ପିତ୍ତକୋଷ ପ୍ରଦାହ

ଉଇକିପିଡ଼ିଆ ରୁ
Jump to navigation Jump to search
ପିତ୍ତକୋଷ ପ୍ରଦାହ
AcuteCholMark.png
ସିଟିରେ ଦେଖାଯାଉଥିବା ପିତ୍ତକୋଷ ପ୍ରଦାହ ଛବି । ବର୍ଦ୍ଧିତ ପିତ୍ତକୋଷ ଚାରିପଟେ ଚର୍ବି ଥିବା ଦେଖାଯାଉଛି ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିGeneral surgery
ଆଇସିଡ଼ି-୧୦K81.
ଆଇସିଡ଼ି-୯-ସିଏମ୍575.0, 575.1
ରୋଗ ଡାଟାବେସ2520
ମେଡ଼ିସିନ-ପ୍ଲସ000264
ଇ-ମେଡ଼ିସିନmed/346
MeSHD002764

ପିତ୍ତକୋଷ ପ୍ରଦାହ (ଇଂରାଜୀରେ କୋଲିସିସ୍ଟାଇଟିସ/ Cholecystitis) ରୋଗ ଦେହରେ ଥିବା ପିତ୍ତକୋଷର ପ୍ରଦାହକୁ ବୁଝାଏ ।[୧] ଏହାର ଲକ୍ଷଣ: ଉଦରର ଉପର ଡାହାଣ ଏକ ଚତୁର୍ଥାଂଶରେ ଯନ୍ତ୍ରଣା, ଓକାଳ, ବାନ୍ତି ଓ ବେଳେବେଳେ ଜ୍ୱର ହୁଏ । ଅନେକ ସମୟରେ ଆକ୍ୟୁଟ ପିତ୍ତକୋଷ ପ୍ରଦାହ ଆରମ୍ଭ ହେବା ପୂର୍ବରୁ ପିତ୍ତକୋଷ ଯନ୍ତ୍ରଣା ହୁଏ । ପ୍ରଦାହ ହେଲେ ଅଧିକ ସମୟ ଧରି ଯନ୍ତ୍ରଣା ହୁଏ । ଉପ‌ଯୁକ୍ତ ଚିକିତ୍ସା ନ ପାଇଲେ ଏହି ପ୍ରଦାହ ପୁନଃପୁନଃ ହୁଏ ।[୨] ପିତ୍ତକୋଷ ପ୍ରଦାହ ରୋଗ ଜଟିଳ ହେଲେ ପତ୍ତାସ୍ମରି (ପିତ୍ତକୋଷ ପଥର) ଅଗ୍ନାଶୟ ପ୍ରଦାହ (gallstone pancreatitis), ସାଧାରଣ ପିତ୍ତନଳୀ ପଥର (common bile duct stones) ଓ କୋଲାଞ୍ଜାଇଟିସ ବା ସାଧାରଣ ପିତ୍ତନଳୀ ପ୍ରଦାହ (inflammation of the common bile duct) ରୋଗମାନ ହୋଇପାରେ ।[୨][୧]

ସିସ୍ଟିକ ଡକ୍ଟ ବା ପିତ୍ତକୋଷ ନଳୀ (bile duct) ପତ୍ତାସ୍ମରିଦ୍ୱାରା (ପିତ୍ତକୋଷ ପଥର/ gallstone) ଅବରୋଧ ହେବା ଫଳରେ ୯୦% ଆକ୍ୟୁଟ ପିତ୍ତକୋଷ ପ୍ରଦାହ ରୋଗ ହୁଏ ।[୨] ଜନ୍ମ ନିରୋଧ ବଟିକା, ଗର୍ଭାବସ୍ଥା, ପାରିବାରିକ ପିତାସ୍ମରି ଇତିହାସ, ମୋଟାପଣ, ସୋରୋସିସ, ମଧୁମେହ ଓ ବେଗବାନ ଓଜନ ହ୍ରାସ ଇତ୍ୟାଦି କାରକମାନ ପିତାସ୍ମରି ବା ଗଲସ୍ଟୋନ ସୃଷ୍ଟି କରନ୍ତି ।[୩] ରକ୍ତନଳୀ ପ୍ରଦାହ (vasculitis), କେମୋଥେରାପି (chemotherapy), ପ୍ରମୁଖ ଆଘାତ ଓ ଦଗ୍ଧ ହେବା ପରେ ରୋଗ ନିବୃତି ସମୟରେ ଏହି କାରଣମାନଙ୍କ ଯୋଗୁ ମଧ୍ୟ ବେଳେ ବେଳେ ତୀବ୍ର ପିତ୍ତକୋଷ ପ୍ରଦାହ ହୋଇପାରେ ।[୪] ଲକ୍ଷଣ ଅନୁଶୀଳନ ଓ ଲାବୋରେଟରି ପରୀକ୍ଷା କରି ଏହି ରୋଗ ନିଣ୍ଣୟ କରାଯାଏ । ଉଦର ଅଲଟ୍ରାସାଉଣ୍ଡ (ultrasound) କରି ଏହି ନିଧାର୍ଯ୍ୟ ଭାବରେ ଏହି ରୋଗ ନିର୍ଣ୍ଣୟ କରାଯାଏ ।[୫]

ସମ୍ଭବ ହେଲେ ୨୪ ଘଣ୍ଟା ମଧ୍ୟରେ ଲାପାରୋସ୍କୋପିକ କଲିସିସ୍ଟେକ୍ଟୋମି (laparoscopic gallbladder removal) ଅପରେଶନ କରି ପିତ୍ତକୋଷ ବାହାର କରିଦିଆଯାଏ ।[୬][୭] ଅପରେଶନ କରିବା ସମୟରେ ବାଇଲ ନଳୀର ଫୋଟୋ ନେବାକୁ ସୁପାରିସ କରାଯାଏ ।[୬] ରୁଟିନ ଆଣ୍ଟିବାୟୋଟିକ (antibiotic) ବ୍ୟବ‌ହାର କରିବା ବିଷୟରେ ଦ୍ୱନ୍ଦ ଅଛି ।[୮][୫] ଠିକ ସମୟରେ ଅପରେଶନ ନ ହୋଇପାରିଲେ ବା କେଶ ଜଟିଳ ହୋଇଥିଲେ ଆଣ୍ଟିବାୟୋଟିକ ବ୍ୟବ‌ହାର କରାଯାଇପାରେ । [୫] ସାଧାରଣ ପିତ୍ତନଳୀରେ ପଥର ଥିଲେ ଅପରେଶନ କରିବା ପୂର୍ବରୁ ଇଆରସିପିଦ୍ୱାରା (ERCP) କଢ଼ାଯାଏ ବା ଅପରେଶନ ସମୟରେ କାଢ଼ିଦିଆଯାଏ । [୬] ଅପରେଶନ ହେବାକୁ ଅକ୍ଷମ ଥିଲେ ପିତ୍ତକୋଷ ଡ୍ରେନ/ନିଷ୍କାସନ କରିଦିଆଯାଏ ।[୫]

ବିକଶିତ ଦେଶରେ ପ୍ରାୟ ୧୦-୧୫% ଲୋକଙ୍କର ପିତାସ୍ମରି ହୁଏ ।[୫] ୪୦ ବର୍ଷ ବୟସ ପରେ ମହିଳାମାନଙ୍କର ପୁରୁଷଙ୍କ ଅପେକ୍ଷା ଅଧିକ ପିତାସ୍ମରି ହୁଏ । କେତେକ ପ୍ରଜାତିର ଲୋକଙ୍କୁ ଏହା ଅଧିକ ହୁଏ ଯେପରିକି ୪୮% ଆମେରିକାନ ଇଣ୍ଡିଆନ (American Indian) ଲୋକଙ୍କର ପିତାସ୍ମରି ଥାଏ । [୩] ପିତାସ୍ମରି ଥିବା ଲୋକଙ୍କ ମଧ୍ୟରୁ ୧-୪% ଲୋକଙ୍କର ପ୍ରତିବର୍ଷ ବିଲିଆରି କଲିକ ହୁଏ ।[୫] ଚିକିତ୍ସା ନ ପାଇଲେ ଏମାନଙ୍କ ମଧ୍ୟରୁ ୨୦% ଲୋକଙ୍କର ତୀବ୍ର ପିତ୍ତକୋଷ ପ୍ରଦାହ ହୁଏ ।[୫] ପିତ୍ତକୋଷ ବାହାର କଲାପରେ ଫଳାଫଳ ସାଧାରଣତଃ ଭଲ ହୁଏ ।[୩] ଚିକିତ୍ସା ନ ପାଇଲେ କ୍ରନିକ ପିତ୍ତକୋଷ ପ୍ରଦାହ ମଧ୍ୟ ହୁଏ ।[୯] ଗ୍ରୀକ ଶବ୍ଦ cholecystର ଅର୍ଥ ପିତ୍ତକୋଷ ଓ itisର ଅର୍ଥ ପ୍ରଦାହ ମିଶି ଇଂରାଜୀର କୋଲିସିସ୍ଟାଇଟିସ (cholecystitis) ହୋଇଛି ।[୧୦]

ଆଧାର[ସମ୍ପାଦନା]

  1. ୧.୦ ୧.୧ Internal Clinical Guidelines Team (October 2014). "Gallstone Disease: Diagnosis and Management of Cholelithiasis, Cholecystitis and Choledocholithiasis. Clinical Guideline 188": 101. PMID 25473723.
  2. ୨.୦ ୨.୧ ୨.୨ Strasberg, SM (26 June 2008). "Clinical practice. Acute calculous cholecystitis". The New England journal of medicine. 358 (26): 2804–11. PMID 18579815.
  3. ୩.୦ ୩.୧ ୩.୨ "Gallstones". NIDDK. November 2013. Retrieved 27 July 2016.
  4. "Section VIII". Sleisenger and Fordtran's Gastrointestinal and Liver Disease: Pathophysiology, Diagnosis, Management (10 ed.). Elsevier Health Sciences. 2015. p. 1154. ISBN 9781455749898.
  5. ୫.୦ ୫.୧ ୫.୨ ୫.୩ ୫.୪ ୫.୫ ୫.୬ Ansaloni, L (2016). "2016 WSES guidelines on acute calculous cholecystitis". World journal of emergency surgery : WJES. 11: 25. PMID 27307785.
  6. ୬.୦ ୬.୧ ୬.୨ Patel, PP; Daly, SC; Velasco, JM (18 October 2015). "Training vs practice: A tale of opposition in acute cholecystitis". World journal of hepatology. 7 (23): 2470–3. PMID 26483868.
  7. Schuld, J; Glanemann, M (June 2015). "Acute Cholecystitis". Viszeralmedizin. 31 (3): 163–5. PMID 26468309.
  8. van Dijk, AH; de Reuver, PR; Tasma, TN; van Dieren, S; Hugh, TJ; Boermeester, MA (June 2016). "Systematic review of antibiotic treatment for acute calculous cholecystitis". The British journal of surgery. 103 (7): 797–811. PMID 27027851.
  9. Feldman, Mark (2010). Sleisenger & Fordtran's Gastrointestinal and liver disease pathophysiology, diagnosis, management (9 ed.). [S.l.]: MD Consult. p. 1065. ISBN 9781437727678.
  10. Collins, Edwards (2013). A Short Course in Medical Terminology. Lippincott Williams & Wilkins. p. 246. ISBN 9781469835785.