ଫୋବିଆ

ଉଇକିପିଡ଼ିଆ‌ରୁ
ଫୋବିଆ
ବୁଢ଼ିଆଣୀ ଫୋବିଆ (fear of spiders) ଏକ ସାଧାରଣ ଫୋବିଆ ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିମାନସିକ ବେମାରୀ
ଆଇସିଡ଼ି-୧୦F40.9{{{2}}}.{{{3}}}
ଆଇସିଡ଼ି-୯-ସିଏମ୍300.20
ଓଏମ୍‌ଆଇଏମ୍608251
ମେଡ଼ିସିନ-ପ୍ଲସ000956
ଇ-ମେଡ଼ିସିନarticle/288016
MeSHD010698

ଫୋବିଆ ଏକ ପ୍ରକାର ଉତ୍କଣ୍ଠା ବେମାରୀ (anxiety disorder) ଯେଉଁଥିରେ କୌଣସି ବସ୍ତୁ ବା ଅବସ୍ଥା ପ୍ରତି ନିରନ୍ତର ଭୀତି ଥାଏ ।[୧] ଏହି ରୋଗରେ ଶୀଘ୍ର ଭୀତି ଆରମ୍ଭ ହୁଏ ଓ ୬ ମାସରୁ ଅଧିକ ସମୟ ପର୍ଯ୍ୟନ୍ତ ରହିଥାଏ । ପ୍ରଭାବିତ ରୋଗୀ ସେହି ବସ୍ତୁ ବା ଅବସ୍ଥାକୁ ଟାଳିବା ନିମନ୍ତେ ପ୍ରକୃତ ଭୀତିପ୍ରଦ ଅବସ୍ଥାଠାରୁ ବ‌ହୁଦୂରକୁ ଯାଇପାରେ । ଟାଳିବା ଅସମ୍ଭବ ହେଲେ ଲୋକ ବିବ୍ରତ ହୁଏ । ରକ୍ତ ଫୋବିଆ ବା ଆଘାତ ଫୋବିଆ ଥିଲେ ମୂର୍ଚ୍ଛା ହୋଇପାରେ ।[୧] ଆଗୋରା ଫୋବିଆରେ ଆତଙ୍କ (panic attacks) ଜାତ ହୁଏ ।[୨] ସାଧାରଣତଃ ଜଣେ ଲୋକ ଅନେକ ସଂଖ୍ୟକ ବସ୍ତୁ ବା ଅବସ୍ଥା ପ୍ରତି ଫୋବିଆଗ୍ରସ୍ତ ହୋଇପାରେ ।[୧]

ଫୋବିଆକୁ ୩ ଭାଗରେ ବିଭକ୍ତ କରାଯାଏ ଯଥା ନିର୍ଦ୍ଦିଷ୍ଟ ଫୋବିଆ (specific phobias) , ସାମାଜିକ ଫୋବିଆ (social phobia) ଓ ଆଗୋରାଫୋବିଆ (agoraphobia) ।[୧][୩] ନିର୍ଦ୍ଦିଷ୍ଟ ଫୋବିଆରେ କେତେକ ପଶୁ, ପ୍ରାକୃତିକ ପରିବେଶ ଅବସ୍ଥା, ରକ୍ତ ବା ଆଘାତ ଓ ଅନ୍ୟାନ୍ୟ ନିର୍ଦ୍ଦିଷ୍ଟ ପରିସ୍ଥିତି ଉପରେ ନିର୍ଭର କରେ ।[୧] ସର୍ବାଧିକ ସାଧାରଣ ଫୋବିଆମାନଙ୍କ ନାମ: ବୁଢ଼ୀଆଣି ଫୋବିଆ (fear of spiders), ସାପ ଫୋବିଆ (fear of snakes) ଓ ଉଚ୍ଚସ୍ଥାନ ଫୋବିଆ (fear of heights) ।[୪] ସ୍ଥଳ ବିଶେଷରେ କୌଣସି ବସ୍ତୁ ବା ପରିସ୍ଥିତିର ବିଯୁକ୍ତାତ୍ମକ ଅନୁଭୂତି ଫୋବିଆ ଟ୍ରିଗର ସୃଷ୍ଟି କରିପାରେ । ସାମାଜିକ ଫୋବିଆରେ ଜଣେ ଲୋକ ଅନ୍ୟମାନଙ୍କର ତା ପ୍ରତି ବିଚାର ଭାବନାକୁ ଚିନ୍ତା କରି ଫୋବିଆ ସୃଷ୍ଟି ହୁଏ । କୌଣସି ମୁକ୍ତି ପଥର ସମ୍ଭାବନା ନ ଥିବା ଅନୁଭବ ହେଲେ ଯେଉଁ ଫୋବିଆ ଜାତ ହୁଏ ତାହାକୁ ଆଗାରୋଫୋବିଆ କୁହାଯାଏ ।[୧]

ଏକ୍ସପୋଜର ଥେରାପି (exposure therapy) ସାହାଯ୍ୟରେ ନିର୍ଦ୍ଦିଷ୍ଟ ଫୋବିଆମାନଙ୍କର ଚିକିତ୍ସା କରାଯାଏ, ବସ୍ତୁ ବା ଅବସ୍ଥା ସ‌ହ ତାକୁ ପରିଚିତ କରି ଭୀତି ଯିବାଯାଏ ରଖାଯାଏ । ଏଥି ନିମନ୍ତେ ଔଷଧ ଆବଶ୍ୟକ ହୁଏନାହିଁ ।[୩] ସାମାଜିକ ଫୋବିଆ ଓ ଆଗାରୋଫୋବିଆ ନିମନ୍ତେ ଉଭୟ କାଉନସେଲିଙ୍ଗ ଓ ଔଷଧ ଦେଇ ଚିକିତ୍ସା କରାଯାଏ ।[୫][୬] ଔଷଧ ମଧ୍ୟରେ ଅବସାଦରୋଧୀ (antidepressant), ବେଞ୍ଜୋଡାଏଜେପିନ (benzodiazepine) ବା ବିଟାବ୍ଲକର (beta-blockers) ଦିଆଯାଏ । [୫]

ପଶ୍ଚିମ ଦେଶମାନଙ୍କରେ ନିର୍ଦ୍ଦିଷ୍ଟ ଫୋବିଆ ପ୍ରାୟ ୬-୮% ଲୋକଙ୍କୁ ଓ ଏସିଆ, ଆଫ୍ରକା, ଲାଟିନ ଆମେରିକାର ୨-୪% ଲୋକଙ୍କୁ ହୁଏ । [୧] ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରାୟ ୭% ଲୋକଙ୍କୁ ଓ ବାକି ପୃଥିବୀର ୦.୫-୨.୫% ଲୋକଙ୍କୁ ସାମାଜିକ ଫୋବିଆ ହୁଏ । ପ୍ରାୟ ୧.୭% ଲୋକଙ୍କୁ ଆଗାରୋଫୋବିଆ ହୁଏ ।[୨] ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କର ୨ ଗୁଣ ଅଧିକ ରୋଗ ହୁଏ । ପ୍ରାୟ ୧୦ରୁ ୧୭ ବର୍ଷ ବୟସ ମଧ୍ୟରେ ଏହି ରୋଗ ହୁଏ । ବୟସ ବଢ଼ିବା ସାଥେ ସାଥେ ରୋଗ ହାର କମିଯାଏ । [୧][୨] ଏହି ରୋଗରେ ଆତ୍ମହତ୍ୟା ସଙ୍କଟ ବଢ଼ିଯାଏ ।[୧]

Video explanation

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ American Psychiatric Association (2013), Diagnostic and Statistical Manual of Mental Disorders (5th ed.), Arlington: American Psychiatric Publishing, pp. 190, 197–202, ISBN 0890425558
  2. ୨.୦ ୨.୧ ୨.୨ American Psychiatric Association (2013), Diagnostic and Statistical Manual of Mental Disorders (5th ed.), Arlington: American Psychiatric Publishing, pp. 204, 218–219, ISBN 0890425558
  3. ୩.୦ ୩.୧ Hamm, AO (September 2009). "Specific phobias". The Psychiatric clinics of North America. 32 (3): 577–91. PMID 19716991.
  4. "Specific Phobias". USVA. Retrieved 26 July 2016.
  5. ୫.୦ ୫.୧ "Anxiety Disorders". NIMH. March 2016. Retrieved 26 July 2016.
  6. Perugi, G; Frare, F; Toni, C (2007). "Diagnosis and treatment of agoraphobia with panic disorder". CNS drugs. 21 (9): 741–64. PMID 17696574.