ବଧିରତା

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଶ୍ରବଣ ହାନୀ
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ବଧିରତାର ଆନ୍ତର୍ଜାତୀୟ ଚିହ୍ନ
ଆଇସିଡ଼ି-୧୦ H90.-H91.
ଆଇସିଡ଼ି- 389
ମେଡ଼ିସିନ-ପ୍ଲସ 003044
ଇ-ମେଡ଼ିସିନ article/994159
MeSH D034381

ବଧିରତା, ବଧିରତ୍ତ୍ଵ କିମ୍ବା କାଲା ଦୋଷ ଗୋଟିଏ ଅବସ୍ଥା ଯେଉଁଥିରେ ଶ୍ରବଣ ଶକ୍ତି ଆଂଶିକ ବା ସମ୍ପୁର୍ଣ୍ଣ ଲୋପ ପାଇଥାଏ[୧] । ଏହା ଗୋଟିଏ ବା ଉଭୟ କାନରେ ହୋଇପାରେ । [୨] ପିଲାଙ୍କର ଏହି ଦୋଷ ଥିଲେ ଭାଷା ଶିଖିବାରେ ଅସୁବିଧା ହୁଏ ଓ ବଡ଼ ମଣିଷମାନଙ୍କର କର୍ମକ୍ଷେତ୍ରରେ ଅସୁବିଧା ହୁଏ । [୩] କେତେକ ଲୋକ ଯଥା ବୃଦ୍ଧମାନେ ଶ୍ରବଣ ହାନୀ ଫଳରେ ଏକାକୀ ହୋଇଯାଆନ୍ତି । କାଲାଦୋଷ କୁହାଯାଏ ଯେତେବେଳେ ଅତି ସାମାନ୍ୟ ବା ଆଦୌ ଶ୍ରବଣ ଶକ୍ତି ନ ଥାଏ । [୨] ବୟସ ଦୋଷ, ଉଚ୍ଚ ଧ୍ଵନୀ, ବ୍ୟାଧି, ରାସାୟନିକ ପଦାର୍ଥ ଓ ଆଘାତ ଇତ୍ୟାଦି ଦ୍ଵାରା ଏହି ଦୋଷ ହୁଏ । ଡେସିବେଲ ଏକକ ଦ୍ଵାରା ବଧିରତାର ପରିମାଣ ନିର୍ଧାରଣ କରାଯାଏ । ଏହି ଦୋଷ ବିଭିନ୍ନ ପରିମାଣର ହୋଇ ପାରେ, ଯଥା ସାମାନ୍ୟ, ମଧ୍ୟମ, ମଧ୍ୟମ ଭୟାବହ, ଭୟାବହ କିମ୍ବା ଆତଙ୍କ ଜନକ । କେତେକ ଉପାୟ ଦ୍ଵାରା ବଧିରତାକୁ ରୋକା ଯାଇ ପାରିବ କିନ୍ତୁ କେତେକ କ୍ଷେତ୍ରରେ ଏହା ରୋକା ଯାଇ ପାରିବ ନାହିଁ ବା ପୂର୍ବାବସ୍ଥାକୁ ଫେରାଇ ଆଣି ହେବ ନାହିଁ । ଆଂଶିକ ବଧିର ଶୁଣିବା ନିମନ୍ତେ ଅନେକ ପ୍ରକାରର ଯନ୍ତ୍ର ଆବିସ୍କାର କରାଗଲାଣି ।

ସଂଜ୍ଞା[ସମ୍ପାଦନା]

ଶ୍ରବଣ କ୍ଷତି[ସମ୍ପାଦନା]

ଶ୍ରବଣ ହାନୀ, (ଇଂରାଜୀ ଭାଷାରେ ହିଅରିଙ୍ଗ ଲସ୍, ହାର୍ଡ ଅଫ ହିଅରିଙ୍ଗ, ଅନାକୁସିସ ବା ହିଅରିଙ୍ଗ ଇମ୍ପେୟାରମେଣ୍ଟ ଯଥାକ୍ରମେ Hearing loss, hard of hearing, anacusis, ବା hearing impairment), କ‌ହିଲେ ଶ୍ରବଣ ଶକ୍ତିର ଆଂଶିକ ବା ସମ୍ପୁର୍ଣ୍ଣ ହାନୀକୁ ବୁଝାଏ । [୧] ସାଧାରଣ ଶ୍ରବଣ ଅପେକ୍ଷା କମ ଶ୍ରବଣ ଗ୍ରାହ୍ୟତା ହେଲେ ଶ୍ରବଣ କ୍ଷତି କୁହାଯାଏ । ଯେଉଁମାନଙ୍କର ଧ୍ଵନୀ ଗ୍ରାହ୍ୟତା କମ ଥାଏ ସେମାନଙ୍କୁ କାଲା ବା ବଧିର କୁହାଯାଏ । ସାଧାରଣ ଶୁଣି ପାରିବା ଭଳି ଧ୍ଵନୀ ଠାରୁ ଅଧିକ ଧ୍ଵନୀ ଆବଶ୍ୟକ ହେଲେ ସେହି ପରିମାଣକୁ ବିଭାଗୀ କରଣ କରାଯାଏ ।
ଧ୍ଵନୀକୁ ବର୍ଦ୍ଧିତ କଲା ପରେ ମଧ୍ୟ ଶ୍ରବଣ ହୋଇ ନ ପାରିଲେ ବଧିରତା କୁହାଯାଏ । ସମ୍ପୁର୍ଣ୍ଣ ବଧିର କୌଣସି ଧ୍ଵନୀ ଶୁଣି ପାରେ ନାହିଁ, ଯେତେ ଅଧିକ ଧ୍ଵନୀ ହେଉ ପଛକେ ।


କାରଣ ଓ ରୋଗ ନିର୍ଣ୍ଣୟ[ସମ୍ପାଦନା]

ଶ୍ରବଣ ହାନୀର ଅନେକ କାରଣ ଅଛି ଯେପରିକି ଜେନେଟିକ, ବୟସାଧିକ୍ୟ, ଧ୍ୱନୀ ଜନିତ ଶ୍ରବଣ ହାନୀ, କେତେକ ସଂକ୍ରମଣ, ଜନ୍ମ ଜଟିଲତା, କାନ ଆଘାତ ଓ କେତେକ ଔଷଧ ତ‌ଥା ବିଷାକ୍ତ ପଦାର୍ଥ । କ୍ରନିକ କାନ ସଂକ୍ରମଣ ଶ୍ରବଣ ହାନୀର ଏକ ସାଧାରଣ କାରଣ । ଗର୍ଭାବସ୍ଥାର ଜଟିଳତା ସୃଷ୍ଟିକାରୀ ରୁବେଲା ବା ଜର୍ମାନ ମିଳିମିଳା ମଧ୍ୟ ଅସୁବିଧା ସୃଷ୍ଟି କରେ । ଜଣେ ଲୋକ ଅତି କମରେ ଗୋଟିଏ କାନରେ ଶ୍ରବଣ ପରୀକ୍ଷାରେ ୨୫ ଡେସିବେଲ ଶୁଣି ନ ପାରିଲେ ଶ୍ରବଣ ହାନୀ ନିର୍ଣ୍ଣୟ କରାଯାଏ । [୨] ପ୍ରତ୍ୟେକ ନବଜାତ ଶିଶୁର କାନ ପରୀକ୍ଷା କରିବା ନିମନ୍ତେ ସୁପାରିସ କରାଯାଏ । [୩] ଶ୍ରବଣ ହାନୀକୁ ଅବସ୍ଥା ଅନୁସାରେ ଶ୍ରେଣୀଭୁକ୍ତ କରାଯାଏ: ସାମାନ୍ୟ, ମଧ୍ୟମ, ଗମ୍ଭୀର ଓ ଗ‌ହ‌ନ (profound) । [୨]

ପ୍ରତିଷେଧ ଓ ଚିକିତ୍ସା[ସମ୍ପାଦନା]

ଶ୍ରବଣ ହାନୀ ପ୍ରତିରୋଧ ସାପେକ୍ଷ । ଟିକା କାରଣ, ଗର୍ଭାବସ୍ଥାର ଉପ‌ଯୁକ୍ତ ଯତ୍ନ, ଉଚ୍ଚ ଧ୍ୱନୀ ଏଡ଼େଇ ଓ କେତେକ ଔଷଧ ବର୍ଜନ କରି ଶ୍ରବଣ ହାନୀ ପ୍ରତିରୋଧ କରାଯାଏ । [୨] ଧ୍ୱନୀ କମ ରଖିବାକୁ ନିଜସ୍ୱ ଅଡିଓ ଶୁଣିବା ସମୟ ଏକ ଦିନରେ ଏକ ଘଣ୍ଟା ମଧ୍ୟରେ ସୀମିତ ରଖିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପରାମର୍ଶ ଦେଉଛି । [୪] ପିଲାଙ୍କ କ୍ଷେତ୍ରରେ ଆଶୁ ଚିହ୍ନଟ ଓ ସାହାଯ୍ୟ ଆବଶ୍ୟକ ହୁଏ । ଅନେକ ଲୋକଙ୍କର ଶ୍ରବଣ ଯନ୍ତ୍ର, ଅଙ୍ଗ ବିନ୍ୟାସ ଭାଷା (sign language), କ‌କଲିଆର ଇମ୍ପ୍ଲାଣ୍ଟଉପଶୀର୍ଷକ ଇତ୍ୟାଦି ଉପାଦେୟ ସାବ୍ୟସ୍ତ ହୁଏ । ଓଠ ପଠନ ଦକ୍ଷତା ଆଉ ଗୋଟିଏ ଉପାଦେୟ ଉପାୟ । ପୃଥିବୀର ଅନେକ ସ୍ଥାନରେ ଶ୍ରବଣ ଯନ୍ତ୍ର ମିଳେନାହିଁ । [୨]

ରୋଗାନୁଶୀଳନ ଓ ସମାଜ[ସମ୍ପାଦନା]

ପୃଥିବୀରେ ଜନସଂଖ୍ୟାର ପ୍ରାୟ ୧୦ % ଲୋକଙ୍କର କିଛି ପରିମାଣରେ ଶ୍ରବଣ ହାନୀ ଥାଏ । [୫] ଏହା ଯୋଗୁ ସାଧାରଣ ଅସମର୍ଥତା ୫ % (୩୬0 ରୁ ୫୩୮ ନିୟୁତ) ଓ ମଧ୍ୟମରୁ ଗମ୍ଭୀର ଅସମର୍ଥତା ୧୨୪ ନିୟୁତ ଲୋକଙ୍କର ଥାଏ । [୨][୬][୭] ମଧ୍ୟମରୁ ଗମ୍ଭୀର ଅସମର୍ଥତା ଦଳର ୧୦୮ ନିୟୁତ ଲୋକ ନିମ୍ନ ଓ ମଧ୍ୟମ ଅର୍ଥନୈତିକ ଦେଶମାନଙ୍କରେ ବାସ କରନ୍ତି । [୬] ଏମାନଙ୍କ ମଧ୍ୟରୁ ୬୫ ନିୟୁତ ଲୋକଙ୍କର ପିଲାଦିନରୁ ଶ୍ରବଣ ହାନୀ ଥାଏ । [୮] ଅଙ୍ଗବିନ୍ୟାସ ଭାଷା ବ୍ୟବ‌ହାର କରୁଥିବା ଲୋକମାନେ କାଲା ସଂସ୍କୃତିର ସଭ୍ୟ ଓ ସେମାନେ ନିଜକୁ ଅନ୍ୟମାନଙ୍କଠାରୁ କିଛି ଅଲଗା ଭାବନ୍ତି କିନ୍ତୁ ରୋଗ‌ଗ୍ରସ୍ତ ଭାବନ୍ତିନି । [୯] କାଲା ସଂସ୍କୃତି ଅଧିକାଂଶ ସଦସ୍ୟ ଶ୍ରବଣ ହାନୀ ଆରୋଗ୍ୟ କରିବାକୁ ବିରୋଧ କରନ୍ତି । [୧୦][୧୧][୧୨] ଏହି ଦଳର କେତେକ ସଭ୍ୟ କ‌କଲିଆର ଇମ୍ପ୍ଲାଣ୍ଟକୁ ସନ୍ଦିଗ୍ଧ ଆଖିରେ ଦେଖନ୍ତି ଯେହେତୁ ସେମାନଙ୍କର ତାଙ୍କ ଦଳରୁ ବିଦାୟ ହେବାର ସମ୍ଭାବନା ଥାଏ । [୧୩] ଶ୍ରବଣ ହାନୀ ଶବ୍ଦକୁ କେତେକ ବିଯୁକ୍ତାତ୍ମକ ଭାବରେ ନେଇ ଭାବନ୍ତି ଯେ ଏମାନେ କିଛି ପାରିବେ ନାହିଁ । [୯]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Deafness". Encyclopædia Britannica Online. Encyclopædia Britannica Inc. 2011. Retrieved 2012-02-22. 
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Deafness and hearing loss Fact sheet N°300". March 2015. http://www.who.int/mediacentre/factsheets/fs300/en/. Retrieved 23 May 2015. 
  3. ୩.୦ ୩.୧ Lasak, JM; Allen, P; McVay, T; Lewis, D (Mar 2014). "Hearing loss: diagnosis and management.". Primary care 41 (1): 19–31. doi:10.1016/j.pop.2013.10.003. PMID 24439878. 
  4. "1.1 billion people at risk of hearing loss WHO highlights serious threat posed by exposure to recreational noise". 27 February 2015. http://www.who.int/pbd/deafness/activities/IECD_2015_Press_Release_EN.pdf?ua=1. Retrieved 2 March 2015. 
  5. Oishi, N.; Schacht, J. (June 2011). "Emerging treatments for noise-induced hearing loss". Expert opinion on emerging drugs 16 (2): 235–45. doi:10.1517/14728214.2011.552427. PMC 3102156. PMID 21247358. 
  6. ୬.୦ ୬.୧ WHO (2008). (PDF). Geneva, Switzerland: World Health Organization. p. 35. ISBN 9789241563710 http://www.who.int/healthinfo/global_burden_disease/GBD_report_2004update_full.pdf.  Missing or empty |title= (help)
  7. Olusanya, BO; Neumann, KJ; Saunders, JE (1 May 2014). "The global burden of disabling hearing impairment: a call to action.". Bulletin of the World Health Organization 92 (5): 367–73. PMID 24839326. 
  8. Elzouki, Abdelaziz Y. Textbook of clinical pediatrics (2 ed.). Berlin: Springer. p. 602. ISBN 9783642022012. 
  9. ୯.୦ ୯.୧ "Community and Culture - Frequently Asked Questions". National Association of the Deaf. http://nad.org/issues/american-sign-language/community-and-culture-faq. Retrieved 31 July 2014. 
  10. "Sound and Fury - Cochlear Implants - Essay". PBS. http://www.pbs.org/wnet/soundandfury/cochlear/essay.html. Retrieved 2015-08-01. 
  11. "Understanding Deafness: Not Everyone Wants to Be 'Fixed'". The Atlantic. http://www.theatlantic.com/health/archive/2013/08/understanding-deafness-not-everyone-wants-to-be-fixed/278527/. Retrieved 2015-08-01. 
  12. "Why not all deaf people want to be cured". The Daily Telegraph. http://www.telegraph.co.uk/culture/9526045/Why-not-all-deaf-people-want-to-be-cured.html. Retrieved 2015-08-02. 
  13. Sparrow, Robert (2005). "Defending Deaf Culture: The Case of Cochlear Implants" (PDF). The Journal of Political Philosophy 13 (2). Retrieved 30 November 2014.