ଲେଭୋଫ୍ଲୋକ୍ସାସିନ୍
| Clinical data | |
|---|---|
| Trade names | Levaquin, Tavanic, Iquix, others |
| AHFS/Drugs.com | monograph |
| MedlinePlus | a697040 |
| data |
|
| Pregnancy category |
|
| Routes of administration | By mouth, IV, eye drops |
| ATC code | |
| Legal status | |
| Legal status |
|
| Pharmacokinetic data | |
| Bioavailability | 99% |
| Protein binding | 24 to 38% |
| Metabolism | <5% desmethyl and N-oxide metabolites |
| Elimination half-life | 6 to 8 hours |
| Excretion | Urinary, mainly unchanged |
| Identifiers | |
| |
| CAS Number | |
| PubChem CID | |
| DrugBank | |
| ChemSpider | |
| UNII | |
| KEGG | |
| ChEMBL | |
| NIAID ChemDB | |
| ECHA InfoCard | 100.115.581 |
| Chemical and physical data | |
| Formula | C18H20FN3O4 |
| Molar mass | 361.368 g/mol |
| 3D model (JSmol) | |
| |
| |
| | |
ଲେଭୋଫ୍ଲୋକ୍ସାସିନ୍, ବିକ୍ରୟ ନାମ ଲେଭାକ୍ୱିନ ଓ ତାଭାନିକ, ଏକ ଆଣ୍ଟିବାୟୋଟିକ ।[୧] ଏହା ଅନେକ ଜୀବାଣୁ ସଂକ୍ରମଣରେ ଦିଆଯାଏ ଯେପରିକି ଆକ୍ୟୁଟ ବ୍ୟାକ୍ଟେରିଆଲ ସାଇନୁସାଇଟିସ, ନିମୋନିଆ, ମୂତ୍ରନଳୀ ସଂକ୍ରମଣ, କ୍ରନିକ ପ୍ରୋସ୍ଟାଟାଇଟିସ ଓ କେତେକ ଧରଣର ଗ୍ୟାସ୍ଟ୍ରୋଏଣ୍ଟେରାଇଟିସ । ଲେଭୋଫ୍ଲୋକ୍ସାସିନ୍ ସହିତ ଅନ୍ୟାନ୍ୟ ଆଣ୍ଟିବାୟୋଟିକ ମିଶେଇ ଯକ୍ଷ୍ମା, ମେନିଞ୍ଜାଇଟିସ ଓ ପେଲଭିକ ଇନଫ୍ଲାମେଟରି ଡିଜିଜ ଆଦି ରୋଗମାନଙ୍କରେ ଦିଆଯାଏ । ଏହା ପାଟିରେ ବା ଶିରାଭ୍ୟନ୍ତରରେ ଦିଆଯାଏ ।[୧]
ଲେଭୋଫ୍ଲୋକ୍ସାସିନ୍ର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଅଇ, ତରଳ ଝାଡ଼ା ଓ ଶୟନ ସମସ୍ୟା ଦେଖାଯାଏ । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ହେଲେ ପେଶୀରଜ୍ଜୁ ଛିନ୍ନ, ପେଶୀରଜ୍ଜୁ ପ୍ରଦାହ, ଅପସ୍ମାର ବାତ, ସାଇକୋସିସ ଓ ସ୍ଥାୟୀ ପ୍ରାନ୍ତୀୟ ସ୍ନାୟୁ କ୍ଷତି ହୁଏ । ଚିକିତ୍ସା ସରିବାର କିଛି ମାସ ପରେ ମଧ୍ୟ ପେଶୀରଜ୍ଜୁ କ୍ଷତି ହୋଇପାରେ । ଏହି ଔଷଧ ନେଉଥିବା ଲୋକଙ୍କୁ ଆତପଦାହ ଅତି ସହଜରେ ହୁଏ । ମ୍ୟାସ୍ଥେନିଆ ଗ୍ରାଭିସ ରୋଗୀଙ୍କର ମାଂସପେଶୀ ଦୁର୍ବଳତା ଓ ଶ୍ୱାସକ୍ରିୟା ସମସ୍ୟା ଖରାପ ଦିଗକୁ ଗତି କରେ । [୧] ଗର୍ଭାବସ୍ଥାରେ ଏକାର କମ୍ ସମସ୍ୟା ହୁଏ ଓ ସ୍ତନ୍ୟପାନ ଠିକ୍ ଭାବରେ ହୁଏ । ଲେଭୋଫ୍ଲୋକ୍ସାସିନ୍ ଏକ ବ୍ରଡ଼ସ୍ପେକ୍ଟ୍ରମ ଆଣ୍ଟିବାୟୋଟିକ ଯାହା ଫ୍ଲୋରୋକୁଇନୋଲିନ ଶ୍ରେଣୀର ଅନ୍ତର୍ଭୁକ୍ତ ।[୨] ଏହି ଔସଧଦ୍ୱାର ଜୀବାଣୁ ମୃତ୍ୟୁ ହୁଏ ।[୧] ଓଫ୍ଲୋକ୍ସାସିନ୍ର ଏହା ବାମ ପାର୍ଶ୍ୱ ଆଇସୋମର ରୂପେ ପରିଚିତ ।[୨]
ଚିକିତ୍ସାରେ ବ୍ୟବହାର କରିବା ନିମନ୍ତେ ଲେଭୋଫ୍ଲୋକ୍ସାସିନ୍ ସନ ୧୯୯୬ରେ ସ୍ୱିକୃତି ପାଇଲା । [୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୩] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ।[୧] ଏକ ସପ୍ତାହର ଚିକିତ୍ସା ନିମନ୍ତେ ଏହି ଔଷଧର ଖର୍ଚ୍ଚ ପ୍ରାୟ ୦.୪୪ରୁ ୯୫ ଆମେରିକୀୟ ଡଲାର ।[୪] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ସପ୍ତାହ ଚିକିତ୍ସା ଖର୍ଚ୍ଚ ପ୍ରାୟ ୫୦ରୁ ୧୦୦ ଡଲାର ।[୫]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Levofloxacin". The American Society of Health-System Pharmacists. Retrieved Jan 2016.
{{cite web}}: Check date values in:|accessdate=(help) - ↑ ୨.୦ ୨.୧ Yaffe, Gerald G. Briggs, Roger K. Freeman, Sumner J. (2011). Drugs in pregnancy and lactation : a reference guide to fetal and neonatal risk (9th ed.). Philadelphia: Wolters Kluwer Health/Lippincott Williams & Wilkins. p. 828. ISBN 9781608317080.
{{cite book}}: CS1 maint: multiple names: authors list (link) - ↑ "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
- ↑ "Levofloxacin". International Drug Price Indicator Guide. Retrieved January 2016.
{{cite web}}: Check date values in:|accessdate=(help)[permanent dead link] - ↑ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 102. ISBN 9781284057560.