ଉଇକିପିଡ଼ିଆ

ଉଇକିପିଡ଼ିଆ ରୁ
Jump to navigation Jump to search
ଉଇକିପିଡ଼ିଆ
White sphere made of large jigsaw pieces. Letters from many alphabets are shown on the pieces.
ଉଇକିପିଡ଼ିଆ ୱଟରମାର୍କ
ଉଇକିପିଡ଼ିଆର ଲୋଗୋ, ନାନାଦି ଲେଖା ପ୍ରଣାଳୀରୁ ଗ୍ଲିଫସବୁ ଏକ ଗ୍ଲୋବ ଭିତରେ ରଖାଯାଇଛି
Screenshot
ଉଇକିପିଡ଼ିଆର ବହୁଭାଷୀ ପୋର୍ଟାଲର ସ୍କ୍ରିନଛବି ।
ୟୁ.ଆର.ଏଲ wikipedia.org
ସ୍ଳୋଗାନ ଏକ ଖୋଲା ଜ୍ଞାନକୋଷ ଯାହାକୁ କେହିଜଣେ ବି ବଦଳାଇ ପାରିବେ ।
The free encyclopedia that anyone can edit.
ବ୍ୟବସାୟିକ ନାଁ
ସାଇଟର ପ୍ରକାର ଇଣ୍ଟରନେଟ ଜ୍ଞାନକୋଷ ପ୍ରକଳ୍ପ
ରେଜେଷ୍ଟ୍ରିକରଣ ଇଚ୍ଛାଧୀନ
ମିଳୁଥିବା ଭାଷା ୨୬୯ ସଚଳ ସଂକଳନ (୨୮୧ ସମୁଦାୟ)
କଣ୍ଟେଣ୍ଟ ଲାଇସେନ୍ସ Creative Commons Attribution/
Share-Alike
3.0
(most text also dual-licensed under GFDL)
Media licensing varies
ମାଲିକ ଉଇକିପିଡ଼ିଆ ଫାଉଣ୍ଡେସନ (ଅଣଲାଭକାରୀ)
ତିଆରି କରିଥିଲେ ଜିମି ଉଏଲ୍ସ, ଲାରି ସାଙ୍ଗର [୧]
ଆରମ୍ଭ କରାଯାଇଥିଲା ଜାନୁଆରୀ 15, 2001 (2001-01-15) (17 years ago)
ଆଲେକ୍ସା କ୍ରମାଙ୍କ
ଏବେକାର ସ୍ଥିତି ସଚଳ

ଉଇକିପିଡ଼ିଆ (Listeni /ˌwɪkɪˈpdi.ə/ କିମ୍ବା Listeni /ˌwɪkiˈpdi.ə/ WIK-i-PEE-dee-ə କିମ୍ବା Listeni /uikipiɽi/) ଏକ ଖୋଲା, ୱେବକୁ ନେଇ ତିଆରି , ମିଳିତ , ବହୁଭାଷୀ ଜ୍ଞାନକୋଷ ଯାହା ଏକ ଅଣଲାଭକାରୀ ସଙ୍ଘ ଉଇକିମିଡ଼ିଆ ଫାଉଣ୍ଡେସନ ଦେଇ ଚଳାଯାଇଥାଏ । ଏଥିରେ ୧୮ ମିଲିଅନ ଲେଖା (ଯେଉଁଥିରୁ କେବଳ ୩.୬ ମିଲିଅନ ଇଂରାଜୀ ଉଇକିପିଡ଼ିଆ ଅଛି) ମିଳିତ ଭାବରେ ବିଶ୍ବର କର୍ମୀମାନଙ୍କ ଦେଇ ଲେଖାଯାଇଛି ।।[୨] ଉଇକିପିଡ଼ିଆ ୧୫ ଜାନୁଆରୀ ୨୦୦୧ରେ ଜିମି ୱେଲ୍ସଲାରି ସାଙ୍ଗରଙ୍କ ଦ୍ବାରା ଆରମ୍ଭ କରାଯାଇଥିଲା [୩]ଇଣ୍ଟରନେଟରେ ସବୁଠୁ ବେଶି ଆଧାର ଦେବାରେ ବ୍ୟବହାର କରାଯାଇଥାଏ ।,[୪][୫][୬][୭] ଆଲେକ୍ସା କ୍ରମ ଅନୁସାରେ ଏହା ବିଶ୍ବର ୭ମ ସ୍ଥାନରେ ଅଛି ଓ ପାଖାପାଖି ୩୬୫ ମିଲିଅନ ପାଠକ ଏହାକୁ ନିୟମିତ ପଢିଥାନ୍ତି ।r[୪][୮] ଇଣ୍ଟର୍ନେଟ ସହାୟତାରେ ବିଶ୍ବର ବିଭିନ୍ନ ସ୍ଥାନରୁ ସ୍ବେଚ୍ଛାସେବକ ମାନଙ୍କ ଅବଦାନଦ୍ବାରା ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି | "ଉଇକି" (Wiki-ଏହା ବିଭିନ୍ନ ସହଯୋଗୀ ୱେବସାଇଟ ଗୁଡ଼ିକର ନିର୍ମାଣ କରିବାର ଏକ ଶୈଳୀ ଅଟେ,ହାୱାଇ ଭାଷାରେ "ଉଇକି"ର ଅର୍ଥ "ଶୀଘ୍ର"କୁ ବୁଝାଇଥାଏ) ଏବଂ "ଏନସାଇକ୍ଳୋପିଡ଼ିଆ" (Encyclopedia-ଜ୍ଞାନକୋଷ), ଦୁଇଟି ଶବ୍ଦକୂ ନେଇ ଏହାର ନାମକରଣ କରାଯାଇଥିଲା, ଯେହେତୁ ଶୀଘ୍ର ଓ ସହଜରେ ସମସ୍ତଙ୍କ ପାଖରେ ଆବଶ୍ୟକୀୟ ତଥ୍ୟ ପହଞ୍ଚାଇବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏହି ୱେବସାଇଟକୁ ବ୍ୟବହାର କରୁଥିବା ଯେକୌଣସି ବ୍ୟକ୍ତି ଏଥିରେ ଥିବା ପ୍ରସଙ୍ଗ ଗୁଡ଼ିକର ତଥ୍ୟ ଗୁଡ଼ିକୁ ବ୍ୟବହାର ତଥା ସମ୍ପାଦନା କରିପାରିବେ । ଏକଦା ଟାଇମ୍ସ ପତ୍ରିକାରେ ପ୍ରକାଶିତ ଏକ ସ୍ତମ୍ଭଲେଖରେ, ଉଇକିପିଡ଼ିଆର ଏଭଳି ମୁକ୍ତ ଭାବରେ ସମ୍ପାଦନା କରିବା ଶୈଳୀ (Open-Door policy)କୁ ପ୍ରଶଂସା କରାଯାଇଥିଲା ଓ ଜିମି ୱେଲ୍ସଙ୍କର ଏହି ଦୂରଦର୍ଶିତା ପାଇଁ "ଉଇକିପିଡ଼ିଆ" ବିଶ୍ବର ଅନ୍ୟ ଏନସାଇକ୍ଳୋପିଡ଼ିଆ ମାନଙ୍କ ଠାରୁ ଉନ୍ନତ ଓ ବୃହତ ହୋଇପାରିଛି ବୋଲି ଦର୍ଶା ଯାଇଥିଲା ।[୯] ପ୍ରଥମେ ଏହା କେବଳ ଇଂରାଜୀ ଭାଷାରେ ଆରମ୍ଭ କରଯାଇଥିଲା । କିନ୍ତୁ ପରେ ଏହାକୁ ବିଭିନ୍ନ ଦେଶରେ ୨୯୦ରୁ ଅଧିକ ଭାଷାରେ ତିଆରି କରଯାଇଛି । ବିଭିନ୍ନ ଭାଷାର ଉଇକିପିଡ଼ିଆରେ ରଖାଯାଇଥିବା ପ୍ରସଙ୍ଗ ଗୁଡ଼ିକର ତଥ୍ୟ ଓ ସାମ୍ପାଦନା ଶୈଳୀ କିଛି କ୍ଷେତ୍ରରେ ଅଲଗା ଅଲଗା ହୋଇଥିବା ଦେଖିବାକୁ ମିଳେ । ବର୍ତ୍ତମାନ ପୁରା ବିଶ୍ବରେ ୩୦୦ରୁ ଅଧିକ ଭାଷାରେ ଉଇକିପିଡ଼ିଆ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ଏବଂ ଭିନ୍ନ ଭିନ୍ନ ଭାଷାରେ ପାଖାପାଖି ୫୦ ମିଲିୟନରୁ ଅଧିକ ପ୍ରସଙ୍ଗ ଉଇକିଆଳି ମାନଙ୍କଦ୍ବାରା ଗଢାସରିଲାଣି । ଏବେ ଏହା ଇଣ୍ଟର୍ନେଟରେ ସବୁଠାରୁ ଲୋକପ୍ରିୟ ୱେବସାଇଟ ମାନଙ୍କ ମଧ୍ୟରୁ ଏକ ଭାବରେ ପରିଗଣିତ ହେଉଛି । ଏଥିରେ ରହିଥିବା ପ୍ରସଙ୍ଗ ତଥା ତଥ୍ୟ ଗୁଡ଼ିକର ସତ୍ୟତା ଓ ବିଶ୍ବାସନୀୟତା ପାଇଁ ଏହା ଲୋକପ୍ରିୟ ଅଟେ । [୧୦][୧୧] ଅନ୍ୟ କିଛି ଆଲୋଚନାରୁ ଜଣାଯାଏ ଯେ ଉଇକି ପ୍ରସଙ୍ଗ ଗୁଡ଼ିକରେ ନକଲି ତଥା ଅସତ୍ୟ ସୂଚନା ଗୁଡ଼ିକୁ ଲେଖିବା (vandalism) ଏକ ପ୍ରକାର ଦୋଷ [୧୨] ଅଟେ ଏବଂ ଏହାକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ଉଇକି ପ୍ରକଳ୍ପରେ ପରିଚାଳକ ମାନଙ୍କୁ ରଖାଯାଇଥାଏ । ପ୍ରସଙ୍ଗ ଗୁଡ଼ିକର ମାନ ସୁଧାରିବା, ସେଗୁଡ଼ିକର ସତ୍ୟତା ପରଖିବା ଇତ୍ୟାଦି କାର୍ଯ୍ୟ ଏହି ପରିଚାଳକ ମାନଙ୍କ ଉପରେ ନ୍ୟସ୍ତ ଥାଏ । [୧୩][୧୪] ୨୦୧୭ ମସିହାରେ, ବିଶ୍ବର ପ୍ରମୁଖ ସୋସିଆଲ-ମିଡ଼ିଆ ଫେସବୁକ, ନିଜର ବ୍ୟବହାରକାରୀ ମାନଙ୍କୁ ମିଥ୍ୟା ଖବର ଗୁଡ଼ିକ ବିଷୟରେ ଅବଗତ କରାଇବା ପାଇଁ ସେଥି ସମ୍ପର୍କିତ ଉଇକିପିଡ଼ିଆ ପ୍ରସଙ୍ଗ ଗୁଡ଼ିକୁ ଲିଙ୍କ କରିବା ପାଇଁ ଘୋଷଣା କରିଥିଲା ଏବଂ ଏହାକୁ କାର୍ଯ୍ୟକାରୀ ମଧ୍ୟ କରିଥିଲା । ୨୦୧୮ ମସିହାରେ ୟୁ ଟ୍ଯୂବ ମଧ୍ୟ ସମାନ ପ୍ରକାର ଘୋଷଣା କରିଥିଲା । ଏହା ପରେ ଉଇକିପିଡ଼ିଆକୁ ଦ ୱାସିଙ୍ଗଟନ ପୋଷ୍ଟ ଇଣ୍ଟର୍ନେଟର "ନୂତନ ରକ୍ଷୀ" (The good cop of the internet) ଭାବରେ ସର୍ବସାଧାରଣଙ୍କ ପାଖରେ ପହଞ୍ଚାଇଛି । [୧୫]

ଇତିହାସ[ସମ୍ପାଦନା]

ଜିମି ୱେଲ୍ସ ଏବଂ ଲାରି ସାଙ୍ଗର
Logo reading "Nupedia.com the free encyclopedia" in blue with large initial "N"
ଉଇକିପିଡ଼ିଆକୁ ମୂଳତଃ ଇଂରାଜୀ ଭାଷାର ଅନ୍ୟ ଏକ ଜ୍ଞାନକୋଷ ନ୍ୟୁପେଡ଼ିଆରୁ ବିକଶିତ କରଯାଇଥିଲା

ଉଇକିପିଡ଼ିଆକୁ,ପ୍ରଥମେ ନ୍ୟୁପେଡ଼ିଆ (Nupedia) ନାମକ ଇଂରାଜୀ ଭାଷାର ଏକ ଜ୍ଞାନକୋଷ/ବିଶ୍ବକେଷର ଏକ ପରିପୂରକ ଯୋଜନା ରୂପେ ସେହି ଇଂରାଜୀ ଭାଷାରେ ଆରମ୍ଭ କରାଯାଇଥିଲା । [୧୬] ଏହାକୁ ଅନଲାଇନରେ ଇଣ୍ଟର୍ନେଟ ସହାୟତାରେ ଏକ ମୁକ୍ତ ଜ୍ଞାନକୋଷ ଭାବରେ, ସମସ୍ତଙ୍କଦ୍ବାରା ବ୍ୟବହାର କରାଯିବା ଉଦ୍ଦେଶ୍ୟରେ ଆରମ୍ଭ କରଯାଇଥିଲା । ଏଥିରେ ଥିବା ପ୍ରସଙ୍ଗ ଗୁଡ଼ିକୁ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞ ମାନଙ୍କଦ୍ବାରା ଲେଖା ଯାଇଥିଲା ତଥା ଏକ ସାଧାରଣ ପ୍ରଣାଳୀରେ ସମୀକ୍ଷା ମଧ୍ୟ କରଯାଉଥିଲା ।[୧୭] ନ୍ୟୁପେଡ଼ିଆକୁ ୯ ମାର୍ଚ୍ଚ ୨୦୦୦ରେ ବୋମିସ ନାମକ ଏକ ୱେବ ପୋର୍ଟାଲ କମ୍ପାନୀଦ୍ବାରା ଆରମ୍ଭ କରାଯାଇଥିଲା । ବୋମିସର ସି.ଇ.ଓ. ଜିମି ୱେଲ୍ସ ଏବଂ ଲାରି ସାଙ୍ଗର ନ୍ୟୁପେଡ଼ିଆର ପ୍ରମୁଖ ସଦସ୍ୟ ତଥା ମୁଖ୍ୟ ସମ୍ପାଦକ ଭାବରେ କାର୍ଯ୍ୟ ତୁଲାଇଥିଲେ । ସେମାନେ ପରେ ଏକାଠି ମିଶି ଉଇକିପିଡ଼ିଆ ପାଇଁ ମଧ୍ୟ କାମ କରିଥିଲେ । [୧୮][୧୯] ପ୍ରଥମେ ନ୍ୟୁପେଡ଼ିଆର ତଥ୍ୟ ଗୁଡ଼ିକୁ ଏହାର ନିଜସ୍ବ "ଓପନ କଣ୍ଟେଣ୍ଟ ଲାଇସେନ୍ସ"ଦ୍ବାରା ଲାଇସେନ୍ସ କରାଯାଇଥିଲା । ପରେ ରିଚାର୍ଡ ଷ୍ଟଲମ୍ୟାନଙ୍କ ପ୍ରସ୍ତାବ ଅନୁସାରେ ଉଇକିପିଡ଼ିଆ ଆରମ୍ଭ ହେବା ଆଗରୁ ଏହି ସବୁ ଗୁଡ଼ିକୁ "ଜି.ଏନ.ୟୁ. ଫ୍ରି ଡକ୍ୟୁମେଣ୍ଟେସନ ଲାଇସେନ୍ସ"ର ଅନ୍ତର୍ଭୁକ୍ତ କରିଦିଆଯାଇଥିଲା । [୨୦] ଉଇକିପିଡ଼ିଆର ମୁକ୍ତ ଭାବରେ ସମ୍ପାଦନା କରିବା ଶୈଳୀ (Open-Door policy)ର ଶ୍ରେୟ ଜିମି ୱେଲ୍ସଙ୍କୁ ଦିଆଯାଉଥିବା ବେଳେ[୨୧][୨୨] ଏହାକୁ ସମସ୍ତଙ୍କ ପାଖରେ ସହଜରେ ପହଞ୍ଚାଇବାର ଶ୍ରେୟ ଏହାର ଅନ୍ଯତମ ପ୍ରତିଷ୍ଠାତା ଲାରି ସାଙ୍ଗରଙ୍କୁ ଦିଆଯାଇଥାଏ । [୨୩] ୧୦ ଜାନୁଆରୀ ୨୦୦୧ରେ ଲାରି ସାଙ୍ଗର, ନ୍ୟୁପେଡ଼ିଆ ପାଇଁ ଏକ "ଫିଡର" ପ୍ରକଳ୍ପ ଭାବରେ ଉଇକିର ନିର୍ମାଣ ପାଇଁ ନ୍ୟୁପେଡ଼ିଆ ମେଲିଂ ଲିଷ୍ଟରେ ପ୍ରସ୍ତାବ ଦେଇଥିଲେ । [୨୪] ୧୫ ଜାନୁଆରୀ ୨୦୦୧ରେ ପ୍ରଥମ ଥର ପାଇଁ ଉଇକିପିଡ଼ିଆକୁ ଔପଚାରିକ ଭାବରେ www.wikipedia.comରେ ଏକମାତ୍ର ଇଂରାଜୀ ସଂସ୍କରଣ ସହିତ ଆରମ୍ଭ କରଯାଇଥିଲା । [୨୫] ଏବଂ ସାଙ୍ଗର ଏ ବିଷୟରେ ନ୍ୟୁପେଡ଼ିଆ ମେଲିଂ ଲିଷ୍ଟରେ ସୂଚନା ଦେଇଥିଲେ । [୨୧] ଉଇକିପିଡ଼ିଆ ଆରମ୍ଭ ହେବାର ପ୍ରଥମ ମାସରେ ଏହାର "ନ୍ୟୁଟ୍ରାଲ ପଏଣ୍ଟ ଅଫ ଭିୟୁ" (Neutral point-of-view) ଯୋଜନାକୁ କାର୍ଯ୍ୟକାରୀ କରଯାଇଥିଲା । [୨୬] ସେତେବେଳେ ଏହି ନିୟମକୁ ଛାଡ଼ି ଅନ୍ୟ ବିଶେଷ କିଛି ନିୟମ କାନୁନ ଉଇକିପିଡ଼ିଆପାଇଁ କରାଯାଇ ନଥିଲା ଏବଂ ଏହା ନ୍ୟୁପେଡ଼ିଆ ଉପରେ ନିର୍ଭରଶୀଳ ନଥିଲା ।[୨୧] ପ୍ରଥମେ ଉଇକିପିଡ଼ିଆ, ନ୍ୟୁପେଡ଼ିଆର କିଛି ଯୋଗଦାନକାରୀଙ୍କ ଅବଦାନ ପାଇଥିଲା । ୨୦୦୧ ମସିହାର ଶେଷ ବେଳକୁ ପ୍ରାୟ ୧୮ଟି ଭାଷାରେ ଉଇକିପିଡ଼ିଆ ଆରମ୍ଭ ହୋଇସାରିଥିଲା । ଠିକ ସେହିପରି ୨୦୦୨ ଶେଷ ସୁଦ୍ଧା ଉଇକିପିଡ଼ିଆର ୨୬ଟି ଭାଷାରେ ସଂସ୍କରଣ , ୨୦୦୩ ଶେଷ ସୁଦ୍ଧା ୪୬ଟି ଭାଷା ସଂସ୍କରଣ ଏବଂ ୨୦୦୪ ଶେଷ ସୁଦ୍ଧା ୧୬୧ଟି ଭାଷା ସଂସ୍କରଣ ବାହାରି ସାରିଥିଲା । ଉଇକିପିଡ଼ିଆର ବଢୁଥିବା ଲୋକପ୍ରିୟତାକୁ ଦେଖି ୨୦୦୩-୨୦୦୪ରେ ନ୍ୟୁପେଡ଼ିଆର ସର୍ଭରକୁ ଧୀରେ ଧୀରେ ବନ୍ଦ କରିଦିଆଯାଇଥିଲା ଓ ସେଥିରେ ଥିବା ସମସ୍ତ ତଥ୍ୟ ଗୁଡ଼ିକୁ ଉଇକିପିଡ଼ିଆରେ ସ୍ଥାନିତ କରଯାଇଥିଲା । [୨୭][୨୮] ୯ ଡ଼ିସେମ୍ବର ୨୦୦୭ରେ ଇଂରାଜୀ ଉଇକିପିଡ଼ିଆରେ ପ୍ରସଙ୍ଗ ସଂଖ୍ୟା ୨ ମିଲିୟନ ପାର କରିସାରିଥିଲା ଓ ବିଶ୍ବର ସର୍ବବୃହତ ଜ୍ଞାନକୋଷ ହେବାର ମାନ୍ୟତା ଲାଭ କରିସାରିଥିଲା । ଏହା ୧୪୦୮ ୟୋଙ୍ଗଲ ଏନସାଇକ୍ଳୋପିଡ଼ିଆର ପ୍ରସଙ୍ଗ ସଂଖ୍ୟାକୁ ମଧ୍ୟ ଟପିସାରିଥିଲା, ଯାହା ଦୀର୍ଘ ୬୦୦ ବର୍ଷ ଧରି ସର୍ବାଧିକ ପ୍ରସଙ୍ଗ ସହିତ ସର୍ବବୃହତ ଜ୍ଞାନକୋଷ ଭାବରେ ରେକର୍ଡ ବଜାୟ ରଖିଥିଲା । [୨୯]
ଏକ ଇଂରାଜୀ କଥିତ ତଥା ଇଂରାଜୀ ଭାଷା କେନ୍ଦ୍ରୀୟ ଉଇକିପିଡ଼ିଆ ଭାବରେ ଇଂରାଜୀ ଉଇକିପିଡ଼ିଆରେ ତଥ୍ୟ ଗୁଡ଼ିକର ସମୀକ୍ଷା ତଥା ନିୟନ୍ତ୍ରଣର ଅଭାବ ଓ ବିଭିନ୍ନ ପ୍ରକାର ବ୍ଯବସାୟିକ ବିଜ୍ଞାପନ ଗୁଡ଼ିକର ବ୍ୟବହାର ଆଶଙ୍କାରେ,୨୦୦୨ ମଶିହାରେ ସ୍ପାନିସ ଉଇକିପିଡ଼ିଆର ଉପଯୋଗକର୍ତ୍ତାମାନେ ଏନସାଇକ୍ଳୋପିଡ଼ିଆ ଲାଇବ୍ରେରୀ ( Enciclopedia Libre-Spanish) ପ୍ରତିଷ୍ଠା କରିବା ପାଇଁ ଇଂରାଜୀ ଉଇକିପିଡ଼ିଆଠାରୁ ଅଲଗା ହୋଇଯାଇଥିଲେ । [୩୦] ଏହି ଘଟଣା ପରେ ୨୦୦୨ ମସିହାରେ ଜିମି ୱେଲ୍ସ ଘୋଷଣା କରିଥିଲେ ଯେ, ଉଇକିପିଡ଼ିଆ କିମ୍ବା ଏହାର କୌଣସି ସହଯୋଗୀ ପ୍ରକଳ୍ପ କୌଣସି ପ୍ରକାରର ବ୍ଯବସାୟିକ ବିଜ୍ଞାପନ ଗୁଡ଼ିକର ବ୍ୟବହାର କରିବ ନାହିଁ । ପରେ ଏହାକୁ wikipedia.comରୁ wikipedia.orgକୁ ବଦଳାଇ ଦିଆଯାଇଥିଲା । [୩୧] ତା ପରଠାରୁ କେବେ କୌଣସି ପ୍ରକାରର ସମ୍ପାଦକୀୟ କାରଣରୁ ଉଇକିପିଡ଼ିଆର କୌଣସି ସହଯୋଗୀ ପ୍ରକଳ୍ପକୁ ଏହାଠାରୁ ଅଲଗା କରାଯାଇନାହିଁ । ୨୦୦୭ ମସିହା ହେବା ବେଳକୁ ଇଂରାଜୀ ଉଇକିପିଡ଼ିଆରେ ପ୍ରସଙ୍ଗ ଗୁଡ଼ିକର ସଂଖ୍ୟା କ୍ରମାଗତ ବଢିବାରେ ଲାଗିଥିଲା ଓ ୨୦୦୯ ମସିହା ବେଳକୁ ଏହା ୩ ମିଲିୟନ ଟପିସାରିଥିଲା । [୩୨] ସେତେବେଳେ ଦିନକୁ ପ୍ରାୟ ୧୮୦୦ଟି ପ୍ରସଙ୍ଗ ଇଂରାଜୀ ଉଇକିପିଡ଼ିଆରେ ଲେଖାଯାଉଥିବାର ନଜିର ରହିଛି । [୩୩]

ଉଇକିପିଡ଼ିଆଠାରୁ ପ୍ରେରିତ ହୋଇ ପରେ ସାଇଟିଜେଣ୍ଡ଼ିୟମ (Citizendium), ସ୍କଲାରପିଡ଼ିଆ(Scholarpedia), କନଜର୍ଭପିଡ଼ିଆ(Conservapedia) ଏବଂ ଗୁଗୁଲ ନୋଲनोल (Knol) ଆଦି ପ୍ରକଳ୍ପ ଗୁଡ଼ିକର ପରିଯୋଜନା କରାଯାଇଥିଲା ।.[୩୪] ଉଇକିପିଡ଼ିଆର କଥା କଥିତ ସୀମା ଗୁଡ଼ିକୁ ସମ୍ବୋଧିତ କରିବା ପାଇଁ ଏସବୁ ଗୁଡ଼ିକ ବ୍ୟବହାର କାରାଯାଉଥିଲା । ୨୦ ଜୁନ ୨୦୦୩ ମସିହାରେ ଉଇକିପିଡ଼ିଆ ଓ ନ୍ୟୁପେଡ଼ିଆର ମିଳିତ ସହଯୋଗରେ ଉଇକିମିଡ଼ିଆ ଫାଉଣ୍ଡେସନ (Wikimedia Foundation) ପ୍ରତିଷ୍ଠା କରାଯାଇଥିଲା ।[୩୫]ଏହା ଅନେକ ସ୍ବେଚ୍ଛାସେବୀଙ୍କ ମିଳିତ ଚେଷ୍ଟାରେ ପରିଚାଳିତ ଅନଲାଇନ ଉଇକି ପ୍ରକଳ୍ପ ଯଥା; ଉଇକିପିଡ଼ିଆ, ଉଇକିଅଭିଧାନ, ଉଇକିକଥା , ଉଇକିପୋଥି , ଉଇକିଉତ୍ସ, ଉଇକିମିଡ଼ିଆ କମନ୍ସ, ଉଇକିସ୍ପିସିସ, ଉଇକିଖବର, ଉଇକିମହାବିହାର, ଉଇକିମିଡ଼ିଆ ଇନକୁବେଟର, ମେଟା ଉଇକି ଓ ଏହାର ଅଚଳ ପ୍ରକଳ୍ପ, ନୁପେଡ଼ିଆ ଆଦିକୁ ପରିଚାଳନ କରିଥାଏ ।

A promotional video of the Wikimedia Foundation that encourages viewers to edit Wikipedia, mostly reviewing 2014 via Wikipedia content

ଉଇକିପିଡ଼ିଆର ନିୟମ[ସମ୍ପାଦନା]

The editing interface of Wikipedia
ଜନ ସିଜେନଥେଲର ଉଇକିପିଡ଼ିଆ ବିଷୟରେ ଆଲୋଚନା କରିବା ସମୟର ଏକ ଚିତ୍ର ।

ଉଇକିପିଡ଼ିଆରେ ଥିବା ପ୍ରସଙ୍ଗ ଗୁଡ଼ିକର ଲେଖା ଗୁଡ଼ିକ କୌଣସି ପ୍ରାକାରର ଔପଚାରିକ ସହକର୍ମୀ ସମୀକ୍ଷା ପାଇଁ ରହି ନଥାନ୍ତି ଏବଂ ଏଗୁଡ଼ିକ ଯେକୌଣସି ମୁହୂର୍ତ୍ତରେ ବଦଳ କରାଯାଇପାରିବ । ତଥାପି ଏହା କଛି ନିର୍ଦ୍ଧାରିତ ନିୟମ କାନୁନ ସହାୟତାରେ ସୁରୁଖୁରୁରେ ପରିଚାଳିତ ହୋଇଥାଏ । କିଛି ପ୍ରମୁଖ ନିୟମ ଗୁଡ଼ିକ ହେଲା:-

  • କୌଣସି ପ୍ରସଙ୍ଗ ଉପରେ ଏହାର ମୂଳ ଲେଖକ କିମ୍ବା ଅନ୍ୟ କୌଣସି ସମ୍ପାଦକଙ୍କର ଅଧିକାର ନଥାଏ କିମ୍ବା କୌଣସି ନିର୍ଦ୍ଧିଷ୍ଟ ମାନ୍ୟତା ପ୍ରାପ୍ତ ବ୍ୟକ୍ତି/ ଅନୁଷ୍ଠାନ ଏହାକୁ ନିୟନ୍ତ୍ରଣ କରେନାହିଁ ।
  • କିଛି କିଛି ଏପରି ପୃଷ୍ଠା, ଯେଉଁଥିରେ କି ଅସତ୍ୟ ସୂଚନା କିମ୍ବା ଜାଣିଶୁଣି କେହି ଭୁଲ ତଥ୍ୟ ଦେଇଥାଏ, ଅଥବା ଅଦରକାରୀ ଲେଖା ଥାଏ, ସେଗୁଡ଼ିକୁ ପରିଚାଳକ(ଆଡମିନ) ମାନଙ୍କଦ୍ବାରା ସୁଧାର ପାଇଁ ରଖାଯାଏ କିମ୍ବା ଲିଭେଇ ଦିଆଯାଏ । ଉଇକି ବାଟବରଣକୁ ନିର୍ମଳ ରଖିବା ପାଇଁ ଏପରି କରାଯାଇଥାଏ ।
  • ଯେକୌଣସି ପ୍ରସଙ୍ଗକୁ ସମ୍ପାଦନା କରିବା ପାଇଁ ଜଣେ ଏକ ଅଜଣା ନାମରେ ଆକାଉଣ୍ଟ ଖୋଲି ବ୍ୟବହାର କରିପାରିବ କିମ୍ବା ନିଜସ୍ବ ନାମରେ ମଧ୍ୟ ସମ୍ପାଦନା ପାଇଁ ଆକାଉଣ୍ଟ ଖୋଲିପାରିବ । କେବଳ ସଠିକ ପଞ୍ଜୀକୃତ ହୋଇଥିବା ଅବଦନକାରୀ ମାନେ ଇଂରାଜୀ ଉଇକିପିଡ଼ିଆରେ ନୂଆ ପ୍ରସଙ୍ଗ ଗଢିପାରିବେ ।
  • ଉଇକିପିଡ଼ିଆରେ ସମ୍ପାଦନାକାରୀ ମାନଙ୍କ ପରିଚୟ ଓ ନିଜସ୍ବ ତଥ୍ୟ/ସମ୍ପାଦିତ ତଥ୍ୟ ଗୁଡ଼ିକର କେବଳ ସଦୁପଯୋଗ ହିଁ ହେବ ବୋଲି କିଛି ନିଶ୍ଚିତତା ନଥାଏ ।[୩୬] ଯଦିଓ ଏଥିରେ ସଭିଙ୍ଗ ଉଦ୍ଦେଶ୍ୟ ମହତ ରହିଥାଏ, ତଥାପି କିଛି ପ୍ରସଙ୍ଗ/ସୂଚନା ଏମିତି ବି ଉଇକିରେ ରହିଛି ଯାହାକୁ ଅନ୍ୟ ମାନଙ୍କଦ୍ବାରା ସମାଲୋଚନା କରାଯାଇଥାଏ, ଆପତ୍ତିଜନକ ତଥା ଅଶ୍ଳୀଳ ଭାବରେ ବିଚାର କରାଯାଇଥାଏ ।[୩୭][୩୮]
  • କୌଣସି ସମ୍ବେଦନଶୀଳ ଘଟଣା, ରାଜନୈତିକ ମତାମତ କିମ୍ବା ବ୍ୟକ୍ତିଗତ ମତ, କୌଣସି ଆକ୍ରାମକ ପ୍ରବୃତ୍ତିର ତଥ୍ୟ ଉଇକିପିଡ଼ିଆ ପ୍ରକଳ୍ପ ଅନ୍ତର୍ଭୁକ୍ତ କରିବାକୁ ପ୍ରଶ୍ରୟ ଦିଆଯାଏନାହିଁ । ବେଳେବେଳେ ଏହି କାରଣ ପାଇଁ କେତେକ ସ୍ଥାନରେ ଉଇକିପିଡ଼ିଆର କିଛି ଭାଗକୁ ପ୍ରାବନ୍ଧିତ(Ban) ମଧ୍ୟ କରିଦିଆଯାଏ । [୩୯]
  • ଯେହେତୁ ଉଇକିପିଡ଼ିଆକୁ ଏକ ମୁକ୍ତ ଜ୍ଞାନକୋଷ ଭାବରେ ବିବେଚନା କରାଯାଏ, ତେଣୁକରି ଏଥିରେ କେବଳ ସେହିପରି ପ୍ରସଙ୍ଗ ଗୁଡ଼ିକୁ ରଖାଯାଏ ଯେଉଁଗୁଡ଼ିକ ଜ୍ଞାନକୋଷରେ ରହିବା ଯୋଗ୍ୟ କିମ୍ବା ଏହା ସମ୍ପର୍କିତ ହୋଇଥିବ ଅଥବା ଏହାର ଅବଦାନ ଜ୍ଞାନ ବିତରଣ ପାଇଁ ଉଲ୍ଲେଖନୀୟ ହୋଇଥିବ। [୪୦]
  • ଉଇକିପିଡ଼ିଆରେ କେବଳ ସେହି ତଥ୍ୟ ଗୁଡ଼ିକୁ ପ୍ରଦର୍ଶିତ କରିପାରିବ ଯେଉଁଗୁଡ଼ିକ ବିଷୟରେ ଆଗରୁ ବିଶ୍ବସନୀୟ ସୂତ୍ରରୁ ସୂଚନା ପ୍ରଦାନ କରାଯାଇଛି ଏବଂ ଏହାକୁ ଆଧାର ଭାବରେ ପ୍ରସଙ୍ଗ ସହିତ ଯୋଡା ଯାଇଥାଏ । [୪୧]
  • ଯଦି ଏହାରି କିଛି ପୃଷ୍ଠା ଉଇକିପିଡ଼ିଆରେ ଅଛି ଯାହା ଉପରେ ଭବିଷ୍ୟତରେ ତର୍କ ବା ଅନୁସନ୍ଧାନ କରାଯାଇପାରେ, ତେବେ ଏଥିରେ ବିଶ୍ବସନୀୟ ସୂତ୍ରରୁ ଆଧାର ଯୋଡ଼ିବା ନିହାତି ଜରୁରୀ ।[୪୨]
  • ଉଇକିପିଡ଼ିଆରେ କିଛି ନୂଆ ପୃଷ୍ଠା ତିଆରି କରିବା ଆଗରୁ କିମ୍ବା ନୂଆ ତଥ୍ୟ ଯୋଡ଼ିବା ଆଗରୁ ଉଇକିଆଳି ମାନଙ୍କୁ ସେହି ବିଷୟରେ ନିଜେ ଭଲ ଭାବରେ ଅନୁସନ୍ଧାନ କରି ସୂଚନା ଯୋଗାଡ କରି ନିଜ ଭାଷାରେ ବ୍ୟକ୍ତ କରିବାକୁ ପରାମର୍ଶ ଦିଆଯାଇଥାଏ । ଫଳରେ ଏହା ସମସ୍ତଙ୍କ ବୁଝିବା ପାଇଁ ସହଜ ହୋଇଥାଏ ।
  • ଉଇକିପିଡ଼ିଆରେ ଥିବା ତଥ୍ୟ ଗୁଡ଼ିକୁ ସର୍ବଦା ନିରପେକ୍ଷ ରଖିବାକୁ ପ୍ରାଧାନ୍ଯ ଦିଆଯାଇଥାଏ । [୪୩][୪୪]
  • ଭିନ୍ନ ଭିନ୍ନ ଭାଷାର ଉଇକିଆଳି,ସମ୍ପାଦନକାରୀ ତଥା ପରିଚାଳକ ମାନେ ସମସ୍ତେ ମିଳି ମିଶି ଏକ ସଂପ୍ରଦାୟ ଭାବରେ କାମ କରନ୍ତି ଓ ସମୟେ ସମୟେ ନିଜ ଉଇକିପିଡ଼ିଆ ପାଇଁ ନୀତି/ ନିର୍ଦ୍ଦେଶନାମା ଗୁଡିକୁ ଲେଖନ୍ତି ବା ବଦଳ/ସଂଶୋଧିତ କରନ୍ତି । [୪୫]
  • ବିଭିନ୍ନ ଉଇକିପିଡ଼ିଆର ଆବଶ୍ୟକତା ଅନୁସାରେ ସେଥିରେ ନାନା ପ୍ରକାରର ଶ୍ରେଣୀ,ଛାଞ୍ଚ ତଥା ବିଭାଗ ଗୁଡିକୁ ବ୍ୟବହାର କରାଯାଇଥାଏ । ପ୍ରତ୍ଯେକ ଛାଞ୍ଚ ଓ ଶ୍ରେଣୀ ଗୁଡିକୁ ସମସ୍ତଙ୍କ ଅବଗତି ପାଇଁ ଭଲ ଭାବରେ ବ୍ୟାଖ୍ୟା ମଧ୍ୟ କାରାଯାଇଥାଏ । )[୪୬][୪୭]
  • ଅନ୍ଯାନ୍ଯ ପୁରୁଣା କୌଣସି ଏନସାଇକ୍ଳୋପିଡ଼ିଆ ମାନଙ୍କଠାରୁ ଅଲଗା ଭାବରେ ଉଇକିପିଡ଼ିଆ ନିଜର ତଥ୍ୟ ଗୁଡିକର ସୁରକ୍ଷା ପାଇଁ "ପ୍ରୋକ୍ରାଷ୍ଟିନେସନ ଶୈଳୀ" (The procrastination principle) ଆପଣାଇଥାଏ । [notes ୧][୪୮][୪୮]
  • ଉଇକିପିଡ଼ିଆର ବଢୁଥିବା ଲୋକପ୍ରିୟତାକୁ ଦେଖି ଏହାର କେତେକ ଲୋକପ୍ରିୟ ସଂସ୍କରଣରେ ତଥ୍ୟ ଯୋଡିବା ଲାଗି କିଛି କାଇଦା ରଖାଯାଇଛି । ଯେପରିକି ଇଂରାଜୀ ଉଇକିପିଡିଆରେ କେବଳ ସଠିକ ଭାବରେ ପଞ୍ଜୀକୃତ ହୋଇଥିବା ଉଇକିଆଳି ମାନେ ହିଁ ନୂଆ ପ୍ରସଙ୍ଗ ଗଢିପାରିବେ । [୪୯] ଏହା ଛଡା କିଛି ଗୁଡିଏ ପ୍ରସଙ୍ଗର ସମ୍ବେଦନଶୀଳତା ଓ ଗୁରୁତ୍ବକୁ ନେଇ ସେଗୁଡିକ ପୂର୍ଣ୍ଣ ନିରାପଦ ଭାବରେ ରଖାଯାଇଥାଏ । [୫୦][୫୧]
  • ୨୦୦୨ ପର ଠାରୁ କିଛି କ୍ଷେତ୍ରରେ "ପେଣ୍ଡିଙ୍ଗ ଚେଞ୍ଜେସ"(Pending changes-ନୂଆ ଉଇକିଆଳିଙ୍କଦ୍ବାରା କରାଯାଇଥିବା ବଦଳ ଗୁଟିକ ଆଉ ଥରେ ମାଇନା କରିବା) ପ୍ରଣାଳୀ ମଧ୍ୟ ବ୍ୟବହାର ହେବାର ଦେଖିବାକୁ ମିଳିଥାଏ । [୫୨][୫୩]
  • ଯଦିଓ ଉଇକିପିଡ଼ିଆରେ କରାଯାଉଥିବା ସମସ୍ତ ବଦଳ ଗୁଡିକର ପୁନଃ ନିରୀକ୍ଷଣ ପାଇଁ କୌଣସି ପ୍ରକାରର ନିର୍ଦ୍ଧିଷ୍ଟ ପ୍ରଣାଳୀ ନାହିଁ, ତଥାପି ଉଇକିପିଡ଼ିଆରେ ବ୍ୟବହୃତ ଅନେକ ଗୁଡିଏ ସଫ୍ଟୱେର ଟୁଲଦ୍ବାରା ସବୁ ବଦଳ ଗୁଡିକୁ ଦେଖାଯାଇପାରେ ଓ ବଦଳା ଯାଇପାରେ । ଉଇକିପିଡ଼ିଆର ସମସ୍ତ ଭାଗ ସହିତ ଜଡିତ ଇତିହାସ (History label)ଲେଖା ଏଥିରେ ମୁଖ୍ୟ ଭୂମିକା ନିଭେଇ ଥାଏ । [notes ୨][୫୪]
  • ଉଇକି ପ୍ରସଙ୍ଗରେ କୌଣସି ପ୍ରକାର ବଦଳ, ଯାହାକି ଏହାର ତଥ୍ୟକୁ ନଷ୍ଟ କରେ ଅଥବା ବିପଥଗାମୀ କରିଥାଏ ବା ଉଇକିପିଡ଼ିଆର ନିୟମକୁ ଉଲ୍ଲଂଘନ କରିଥାଏ, ସେଗୁଡିକୁ ଉଇକିପିଡ଼ିଆ ନିଯମରେ "ଭାଣ୍ଡାଲିଜିମ" (Vandalism) କୁହାଯାଇଥାଏ । ଯେକୌଣସି ପ୍ରକାର ଅଦରକାରୀ ତଥା ବିଜ୍ଞାପନ ଭିତ୍ତିକ ତଥ୍ୟ ରଖିବାକୁ, କିମ୍ବା କୌଣସି ପ୍ରସଙ୍ଗରୁ ସମସ୍ତ ଲେଖା ଗୁଡିକୁ ଲିଭେଇ ଦେବାକୁ ମଧ୍ୟ ଭାଣ୍ଡାଲିଜିମ କୁହାଯାଏ । [୫୫][୫୬]

ସାଧାରଣତଃ ଏହି ଭାଣ୍ଡାଲିଜିମ ଗୁଡିକୁ ଖୋଜି ସଜାଡିବାକୁ କିଛି ମିନିଟ ସମୟ ଲାଗିଥାଏ । କିନ୍ତୁ ବେଳେବେଳେ ଏହା ଅପେକ୍ଷାକୃତ ଭାବରେ ଅଧିକ ସମୟ ମଧ୍ୟ ନେଇଥାଏ । [୧୩][୧୪]

  • ଉଇକିପିଡ଼ିଆରେ ପ୍ରସଙ୍ଗ ଗୁଡିକୁ ସମ୍ପାଦନା କରିବା ପାଇଁ ସମ୍ପାଦନର ୫ଟି ସ୍ତମ୍ଭ(Wikipedia:Five pillars) ଓ ଏହା ସହିତ ସମ୍ପର୍କିତ ଅନେକ ପଲିସି ଗୁଡିକ ବିଷୟରେ ଜାଣିବାକୁ ପଡିଥାଏ । ଏହି ପଲିସି ଗୁଡିକୁ ସମୟେ ସମୟେ ପରିବର୍ତ୍ତନ ମଧ୍ୟ କରାଯାଇଥାଏ । [୫୭]
  • ଉଇକିପିଡ଼ିଆ କେବଳ ସଠିକ ଭାବରେ ପ୍ରମାଣିତ ଓ ପ୍ରକାଶିତ ହୋଇଥିବା ତଥ୍ୟ ଗୁଡିକୁ ବ୍ୟବହାର କରିବାର ଅନୁମତି ଦିଏ । [୪୧]
  • ଉଇକିପିଡ଼ିଆ ସର୍ବଦା ନିରପେକ୍ଷ ରହିଥାଏ । [୪୩]
  • ଯେ କୌଣସି ବ୍ୟକ୍ତିଗତ ମନ୍ତବ୍ୟ ଯାହା ଏକ ପ୍ରସଙ୍ଗ ବାହାର ଉତ୍ସରୁ ଅଣାଯାଇଥାଏ, ତାକୁ ନିରପେକ୍ଷ ଭାବରେ ସଠିକ ଆଧାର ସହିତ ପ୍ରସଙ୍ଗରେ ବ୍ୟବହାର କରାଯାଇପାରେ । ଏହାକୁ "ନ୍ୟୁଟ୍ରାଲ ପଏଣ୍ଟ ଅଫ ଭିୟୁ" (Neutral point of view-NPOV) କୁହାଯାଇଥାଏ । [୫୮]

ଉଇକି ସମ୍ପ୍ରଦାୟ[ସମ୍ପାଦନା]

ଉଇକିମାନିଆ
ଉଇକିମାନିଆ ୨୦୧୬

ଉଇକିପିଡ଼ିଆରେ ଥିବା ପ୍ରତ୍ଯେକ ପ୍ରସଙ୍ଗ/ପୃଷ୍ଠା ଓ ପ୍ରତ୍ଯେକ ଉଇକିଆଳି ମାନଙ୍କର ଏକ ଆଲୋଚନା ପୃଷ୍ଠା ରହିଥାଏ । ଏହା ଉଇକିଆଳି ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ଆଲୋଚନା ଓ ମତ ଆଦାନ-ପ୍ରଦାନ ପାଇଁ ବ୍ଯବହାର ହୋଇଥାଏ । [୫୯] ଉଇକିଆଳିମାନେ ବେଳେବେଳେ ପରସ୍ପରକୁ ଧନ୍ୟବାଦ ଜ୍ଞାପନ କରିବା ପାଇଁ ଅଥବା ସେମାନଙ୍କ କାମର ପ୍ରଶଂସା କରି ସେମାନଙ୍କୁ ଏହି ଆଲୋଚନା ପୃଷ୍ଠାରେ ଆଦର ସନ୍ଦେଶ ବା ବାର୍ଣ୍ଣଷ୍ଟାର ପ୍ରଦାନ କରିଥାନ୍ତି । ଏହା କେବଳ ସେମାନଙ୍କର ଉଇକିରେ ଲେଖା ବା ଅବଦାନ ପାଇଁ ନୁହେଁ ବରଂ କିଛି ନୂଆ ଜିନିଷ ଶିଖିବାରେ ସାହାଜ୍ଯ କରିବା, କୌଣସି କର୍ମଶାଳା ବା ଅନ୍ୟ କୌଣସି ଉଲ୍ଲେଖନୀୟ ଅବଦାନ ପାଇଁ ଦିଆଯାଇଥାଏ । [୬୦] ଉଇକିପିଡ଼ିଆରେ କୌଣସି ସମ୍ପାଦକ କିମ୍ବା ଅବଦନକାରୀ ମାନଙ୍କୁ ସେମାନଙ୍କ ପ୍ରକୃତ ପରିଚୟ ଦେବାକୁ ବାଧ୍ୟ କରାଯାଏନି । ଏହା ସେମାନଙ୍କର ସଂପୂର୍ଣ୍ଣ ବ୍ୟକ୍ତିଗତ ଇଚ୍ଛା ଯେ ସେମନେ ନିଜର ପରିଚୟ ପ୍ରକାଶ କରିବେ କି ନାହିଁ । [୬୧]ସେଥିପାଇଁ ବେଳେବେଳେ "କେଉଁ ମାନେ ଉଇକିପିଡ଼ିଆରେ ସମ୍ପାଦନା କରିପାରିବେ ?" ବୋଲି ଏକ ପ୍ରମୁଖ ପ୍ରଶ୍ନ ସାମନାକୁ ଆସିଥାଏ ।[୬୨] ଉଇକିପିଡ଼ିଆରେ ଓ ଏହାର ସହ ପ୍ରକଳ୍ପ ଗୁଡିକରେ କିଛି ଅବଦାନକାରୀଙ୍କର ଗୋଟିଏ ଗୋଟିଏ ଦଳ ବିଶାଳ ପରିମାଣରେ ତଥ୍ୟ ଯୋଡି ଏହାକୁ ଅନ୍ୟ ପୁରୁଣା ଅନୁଷ୍ଠାନ ମାନଙ୍କ ସହିତ ସମକକ୍ଷ କରିପାରିଛନ୍ତି ବୋଲି ଏକଦା ଜିମି ୱେଲ୍ସ ମନ୍ତବ୍ୟ ଦେଇଥିଲେ । [୬୩] ୨୦୦୮ ମସିହାରେ "ସ୍ଳେଟ"(Slate) ନାମକ ପତ୍ରିକା

ଭାଷା ସଂସ୍କରଣ[ସମ୍ପାଦନା]

ବିଶ୍ବର ବିଭିନ୍ନ ସ୍ଥାନରୁ ଉଇକିପିଡ଼ିଆର ବିଭିନ୍ନ ସଂସ୍କରଣ ଗୁଡ଼ିକର ଅବଦାନ ଗୁଡ଼ିକର ଏକ ଅନୁମାନ

କାର୍ଯ୍ୟ ପ୍ରଣାଳୀ[ସମ୍ପାଦନା]

ଉଇକିମିଡ଼ିଆ ଫାଉଣ୍ଡେସନର ପ୍ରତୀକ

ସଂସ୍କୃତିକ ମହତ୍ବ[ସମ୍ପାଦନା]

ସମ୍ପର୍କିତ ପ୍ରକଳ୍ପ[ସମ୍ପାଦନା]

ବୈଷୟିକ ଅଧ୍ୟୟନ[ସମ୍ପାଦନା]

  • Lua error in ମଡ୍ୟୁଲ:Citation/CS1 at line 3556: bad argument #1 to 'pairs' (table expected, got nil).
  • Lua error in ମଡ୍ୟୁଲ:Citation/CS1 at line 3556: bad argument #1 to 'pairs' (table expected, got nil).
  • ପ୍ରିଡହୋରକୀ, ଜିଲିନ ଚେନ ,ଟୋନି.କେ. ଲ୍ୟାମ , କ୍ୟାଥେରିନ ପାଂସିଏରା, ଲୋରେନ ତରବୀନ ଏବଂ ଜନ ରିଏଡେଲ [http://portal.acm.org/citation.cfm?doid=1316624.1316663 ବର୍ଷ-୨୦୦୭, ଡ଼ି.ଓ.ଆଇ. : 1316624,131663.
  • Reagle, Joseph M., Jr. (2005). "Do As I Do: Leadership in the Wikipedia". Wikipedia Drafts. Retrieved 2008-12-26. 
  • Lua error in ମଡ୍ୟୁଲ:Citation/CS1 at line 3556: bad argument #1 to 'pairs' (table expected, got nil).

ପୁସ୍ତକ[ସମ୍ପାଦନା]

ଅନ୍ଯାନ୍ଯ ମିଡ଼ିଆ ସ୍ରୋତରୁ[ସମ୍ପାଦନା]

ଛାଞ୍ଚ:Main Article

ଆଧାର[ସମ୍ପାଦନା]

  1. Jonathan Sidener. "Everyone's Encyclopedia". The San Diego Union-Tribune. http://www.signonsandiego.com/uniontrib/20041206/news_mz1b6encyclo.html. Retrieved 2006-10-15. 
  2. In some parts of the world, the access to Wikipedia had been blocked.
  3. Mike Miliard (2008-03-01). "Wikipediots: Who Are These Devoted, Even Obsessive Contributors to Wikipedia?". Salt Lake City Weekly. http://www.cityweekly.net/utah/article-5129-feature-wikipediots-who-are-these-devoted-even-obsessive-contributors-to-wikipedia.html. Retrieved 2008-12-18. 
  4. ୪.୦ ୪.୧ "Five-year Traffic Statistics for Wikipedia.org". Alexa Internet. Retrieved 2011-05-24. 
  5. Bill Tancer (2007-05-01). "Look Who's Using Wikipedia". Time. http://www.time.com/time/business/article/0,8599,1595184,00.html. Retrieved 2007-12-01. "The sheer volume of content [...] is partly responsible for the site's dominance as an online reference. When compared to the top 3,200 educational reference sites in the U.S., Wikipedia is #1, capturing 24.3% of all visits to the category"  Cf. Bill Tancer (Global Manager, Hitwise), "Wikipedia, Search and School Homework", Hitwise: An Experian Company (Blog), 2007-03-01. Retrieved 2008-12-18.
  6. Alex Woodson (2007-07-08). "Wikipedia remains go-to site for online news". Reuters. http://www.reuters.com/article/internetNews/idUSN0819429120070708. Retrieved 2007-12-16. "Online encyclopedia Wikipedia has added about 20 million unique monthly visitors in the past year, making it the top online news and information destination, according to Nielsen//NetRatings." 
  7. http://www.alexa.com/siteinfo/wikipedia.org?range=5y&size=large&y=t
  8. Wikipedia's Evolving Impact, by Stuart West, slideshow presentation at TED2010
  9. "The 2006 Time 100". Chris Anderson. Time. May 8, 2006. Retrieved November 11, 2017. 
  10. "'विकिपीडिया ने ज्ञान तक पहुंच आसान किया'". 
  11. Simon Waldman (2004-10-26). "Who knows?". Guardian.co.uk. Retrieved 2007-02-11. 
  12. ଆଧାର ଭୁଲ: ଅଚଳ <ref> ଚିହ୍ନ; DeathByWikipedia ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  13. ୧୩.୦ ୧୩.୧ Fernanda B. Viégas, Martin Wattenberg, and Kushal Dave (2004). "Studying Cooperation and Conflict between Authors with History Flow Visualizations" (PDF). Proceedings of the ACM Conference on Human Factors in Computing Systems (CHI). Vienna, Austria: ACM SIGCHI: 575–582. doi:10.1145/985921.985953. ISBN 1-58113-702-8. Retrieved 2007-01-24. 
  14. ୧୪.୦ ୧୪.୧ Reid Priedhorsky, Jilin Chen, Shyong (Tony) K. Lam, Katherine Panciera, Loren Terveen, and John Riedl (GroupLens Research, Department of Computer Science and Engineering, University of Minnesota) (2007-11-04). "Creating, Destroying, and Restoring Value in Wikipedia" (PDF). Association for Computing Machinery GROUP '07 conference proceedings. Sanibel Island, Florida. Retrieved 2007-10-13. 
  15. Noam Cohen, "Conspiracy videos? Fake news? Enter Wikipedia, the ‘good cop’ of the Internet" Washington Post April 7, 2018
  16. "The contribution conundrum: Why did Wikipedia succeed while other encyclopedias failed?". Nieman Lab. Retrieved June 5, 2016. 
  17. Kock, N., Jung, Y., & Syn, T. (2016). Wikipedia and e-Collaboration Research: Opportunities and Challenges. Archived September 27, 2016, at the Wayback Machine. International Journal of e-Collaboration (IJeC), 12(2), 1–8.
  18. ଆଧାର ଭୁଲ: ଅଚଳ <ref> ଚିହ୍ନ; autogenerated1 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  19. ଆଧାର ଭୁଲ: ଅଚଳ <ref> ଚିହ୍ନ; Meyers ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  20. ଆଧାର ଭୁଲ: ଅଚଳ <ref> ଚିହ୍ନ; stallman1999 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  21. ୨୧.୦ ୨୧.୧ ୨୧.୨ ଆଧାର ଭୁଲ: ଅଚଳ <ref> ଚିହ୍ନ; SangerMemoir ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  22. ଆଧାର ଭୁଲ: ଅଚଳ <ref> ଚିହ୍ନ; Sanger ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  23. "Wikipedia-l: LinkBacks?". Retrieved February 20, 2007. 
  24. Sanger, Larry (January 10, 2001). "Let's Make a Wiki". Internet Archive. Archived from the original on April 14, 2003. https://web.archive.org/web/20030414014355/http://www.nupedia.com/pipermail/nupedia-l/2001-January/000676.html. Retrieved December 26, 2008. 
  25. ଆଧାର ଭୁଲ: ଅଚଳ <ref> ଚିହ୍ନ; WikipediaHome ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  26. ଆଧାର ଭୁଲ: ଅଚଳ <ref> ଚିହ୍ନ; NPOV ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  27. Finkelstein, Seth (September 25, 2008). "Read me first: Wikipedia isn't about human potential, whatever Wales says". The Guardian (London). https://www.theguardian.com/technology/2008/sep/25/wikipedia.internet. 
  28. "Multilingual statistics". Wikipedia. March 30, 2005. Retrieved December 26, 2008. 
  29. ଆଧାର ଭୁଲ: ଅଚଳ <ref> ଚିହ୍ନ; EB_encyclopedia ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  30. "[long] Enciclopedia Libre: msg#00008". Osdir. Archived from the original on October 6, 2008. Retrieved December 26, 2008. 
  31. ଆଧାର ଭୁଲ: ଅଚଳ <ref> ଚିହ୍ନ; Shirky ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  32. Bobbie Johnson (August 12, 2009). "Wikipedia approaches its limits". The Guardian (London). https://www.theguardian.com/technology/2009/aug/12/wikipedia-deletionist-inclusionist. Retrieved March 31, 2010. 
  33. Wikipedia:Modelling_Wikipedia_extended_growth
  34. "The Singularity is Not Near: Slowing Growth of Wikipedia". The International Symposium on Wikis. Orlando, Florida. 2009. Archived from the original on May 11, 2011. https://web.archive.org/web/20110511110022/http://www.wikisym.org/ws2009/procfiles/p108-suh.pdf. 
  35. जिमी वेल्स: "अनाउनसिंग विकिमीडिया फाउंडेशन" 20 जून 2003, <Wikipedia-l@wikipedia.org>
  36. "Wikipedia:General disclaimer". English Wikipedia. Retrieved 2008-04-22. 
  37. Schliebs, Mark (2008-09-09). "Wikipedia users divided over sexual material". news.com.au. Archived from the original on 2008-09-11. http://web.archive.org/web/20080911235604/http://www.news.com.au/technology/story/0,25642,24318423-5014239,00.html. Retrieved 2008-12-26. 
  38. "Wikipedia is not censored". Wikipedia. Retrieved 2008-04-30. 
  39. Sophie Taylor (2008-04-05). "China allows access to English Wikipedia". Reuters. Retrieved 2008-07-29. 
  40. "Wikipedia:Notability". Retrieved 2008-02-13. A topic is presumed to be notable if it has received significant coverage in reliable secondary sources that are independent of the subject. 
  41. ୪୧.୦ ୪୧.୧ "Wikipedia:No original research". Retrieved 2008-02-13. Wikipedia does not publish original thought 
  42. "Wikipedia:Verifiability". Retrieved 2008-02-13. Material challenged or likely to be challenged, and all quotations, must be attributed to a reliable, published source. 
  43. ୪୩.୦ ୪୩.୧ "Wikipedia:Neutral_point_of_view". Retrieved 2008-02-13. All Wikipedia articles and other encyclopedic content must be written from a neutral point of view, representing significant views fairly, proportionately and without bias. 
  44. Eric Haas (2007-10-26). "Will Unethical Editing Destroy Wikipedia's Credibility?". AlterNet.org. Retrieved 2008-12-26. 
  45. "Who's behind Wikipedia?". PC World. 2008-02-06. Retrieved 2008-02-07. 
  46. "The battle for Wikipedia's soul". The Economist. 2008-03-06. http://www.economist.com/printedition/displaystory.cfm?story_id=10789354. Retrieved 2008-03-07. 
  47. "Wikipedia: an online encyclopedia torn apart". Daily Telegraph. 2007-11-10. http://www.telegraph.co.uk/connected/main.jhtml?xml=/connected/2007/10/11/dlwiki11.xml. Retrieved 2008-03-11. 
  48. ୪୮.୦ ୪୮.୧ Zittrain, Jonathan (୨୦୦୮). The Future of the Internet and How to Stop It – Chapter ୬: The Lessons of Wikipedia. Yale University Press. ISBN ୯୭୮-୦-୩୦୦-୧୨୪୮୭-୩. Archived from the original on February ୧୬, ୨୦୦୯. Retrieved December ୨୬, ୨୦୦୮. 
  49. Registration notes
  50. Protection Policy
  51. Hafner, Katie (June 17, 2006). "Growing Wikipedia Refines Its 'Anyone Can Edit' Policy". The New York Times. https://www.nytimes.com/2006/06/17/technology/17wiki.html. Retrieved December 5, 2016. 
  52. William Henderson (December 10, 2012). "Wikipedia Has Figured Out A New Way To Stop Vandals In Their Tracks". Business Insider. http://www.businessinsider.com/pending-changes-safeguard-on-wikipedia-2012-12. 
  53. Frewin, Jonathan (June 15, 2010). "Wikipedia unlocks divisive pages for editing". BBC News. Retrieved August 21, 2014. 
  54. ଆଧାର ଭୁଲ: ଅଚଳ <ref> ଚିହ୍ନ; Torsten_Kleinz ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  55. ଆଧାର ଭୁଲ: ଅଚଳ <ref> ଚିହ୍ନ; WP vandalism manipulation 1 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  56. "Who's behind Wikipedia?". PC World. February 6, 2008. Archived from the original on February 9, 2008. Retrieved February 7, 2008. 
  57. Eric Haas (October 26, 2007). "Will Unethical Editing Destroy Wikipedia's Credibility?". AlterNet. Retrieved December 26, 2008. 
  58. Fernanda B. Viégas; Martin M. Wattenberg; Jesse Kriss; Frank van Ham (January 3, 2007). "Talk Before You Type: Coordination in Wikipedia" (PDF). Visual Communication Lab, IBM Research. Retrieved June 27, 2008. 
  59. T. Kriplean, I. Beschastnikh, et al. (2008). "Articulations of wikiwork: uncovering valued work in Wikipedia through barnstars". Proceedings of the ACM: 47. doi:10.1145/1460563.1460573. ISBN 978-1-60558-007-4.  (Subscription required.)
  60. ଆଧାର ଭୁଲ: ଅଚଳ <ref> ଚିହ୍ନ; user identification ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  61. {{cite web |url = http://citeseerx.ist.psu.edu/viewdoc/summary;jsessionid=5F2472BC3443736B94200AFDCECAC3C8?doi=10.1.1.212.8218 |title = Power of the Few vs. Wisdom of the Crowd: Wikipedia and the Rise of the Bourgeoisie |publisher = Viktoria Institute |first = Aniket |last = Kittur |format = PDF |accessdate = August 13, 2014 }
  62. Blodget, Henry (January 3, 2009). "Who The Hell Writes Wikipedia, Anyway?". Business Insider. http://www.businessinsider.com/2009/1/who-the-hell-writes-wikipedia-anyway. 

ଅଧିକା ଲିଙ୍କ[ସମ୍ପାଦନା]


ଆଧାର ଭୁଲ: <ref> ଟ୍ୟାଗସବୁ କେବଳ "notes" ନାମକ ଦଳ ପାଇଁ ରହିଥିଲେ ହେଁ କୌଣସି ସମ୍ବନ୍ଧିତ <references group="notes"/> ଟ୍ୟାଗ ମିଳିଲା ନାହିଁ କିମ୍ବା </ref> ବନ୍ଦ କରିବା ଟ୍ୟାଗଟି ନାହିଁ ।