ଆଡିସନ୍ ରୋଗ

ଉଇକିପିଡ଼ିଆ ରୁ
Jump to navigation Jump to search
ଆଡିସନ୍'s ରୋଗ
Addison disease, chronic adrenal insufficiency, hypocortisolism, hypoadrenalism, primary adrenal insufficiency[୧]
Addisons hyperpigmentation.jpg
Classic darkening of the skin due to increased pigment as seen in Addison's disease
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିEndocrinology
ଆଇସିଡ଼ି-୧୦E27.1-E27.2
ଆଇସିଡ଼ି-୯-ସିଏମ୍255.4
ରୋଗ ଡାଟାବେସ222
ମେଡ଼ିସିନ-ପ୍ଲସ000378
ଇ-ମେଡ଼ିସିନmed/42
Patient UKଆଡିସନ୍'s ରୋଗ
MeSHD000224

ଆଡିସନ୍ ରୋଗ, ଅନ୍ୟ ନାମ ପ୍ରାଇମେରୀ ଆଡ୍ରେନାଲ ଇନ୍‌ସୁଫିସିଏନ୍‌ସି (ଇଂରାଜୀ ଭାଷାରେ primary adrenal insufficiency, ଏକ ଦୀର୍ଘକାଳୀନ ଅନ୍ତସ୍ରାବୀ ବେମାରୀ ଯେଉଁଥିରେ ଆଡ୍ରେନାଲ ଗ୍ରନ୍ଥି ଯଥେଷ୍ଟ ସ୍ଟିରଏଡ ହରମୋନ ପ୍ରସ୍ତୁତ କରିପାରେ ନାହିଁ ।[୧] ଏଥିରେ ଲକ୍ଷଣ ଧୀରେ ଧୀରେ ପ୍ରକାଶ ପାଏ ଯେଉଁଥିରେ ଦୁର୍ବଳ ଲାଗେ, ଉଦର ଯନ୍ତ୍ରଣା ଓ ଓଜନ ହ୍ରାସ ହୁଏ । କେତେକ ସ୍ଥାରେ ଚର୍ମ କଳା ହୋଇଯାଏ । କେତେକ ଅବସ୍ଥାରେ ଆଡ୍ରେନାଲ କ୍ରାଇସିସ୍ ହୁଏ ଯେଉଁଥିରେ ନିମ୍ନ ରକ୍ତଚାପ, ବାନ୍ତି, କଟି ଯନ୍ତ୍ରଣାଚେତନା ଶୂନ୍ୟ ଅବସ୍ଥା ହୁଏ । ଆଘାତ, ଅପରେଶନ ବା ସଂକ୍ରମଣ ଯୋଗୁ ଆଡ୍ରେନାଲ୍ କ୍ରାଇସିସ୍ ସକ୍ରିୟ ହୁଏ ।[୧]

ଆଡ୍ରେନାଲ ଅନ୍ତସ୍ରାବୀ ଗ୍ରନ୍ଥିରୁ ଯଥେଷ୍ଟ ସ୍ଟିରଏଡ ହରମୋନ କର୍ଟଜୋଲ ଓ ସମ୍ଭବତଃ ଆଲ୍‌ଡୋସ୍ଟିରନ୍ ପ୍ରସ୍ତୁତ ନ ହେଲେ ଆଡିସନ୍ ରୋଗ ସୃଷ୍ଟି ହୁଏ ।[୧] ବିକଶିତ ଦେଶମାନଙ୍କରେ ଆଡ୍ରେନାଲ ଗ୍ରନ୍ଥି ନିଜ ଇମ୍ମ୍ୟୁନିଟ ସିସ୍ଟମଦ୍ୱାରା ନଷ୍ଟ ହେଲେ ଓ ବିକାଶଶୀଳ ଦେଶମାନଙ୍କରେ ଯକ୍ଷ୍ମା ରୋଗଦ୍ୱାରା କ୍ଷ‌ୟ ହେଲେ ଏହି ଆଡିସନ୍ ରୋଗ ହେବା ସମ୍ଭାବନା ରହେ ।[୨] ଅନ୍ୟାନ୍ୟ କାରଣ ମଧ୍ୟରେ କେତେକ ଔଷଧ, ପୂତି (sepsis), ଓ ଆଡ୍ରେନାଲ ଗ୍ରନ୍ଥି ଭିତରେ ରକ୍ତସ୍ରାବ ଯୋଗୁ ଏହି ରୋଗ ହୁଏ ।[୧][୨] ପିଟୁଇଟାରି ଗ୍ରନ୍ଥିରୁ ଏସିଟିଏଚହାଇପୋଥାଲାମସ୍ରୁ କର୍ଟିକୋଟ୍ରପିନ ରିଲିଜିଙ୍ଗ ହରମୋନ୍ ସ୍ରାବ ଯଥେଷ୍ଟ ନ ହେଲେ ଗୌଣ (secondary) ଆଡ୍ରେନାଲ ଅଭାବ ସୃଷ୍ଟି ହୁଏ । ଏହି ପାର୍ଥକ୍ୟ ସତ୍ତ୍ୱେ ଯେ କୌଣସି ପ୍ରକାର ଆଡ୍ରେନାଲ ଅଭାବ ହେଲେ ଆଡ୍ରେନାଲ କ୍ରାଇସିସ୍ ହୁଏ । ରକ୍ତ ଓ ପରିସ୍ରା ପରୀକ୍ଷା ତ‌ଥା ମେଡିକାଲ ଇମେଜିଙ୍ଗଦ୍ୱାରା ଏହି ରୋଗ ନିର୍ଣ୍ଣୟ କରାଯାଏ ।[୧]

ଅଭାବ ଥିବା ହରମୋନ ଭରଣା କରିବା ହିଁ ଏହାର ଚିକିତ୍ସା ।[୧] ଏହି ରୋଗୀଙ୍କୁ ହାଇଡ୍ରୋକର୍ଟିଜୋନଫ୍ଲଡ୍ରୋକର୍ଟିଜୋନ ଭଳି କର୍ଟିକୋସ୍ଟିରଏଡ ଦିଆଯାଏ ।[୧][୩] ଏହି ଔଷଧ ପାଟିରେ ଦିଆଯାଏ ।[୧] ଏହି ରୋଗ ସକାଶେ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ନିମନ୍ତେ ଆଜୀବନ ନିୟମିତ ଅନୁସରଣ ଓ ନିୟନ୍ତ୍ରଣ ଚିକିତ୍ସା ଆବଶ୍ୟକ ହୁଏ । [୪] କେତେକ ଲୋକଙ୍କର ଅଧିକ ଲବଣ‌ଯୁକ୍ତ ଖାଦ୍ୟ ଆବଶ୍ୟକ ହୁଏ । ଲକ୍ଷଣ ଖରାପ ଦିଗକୁ ଗତି କଲେ କର୍ଟିକୋସ୍ଟିରଏଡ ଇଞ୍ଜେକସନ ଦିଆଯାଏ ଓ ଏହି ଇଞ୍ଜେକସନରୁ ଗୋଟିଏ ସର୍ବଦା ପାଖରେ ରଖିବା ଆବଶ୍ୟକ ହୁଏ । ବେଳେ ବେଳେ ବ‌ହୁତ ପରିମାଣର ଡେକ୍ସଟ୍ରୋଜ ସ‌ହିତ ଶିରାଭ୍ୟନ୍ତର ତରଳ ପଦାର୍ଥ ଆବଶ୍ୟକ ହୁଏ । ଚିକିତ୍ସା ନ କଲେ ଆଡ୍ରେନାଲ କ୍ରାଇସିସ୍ ହୋଇ ମୃତ୍ୟୁ ହୁଏ ।[୧]

ବିକଶିତ ଦେଶମାନଙ୍କରେ ଆଡିସନ୍ ରୋଗ ପ୍ରାୟ ୧୦,୦୦୦ ଲୋକରେ ୦.୯ରୁ ୧.୪ ଜଣକୁ ଆକ୍ରମଣ କରେ ।[୧][୫] ମଧ୍ୟ ବୟସ୍କ ମହିଳାମାନଙ୍କୁ ଏହା ଅଧିକ ଆକ୍ରମଣ କରେ ।[୧] ଗୌଣ ଆଡ୍ରେନାଲ ଅଭାବ ଅଧିକ ସାଧାରଣ ରୋଗ ।[୫] ଦୀର୍ଘକାଳୀନ ଚିକିତ୍ସା ଫଳ ଭଲ ହୁଏ ।[୬] ସନ ୧୮୫୫ରେ ଥୋମାସ ଆଡିସନ ଏହି ରୋଗ ବିଷୟରେ ପ୍ରଥମେ ବର୍ଣ୍ଣନା କରିଥିଲେ ଓ ତାଙ୍କ ନାମାନୁସାରେ ଏହି ରୋଗର ନାମକରଣ ହୋଇଛି ।[୭] ଆଡିସୋନିଆନ ଶବ୍ଦ ଏହି ରୋଗର ଲକ୍ଷଣକୁ ଦେଖାଇବାକୁ ବା ଏହି ରୋଗୀଙ୍କୁ ଦର୍ଶାଇବାକୁ ବ୍ୟବ‌ହାର କରାଯାଏ । [୮]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ "Adrenal Insufficiency and Addison's Disease". NIDDK. May 2014. Retrieved 13 March 2016.
  2. ୨.୦ ୨.୧ Adam, Andy (2014). Grainger & Allison's Diagnostic Radiology (6 ed.). Elsevier Health Sciences. p. 1031. ISBN 9780702061288.
  3. Napier, C; Pearce, SH (June 2014). "Current and emerging therapies for Addison's disease". Current opinion in endocrinology, diabetes, and obesity. 21 (3): 147–53. PMID 24755997.
  4. Napier, C; Pearce, SH (December 2012). "Autoimmune Addison's disease". Presse medicale (Paris, France : 1983). 41 (12 P 2): e626–35. PMID 23177474.
  5. ୫.୦ ୫.୧ Brandão Neto, RA; de Carvalho, JF (2014). "Diagnosis and classification of Addison's disease (autoimmune adrenalitis)". Autoimmunity reviews. 13 (4–5): 408–11. PMID 24424183.
  6. Rajagopalan, Murray Longmore, Ian B. Wilkinson, Supraj R. (2006). Mini Oxford handbook of clinical medicine (6 ed.). Oxford: Oxford University Press. p. 312. ISBN 9780198570714.
  7. Rose, Noel R.; Mackay, Ian R. (2014). The autoimmune diseases (5 ed.). San Diego, CA: Elsevier Science. p. 605. ISBN 9780123849304.
  8. Ten S, New M, Maclaren N (2001). "Clinical review 130: Addison's disease 2001". The Journal of Clinical Endocrinology and Metabolism. 86 (7): 2909–2922. doi:10.1210/jc.86.7.2909. PMID 11443143.CS1 maint: Multiple names: authors list (link)