ଧ୍ୟାନାଭାବ ଓ ଅତିସକ୍ରିୟତା ବିକାର
ଧ୍ୟାନାଭାବ ଓ ଅତିସକ୍ରିୟତା ବିକାର | |
---|---|
attention deficit disorder, hyperkinetic disorder (ICD-10) | |
![]() ରୋଗଗ୍ରସ୍ତ ପିଲା ଧ୍ୟାନ ଲଗେଇ ସ୍କୁଲ ପାଠ ସାରିବାକୁ କଷ୍ଟ ହୁଏ । | |
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | Psychiatry |
ଆଇସିଡ଼ି-୧୦ | F90. |
ଆଇସିଡ଼ି-୯-ସିଏମ୍ | 314.00, 314.01 |
ଓଏମ୍ଆଇଏମ୍ | 143465 |
ରୋଗ ଡାଟାବେସ | 6158 |
ମେଡ଼ିସିନ-ପ୍ଲସ | 001551 |
ଇ-ମେଡ଼ିସିନ | med/3103 ped/177 |
Patient UK | ଧ୍ୟାନାଭାବ ଓ ଅତିସକ୍ରିୟତା ବିକାର |
MeSH | D001289 |
ଧ୍ୟାନାଭାବ ଓ ଅତିସକ୍ରିୟତା ବିକାର (ଇଂରାଜୀ ଭାଷାରେ ଏଡିଏଚଡି ବା ADHD) ମାନସିକ ବେମାରୀ ଯେଉଁଥିରେ ସ୍ନାୟୁ ବିକାଶରେ (neurodevelopmental) ତୃଟି ଥାଏ ।[୧][୨] ଏହି ରୋଗରେ ଧ୍ୟାନ ସମସ୍ୟା ହୁଏ, ଅତି ସକ୍ରିୟତା ଦେଖାଯାଏ ଓ ଯେପରି ବୟସାନୁଯାୟୀ ବ୍ୟବହାର ନିୟନ୍ତ୍ରଣ ହେବା କଥା ତାହା ହୋଇପାରେ ନାହିଁ ।[୩] ଏହି ଲକ୍ଷଣ ଗୁଡ଼ିକ ୬ରୁ ୧୨ ବର୍ଷ ବୟସରେ ବାହାରେ, ୬ ମାସରୁ ଅଧିକ କାଳ ପର୍ଯ୍ୟନ୍ତ ଥାଏ ସ୍କୁଲ, ଘର ବା ଆମୋଦ ପ୍ରମୋଦ ମଧ୍ୟରୁ ଯେ କୌଣସି ଦୁଇଟରେ ସମସ୍ୟା ଦେଖାଯାଏ ।[୪][୫] ଧ୍ୟାନ ଅଭାବରୁ ସ୍କୁଲରେ ଭଲ ପ୍ରଦର୍ଶନ ହୋଇପାରେ ନାହିଁ ।[୩] ଆଧୁନିକ ସୋସାଇଟିରେ ଅସୁବିଧା ହେଲେ ମଧ୍ୟ ରୋଚକ ବିଷୟରେ ଭଲ ଧ୍ୟାନ ରହେ । [୬]
ପିଲା ଓ କିଶୋରମାନଙ୍କର ଏହି ରୋଗ ଉପରେ ଅନେକ ଅନୁଧ୍ୟନ ହେଲେ ମଧ୍ୟ ଅଧିକାଂଶ କେଶ୍ରେ ଏହାର କାରଣ ଅଜଣା ହୋଇ ରହିଛି ।[୭] ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ହିସାବ ଅନୁସାରେ ଏହା ସନ ୨୦୧୩ରେ ୩୯ ନିୟୁତ ଲୋକଙ୍କୁ ଆକ୍ରମଣ କରିଥିଲା ।[୮] ଡିଏସ୍ଏମ୍- ଆଇଭି (DSM-IV) ମାନଦଣ୍ଡ ଅନୁସାରେ ଏହା ପ୍ରାୟ ୫–୭% ପିଲାଙ୍କୁ ଆକ୍ରମଣ କରେ ।[୯][୧୦] ଓ ଆଇସିଡି-୧୦ (ICD-10) ମାନଦଣ୍ଡ ଅନୁସାରେ ପ୍ରାୟ ୧ରୁ ୨% ପିଲାଙ୍କୁ ଆକ୍ରମଣ କରେ ।[୧୧] ଏହି ରୋଗ ହାର ସବୁ ଦେଶରେ ପ୍ରାୟ ସମାନ ଥାଏ, ନିର୍ଭର କରେ କେବଳ ନିର୍ଣ୍ଣୟ ପଦ୍ଧତି ଉପରେ ।[୧୨] ଏହି ରୋଗ ଝିଅଙ୍କ ଅପେକ୍ଷା ପୁଅମାନଙ୍କଠାରେ ୩ଗୁଣ ଅଧିକ ହୁଏ ।[୧୩][୧୪] ପିଲାବେଳେ ଏହି ରୋଗ ନିର୍ଣ୍ଣୟ ହୋଇଥିବା ୩୦ରୁ ୫୦% ପିଲାଙ୍କର ଏହା ବୟଃପ୍ରାପ୍ତ ହେବା ପର୍ଯ୍ୟନ୍ତ ରହେ ଓ ପ୍ରାୟ ବଡ଼ ହେବା ପରେ ୨ରୁ ୫% ଏଭଳି ଲୋକଙ୍କର ରୋଗ ଥାଏ ।[୧୫][୧୬][୧୭] ଏହି ସଦୃଶ ଅନ୍ୟାନ୍ୟ ରୋଗ ବା ସାଧାରଣ ସକ୍ରିୟତାର ଉପର ସ୍ତରରେ ଥିବା ପିଲାଙ୍କଠାରୁ ଏହାକୁ ଅଲଗା ଭାବେ ନିର୍ଣ୍ଣୟ କରିବା ଅତି କଷ୍ଟସାଧ୍ୟ ।[୫]
ଦେଶ ଅନୁସାରେ ଏଡିଏଚଡି ଚିକିତ୍ସାରେ ପରିବର୍ତ୍ତନ ହୁଏ ଓ ସାଧାରଣତଃ ସାଇକୋଥେରାପି, ଜୀବନ ଚର୍ଯ୍ୟାର ପରିବର୍ତ୍ତନ ଓ ଔଷଧମାନଙ୍କ ସାହାଯ୍ୟରେ ଚିକିତ୍ସା କରାଯାଏ ।[୩] ବ୍ରିଟିଶ୍ ମାର୍ଗଦର୍ଶନ ଅନୁସାରେ ସାଂଘାତିକ ରୋଗ ଥିଲେ ବା ମଧ୍ୟମ ଧରଣର ରୋଗ ଥିଲେ ମଧ୍ୟ ଉପଦେଶ ଅନୁସାରେ କିଛି ଉନ୍ନତି ପରିଲକ୍ଷିତ ନ ହେଉଥିଲେ ପ୍ରଥମ ଧାଡ଼ି ଚିକିତ୍ସା ଅନୁସାରେ ପ୍ରଥମେ ଔଷଧ ଦିଆଯାଏ ।[୧୮] କାନାଡ଼ା ଓ ଆମେରିକା ମାର୍ଗଦର୍ଶନ ଅନୁସାରେ ସ୍କୁଲ ପୂର୍ବ ବୟସର ପିଲାଙ୍କୁ ଛାଡ଼ି ଅନ୍ୟ ସମସ୍ତଙ୍କୁ ଔଷଧ ଓ ବ୍ୟବହାରିକ ଥେରାପି ଦିଆଯାଏ ।[୧୯][୨୦] ଏହି ଦୁଇ ମାର୍ଗଦର୍ଶନ ଅନୁସାରେ ସ୍କୁଲ ପୂର୍ବ ପିଲାଙ୍କୁ ଉତ୍ତେଜକ ଥେରାପି ଦେବାକୁ ସୁପାରିସ କରାଯାଏ ନାହିଁ ।[୧୮][୨୦] ୧୪ ମାସ ପର୍ଯ୍ୟନ୍ତ ଉତ୍ତେଜକ ଚିକିତ୍ସା ପ୍ରଭାବଶାଳୀ ହୁଏ କିନ୍ତୁ ଦୀର୍ଘକାଳୀନ ଚିକିତ୍ସାର ଫଳ ଜଣାଯାଇ ନାହିଁ ।[୧୮][୨୧][୨୨][୨୩] କିଶୋର ଓ ଯୁବାବସ୍ଥା ଲୋକ ଅବସ୍ଥାର ମୁକାବିଲା ଶକ୍ତି ଆସିଯାଇଥିବାରୁ କେତେକ ଅଭାବ ପୂରଣ ହୋଇଯାଏ । [୨୪]
ଊନବିଂଶ ଶତାବ୍ଦୀଠାରୁ ଏହି ରୋଗର ଲକ୍ଷଣ ସବୁ ଡାକ୍ତରୀ ଶାସ୍ତ୍ରରେ ଲିପିବଦ୍ଧ ହୋଇଆସିଛି ।[୨୫] ଏହି ରୋଗର ଚିକିତ୍ସା ଓ ନିର୍ଣ୍ଣୟ ସନ ୧୯୭୦ରୁ ବିବାଦ ଘେରରେ ଅଛି ।[୨୬] ଏହି ଘରରେ ଚିକିତ୍ସକ, ଶିକ୍ଷକ, ନୀତି ନିର୍ଦ୍ଧାରକ, ପିତାମାତା ଓ ମିଡିଆ ଅଛନ୍ତି । ଏହାର ବିବାଦ ଘେରରେ ଉତ୍ତେଜକ ଔଷଧ ଓ କାରଣ ଅଛି ।[୨୭] ଅଧିକାଂଶ ଚିକିତ୍ସକ ଏହି ରୋଗକୁ ଏକ ବାସ୍ତବିକ ବେମାରୀ ଭାବରେ ବିବେଚନା କରନ୍ତି କିନ୍ତୁ ବୈଜ୍ଞାନିକମାନେ ଏହାର ରୋଗ ନିର୍ଣ୍ଣୟ ଓ ଚିକିତ୍ସା ପଦ୍ଧତି ଉପରେ ବିବାଦ ସୃଷ୍ଟି କରନ୍ତି ।[୨୮][୨୯][୩୦] ସନ ୧୯୮୦ରୁ ୧୯୮୭ ପର୍ଯ୍ୟନ୍ତ ଏହି ରୋଗକୁ ଅତିସକ୍ରିୟତା ବିକାର ନାମ ଦିଆଯାଇଥିଲା କିନ୍ତୁ ଏହା ପୂର୍ବରୁ ଏହାର ନାମ ହାଇପର କାଇନେଟିକ ରିଆକସନ ଅଫ ଚାଇଲ୍ଡହୁଡ୍ ଥିଲା । [୩୧][୩୨]
ଆଧାର[ସମ୍ପାଦନା]
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Caroline, SC, ed. (2010). Encyclopedia of Cross-Cultural School Psychology. Springer Science & Business Media. p. 133. ISBN 9780387717982.
- ↑ ୩.୦ ୩.୧ ୩.୨ "Attention Deficit Hyperactivity Disorder". National Institute of Mental Health. Retrieved 5 March 2016.
- ↑ "Symptoms and Diagnosis". Attention-Deficit / Hyperactivity Disorder (ADHD). Division of Human Development, National Center on Birth Defects and Developmental Disabilities, Centers for Disease Control and Prevention. 29 September 2014. Retrieved 3 November 2014.
- ↑ ୫.୦ ୫.୧ Dulcan, MK; Lake, MB (2011). Concise Guide to Child and Adolescent Psychiatry (4th illustrated ed.). American Psychiatric Publishing. p. 34. ISBN 9781585624164.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ "Attention Deficit Hyperactivity Disorder (Easy-to-Read)". National Institute of Mental Health. 2013. Retrieved 5 March 2016.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ American Psychiatric Association (2013). Diagnostic and Statistical Manual of Mental Disorders (5th ed.). Arlington: American Psychiatric Publishing. pp. 59–65. ISBN 0890425558.
- ↑ Cowen, P; Harrison, P; Burns, T (2012). Shorter Oxford Textbook of Psychiatry (6th ed.). Oxford University Press. p. 546. ISBN 9780199605613.
- ↑ Faraone, SV (2011). "Ch. 25: Epidemiology of Attention Deficit Hyperactivity Disorder". In Tsuang, MT; Tohen, M; Jones, P (eds.). Textbook of Psychiatric Epidemiology (3rd ed.). John Wiley & Sons. p. 450. ISBN 9780470977408.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ ୧୮.୦ ୧୮.୧ ୧୮.୨ National Collaborating Centre for Mental Health (2009). Attention Deficit Hyperactivity Disorder: Diagnosis and Management of ADHD in Children, Young People and Adults. British Psychological Society. pp. 19–27, 38, 130, 133, 317. ISBN 9781854334718.
- ↑ "Canadian ADHD Practice Guidelines" (PDF). Canadian ADHD Alliance. Retrieved 4 February 2011.
- ↑ ୨୦.୦ ୨୦.୧ "Attention-Deficit / Hyperactivity Disorder (ADHD): Recommendations". Centers for Disease Control and Prevention. 24 June 2015. Retrieved 13 July 2015.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Parrillo VN (2008). Encyclopedia of Social Problems. SAGE. p. 63. ISBN 9781412941655. Retrieved 2 May 2009.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Silver LB (2004). Attention-deficit/hyperactivity disorder (3rd ed.). American Psychiatric Publishing. pp. 4–7. ISBN 9781585621316.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Weiss, Lawrence G. (2005). WISC-IV clinical use and interpretation scientist-practitioner perspectives (1st ed.). Amsterdam: Elsevier Academic Press. p. 237. ISBN 9780125649315.
- ↑ "ADHD: The Diagnostic Criteria". PBS. Frontline. Retrieved 5 March 2016.