ଇବୋଲା ଭୂତାଣୁ ରୋଗ

ଉଇକିପିଡ଼ିଆ‌ରୁ
Ebola virus disease
1976 photograph of two nurses standing in front of Mayinga N., a person with Ebola virus disease; she died only a few days later due to severe internal hemorrhaging.
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିସଂକ୍ରାମକ ରୋଗ[*]
ଆଇସିଡ଼ି-୧୦A98.4
ଆଇସିଡ଼ି-୯-ସିଏମ୍065.8
ରୋଗ ଡାଟାବେସ18043
ମେଡ଼ିସିନ-ପ୍ଲସ001339
ଇ-ମେଡ଼ିସିନmed/626
MeSHD019142

ଇବୋଲା ଭୂତାଣୁ ରୋଗ (English: Ebola virus disease ବା EVD କିମ୍ବା Ebola hemorrhagic fever ବା EHF) ମଣିଷ ଦେହରେ ହେଉଥିବା ଏକ ରୋଗ ଯାହା ଇବୋଲା ଭୂତାଣୁ ଦ୍ୱାରା ହୁଏ । ଭୂତାଣୁ ସଂସ୍ପର୍ଶରେ ଆସିବାର ୨ ଦିନଠାରୁ ୩ ସପ୍ତାହ ମଧ୍ୟରେ ଲକ୍ଷଣ ପ୍ରକାଶ ପାଏ । ଜ୍ୱର, ତଣ୍ଟି ଘାଆ, ମାଂସ ପେଶୀ ଯନ୍ତ୍ରଣା, ଓ ମୁଣ୍ଡ ବ୍ୟଥା ଏହାର ମୂଖ୍ୟ ଲକ୍ଷଣ । ଏହା ପରେ ପରେ ଓକାଳ, ବାନ୍ତି, ଡାଇରିଆ ବା ତରଳ ଝାଡା ହୁଏ ଓ ଏହା ସହ ଯକୃତବୃକକ ଦ୍ୱୟର କାର୍ଯ୍ୟ କ୍ଷମତା କମିଯାଏ । ଏହି ସମୟରେ ଦେହ ଭିତରେ ଓ ବାହାରେ ରକ୍ତ ସ୍ରାବ ମଧ୍ୟ ଆରମ୍ଭ ହୁଏ ।.[୧]

ସଂକ୍ରମିତ ପଶୁମାନଙ୍କ (ମାଙ୍କଡ କିମ୍ବା ଫୃଟ ବ୍ୟାଟ/ fruit bat )[୧] ରକ୍ତ ବା ଦେହର ତରଳ ପଦାର୍ଥର ସଂସ୍ପର୍ଶରେ ଆସିଲେ ଏହି ଜୀବାଣୁ ସୁସ୍ଥ ଲୋକ ଦେହକୁ ଯାଏ । ବାୟୁ ମାଧ୍ୟମକୁ କିନ୍ତୁ ଏହାର ବିସ୍ତାରର ପ୍ରମାଣ ମିଳି ନାହିଁ ।.[୨] । ଫୃଟ ବ୍ୟାଟଦ୍ୱାରା (fruit bat) ଏହି ଜୀବାଣୁ ବ୍ୟାପିଲେ ମଧ୍ୟ ତାହାକୁ ରୋଗ ହୁଏ ନାହିଁ । ସଂକ୍ରମିତ ମଣିଷଠାରୁ ଅନ୍ୟ ମଣିଷ ସଂକ୍ରମିତ ହୁଏ । ବୀର୍ଯ୍ୟ ମାଧ୍ୟମରେ ପୁରୁଷ ଦୁଇ ମାସ ପର୍ଯ୍ୟନ୍ତ ଏହି ରୋଗ ସଂକ୍ରମିତ କରି ପାରିବ । ଏହି ରୋଗ ନିର୍ଣ୍ଣୟ ନିମନ୍ତେ ପ୍ରଥମେ ମ୍ୟାଲେରିଆ, କଲେରା ଓ ଅନ୍ୟାନ୍ୟ ଭୂତାଣୁ ରକ୍ତସ୍ରାବୀ ରୋଗ ନ ଥିବା ସ୍ଥିର କରିବାକୁ ହୁଏ । ରୋଗ ନିର୍ଣ୍ଣୟ ନିମନ୍ତେ ଭୂତାଣୁ ଆଣ୍ଟିବଡି, ଭୂତାଣୁ ଆର.ଏନ.ଏ. ଓ ଭୂତାଣୁ ଉପସ୍ଥିତି ନିମନ୍ତେ ରକ୍ତ ପରୀକ୍ଷା କରି ସିଦ୍ଧାନ୍ତରେ ଉପନିତ ହେବାକୁ ପଡେ । [୧]

ସଂକ୍ରମିତ ମାଙ୍କଡ ଓ ଘୁଷୁରିଠାରୁ ରୋଗ ବିସ୍ତାର ରୋକି ପାରିଲେ ଏହି ରୋଗକୁ ପ୍ରତିରୋଧ କରିହେବ । ରୋଗାକ୍ରାନ୍ତ ପଶୁଙ୍କୁ ମାରି ଶବକୁ ଉପଯୁକ୍ତ ଭାବରେ ନଷ୍ଟ କଲେ ଏହା ସମ୍ଭବ ହେବ । ଭଲ ଭାବରେ ମାଂସ ରାନ୍ଧିଲେ ଓ ମାଂସ ଧରିବା ବେଳେ ନିଜ ହାତରେ ଦସ୍ତାନା ପିନ୍ଧିଲେ, ରକ୍ଷାକାରୀ ପୋଷାକ ପିନ୍ଧିଲେ ଓ ରୋଗାକ୍ରାନ୍ତ ଲୋକ ଭଲ ଭାବରେ ହାତ ଧୋଇଲେ ରୋଗ ସଂକ୍ରମଣରୁ ରକ୍ଷା ମିଳେ । ଦେହ ନିର୍ଗତ ପଦାର୍ଥ ଓ ତନ୍ତୁ ସମୂହ ଅତି ଯତ୍ନ ସହକାରେ ଧରିବାକୁ ହୁଏ । .[୧]

ଏହି ରୋଗ ନିମନ୍ତେ କୌଣସି ନିର୍ଦ୍ଦିଷ୍ଟ ଔଷଧ ନାହିଁ; କେବଳ ପାଟିରେ ସ୍ୱଳ୍ପ ମିଠା ମିଶ୍ରିତ ଲୁଣିଆ ଜଳ ଦେଇ ନିର୍ଜଳନ (dehydration) ଚିକିତ୍ସା କରାଯାଏ । ଏହା ସହ ଶିରା ମାଧ୍ୟମରେ ତରଳ ପଦାର୍ଥ ପ୍ରବେଶ କରେଇ ଦିଆଯାଏ । [୧] ଏହି ରୋଗର ମୃତ୍ୟୁ ହାର ବହୁତ ଅଧିକ, ୫୦ %ରୁ ୯୦ % ଲୋକ ଭୂତାଣୁ ସଂକ୍ରମଣରେ ମରିଯାଆନ୍ତି । [୧][୩] ଏହି ରୋଗ ପ୍ରଥମେ ସୁଦାନ/ Sudanକଙ୍ଗୋରେ/ Democratic Republic of the Congo ଆବିଷ୍କୃତ ହୋଇଥିଲା । ସବ-ସାହାରାର ଗ୍ରୀଷ୍ମ ମଣ୍ଡଳୀୟ ଅଞ୍ଚଳରେ ଏହି ରୋଗ ବ୍ୟାପେ । ୧୯୭୬ ମସିହାର ପ୍ରଥମ ଆବିଷ୍କାର ପରଠାରୁ ୨୦୧୩ ପର୍ଯ୍ୟନ୍ତ ୧୭୧୬ ଲୋକ ସଂକ୍ରମିତ ହେବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ଦେଇଛି । [୧][୪] ଅଧୁନା ୨୦୧୪ ମସିହାରେ ଏହି ରୋଗର ସବୁଠାରୁ ବଡ଼ ‘ପଶ୍ଚିମ ଆଫ୍ରିକା ଇବୋଲା ମଡକ’ ପ୍ରସାର ଲାଭ କରି ଗିନି/ Guinea, ସିଏରା ଲିଓନ/Sierra Leone, ଳିବେରିଆ/ Liberia ଓ ନାଇଜେରିଆକୁ/Nigeria ବ୍ୟାପିଛି । [୫][୬] ୨୦୧୪ ମସିହା ସୁଦ୍ଧା ୧୬୦୦ ଲୋକଙ୍କର ଏହି ରୋଗ ଥିବା ଚିହ୍ନଟ ହୋଇଛି । [୭] ଏହାର ଟୀକା ଉଦ୍ଭାବନ ନିମନ୍ତେ ଚେଷ୍ଟା ଚାଲିଛି କିନ୍ତୁ ବର୍ତ୍ତମାନ ଏହା ସମ୍ଭବ ହୋଇନାହିଁ । [୧]

References[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Ebola virus disease Fact sheet N°103". World Health Organization. March 2014. Retrieved 12 April 2014.
  2. "2014 Ebola Virus Disease (EVD) outbreak in West Africa". WHO. Apr 21 2014. Retrieved 3 August 2014. {{cite web}}: Check date values in: |date= (help)
  3. C.M. Fauquet (2005). Virus taxonomy classification and nomenclature of viruses; 8th report of the International Committee on Taxonomy of Viruses. Oxford: Elsevier/Academic Press. p. 648. ISBN 9780080575483.
  4. "Ebola Viral Disease Outbreak — West Africa, 2014". CDC. June 27, 2014. Retrieved 26 June 2014.
  5. "CDC urges all US residents to avoid nonessential travel to Liberia, Guinea, and Sierra Leone because of an unprecedented outbreak of Ebola". CDC. July 31, 2014. Retrieved 2 August 2014.
  6. "Outbreak of Ebola in Guinea, Liberia, and Sierra Leone". CDC. August 4, 2014. Retrieved 5 August 2014.
  7. "Ebola virus disease update - West Africa". WHO. Aug 4, 2014. Retrieved 6 August 2014.
Bibliography

External links[ସମ୍ପାଦନା]