ସୋରିଆସିସ
ସୋରିଆସିସ | |
---|---|
![]() ପିଠି ଓ ବାହୁରେ ସୋରିଆସିସ ହୋଇଛି । | |
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ଉଚ୍ଚାରଣ | /s[invalid input: 'ɵ']ˈraɪ.əs[invalid input: 'ɨ']s/ (psora + -iasis) |
ସ୍ପେଶାଲିଟି | Dermatology |
ଆଇସିଡ଼ି-୧୦ | L40. |
ଆଇସିଡ଼ି-୯-ସିଏମ୍ | 696 |
ଓଏମ୍ଆଇଏମ୍ | 177900 |
ରୋଗ ଡାଟାବେସ | 10895 |
ମେଡ଼ିସିନ-ପ୍ଲସ | 000434 |
ଇ-ମେଡ଼ିସିନ | emerg/489 plaque derm/365 guttate derm/361 nails derm/363 pustular derm/366 |
MeSH | D011565 |
ସୋରିଆସିସ ଏକ ଦୀର୍ଘସ୍ଥାୟୀ ଅଟୋଇମ୍ମ୍ୟୁନ ରୋଗ ଯେଉଁଥିରେ ଚର୍ମରେ କେତେକ ଅସ୍ୱାଭାବିକ ଦାଗ ଦେଖାଯାଏ । [୧] ଏହି ଦାଗ ଲାଲ ରଙ୍ଗର, ଗଲୁ ଓ କାତି ସମ୍ପର୍ଣ୍ଣ ହୋଇଥାଏ । ସୋରିଆସିସ ଛୋଟରୁ ବଡ଼ ଆକାର ହୋଇ ସାରା ଶରୀର ବ୍ୟାପିପାରେ ଓ ଏହାର ଗମ୍ଭୀରତା ପରିବର୍ତ୍ତିତ ହୋଇପାରେ । [୨] ଚର୍ମ ଆଘାତ ସକ୍ରିୟ ହୋଇ ସୋରିଆସିସ ପରିବର୍ତ୍ତନ ଆଣିପାରେ ଯାହା କୋଏବନର ଫେନୋମେନନ ରୂପେ ବିଦିତ । [୩]
ମୂଖ୍ୟତଃ ପାଞ୍ଚ ପ୍ରକାର ସୋରିଆସିସ ଦେଖାଯାଏ: ପ୍ଲେକ, ଗୁଟ୍ଟାଟେ, ଇନଭର୍ସ, ପୁସ୍ଚୁଲାର ଓ ଏରିଥ୍ରୋଡର୍ମିକ । ଏଥିରୁ ୯୦ % କେବଳ ପ୍ଲେକ ସୋରିଆସିସ ବା ସୋରିଆସିସ ଭଲଗାରିସ । ଚମରେ ଲାଲ ଦାଗ ଥାଏ ଓ ତା ଉପରେ ଧଳା କାତି ଥାଏ । ପିଠି, ଗୋଡ଼ର ମଝିଧାର ବା ସିନ, ପେଟ ଓ ସ୍କାଲ୍ପ ସ୍ଥାନମାନଙ୍କରେ ଏହି ରୋଗ ହୁଏ ।[୪] ଗୁଟ୍ଟାଟେ ସୋରିଆସିସ ଏକ ଟୋପା ଭଳି ଦେଖାଯାଏ । [୧] ପୁସ୍ଚୁଲାର ସୋରିଆସିସ ଫୋଟକା ଆକାରର ଦେଖାଯାଏ ଯାହା ଭିତରେ ଅଣସଂକ୍ରମଣକାରୀ ପୂଜ ଥାଏ । [୫] ଇନଭର୍ସ ସୋରିଆସିସ ଚର୍ମ ଭାଙ୍ଗରେ ଲାଲ ଦାଗ ଆକାରରେ ଦେଖାଯାଏ । [୧] ସମସ୍ତ ସୋରିଆସିସରୁ ଏରିଥ୍ରୋଡର୍ମିକ ସୋରିଆସିସ ତିଆରି ହୋଇପାରେ ଓ ସେତେବେଳେ ରାସ ବ୍ୟାପିଯାଏ । ଆଙ୍ଗୁଠି ନଖ ଓ ଗୋଡ଼ନଖ ଯେ କୌଣସି ସମୟରେ ଏହି ରୋଗ ଶୀକାର ହୋଇପାରେ । ନଖରେ ଛୋଟ ଗାତ ହୋଇପାରେ ବା ତାହାର ରଙ୍ଗ ବଦଳିପାରେ । [୪]
ସାଧାରଣତଃ ସୋରିଆସିସ ରୋଗକୁ ଏକ ଜେନେଟିକ ରୋଗ ଭାବେ ଗ୍ରହଣ କରାଯାଏ ଯାହା ପରିବେଶ ଉପାଦାନ ଯୋଗୁ କ୍ରିୟାଶୀଳ ହୋଇଉଠେ । [୨] ଜମଜ ଅନୁଶୀଳନରେ ଏକାଭଳି ଜମଜର (identical twin) ଅନ୍ୟମାନଙ୍କ ଅପେକ୍ଷା ୩ ଗୁଣ ଅଧିକ ସୋରିଆସିସ ରୋଗ ହେବା ସଙ୍କଟ ଥାଏ । ଶୀତଦିନେ ଓ କେତେକ ଔଷଧ ଯେପରିକି ବିଟା ବ୍ଲକର ବା ଏନଏସଆଇଡି ସେବନଦ୍ୱାରା ରୋଗ ଲକ୍ଷଣ ଖରାପ ଦିଗକୁ ଗତିକରେ । [୪] ସଂକ୍ରମଣ ଓ ମାନସିକ ଚାପର ଭୂମିକା ଥାଇପାରେ । [୧][୨] ସୋରିଆସିସ ଏହ ଛୁଆଁ ରୋଗ ନୁହେଁ । ଏହାର ଅନ୍ତର୍ନିହିତ କ୍ରିୟାବିଧିରେ ଚମ ଜୀବକୋଷ ପ୍ରତି ଇମ୍ମ୍ୟୁନ ସିସ୍ଟମ କ୍ରିୟାଶୀଳ ହୋଇଯାଏ । ରୋଗର ଲକ୍ଷଣ ଓ ଚିହ୍ନ ଦେଖି ସୋରିଆସିସ ନିର୍ଣ୍ଣୟ କରାଯାଏ । [୪]
ସୋରିଆସିସ ରୋଗ ଆରୋଗ୍ୟ ହୁଏନାହିଁ । ବିଭିନ୍ନ ଚିକିତ୍ସାଦ୍ୱାରା ଲକ୍ଷଣ ନିୟନ୍ତ୍ରଣ କରାଯାଇପାରେ । [୪] ଔଷଧମାନଙ୍କର ନାମ: ସ୍ଟିରଏଡ କ୍ରିମ, ଭିଟାମିନ ଡି୩ କ୍ରିମ, ଅଲଟ୍ରାଭାୟୋଲେଟ ରଶ୍ମୀ ଓ ମେଥୋଟ୍ରେକ୍ସେଟ ଭଳି ଇମ୍ମ୍ୟୁନୋସପ୍ରେସାଣ୍ଟ ଔଷଧ । [୧] କେବଳ କ୍ରିମ ସାହାଯ୍ୟରେ ୭୫ % ରୋଗୀଙ୍କୁ ଚିକିତ୍ସା କରିହୁଏ । [୪] ଜନସଂଖ୍ୟାର ୨-୪ % ଲୋକଙ୍କୁ ଏହି ରୋଗ ହୁଏ । [୬] ମହିଳା ଓ ପୁରୁଷମାନେ ସମଭାବରେ ଏହାର ଶୀକାର ହୁଅନ୍ତି । [୧] ସୋରିଆଟିକ ଆର୍ଥ୍ରାଇଟିସ, ଲିମ୍ଫୋମା, ହୃତ୍ପିଣ୍ଡ ରକ୍ତନଳୀ ରୋଗ, କ୍ରନ ରୋଗ ଓ ଅବସାଦ ଇତ୍ୟାଦି ଏହି ସୋରିଆସିସ ରୋଗ ସହିତ ସଙ୍କଟସ୍ଥିତିରେ ଥାଆନ୍ତି । [୪] ସୋରିଆସିସ ରୋଗୀଙ୍କ ମଧ୍ୟରୁ ୩୦ % ଲୋକଙ୍କୁ ସୋରିଆଟିକ ଆର୍ଥ୍ରାଇଟିସ ରୋଗ ହୁଏ । [୫]
ଆଧାର[ସମ୍ପାଦନା]
- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Questions and Answers about Psoriasis". National Institute of Arthritis and Musculoskeletal and Skin Diseases. October 2013. Retrieved 1 July 2015.
- ↑ ୨.୦ ୨.୧ ୨.୨ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ ୫.୦ ୫.୧ Jain, Sima (2012). Dermatology : illustrated study guide and comprehensive board review. New York: Springer. pp. 83–87. ISBN 978-1-4419-0524-6.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.