀ ଯକୃତ ରୋଗ ନ ହୋଇ ସାଧାରଣତଃ ସମ୍ପୁର୍ଣ୍ଣ ଭଲ ହୋଇଯାଏ ।[୨] ଯକୃତ ଫେଲ୍ ହେଲେ ଯକୃତ ଟ୍ରାନ୍ସପ୍ଲାଣ୍ଟ କରାଯାଏ ।[୨]

ପ୍ରତ୍ୟେକ ବର୍ଷ ପୃଥିବୀରେ ୧.୫ ନିୟୁତ ଲକ୍ଷଣ‌ଯୁକ୍ତ ଏହି ରୋଗ ହୁଏ,[୨] ଓ ଅନେକ ନିୟୁତ ସଂକ୍ରମଣ ହୁଏ ।[୮] ଯଥେଷ୍ଟ ବିଶୁଦ୍ଧ ଜଳ ନ ମିଳୁଥିବା ସ୍ଥାନମାନଙ୍କରେ ଓ ଦରିଦ୍ର ପରିମଳ ବ୍ୟବସ୍ଥାଥିବା ସ୍ଥାନରେ ଏହି ରୋଗ ସାଧାରଣତଃ ହୁଏ ।[୭] ବିକାଶଶୀଳ ରାଷ୍ଟ୍ରମାନଙ୍କରେ ୧୦ ବର୍ଷ ବୟସ ଭତରେ ପିଲାଙ୍କୁ ସଂକ୍ରମଣ ହୁଏ, ତେଣୁ ଏମାନେ ବୟଃପ୍ରାପ୍ତ ହେବାବେଳକୁ ପ୍ରତିରରୋଧ ସମ୍ପର୍ଣ୍ଣ ହୋଇଯାଆନ୍ତି ।[୭] ମଧ୍ୟମ ବିକଶିତ ଦେଶମାନଙ୍କରେ ପିଲାମାନେ ଅଳ୍ପ ବୟସବେଳେ ସଂକ୍ରମିତ ନ ହେବାରୁ ଓ ଟିକା ନ ନେବାରୁ ସାଧାରଣତଃ ସମୟେ ସମୟେ ରୋଗ ଭୋଗନ୍ତି ।[୭] ୨୦୧୦ ମସିହାରେ ତୀବ୍ର ହେପାଟାଇଟିସ ଏ ରୋଗଯୋଗୁ ୧୦୨,୦୦୦ ମୃତ୍ୟୁ ହୋଇଥିଲା ।[୯] ପ୍ରତିବର୍ଷ ଜୁଲାଇ ୨୮ ତାରିଖ ଦିନ ଏହି ରୋଗ ବିଷୟରେ ସଚେତନ ରହିବା ନମନ୍ତେ ପୃଥିବୀ ହେପାଟାଇଟିସ ଦିବସ ପାଳନ କରାଯାଏ ।[୭]

ଆଧାର[ସମ୍ପାଦନା]

  1. Ryan KJ, Ray CG (editors) (2004). Sherris Medical Microbiology (4th ed.). McGraw Hill. pp. 541–4. ISBN 0-8385-8529-9. {{cite book}}: |author= has generic name (help)
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ Matheny, SC; Kingery, JE (1 December 2012). "Hepatitis A." Am Fam Physician. 86 (11): 1027–34, quiz 1010–2. PMID 23198670.
  3. Connor BA (2005). "Hepatitis A vaccine in the last-minute traveler". Am. J. Med. 118 (Suppl 10A): 58S–62S. doi:10.1016/j.amjmed.2005.07.018. PMID 16271543.
  4. Bellou, M.; Kokkinos, P.; Vantarakis, A. (March 2013). "Shellfish-borne viral outbreaks: a systematic review". Food Environ Virol. 5 (1): 13–23. doi:10.1007/s12560-012-9097-6. PMID 23412719.
  5. The Encyclopedia of Hepatitis and Other Liver Diseases. Infobase. 2006. p. 105. ISBN 9780816069903.
  6. Irving, GJ.; Holden, J.; Yang, R.; Pope, D. (2012). "Hepatitis A immunisation in persons not previously exposed to hepatitis A.". Cochrane Database Syst Rev. 7: CD009051. doi:10.1002/14651858.CD009051.pub2. PMID 22786522.
  7. ୭.୦ ୭.୧ ୭.୨ ୭.୩ ୭.୪ "Hepatitis A Fact sheet N°328". World Health Organization. July 2013. Retrieved 20 February 2014.
  8. Wasley, A; Fiore, A; Bell, BP (2006). "Hepatitis A in the era of vaccination". Epidemiol Rev. 28: 101–11. doi:10.1093/epirev/mxj012. PMID 16775039.
  9. Lozano, R (Dec 15, 2012). "Global and regional mortality from 235 causes of death for 20 age groups in 1990 and 2010: a systematic analysis for the Global Burden of Disease Study 2010". Lancet. 380 (9859): 2095–128. doi:10.1016/S0140-6736(12)61728-0. PMID 23245604.