ଆସ୍ପର୍ଗର୍ ସିଣ୍ଡ୍ରୋମ୍

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଆସ୍ପର୍ଗର୍ ସିଣ୍ଡ୍ରୋମ୍
ଇଂରାଜୀ ପ୍ରତିଶବ୍ଦ - Asperger's syndrome, Asperger disorder (AD), Asperger's
Young red-haired boy facing away from camera, stacking a seventh can atop a column of six food cans on the kitchen floor. An open pantry contains many more cans.
ଆସ୍ପର୍ଗର୍ ସିଣ୍ଡ୍ରୋମ୍ ରୋଗୀ ସୀମିତ ରୁଚି ଦେଖାଏ ଯେପରି ଏହି ବାଳକ ଦେଖାଉଛି ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟି Psychiatry
ଆଇସିଡ଼ି-୧୦ F84.5
ଆଇସିଡ଼ି-୯-ସିଏମ୍ 299.80
ଓଏମ୍‌ଆଇଏମ୍ 608638
ରୋଗ ଡାଟାବେସ 31268
ମେଡ଼ିସିନ-ପ୍ଲସ 001549
ଇ-ମେଡ଼ିସିନ ped/147
Patient UK ଆସ୍ପର୍ଗର୍ ସିଣ୍ଡ୍ରୋମ୍
MeSH F03.550.325.100

ଆସ୍ପର୍ଗର୍ ସିଣ୍ଡ୍ରୋମ୍ (ଇଂରାଜୀ ଭାଷାରେ Asperger syndrome (AS), ବା Asperger's ବା ଏଏସ୍), ଏକ ବିକାଶାତ୍ମକ ବେମାରୀ (developmental disorder) ଯେଉଁଥିରେ ସାମାଜିକ ଓ ଅଣମୌଖିକ ଯୋଗାଯୋଗରେ (nonverbal communication) ତୃଟି ଥାଏ; ସୀମିତ ପୁନଃପୌନିକ ବ୍ୟବ‌ହାର ଓ ରୁଚିର ପ୍ୟାଟର୍ଣ୍ଣ ଦେଖାଯାଏ ।[୧] ଏହା ଏକ ଅଟିଜ୍ମ ସ୍ପେକ୍ଟ୍ରମ୍ ବେମାରୀ (autism spectrum disorder ବା ASD) ଯେଉଁଥିରେ ସାଧାରଣ ଭାଷା ବିକାଶବୁଦ୍ଧିମତ୍ତା ଥାଏ । [୨] ଏଥିରେ ଅସ୍ୱାଭାବିକ ଭାଷା ବ୍ୟବ‌ହାର ଓ ବେଢଙ୍ଗ ଶାରୀରିକ କ୍ରିୟାକଳାପ ଦେଖାଯାଏ ।[୩][୪] ଦୁଇ ବର୍ଷ ବୟସ ହେବା ପୂର୍ବରୁ ଏହି ରୋଗ ବାହାରି ଆଜୀବନ ରହେ । [୧]

ଆସ୍ପର୍ଗର୍ ସିଣ୍ଡ୍ରୋମ୍‌ର ସଠିକ୍ କାରଣ ଜଣାଯାଇନାହିଁ ।[୧] ଜେନେଟିକ କାରଣ ଥିବା ସନ୍ଦେହ ଥିଲେ ମଧ୍ୟ ପ୍ରମାଣିତ ହୋଇନାହିଁ ।[୩][୫] ପରିବେଶର ଭୂମିକା ମଧ୍ୟ ଥାଇପାରେ ।[୧] ମସ୍ତିଷ୍ଲ ଇମେଜିଙ୍ଗ ଏକ ଅନ୍ତର୍ନିହିତ କାରଣରୂପେ ଚିହ୍ନଟ ହୋଇନାହିଁ ।[୩] ଏହି ରୋଗକୁ ଏକ ରୋଗ ରୂପେ ବିବେଚନା ନ କରି ଅଟିଜ୍ମ ସ୍ପେକ୍ଟ୍ରମ ବେମାରୀ ଦଳରେ ଅନ୍ତର୍ଭୁକ୍ତ କରାଯାଇଛି । [୧][୬] ସନ ୨୦୧୫ର ଆନ୍ତର୍ଜାତୀୟ ରୋଗ ବର୍ଗୀକରଣ ସଂସ୍କରଣରେ (International Classification of Diseases) ଏହାର ନାମ ଅଛି ।[୨]

ଏହାର କୌଣସି ଗୋଟିଏ ଚିକିତ୍ସା ନାହିଁ ଓ ଚିକିତ୍ସାର ପ୍ରଭାବ ନିମନ୍ତେ ସୀମିତ ଡାଟା ମିଳୁଛି ।[୩] ଯୋଗାଯୋଗ ଦକ୍ଷତା, ଆସକ୍ତି ଓ ପୁନଃପୌନିକ ରୁଟିନ ଓ ଶାରୀରିକ ଅଦକ୍ଷତା ଇତ୍ୟାଦିର ଚିକିତ୍ସା କରିବାକୁ ଲକ୍ଷ ରଖାଯାଏ ।[୭] ସାମାଜିକ ଦକ୍ଷତା ପ୍ରଶିକ୍ଷଣ, ଜ୍ଞାନାତ୍ମକ ବ୍ୟବ‌ହାରିକ ଥେରାପି, ଶାରୀରିକ ଥେରାପି, ଭାଷଣ ଥେରାପି, ପିତାମାତାଙ୍କ ପ୍ରଶିକ୍ଷଣ, ଅବସାଦ ଓ ଉତ୍ତେଜନା ନିମନ୍ତେ ଔଷଧ ବିଷୟରେ ପ୍ରଶିକ୍ଷଣ ଦେବାକୁ ଚେଷ୍ଟା କରାଯାଏ ।[୭] ଅଧିକାଂଶ ପିଲା ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ଉନ୍ନତି ଲାଭ କରନ୍ତି ।[୮] କେତେକ ଗବେଷକଙ୍କ ମତରେ ଏହି ରୋଗକୁ ଏକ ରୋଗ ହିସାବରେ ବିଚାର ନ କରି ଏକ ବ୍ୟତିକ୍ରମ ଭାବରେ ଚିକିତ୍ସା କରିବା ଉଚିତ ।[୯][୧୦]

ସନ ୨୦୧୩ର ଆକଳନ ଅନୁସାରେ ପୃଥିବୀରେ ପ୍ରାୟ ୩୧ ନିୟୁତ ଆସ୍ପର୍ଗର୍ ସିଣ୍ଡ୍ରୋମ୍ ରୋଗୀ ଥିଲେ ।[୧୧] ଅଷ୍ଟ୍ରିଆର ଶିଶୁରୋଗ ବିଶେଷଜ୍ଞ ହାନ୍ସ ଆସ୍ପର୍ଗର୍ ସନ ୧୯୪୪ରେ ଏହି ରୋଗୀଙ୍କର ଲକ୍ଷଣମାନଙ୍କର ସବିଶେଷ ବର୍ଣ୍ଣନା କରିଥିଲେ ।[୧୨] ଆସ୍ପର୍ଗର୍ ସିଣ୍ଡ୍ରୋମ୍‌ର ଆଧୁନିକ ଧାରଣା ସନ ୧୯୮୧ରେ ଆସିଲା ଓ କିଛି ସମୟ ପର୍ଯ୍ୟନ୍ତ ଲୋକପ୍ରିୟ ଥିଲା ।[୧୩][୧୪][୧୫] ସନ ୧୯୯୦ରେ ଏହି ରୋଗ ନିର୍ଣ୍ଣୟ ଏକ ମାନ‌କ ନିର୍ଣ୍ଣୟ ଥିଲେ ।[୧୬] ଏହି ବେମାରୀ ଉପରେ ଅନେକ ପ୍ରଶ୍ନବାଚୀ ଓ ବିବାଦ ରହିଛି ।[୮] ଏହି ରୋଗ ହାଇ-ଫଙ୍କସନିଙ୍ଗ ଅଟିଜ୍ମରୁ ଭିନ୍ନ ବିଷୟରେ ସନ୍ଦେହ ରହିଛି । [୧୭] ଏହି କାରଣମାନଙ୍କ ଯୋଗୁ ରୋଗ ପ୍ରତିଶତ ହିସାବ ସଠିକ ଭାବରେ ଆକଳନ କରିହେଉ ନାହିଁ ।[୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Autism Spectrum Disorder". National Institute of Mental Health. September 2015. Retrieved 12 March 2016. 
  2. ୨.୦ ୨.୧ "F84.5 Asperger syndrome". World Health Organization. 2015. Retrieved 13 March 2016. 
  3. ୩.୦ ୩.୧ ୩.୨ ୩.୩ ୩.୪ McPartland J, Klin A (2006). "Asperger's syndrome". Adolesc Med Clin 17 (3): 771–88. PMID 17030291. doi:10.1016/j.admecli.2006.06.010. 
  4. Baskin JH, Sperber M, Price BH (2006). "Asperger syndrome revisited". Rev Neurol Dis 3 (1): 1–7. PMID 16596080. 
  5. Klauck SM (2006). "Genetics of autism spectrum disorder" (PDF). European Journal of Human Genetics 14 (6): 714–720. PMID 16721407. doi:10.1038/sj.ejhg.5201610. 
  6. "Autism Spectrum Disorder". National Institute of Mental Health. Retrieved 12 March 2016. 
  7. ୭.୦ ୭.୧ National Institute of Neurological Disorders and Stroke (NINDS) (31 July 2007). "Asperger syndrome fact sheet". Archived from the original on 21 August 2007. Retrieved 24 August 2007.  NIH Publication No. 05-5624.
  8. ୮.୦ ୮.୧ Woodbury-Smith MR, Volkmar FR (January 2009). "Asperger syndrome". Eur Child Adolesc Psychiatry 18 (1): 2–11. PMID 18563474. doi:10.1007/s00787-008-0701-0. 
  9. Clarke J, van Amerom G (2007). "'Surplus suffering': differences between organizational understandings of Asperger's syndrome and those people who claim the 'disorder'". Disabil Soc 22 (7): 761–76. doi:10.1080/09687590701659618. 
  10. Baron-Cohen S (2002). "Is Asperger syndrome necessarily viewed as a disability?". Focus Autism Other Dev Disabl 17 (3): 186–91. doi:10.1177/10883576020170030801.  A preliminary, freely readable draft, with slightly different wording in the quoted text, is in: Baron-Cohen S (2002). "Is Asperger's syndrome necessarily a disability?" (PDF). Cambridge: Autism Research Centre. Archived (PDF) from the original on 17 December 2008. Retrieved 2 December 2008. 
  11. Global Burden of Disease Study 2013, Collaborators (5 June 2015). "Global, regional, and national incidence, prevalence, and years lived with disability for 301 acute and chronic diseases and injuries in 188 countries, 1990–2013: a systematic analysis for the Global Burden of Disease Study 2013.". Lancet (London, England). PMID 26063472. doi:10.1016/S0140-6736(15)60692-4. 
  12. Asperger H; tr. and annot. Frith U (୧୯୯୧) [୧୯୪୪]. "'Autistic psychopathy' in childhood". In Frith U. Autism and Asperger syndrome. Cambridge University Press. pp. ୩୭–୯୨. ISBN ୦-୫୨୧-୩୮୬୦୮-X. 
  13. Klin A, Pauls D, Schultz R, Volkmar F (2005). "Three diagnostic approaches to Asperger syndrome: Implications for research". J of Autism and Dev Dis 35 (2): 221–34. PMID 15909408. doi:10.1007/s10803-004-2001-y. 
  14. Wing L (୧୯୯୮). "The history of Asperger syndrome". In Schopler E, Mesibov GB, Kunce LJ. Asperger syndrome or high-functioning autism?. New York: Plenum press. pp. ୧୧–୨୫. ISBN ୦-୩୦୬-୪୫୭୪୬-୬. 
  15. Woodbury-Smith M, Klin A, Volkmar F (2005). "Asperger's Syndrome: A Comparison of Clinical Diagnoses and Those Made According to the ICD-10 and DSM-IV". J of Autism and Dev Disord. 35 (2): 235–240. PMID 15909409. doi:10.1007/s10803-004-2002-x. 
  16. Baker, Linda (୨୦୦୪). Asperger's Syndrome: Intervening in Schools, Clinics, and Communities. Routledge. p. ୪୪. ISBN ୯୭୮୧୧୩୫୬୨୪୧୪୯. 
  17. Klin A (2006). "Autism and Asperger syndrome: an overview". Rev Bras Psiquiatr 28 (suppl 1): S3–S11. PMID 16791390. doi:10.1590/S1516-44462006000500002.