କରୋନାରୀ ଧମନୀ ରୋଗ

ଉଇକିପିଡ଼ିଆ ରୁ
Jump to navigation Jump to search
କରୋନାରୀ ଧମନୀ ରୋଗ
Blausen 0257 CoronaryArtery Plaque.png
କରୋନାରୀ ଧମନୀରେ ଆଥେରୋସ୍କ୍ଲେରୋସିସ ଥିବା ଚିତ୍ର ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟି cardiology[*], cardiac surgery[*]
ଆଇସିଡ଼ି-୧୦ I20.-I25.
ଆଇସିଡ଼ି-୯-ସିଏମ୍ 410-414, 429.2
ମେଡ଼ିସିନ-ପ୍ଲସ 007115
ଇ-ମେଡ଼ିସିନ radio/192
Patient UK କରୋନାରୀ ଧମନୀ ରୋଗ
MeSH D003324

କରୋନାରୀ ଧମନୀ ରୋଗ, (ଇଂରାଜୀ ଭାଷା ନାମ କରୋନାରୀ ଆର୍ଟେରି ଡିଜିଜ, ବା ସି.ଏ.ଡି. ଓ ଇସକେମିକ ହାର୍ଟ ଡିଜିଜ ବା ଆଇ.ଏଚ.ଡି., ଆଥେରୋସ୍କ୍ଲେରୋଟିକ ହାର୍ଟ ଡିଜିଜ, ଆଥେରୋସ୍କ୍ଲେରୋଟିକ କାର୍ଡ଼ିଓଭାସ୍କୁଲାର ଡିଜିଜ ଓ ଓ କରୋନାରୀ ହାର୍ଟ ଡିଜିଜ ଯଥାକ୍ରମେ Coronary artery disease ବା CAD, ischemic heart disease ବା IHD),[୧] atherosclerotic heart disease,[୨] atherosclerotic cardiovascular disease,[୩] and coronary heart disease,[୪]) ଏକ ରୋଗଦଳ ଯେଉଁଥିରେ ସ୍ଟେବଲ ଆଞ୍ଜିନା, ଅନସ୍ଟେବଲ ଆଞ୍ଜିନା ଓ ହଠାତ୍ କରୋନାରୀ ମୃତ୍ୟୁ ହୁଏ ।[୫] ଏହି ରୋଗ ହୃଦରକ୍ତନଳୀ ରୋଗ ଦଳର ଏକ ମୂଖ୍ୟ ସଦସ୍ୟ । [୬] ଏହି ରୋଗ ହେଲେ ପ୍ରବଳ ଛାତି ଯନ୍ତ୍ରଣା ହୁଏ ଯାହା କାନ୍ଧ, ବାହୁ, ପିଠି, ବେକ ଓ ମୁହଁର ନିମ୍ନ ଭାଗ ପର୍ଯ୍ୟନ୍ତ ବ୍ୟାପିପାରେ । [୭] ବେଳେ ବେଳେ ଛାତି ଜ୍ୱଳନ ହୁଏ ଯେପରି ଅମ୍ଳ/ଏସିଡିଟି ଥିଲେ ହୁଏ । [୭] ସାଧାରଣତଃ ବ୍ୟାୟାମ କଲାବେଳେ ବା ଆବେଗ ଚାପ ଥିଲେ ଏହି ରୋଗ ହୁଏ, ଅଳ୍ପ କେତେକ ମିନିଟ ପର୍ଯ୍ୟନ୍ତ ରହେ ଓ ବିଶ୍ରାମ ନେଲେ ଭଲ ଲାଗେ । [୭] ଛୋଟ ଶ୍ୱାସକ୍ରିୟା ହୋଇପାରେ ବା କଦବା କୌଣସି ଲକ୍ଷଣ ନ ଥାଇ ପାରେ । [୭] ଏହାର ପ୍ରଥମ ଲକ୍ଷଣ ହୃଦ୍‌ଘାତ ହୋଇପାରେ । [୮] ଅନ୍ୟ ଜଟିଳତା ମଧ୍ୟରେ ହୃଦ୍‌ପାତ କିମ୍ବା ଅନିୟମିତ ହୃତ୍ ସ୍ପନ୍ଦନ ହୁଏ ।[୮]

ଏହି ରୋଗର ସଙ୍କଟଦାୟକ ଅବସ୍ଥା‌: ଉଚ୍ଚ ରକ୍ତଚାପ, ଧୁମ୍ରପାନ, ଡାଏବେଟିସ ମେଲିଟସ, ବ୍ୟାୟାମ ଅଭାବ, ମୋଟାପଣ, ଦରିଦ୍ର ଖାଦ୍ୟ, ରକ୍ତରେ ଅତ୍ୟଧିକ କୋଲେସ୍ଟେରଲ, ଅଧିକ ମଦ୍ୟପାନ ଇତ୍ୟାଦି । [୯][୧୦] ଅବସାଦ ମଧ୍ୟ ଏହାର ଅନ୍ୟ ସଙ୍କଟଦାୟକ ଅବସ୍ଥା । [୧୧] ଅନ୍ତର୍ନିହିତ କାର୍ଯ୍ୟକାରୀତା ମଧ୍ୟରେ କରୋନାରୀ ଧମନୀରେ ଆଥେରୋସ୍କ୍ଲେରୋସିସ ମୁଖ୍ୟ ଭୂମିକା ନିଏ । [୧୦] ଏହି ରୋଗ ନିର୍ଣ୍ଣୟ କରିବା ନିମନ୍ତେ ଇସିଜି, କାର୍ଡ଼ିଆକ ସ୍ଟ୍ରେସ ପରୀକ୍ଷାକରୋନାରୀ ଆଞ୍ଜିଓଗ୍ରାମ ଆବଶ୍ୟକ ହୁଏ । [୧୨]

ପ୍ରତିଷେଧକ ଭାବେ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ, ନିୟମିତ ବ୍ୟାୟାମ, ସଠିକ ଓଜନ ଓ ଧୂମ୍ରପାନ ନ କରିବା ଉପକାରୀ ସାବ୍ୟସ୍ତ ହୁଏ । [୧୩] ଅନ୍ୟାନ୍ୟ ରୋଗ ଯଥା ଡାଏବେଟିସ, ଉଚ୍ଚ କୋଲେସ୍ଟେରଲ ଓ ଉଚ୍ଚ ରକ୍ତଚାପ ନିମନ୍ତେ ଔଷଧ ସେବନ ଆବଶ୍ୟକ । [୧୩] ଲକ୍ଷଣ ନ ଥାଇ ବା ସ୍ୱଳ୍ପ ସଙ୍କଟଜନ‌କ ଅବସ୍ଥା ଥିଲେ ସ୍କ୍ରିନିଙ୍ଗ ଅନାବଶ୍ୟକ ଅଟେ । [୧୪] ଏହାର ଚିକିତ୍ସା ପ୍ରତିଷେଧ ଭଳି କରିବାକୁ ହୁଏ । [୧୫][୧୬] ଅଧିକନ୍ତୁ ଅନ୍ୟ ଔଷଧ ଯଥା ଆସ୍ପିରିନ, ବିଟା ବ୍ଲକର, ନାଇଟ୍ରୋଗ୍ଲିସେରିନ ଆବଶ୍ୟକ ଅନୁସାରେ ଦିଆଯାଏ ।[୧୬] ସାଙ୍ଘାତିକ ରୋଗରେ ପର୍‌କ୍ୟୁଟାନିଅସ କରୋନାରୀ ଇଣ୍ଟରଭେନସନ (percutaneous coronary intervention ବା PCI) କିମ୍ବା କରୋନାରୀ ବାଇପାସ ଅପରେଶନ (coronary artery bypass surgery ବା CABG) ସାହାଯ୍ୟ ନିଆଯାଏ ।[୧୬][୧୭] ସ୍ଥିତାବସ୍ଥାରେ ଥିବା ରୋଗରେ ପିସିଆଇ ବା ସିଏବିଜି ଅପରେଶନ କଲେ ଆୟୁଷ ବୃଦ୍ଧି ବା ହୃଦ୍‌ଘାତ ସଙ୍କଟ କମିବାର ସୂଚନା ମିଳୁନାହିଁ । [୧୮]

ସନ ୧୯୯୦ରେ ପୃଥିବୀରେ ମୃତ୍ୟୁର ପ୍ରଥମ କାରଣ ରୂପେ ଏହି ରୋଗର ନାମ ଥିଲା ଓ ୫.୭୪ ନିୟୁତ ମୃତ୍ୟୁ (୧୨ %) ହୋଇଥିଲା ଯାହା ବଢ଼ିଯାଇ ସନ ୨୦୧୩ରେ ୮.୧୪ ନିୟୁତ (୧୬.୮%) ହୋଇଥିଲା । [୬] ସିଏଡି ସଙ୍କଟରେ ମୃତ୍ୟୁ ବୟସ ୧୯୮୦ରୁ ୨୦୧୦ ମଧ୍ୟରେ ବିକଶିତ ଦେଶମାନଙ୍କରେ ବଢ଼ିଯାଇଛି ।[୧୯] ଯେ କୌଣସି ବୟସରେ ସିଏଡି ସଂଖ୍ୟା ୧୯୯୦ରୁ ୨୦୧୦ ମଧ୍ୟରେ କମିଯାଇଛି । [୨୦] ଆମେରିକାରେ ୬୫ ବର୍ଷ ବୟସ ଉପରେ ୨୦୧୦ ମସିହାରେ ୨୦ % ଲୋକଙ୍କର ସିଏଡି ଥିଲା, ୪୫ରୁ ୬୪ ଭିତରେ ୭ % ଥିଲା ଓ ୧୮ରୁ ୪୫ ଭିତରେ ୧.୩ % ଥିଲା । [୨୧] ପୁରୁଷମାନଙ୍କର ମହିଳାଙ୍କ ଅପେକ୍ଷା ଅଧିକ ରୋଗ ହେଉଛି । [୨୧]

ଆଧାର[ସମ୍ପାଦନା]

  1. Bhatia, Sujata K. (୨୦୧୦). Biomaterials for clinical applications (Online-Ausg. ed.). New York: Springer. p. ୨୩. ISBN ୯୭୮୧୪୪୧୯୬୯୨୦୦. 
  2. "Coronary heart disease - causes, symptoms, prevention". Southern Cross Healthcare Group. Retrieved 15 September 2013. 
  3. Faxon, D. P. (1 June 2004). "Atherosclerotic Vascular Disease Conference: Executive Summary: Atherosclerotic Vascular Disease Conference Proceeding for Healthcare Professionals From a Special Writing Group of the American Heart Association". Circulation. 109 (21): 2595–2604. doi:10.1161/01.CIR.0000128517.52533.DB. 
  4. "Coronary heart disease". ADAM. Retrieved 15 September 2013. 
  5. Wong, ND (May 2014). "Epidemiological studies of CHD and the evolution of preventive cardiology". Nature reviews. Cardiology. 11 (5): 276–89. doi:10.1038/nrcardio.2014.26. PMID 24663092. 
  6. ୬.୦ ୬.୧ GBD 2013 Mortality and Causes of Death, Collaborators (17 December 2014). "Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013". Lancet. 385: 117–171. doi:10.1016/S0140-6736(14)61682-2. PMC 4340604Freely accessible. PMID 25530442. 
  7. ୭.୦ ୭.୧ ୭.୨ ୭.୩ "What Are the Signs and Symptoms of Coronary Heart Disease?". http://www.nhlbi.nih.gov/. September 29, 2014. Retrieved 23 February 2015.  External link in |website= (help)
  8. ୮.୦ ୮.୧ "Coronary Artery Disease (CAD)". cdc.gov. March 12, 2013. Retrieved 23 February 2015. 
  9. Mehta, PK; Wei, J; Wenger, NK (16 October 2014). "Ischemic heart disease in women: A focus on risk factors". Trends in Cardiovascular Medicine. 25: 140–151. doi:10.1016/j.tcm.2014.10.005. PMID 25453985. 
  10. ୧୦.୦ ୧୦.୧ Mendis, Shanthi; Puska, Pekka; Norrving, Bo (୨୦୧୧). Global atlas on cardiovascular disease prevention and control (PDF) (୧st ed. ed.). Geneva: World Health Organization in collaboration with the World Heart Federation and the World Stroke Organization. pp. ୩–୧୮. ISBN ୯୭୮୯୨୪୧୫୬୪୩୭୩. 
  11. Charlson, FJ; Moran, AE; Freedman, G; Norman, RE; Stapelberg, NJ; Baxter, AJ; Vos, T; Whiteford, HA (26 November 2013). "The contribution of major depression to the global burden of ischemic heart disease: a comparative risk assessment". BMC medicine. 11: 250. doi:10.1186/1741-7015-11-250. PMID 24274053. 
  12. "How Is Coronary Heart Disease Diagnosed?". http://www.nhlbi.nih.gov/. September 29, 2014. Retrieved 25 February 2015.  External link in |website= (help)
  13. ୧୩.୦ ୧୩.୧ "How Can Coronary Heart Disease Be Prevented or Delayed?". http://www.nhlbi.nih.gov/. Retrieved 25 February 2015.  External link in |website= (help)
  14. Desai, CS; Blumenthal, RS; Greenland, P (April 2014). "Screening low-risk individuals for coronary artery disease". Current atherosclerosis reports. 16 (4): 402. doi:10.1007/s11883-014-0402-8. PMID 24522859. 
  15. Boden, WE; Franklin, B; Berra, K; Haskell, WL; Calfas, KJ; Zimmerman, FH; Wenger, NK (October 2014). "Exercise as a therapeutic intervention in patients with stable ischemic heart disease: an underfilled prescription". The American Journal of Medicine. 127 (10): 905–11. doi:10.1016/j.amjmed.2014.05.007. PMID 24844736. 
  16. ୧୬.୦ ୧୬.୧ ୧୬.୨ "How Is Coronary Heart Disease Treated?". http://www.nhlbi.nih.gov/. September 29, 2014. Retrieved 25 February 2015.  External link in |website= (help)
  17. Deb, S; Wijeysundera, HC; Ko, DT; Tsubota, H; Hill, S; Fremes, SE (20 November 2013). "Coronary artery bypass graft surgery vs percutaneous interventions in coronary revascularization: a systematic review". JAMA. 310 (19): 2086–95. doi:10.1001/jama.2013.281718. PMID 24240936. 
  18. Rezende, PC; Scudeler, TL; da Costa, LM; Hueb, W (16 February 2015). "Conservative strategy for treatment of stable coronary artery disease". World journal of clinical cases. 3 (2): 163–70. doi:10.12998/wjcc.v3.i2.163. PMID 25685763. 
  19. Moran, AE; Forouzanfar, MH; Roth, GA; Mensah, GA; Ezzati, M; Murray, CJ; Naghavi, M (8 April 2014). "Temporal trends in ischemic heart disease mortality in 21 world regions, 1980 to 2010: the Global Burden of Disease 2010 study". Circulation. 129 (14): 1483–92. doi:10.1161/circulationaha.113.004042. PMID 24573352. 
  20. Moran, AE; Forouzanfar, MH; Roth, GA; Mensah, GA; Ezzati, M; Flaxman, A; Murray, CJ; Naghavi, M (8 April 2014). "The global burden of ischemic heart disease in 1990 and 2010: the Global Burden of Disease 2010 study". Circulation. 129 (14): 1493–501. doi:10.1161/circulationaha.113.004046. PMID 24573351. 
  21. ୨୧.୦ ୨୧.୧ Centers for Disease Control and Prevention, (CDC) (14 October 2011). "Prevalence of coronary heart disease--United States, 2006-2010". MMWR. Morbidity and mortality weekly report. 60 (40): 1377–81. PMID 21993341.