Jump to content

ଆଟୋପିକ ଡର୍ମାଟାଇଟିସ

ଉଇକିପିଡ଼ିଆ‌ରୁ
ଆଟୋପିକ ଡର୍ମାଟାଇଟିସ
କହୁଣିର ଭିତର ଭାଙ୍ଗରେ ଆଟୋପିକ ଡର୍ମାଟାଇଟିସ
ବିଭାଗDermatology
ଆଇସିଡ଼ି-୧୦L20.
ଆଇସିଡ଼ି-୯-ସିଏମ୍691.8
ଓଏମ୍‌ଆଇଏମ୍603165
ରୋଗ ଡାଟାବେସ4113
ମେଡ଼ିସିନ-ପ୍ଲସ000853
ଇ-ମେଡ଼ିସିନemerg/130 derm/38 ped/2567 oph/479
MeSHD003876

ଆଟୋପିକ ଡର୍ମାଟାଇଟିସ (ଏଡି), ବା ଆଟୋପିକ ଏକଜିମା, ଏକ ପ୍ରକାର ଚର୍ମ ପ୍ରଦାହ ରୋଗ । ଏହି ରୋଗରେ ଚମ ଗଲୁ ହୁଏ, ଲାଲ ଦେଖାଯାଏ, ଫୁଲିଯାଏ ଓ ଚମ ଫାଟିଯାଏ । ପ୍ରଭାବିତ ସ୍ଥାନରୁ ପରିସ୍କାର ତରଳ ପଦାର୍ଥ ବାହାରେ ଓ ସମୟକ୍ରମେ ଏହି ଚର୍ମ ମୋଟା ହୋଇଯାଏ । [] ପିଲାଦିନେ ଏ ରୋଗ ଆରମ୍ଭ ହୁଏ ଓ ସମୟକ୍ରମେ ପରିବର୍ତ୍ତିତ ହୁଏ । [][] ଏକ ବର୍ଷ ବୟସରୁ କମ ପିଲାଙ୍କର ଦେହର ବଡ଼ ଭାଗ ପ୍ରଭାବିତ ହୋଇପାରେ । ବୟସ ବଢ଼ିଲେ ଆଣ୍ଠୁ ପଛପଟ ଓ କ‌ହୁଣୀ ସାମନାପାଖରେ ରାସ ହୁଏ । ଯୁବକମାନଙ୍କର ହାତ ଓ ପାଦରେ ରୋଗ ହୁଏ । [] କୁଣ୍ଡେଇଲେ ଲକ୍ଷଣ ଖରାପ ଆଡ଼କୁ ଯାଏ ଓ ପରିଶେଷରେ ଚର୍ମ ସଂକ୍ରମଣ ହୁଏ । ଏହି ରୋଗୀମାନଙ୍କର ଆଲର୍ଜିକ ନାକ ପ୍ରଦାହ ବା ଆଜମା ହୋଇପାରେ । []

ଏହାର କାରଣ ଜଣାଯାଇ ନ ଥିଲେ ମଧ୍ୟ ଜେନେଟିକ, ପରିବେଶ ପ୍ରଭାବ, ଚର୍ମର ପରମିଏବିଲିଟି ଅସୁବିଧା ଓ ଇମ୍ମ୍ୟୁନ ସିସ୍ଟମ ଅପକର୍ମ ଥିବା ବିଶ୍ୱାସ କରାଯାଏ । [][] ଯମ‌ଜ ପିଲାଙ୍କ ମଧ୍ୟରୁ ଜଣକର ରୋଗ ଥିଲେ ଆଉ ଜଣକର ଏହି ରୋଗ ହେବା ସମ୍ଭାବନା ୮୫ % ଥାଏ । [] ସ‌ହରରେ ଓ ଶୁଷ୍ଲ ଜଳବାୟୁରେ ଅବସ୍ଥାନ କରୁଥିବା ଲୋକଙ୍କର ଅଧିକ ରୋଗ ହୁଏ । ବାରମ୍ବାର ହାତ ଧୋଇବା ଓ ରାସାୟନିକ ଦ୍ରବ୍ୟ ପ୍ରଭାବ ଏହି ରୋଗ ଲକ୍ଷଣ ଅଧିକ ଖରାପ ଦିଗକୁ ନିଏ । ମାନସିକ ଚାପ ଏହାକୁ ଗମ୍ଭୀର କଲେ ମଧ୍ୟ ଏହା କାରଣ ନୁହେଁ । ଏହା ଏକ ଛୁଆଁ ରୋଗ ନୁହେଁ । [] ଚିହ୍ନ ଓ ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଯାଏ । ଅନ୍ତିମ ରୋଗ ନିର୍ଣ୍ଣୟ ପୂର୍ବରୁ କଣ୍ଟାକ୍ଟ ଡର୍ମାଟାଇଟିସ, ସୋରିଆସିସସେବୋରିକ ଡର୍ମାଟାଇଟିସ ରୋଗ ଇତ୍ୟାଦି ରୋଗ ଉପସ୍ଥିତି ବର୍ଜନ କରିବାକୁ ହୁଏ । []

ରୋଗ ସୃଷ୍ଟିକାରୀ ଜିନିଷକୁ ଏଡ଼େଇବା, ଦୈନନ୍ଦିନ ଗାଧୋଇବା ପରେ ମଏଶ୍ଚରାଇଜିଙ୍ଗ କ୍ରିମ ଲଗେଇବା, ରୋଗ ଅଧିକ ହେଲେ ସ୍ଟିରଏଡ କ୍ରିମ ଲଗେଇବା ଓ ଗଲୁ ନିମନ୍ତେ ଆବଶ୍ୟକ ଔଷଧ ଦେଇ ଏହାର ଚିକିତ୍ସା କରାଯାଏ । [] ଏହି ରୋଗକୁ ଗମ୍ଭୀର କରୁଥିବା ଜିନିଷ ମଧ୍ୟରେ ଉଲ୍ ପୋଷାକ, ସାବୁନ, ପରଫ୍ୟୁମ, କ୍ଲୋରିନ, ଧୂଳି ଓ ସିଗାରେଟ ଧୁଆଁ ନାମ ଉଲ୍ଲେଖ‌ଯୋଗ୍ୟ । ଫିଜିଓଥେରାପି କିଛି ଲୋକଙ୍କୁ ସାହାଯ୍ୟ କରେ । କୌଣସି ଔଷଧ କାମ ନ କଲେ ସ୍ଟିରଏଡ ବଟିକା ଦିଆଯାଇପାରେ । [] ସଂକ୍ରମଣ ହୋଇଥିଲେ ଆଣ୍ଟିବାୟୋଟିକ ଦରକାର ହୁଏ । [] ଖାଦ୍ୟ ଆଲର୍ଜି ଥିଲେ ଖାଦ୍ୟର ପରିବର୍ତ୍ତନ ଆବଶ୍ୟକ ହୁଏ । []

ଜୀବନର ଯେ କୌଣସି ସମୟରେ ୨୦% ଲୋକଙ୍କର ଆଟୋପିକ ଡର୍ମାଟାଇଟିସ ରୋଗ ହୁଏ । [][] ଅଳ୍ପ ବୟସର ପିଲାଙ୍କୁ (younger children) ଏହି ରୋଗ ସାଧାରଣତଃ ହୁଏ । [] ପୁରୁଷ ଓ ମହିଳା ଉଭୟ ସମ‌ପରିମାଣରେ ରୋଗ ଭୋଗନ୍ତି । [] ଅନେକ ଲୋକଙ୍କର ଏହା ଉପଶମ ହୋଇଯାଏ । [] ବେଳେ ବେଳେ ଏହି ରୋଗକୁ ଏକଜିମା କ‌ହ‌ନ୍ତି ଯାହା ଏକ ବଡ଼ ଚର୍ମ ରୋଗର ଦଳର ନାମ । [] ଏହି ରୋଗର ଅନ୍ୟ ପ୍ରତିଶବ୍ଦ: ଇନଫାଣ୍ଟାଇଲ ଏକଜିମା, ଫ୍ଲେକସୁରାଲ ଏକଜିମା, ପ୍ରୁରାଇଗୋ ବେସନିଅର, ଆଲର୍ଜିକ ଏକଜିମା ଓ ନିଉରୋଡର୍ମାଟାଇଟିସ । []

  1. 1 2 3 4 5 6 7 8 9 10 "Handout on Health: Atopic Dermatitis (A type of eczema)". National Institute of Arthritis and Musculoskeletal and Skin Diseases. May 2013. Retrieved 19 June 2015.
  2. 1 2 3 4 5 6 7 8 Tollefson, MM; Bruckner, AL; SECTION ON, DERMATOLOGY; SECTION ON, DERMATOLOGY (December 2014). "Atopic dermatitis: skin-directed management". Pediatrics. 134 (6): e1735-44. doi:10.1542/peds.2014-2812. PMID 25422009.
  3. Williams, Hywel (2009). Evidence-Based Dermatology. John Wiley & Sons. p. 128. ISBN 9781444300178.
  4. Thomsen, SF (2014). "Atopic dermatitis: natural history, diagnosis, and treatment". ISRN allergy. 2014: 354250. PMID 25006501.
  5. Williams, Hywel C. (2000). The epidemiology of atopic dermatitis. New York: Cambridge University Press. p. 10. ISBN 9780521570756.