ମର୍ଫିନ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ମର୍ଫିନ (INN)
Morphin - Morphine.svg
Morphine-from-xtal-3D-balls.png
Clinical data
Pronunciation /ˈmɔrfn/
Trade names MScontin, Oramorph, Sevredol, and others
AHFS/Drugs.com monograph
Pregnancy
category
  • AU: C
  • US: C (Risk not ruled out)
Dependence
liability
Physical: High
Psychological: Moderate-High
Addiction
liability
High
Routes of
administration
Inhalation (smoking), insufflation (snorting), oral (PO), rectal, subcutaneous (SC), intramuscular (IM), intravenous (IV), epidural, and intrathecal (IT)
ATC code
Legal status
Legal status
Pharmacokinetic data
Bioavailability 20–40% (oral), 36–71% (rectally),[୧] 100% (IV/IM)
Protein binding 30–40%
Metabolism Hepatic 90%
Onset of action 5 min (IV), 15 min (IM),[୨] 20 min (PO)[୩]
Biological half-life 2–3 h
Duration of action 3 to 7 hours[୪][୫]
Excretion Renal 90%, biliary 10%
Identifiers
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard 100.000.291
Chemical and physical data
Formula C17H19NO3
Molar mass 285.34
3D model (Jmol)
Solubility in water HCl & sulf.: 60 mg/mL (20 °C)
  (verify)

ମର୍ଫିନ, ଅନେକ ବ୍ୟବସାୟିକ ନାମରେ ବିକ୍ରୟ ହୁଏ ଓ ଏହା ଏକ ଯନ୍ତ୍ରଣା ନିବାରଣକାରୀ ଓପିଏଡ ଔଷଧ । ଏହା ସିଧା ସଳଖ କେନ୍ଦ୍ରୀୟ ସ୍ନାୟୁ ମଣ୍ଡଳ (ସିଏନଏସ) ଉପରେ କାମ କରି ଯନ୍ତ୍ରଣା ଅନୁଭୂତିକୁ କମାଏ । ଏହା ଉଭୟ ଆକ୍ୟୁଟ ଯନ୍ତ୍ରଣାକ୍ରନିକ ଯନ୍ତ୍ରଣା ନିମନ୍ତେ ବ୍ୟବହାର କରାଯାଏ । ହୃଦଘାତଗର୍ଭ ଶୂଳ କଷ୍ଟ ନିମନ୍ତେ ମଧ୍ୟ ଦିଆଯାଏ । ଏହା ବିଭିନ୍ନ ପଥ ମାଧ୍ୟମରେ ଦେହରେ ପ୍ରବେଶ କରେଇଦିଆଯାଏ, ଯେପରିକି ପାଟି, ମାଂସପେଶୀ, ଚର୍ମତଳେ, ଶିରାରେ, ମେରୁଦଣ୍ଡ ଚାରିପାଖରେ ଥିବା ସ୍ଥାନରେ ଓ ମଳଦ୍ଵାର ଭିତରେ । ଶିରାରେ ଦେବାର ୨0 ମିନିଟ ପରେ ଓ ପାଟିରେ ଦେବାର ୬୦ ମିନିଟ ପରେ ଏହାର ସର୍ଭାଧିକ ପ୍ରଭାବ ହୁଏ[୪] ଓ ଏହାର ପ୍ରଭାବ ୩ ରୁ ୭ ଘଣ୍ଟା ପର୍ଯ୍ୟନ୍ତ ରହେ ।[୪][୫] ଦୀର୍ଘକାଳୀନ କାର୍ଯ୍ୟକ୍ଷମ ମର୍ଫିନ ମଧ୍ୟ ମିଳୁଛି । [୪]

ସମ୍ଭାବ୍ୟ ଗମ୍ଭୀର ପାର୍ଶ୍ୱପ୍ରତିକ୍ରିୟା:- ଶ୍ୱାସକ୍ରିୟା କମିଯାଏ ଓ ନିମ୍ନ ରକ୍ତଚାପ ହୁଏ । ଏହା ମାନବକୁ ନିଶାଗ୍ରସ୍ତ କରାଏ ଓ ଏହାର ଦୁରୂପ‌ଯୋଗ ହୁଏ । ଦୀର୍ଘଦିନର ବ୍ୟବ‌ହାର ପରେ ଏହାର ମାତ୍ରା କମେଇଲେ ଓପିଅଏଡ ଉଇଥଡ୍ର‌ୟାଲ ହୁଏ । ସାଧାରଣ ପାର୍ଶ୍ୱପ୍ରତିକ୍ରିୟାରେ ଝୁମା ହୁଏ, ବାନ୍ତି ଓ କୋଷ୍ଠକାଠିନ୍ୟ ହୁଏ । ନବଜାତ ଶିଶୁଙ୍କୁ ପ୍ରଭାବିତ କରୁଥିବାରୁ ମହିଳାମାନଙ୍କୁ ଗର୍ଭାବସ୍ଥାରେସ୍ତନ୍ୟପାନ ସମୟରେ ମର୍ଫିନ ଦେବାବେଳେ ସତର୍କ କରିଦିଆଯାଏ । [୪]

ଫ୍ରିଡ୍ରିକ ସର୍ଟର୍ନର (Friedrich Sertürner) ସନ ୧୮୯୩ ଓ ୧୮୦୫ ମସିହା ମଧ୍ୟରେ ମର୍ଫିନ ପୃଥକୀକରଣ କରିଥିଲେ । [୬] ବିଶ୍ୱାସ କରାଯାଏ ଯେ କୋଣସି ଗଛରୁ ସକ୍ରିୟ ଉପାଦାନ ପୃଥକୀକରଣ କରିବାରେ ଏହା ପ୍ରଥମ ଥିଲା । [୭] ସନ ୧୮୨୭ରେ ମର୍କ Merck ପ୍ରଥମେ ଏହାକୁ ବ୍ୟବସାୟିକ ଭିତ୍ତିରେ କାରବାର କରିଥିଲେ । [୬] ସନ ୧୮୫୩-୧୮୫୫ ମଧ୍ୟରେ ହାଇପୋଡର୍ମିକ ସିରିଞ୍ଜ ଆବିଷ୍କୃତ ହେବା ପରେ ମର୍ଫିନ ବ‌ହୁଳ ଭାବରେ ବ୍ୟବ‌ହୃତ ହୋଇଥିଲା । [୬][୮] ଗ୍ରୀସ ଦେଶର ନିଦ୍ରା ଦେବତା ମର୍ଫିଅସଙ୍କ ନାମ ଅନୁସାରେ ସର୍ଟର୍ନର ଏହାର ନାମକରଣ ମର୍ଫିନ କରିଥିଲେ । [୮][୯]

ଅଫିମ (ଇଂରାଜୀ ଭାଷାରେ Opium poppy) ଏହାର ପ୍ରଥମିକ ଉତ୍ସ ଯେଉଁଥିରୁ ମର୍ଫିନ ପୃଥକୀକରଣ କରାଯାଏ । [୧୦] ସନ ୨୦୧୩ରେ ୫୨୩,୦୦୦ କିଲୋଗ୍ରାମ ମର୍ଫିନ ତିଆରି କରାଯାଇଥିଲା । [୧୧] ଏଥିରୁ ୪୫, ୦୦୦ କିଲୋଗ୍ରାମ ଯନ୍ତ୍ରଣା ଲାଘବ ନିମନ୍ତେ ବ୍ୟବ‌ହୃତ ହୋଇଥିଲା ଯାହା ବିଗତ ୨୦ ବର୍ଷରେ ବ୍ୟବ‌ହୃତ ପରିମାଣର ୪ ଗୁଣ । [୧୧] ସେଥିରୁ ଅଧିକାଂଶ ବିକଶିତ ଦେଶମାନଙ୍କରେ ବ୍ୟବ‌ହୃତ ହୋଇଥିଲା । [୧୧] ମର୍ଫିନର ୭୦ % ଅନ୍ୟ ଔଷଧ ଯଥା ହାଇଡ୍ରୋମର୍ଫିନ, ଅକ୍ସିକୋଡୋନ, ହିରୋଇନମେଥାଡନ ତିଆରି କରିବା ନିମନ୍ତେ ବ୍ୟବ‌ହାର ହୋଇଥିଲା । [୧୧][୧୨][୧୩] ଆମେରିକାରେ ଏହା ସିଡ୍ୟୁଲ ୨ ଔଷଧ,[୧୨] ଇଂଲଣ୍ଡରେ କ୍ଲାସ ଏ[୧୪] ଓ କାନାଡ଼ାରେ ସିଡ୍ୟୁଲ ୧ ଔଷଧ ।[୧୫] ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମଡେଲ ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ମୂଳ ସ୍ୱାସ୍ଥ୍ୟ ସେବାର ଏକ ମହତ୍ତ୍ୱପୂର୍ଣ୍ଣ ଔଷଧ ଭାବରେ ଏହାର ନାମ ଲିପିବଦ୍ଧ ଅଛି । [୧୬]

ଆଧାର[ସମ୍ପାଦନା]

  1. Jonsson T, Christensen CB, Jordening H, Frølund C (April 1988). "The bioavailability of rectally administered morphine". Pharmacol. Toxicol. 62 (4): 203–5. doi:10.1111/j.1600-0773.1988.tb01872.x. PMID 3387374. 
  2. Whimster, Fiona (1997). Cambridge textbook of accident and emergency medicine. Cambridge: Cambridge University Press. p. 191. ISBN 9780521433792. 
  3. Liben, Stephen (2012). Oxford textbook of palliative care for children (2 ed.). Oxford: Oxford University Press. p. 240. ISBN 9780199595105. 
  4. ୪.୦ ୪.୧ ୪.୨ ୪.୩ ୪.୪ "Morphine sulfate". The American Society of Health-System Pharmacists. Retrieved 1 June 2015. 
  5. ୫.୦ ୫.୧ Rockwood, Charles A. (2009). Rockwood and Wilkins' fractures in children. (7th ed.). Philadelphia, Pa.: Lippincott Williams & Wilkins. p. 54. ISBN 9781582557847. 
  6. ୬.୦ ୬.୧ ୬.୨ Courtwright, David T. (2009). Forces of habit drugs and the making of the modern world (1 ed.). Cambridge, Mass.: Harvard University Press. pp. 36–37. ISBN 9780674029903. 
  7. Luch A, ed. (2009). Molecular, clinical and environmental toxicology. Springer. p. 20. ISBN 3-7643-8335-6. 
  8. ୮.୦ ୮.୧ Clayton J. Mosher (2013). Drugs and Drug Policy: The Control of Consciousness Alteration. SAGE Publications. p. 123. ISBN 9781483321882. 
  9. Fisher, Gary L. (2009). Encyclopedia of substance abuse prevention, treatment, & recovery. Los Angeles: SAGE. p. 564. ISBN 9781452266015. 
  10. Narcotic Drugs Estimated World Requirements for 2008, Statistics for 2006. New York: United Nations Pubns. 2008. p. 77. ISBN 9789210481199. 
  11. ୧୧.୦ ୧୧.୧ ୧୧.୨ ୧୧.୩ Narcotic Drugs 2014 (pdf). INTERNATIONAL NARCOTICS CONTROL BOARD. 2015. pp. 21, 30. ISBN 9789210481571. 
  12. ୧୨.୦ ୧୨.୧ Triggle, David J. (2006). Morphine. New York: Chelsea House Publishers. pp. 20–21. ISBN 9781438102115. 
  13. Karch, Steven B. (2006). Drug abuse handbook (2nd ed.). Boca Raton: CRC/Taylor & Francis. pp. 7–8. ISBN 9781420003468. 
  14. Macpherson, edited by Gordon (2002). Black's medical dictionary (40th ed.). London: A & C Black. p. 162. ISBN 9780713654424. 
  15. Davis's Canadian Drug Guide for Nurses. F.A. Davis. 2014. p. 1409. ISBN 9780803640863. 
  16. "WHO Model List of Essential Medicines" (PDF). World Health Organization. October 2013. Retrieved 22 April 2014.