ଆଇବୁପ୍ରୋଫେନ୍

ଉଇକିପିଡ଼ିଆ‌ରୁ
ଆଇବୁପ୍ରୋଫେନ୍
Clinical data
Pronunciation/ˈbjuːprfɛn/, /bjuːˈprfən/, EYE-bew-PROH-fən
Trade namesAdvil, Motrin, Nurofen, others
AHFS/Drugs.commonograph
MedlinePlusa682159
data
Pregnancy
category
  • AU: C
  • US: C (Risk not ruled out)
Routes of
administration
Oral, rectal, topical, and intravenous
ATC code
Legal status
Legal status
Pharmacokinetic data
Bioavailability87–100% (oral), 87% (rectal)[୧]
Protein binding98%[୧]
MetabolismHepatic (CYP2C9)[୧]
Onset of action30 min[୨]
Elimination half-life1.3–3 h[୧]
ExcretionUrine (95%)[୧][୩]
Identifiers
  • (RS)-2-(4-(2-Methylpropyl)phenyl)propanoic acid
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
PDB ligand
ECHA InfoCard100.036.152 Edit this at Wikidata
Chemical and physical data
FormulaC13H18O2
Molar mass206.29 g/mol
3D model (JSmol)
Density1.03 g/ml g/cm3
Melting point75 to 78 °C (167 to 172 °F)
Boiling point157 °C (315 °F)
  • CC(C)Cc1ccc(cc1)C(C)C(=O)O
  • InChI=1S/C13H18O2/c1-9(2)8-11-4-6-12(7-5-11)10(3)13(14)15/h4-7,9-10H,8H2,1-3H3,(H,14,15) checkY
  • Key:HEFNNWSXXWATRW-UHFFFAOYSA-N checkY
  (verify)

ଆଇବୁପ୍ରୋଫେନ୍, ଆସୋବ୍ୟୁଟାଇଲଫିନାଇଲପ୍ରୋପାନିଇକ ଏସିଡରୁ (ଇଂରାଜୀ ଭାଷାରେ isobutylphenylpropanoic acid) ପ୍ରସ୍ତୁତ ଏକ ଅଣସ୍ଟିରଏଡ ପ୍ରଦାହରୋଧୀ ଔଷଧ ଯାହା ଯନ୍ତ୍ରଣା, ଜ୍ୱରପ୍ରଦାହ ଭଳି ରୋଗ ନିମନ୍ତେ ଦିଆଯାଏ ।[୪] କଷ୍ଟପ୍ରଦ ଋତୁସ୍ରାବ, ଅଧକପାଳୀରିଉମାଟଏଡ ଆର୍ଥ୍ରାଇଟିସ ଇତ୍ୟାଦି ରୋଗରେ ମଧ୍ୟ ଏହା ଦିଆଯାଏ ।[୪] ଯେ କୌଣସି ଅଣସ୍ଟିରଏଡ ପ୍ରଦାହରୋଧୀ ଔଷଧ ଦେଲେ ପ୍ରାୟ ୬୦% ରୋଗରେ ଉନ୍ନତି ପରିଲକ୍ଷିତ ହୁଏ; ଏଣୁ ଗୋଟିଏ ଔଷଧରେ ଉପଶମ ନ ହେଲେ ଆଉ ଏକ ଔଷଧ ଦିଆଯାଏ ।[୫] ଅପକ୍ୱ ଶିଶୁର ପିଡିଏ (ଇଂରାଜୀ ଭାଷାରେ patent ductus arteriosus) ଥିଲେ ତାହା ନିମନ୍ତେ ଆଇବୁପ୍ରୋଫେନ ବ୍ୟବ‌ହାର କରାଯାଇପାରେ । ଏହା ପାଟିରେ ବା ଶିରାଭ୍ୟନ୍ତରରେ ଦିଆଯାଏ । ଏହା ସ୍ୱାଭାବିକ ଭାବେ ଏକ ଘଣ୍ଟା ମଧ୍ୟରେ କାମ କରେ । [୪]

ବକ୍ଷ ଜ୍ୱାଳାରାସ୍ ଇତ୍ୟାଦି ଏହାର ମୂଖ୍ୟ ପାର୍ଶ୍ୱ ପ୍ରତିକ୍ରିୟା ।[୪] ଅନ୍ୟାନ୍ୟ ଅଣସ୍ଟିରଏଡ ପ୍ରଦାହରୋଧୀ ଔଷଧ ଅପେକ୍ଷା ଏହି ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ଯଥା ପାକସ୍ଥଳୀଅନ୍ତନଳୀ ରକ୍ତସ୍ରାବ ଅଳ୍ପ ହୁଏ ।[୫] ଏହା ହୃଦ୍‌ରୋଧ, ବୃକ୍‌କ ଫେଲଯକୃତ ଫେଲ ହେବା ସଙ୍କଟ ବଢ଼ିଯାଇପାରେ ।[୪] ଅଳ୍ପ ଡୋଜ୍‌ରେ ଦେଲେ ହୃଦ୍‌ଘାତ ସଙ୍କଟ ବଢ଼େନାହିଁ, କିନ୍ତୁ ଡୋଜ୍ ଅଧିକ ହେଲେ ସଙ୍କଟ ବଢ଼ିପାରେ । ଆଜ୍‌ମା ରୋଗ ବଢ଼ିଯାଇପାରେ [୫] ପ୍ରାକ୍ ଗର୍ଭାବସ୍ଥାରେ ଏହାର ନିରାପତ୍ତା ସ୍ପଷ୍ଟ ନ ହେଲେ ମଧ୍ୟ ପରେ ଏହା ବିପଦଜନ‌କ ହୋଇପାରେ । ଅନ୍ୟାନ୍ୟ ଅଣସ୍ଟିରଏଡ ପ୍ରଦାହରୋଧୀ ଔଷଧ ଭଳି ଏହା ସାଇକ୍ଲୋଅକ୍ସିଜେନେଜ ଏନ୍‌ଜାଇମର କାମ କମେଇ ପ୍ରୋସ୍ଟାଗ୍ଲାଣ୍ଡିନ ତିଆରିରେ ବାଧା ସୃଷ୍ଟି କରି ଏହା କାମ କରେ । [୪] ଅନ୍ୟାନ୍ୟ ଅଣସ୍ଟିରଏଡ ପ୍ରଦାହରୋଧୀ ଔଷଧ ଅପେକ୍ଷା ଆଇବୁପ୍ରୋଫେନ କିଛି ମାତ୍ରାରେ ଦୁର୍ବଳ ।[୫]

ସନ ୧୯୬୧ରେ ସ୍ଟିୱାର୍ତ ଆଡାମ୍‌ସ୍ଙ୍କଦ୍ୱାରା ଆଇବୁପ୍ରୋଫେନ୍ ଆବିଷ୍କୃତ ହୋଇଥିଲା ।[୬] ଏହାର ଅନେକ ବିକ୍ରୟ ନାମ ଅଛି ଯଥା - ଆଡଭିଲ, ମୋଟ୍ରିନନୁରୋଫେନ[୪][୭] ସନ ୧୯୭୪ରେ ଏହା ପ୍ରଥମେ ଇଂଲଣ୍ଡରେ ବିକ୍ରୟ ହୋଇଥିଲା ।[୪][୬] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୮] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ।[୪] ଏହାର ପ୍ରତି ଡୋଜ୍‌ର ହୋଲସେଲ ମୂଲ୍ୟ ୦.୦୧ରୁ ୦.୦୪ ଆମେରିକୀୟ ଡଲାର ।[୯] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ପ୍ରତି ଡୋଜ୍‌ର ମୂଲ୍ୟ ୦.୦୫ ଡଲାର ।[୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ Davies, NM (February 1998). "Clinical pharmacokinetics of ibuprofen. The first 30 years". Clinical Pharmacokinetics. 34 (2): 101–54. doi:10.2165/00003088-199834020-00002. PMID 9515184.
  2. "ibuprofen". Archived from the original on 13 January 2015. Retrieved 31 January 2015.
  3. "PRODUCT INFORMATION BRUFEN® TABLETS AND SYRUP" (PDF). TGA eBusiness Services. Abbott Australasia Pty Ltd. 31 July 2012. Retrieved 8 May 2014.
  4. ୪.୦୦ ୪.୦୧ ୪.୦୨ ୪.୦୩ ୪.୦୪ ୪.୦୫ ୪.୦୬ ୪.୦୭ ୪.୦୮ ୪.୦୯ "Ibuprofen". The American Society of Health-System Pharmacists. Retrieved Jan 2016. {{cite web}}: Check date values in: |accessdate= (help)
  5. ୫.୦ ୫.୧ ୫.୨ ୫.୩ Bnf : march 2014-september 2014 (2014 ed.). London: British Medical Assn. 2014. pp. 686–688. ISBN 0857110861.
  6. ୬.୦ ୬.୧ Halford, GM; Lordkipanidzé, M; Watson, SP (2012). "50th anniversary of the discovery of ibuprofen: an interview with Dr Stewart Adams". Platelets. 23 (6): 415–22. doi:10.3109/09537104.2011.632032. PMID 22098129.
  7. "Chemistry in your cupboard | Nurofen".
  8. WHO Model List of Essential Medicines (PDF) (16th ed.). World Health Organization. March 2009. Retrieved 28 March 2011.
  9. "Ibuprofen". Retrieved 12 January 2016.[permanent dead link]