ଲିଉକେମିଆ

ଉଇକିପିଡ଼ିଆ‌ରୁ
ଲିଉକେମିଆ
A Wright's stained bone marrow aspirate smear from a person with precursor B-cell acute lymphoblastic leukemia.
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିhematology[*]
ଆଇସିଡ଼ି-୧୦C91.-C95.
ଆଇସିଡ଼ି-୯-ସିଏମ୍208.9
ଆଇସିଡ଼ି-ଓ9800-9940
ରୋଗ ଡାଟାବେସ7431
ମେଡ଼ିସିନ-ପ୍ଲସ001299
MeSHD007938

ଲିଉକେମିଆ (ଆମେରିକିୟ ଇଂରାଜୀରେ Leukemia ଓ ଇଂଲିସ ଇଂରାଜୀରେ leukaemia) ଏକ କର୍କଟ ଦଳର ନାମ ଯାହା ଅସ୍ଥିମଜ୍ଜାରେ ଆରମ୍ଭ ହୁଏ ଓ ଏହା ଯୋଗୁ ଶ୍ୱେତ ରକ୍ତ କଣିକା ସଂଖ୍ୟ ବଢ଼ିଯାଏ । [୧] ଏହି ରକ୍ତ କଣିକାଗୁଡ଼ିକ ସମ୍ପୁର୍ଣ୍ଣଭାବେ ତିଆରି ହୋଇ ନ ଥାଆନ୍ତି, ତେଣୁ ଏମାନଙ୍କର ନାମ ପ୍ରିକର୍ସର ଜୀବକୋଷ ବା ବ୍ଲାଷ୍ଟ ଜୀବକୋଷ ବା ଲିଉକେମିଆ ଜୀବକୋଷ ଦିଆଯାଇଥାଏ ।[୨] ରକ୍ତସ୍ରାବ ଅସୁବିଧା, ଥକ୍କାଣଜ୍ୱର ହୁଏ ତ‌ଥା ସଂକ୍ରମଣ ସଂକଟ ଅଧିକ ରହେ । [୨] ସାଧାରଣ ରକ୍ତ କଣିକା ଅଭାବ ହେତୁ ଏହ ଲକ୍ଷଣ ସମୂହ ପ୍ରକାଶ ପାଏ । [୨] ରକ୍ତ ପରୀକ୍ଷାଅସ୍ଥି ମଜ୍ଜା ବାୟୋପ୍ସିଦ୍ୱାରା ଏହି ରୋଗ ନିର୍ଣ୍ଣୟ କରାଯାଏ । [୨]

ଲିଉକେମିଆର ନିର୍ଦ୍ଦିଷ୍ଟ କାରଣ ଅଜଣା ଥିଲେ ମଧ୍ୟ ଜେନେଟିକ ଓ ପରିବେଶ ପ୍ରଭାବ ଯୋଗୁ ଏହା ହେବା ବିଶ୍ୱାସ କରାଯାଏ ।[୩] ଏହାର ସଙ୍କଟ ସୃଷ୍ଟିକାରୀ ଅବସ୍ଥା ମଧ୍ୟରେ ଧୁମ୍ରପାନ, ଆୟୋନାଇଜିଙ୍ଗ ରାଡିଏସନ, କେତେକ ରାସାୟନିକ ଦ୍ରବ୍ୟ ଯେପରିକି ବେଞ୍ଜିନ, ପୂର୍ବ ପ୍ରଦତ୍ତ କେମୋଥେରାପିଡାଉନ ସିଣ୍ଡ୍ରୋମ ଉଲ୍ଲେଖ୍‌ଯୋଗ୍ୟ ।[୩][୪] ଲିଉକେମିଆ ଇତିହାସ ଥିବା ପରିବାରର ସଦସ୍ୟମାନଙ୍କର ଅଧିକ ସଙ୍କଟ ଥାଏ ।[୪] ମୂଖ୍ୟତଃ ଚାରି ପ୍ରକାର ଲିଉକେମିଆ ଦେଖାଯାଏ; ଆକ୍ୟୁଟ ଲୋମ୍ଫୋବ୍ଳାସ୍ଟିକ ଲିଉକେମିଆ ବା ଏ.ଏଲ.ଏଲ., ଆକ୍ୟୁଟ ମାୟେଲଏଡ ଲିଉକେମିଆ ବା ଏ.ଏମ.ଏଲ., କ୍ରନିକ ଲିମ୍ଫୋସାଇଟିକ ଲିଉକେମିଆ ସି.ଏଲ.ଏଲ. ଓ କ୍ରନିକ ମାୟେଲଏଡ ଲିଉକେମିଆ ବା ସି.ଏମ.ଏଲ. ସ‌ହିତ କେତେକ ବିରଲ ଟାଇପର ଲିଉକେମିଆ ମଧ୍ୟ ଦେଖାଯାଏ ।[୪][୫] ଲିଉକେମିଆ ଏକ ବଡ଼ ଅର୍ବୁଦ ଦଳର ଏକ ଅଂଶ ଯାହା ରକ୍ତ, ଅସ୍ଥି ମଜ୍ଜା, ଲିମ୍ଫାଟିକ ସିସ୍ଟମକୁ ନେଇ ଗଢ଼ା ଓ ଯାହାର ନାମ ହେମାଟୋପଏଟିକ ଓ ଲିମ୍ଫଏଡ ସିସ୍ଟମ[୬][୭]

କେମୋଥେରାପି, ରାଡିଏସନ ଥେରାପି, ଟାର୍ଗେଟେଡ ଥେରାପିଅସ୍ଥି ମଜ୍ଜା ଟ୍ରାନ୍ସପ୍ଲାଣ୍ଟର ମିଳିତ ପଦ୍ଧତିକୁ ନେଇ ଏହାର ଚିକିତ୍ସା କରାଯାଏ । ଅଳ୍ପ କେତେକ ଲିଉକେମିଆରେ 'ଦେଖା ଓ ଅପେକ୍ଷା' ଚିକିତ୍ସା କରାଯାଏ । [୪] ରକ୍ତ କିମ୍ବା ପ୍ଲାଟେଲେଟ ଟ୍ରାନ୍ସଫ୍ୟୁଜନ ସ‌ହ ଯନ୍ତ୍ରଣା ଚିକିତ୍ସା ଆବଶ୍ୟକ ହୁଏ । [୨] ପାଲିଏଟିଭ ଯତ୍ନ ସ‌ହ ବା ବିହୁନେ ଅନ୍ୟ ଚିକିତ୍ସା ଦରକାର ହୋଇପାରେ । [୮] ରୋଗୀର ବୟସ ଓ ଲିଉକେମିଆ ଟାଇପ ଉପରେ ଚିକିତ୍ସା ସଫଳତା ନିର୍ଭର କରେ । ବିକଶିତ ଦେଶମାନଙ୍କରେ ଫଳାଫଳ ଉନ୍ନତି କରୁଛି । [୫] ହାରାହାରି ପାଞ୍ଚବର୍ଷିଆ ଆୟୁଷ ହାର ଆମେରିକାରେ ୫୭ % । [୯] ପନ୍ଦର ବର୍ଷରୁ କମ ପିଲାଙ୍କର ପାଞ୍ଚବର୍ଷିଆ ଆୟୁଷ ହାର ଲିଉକେମିଆର ଟାଇପ ନେଇ ୬୦ରୁ ୮୫ %ରୁ ଅଧିକ ହୋଇପାରେ । [୧୦] ଆକ୍ୟୁଟ ଲିଉକେମିଆରୁ ଲୋକ ପାଞ୍ଚ ବର୍ଷ ରୋଗମୁକ୍ତ ହୋଇଥିଲେ ଏହା ଆଉଥରେ ହେବା ସମ୍ଭାବନା କମ ।[୧୦]

ସନ ୨୦୧୨ରେ ୩୫୨,୦୦୦ ଲୋକଙ୍କୁ ଲିଉକେମିଆ ହୋଇ ୨୬୫,୦୦୦ ମୃତ୍ୟୁ ହୋଇଥିଲା ।[୫] ପିଲାଙ୍କର କର୍କଟ ମଧ୍ୟରେ ଏହା ଅତି ସାଧାରଣ ଓ ଦୁଇ ତୃତୀୟାଂସ ପିଲା ଏ.ଏଲ.ଏଲ. ଅନ୍ତର୍ଭୁକ୍ତ । [୪] ସମୁଦାୟ ଲିଉକେମିଆର ୯୦ % ବଡ଼ମାନଙ୍କୁ ହୁଏ ତ‌ଥା ସେଥିରେ ଏ.ଏମ.ଏଲ. ଓ ସି.ଏଲ.ଏଲ. ସଂଖ୍ୟା ଅଧିକ ।[୪] ବିକଶିତ ଦେଶମାନଙ୍କରେ ଏହା ଅଧିକ ହୁଏ । [୫]

ଆଧାର[ସମ୍ପାଦନା]

  1. "Leukemia". NCI. Retrieved 13 June 2014.
  2. ୨.୦ ୨.୧ ୨.୨ ୨.୩ ୨.୪ "What You Need To Know About™ Leukemia". National Cancer Institute. 2013-12-23. Retrieved 18 June 2014.
  3. ୩.୦ ୩.୧ Hutter, JJ (Jun 2010). "Childhood leukemia". Pediatrics in review / American Academy of Pediatrics. 31 (6): 234–41. doi:10.1542/pir.31-6-234. PMID 20516235.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ "A Snapshot of Leukemia". NCI. Retrieved 18 June 2014.
  5. ୫.୦ ୫.୧ ୫.୨ ୫.୩ World Cancer Report 2014. World Health Organization. 2014. pp. Chapter 5.13. ISBN 9283204298.
  6. Vardiman, JW; Thiele, J; Arber, DA; Brunning, RD; Borowitz, MJ; Porwit, A; Harris, NL; Le Beau, MM; Hellström-Lindberg, E; Tefferi, A; Bloomfield, CD (Jul 30, 2009). "The 2008 revision of the World Health Organization (WHO) classification of myeloid neoplasms and acute leukemia: rationale and important changes". Blood. 114 (5): 937–51. doi:10.1182/blood-2009-03-209262. PMID 19357394.
  7. Cătoi, AlecsandruIoan Baba, Cornel (2007). Comparative oncology. Bucharest: The Publishing House of the Romanian Academy. p. Chapter 17. ISBN 973-27-1457-3.{{cite book}}: CS1 maint: multiple names: authors list (link)
  8. Hesdorffer, Candis Morrison, Charles S. [i.e. L.?] (2011). Johns Hopkins patients' guide to leukemia. Sudbury, Mass.: Jones and Bartlett Learning. p. 109. ISBN 9781449618896.{{cite book}}: CS1 maint: multiple names: authors list (link)
  9. "SEER Stat Fact Sheets: Leukemia". National Cancer Institute. 2011.
  10. ୧୦.୦ ୧୦.୧ American Cancer Society (02/03/2014). "Survival rates for childhood leukemia". {{cite web}}: Check date values in: |date= (help)