ସେଲ୍ୟୁଲାଇଟିସ୍

ଉଇକିପିଡ଼ିଆ ରୁ
Jump to navigation Jump to search
ସେଲ୍ୟୁଲାଇଟିସ୍
Cellulitis3.jpg
ସେଲ୍ୟୁଲାଇଟିସ୍ ରୋଗ‌ଗ୍ରସ୍ତ ଚର୍ମ
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିdermatology[*]
ଆଇସିଡ଼ି-୧୦L03.
ଆଇସିଡ଼ି-୯-ସିଏମ୍682.9
ରୋଗ ଡାଟାବେସ29806
ମେଡ଼ିସିନ-ପ୍ଲସ000855
ଇ-ମେଡ଼ିସିନmed/310 emerg/88 derm/464
MeSHD002481

ସେଲ୍ୟୁଲାଇଟିସ୍ ଏକ ଚର୍ମ ରୋଗର ସଂକ୍ରମଣକୁ କୁହାଯାଏ । ଏହି ରୋଗ ନିର୍ଦ୍ଦିଷ୍ଟ ଭାବରେ ଅନ୍ତଃଚର୍ମ ଓ ଚର୍ମ ତଳେ ଥିବା ଚର୍ବିରେ ହୁଏ । ଏହି ରୋଗ ହେଲେ ରୋଗ ହୋଇଥିବା ସ୍ଥାନ ଲାଲ ଦେଖାଯାଏ ଓ ଦୁଇ ଦିନ ମଧ୍ୟରେ ଏହି ଲାଲ ସ୍ଥାନର ଆୟତନ ବଢ଼ିଯାଏ । ଲାଲ ସ୍ଥାନ ଫୁଲିଥାଇ ପାରେ ଓ ଏହାର ସୀମା ତୀକ୍ଷ୍ମ ନ ଥାଏ । ଲାଲ ଦେଖାଯାଉଥିବା ସ୍ଥାନ ଚିପି ଦେଲେ ଶେତା ହୁଏ କିନ୍ତୁ ସର୍ବଦା ନୁହେଁ । ସଂକ୍ରମିତ ସ୍ଥାନରେ ସାଧାରଣତଃ ଯନ୍ତ୍ରଣା ହୁଏ ।[୧] ଲସିକା ନଳୀ ମଧ୍ୟ ସଂକ୍ରମିତ ହୋଇପାରେ,[୧][୨] ରୋଗୀକୁ ଜ୍ୱର ହୁଏ ଓ ଥକ୍କା ଲାଗେ । [୩]

ଗୋଡ଼ ଓ ମୁଖମଣ୍ଡଳରେ ଏହି ରୋଗ ଅଧିକ ହୁଏ, ଯଦିଓ ଯେ କୌଣସି ସ୍ଥାନରେ ଏହା ହୋଇପାରେ । ଚର୍ମରେ କ୍ଷତ ହେଲେ ସେହି ସ୍ଥାନରେ ଏହି ରୋଗ ହୁଏ । ଅନ୍ୟ ସଙ୍କଟଦୟୀ ଅବସ୍ଥାମାନଙ୍କ ନାମ ମୋଟାପଣ, ଗୋଡ଼ ଫୁଲା ଓ ବୃଦ୍ଧାବସ୍ଥା । ସ୍ଟ୍ରେପ୍ଟୋକୋକସ୍]] ଓ ସ୍ଟାଫିଲୋକୋକସ୍ ଅରିଅସ୍ ଜୀବାଣୁ ଏହି ରୋଗ କରାଏ । ଚର୍ମରେ ଅନ୍ୟ ଏକ ସଂକ୍ରମଣ ହୁଏ ଯାହାର ନାମ ଏରିସେପାଲସ୍ କିନ୍ତୁ ଏହି ରୋଗ ବାହ୍ୟଚର୍ମରେ ହୁଏ, ଲାଲିମାର ସୀମା ତୀକ୍ଷ୍ଣ ଥାଏ ଓ ଜ୍ୱର ହୁଏ ।[୧] ଭିତରେ ଥିବା ସାଂଘାତିକ ହାଡ଼ ରୋଗ ବା ଓଷ୍ଟିଓମାୟେଲାଇଟିସନେକ୍ରୋଟାଇଜିଙ୍ଗ ଫାସାଇଟିସ ଆଦି ରୋଗଠାରୁ ଏହାକୁ ପୃଥକ କରିବାକୁ ହୁଏ । [୨]

ଚିହ୍ନ ଓ ଲକ୍ଷଣ ଦେଖି ଏହି ରୋଗ ନି୍ଣ୍ଣୟ କରାଯାଏ, ଜୀବକୋଷ କଲ୍‌ଚର୍ (cell culture) କ୍ୱଚିତ ସମ୍ଭବ ହୁଏ । [୧] ପାଟିରେ ଖାଇବାକୁ ଦିଆଯାଉଥିବା ଆଣ୍ଟିବାୟୋଟିକମାନଙ୍କର ନାମ ସେଫାଲେକ୍‌ସିନ, ଆମୋକ୍ସିସିଲିନ ବା କ୍ଲୋକ୍ସାସିଲିନ[୧][୪] ପେନିସିଲିନ ଆଲର୍ଜି ଥିଲେ ଏରିଥ୍ରୋମାଇସିନ ବା କ୍ଲିଣ୍ଡାମାଇସିନ ଦିଆଯାଏ । [୪] ମେଥିସିଲିନ ରେଜିସ୍ଟାଣ୍ଟ ସ୍ଟାଫିଲୋକୋକା ଅରିଅସ (ଏମ୍‌ଆର୍‌ସିଏ) ଜୀବାଣୁ ଥିଲେ ଅନ୍ୟ ଔଷଧ ସ‌ହ ଡକ୍ସିସିଲିନ ବା ଟ୍ରାଇମେଥିପ୍ରିମ/ସଲ୍‌ଫାମେଥୋକ୍ସାଜୋଲ ଦିଆଯାଇପାରେ । [୧] ପୂଜ ହୋଇଯାଇଥିଲେ ବା ଏମ୍‌ଆର୍‌ସିଏ ସଂକ୍ରମଣ ଥିଲେ ଚିନ୍ତାର ବିଷୟ ହୁଏ । [୧][୩] ଆଣ୍ଟିବାୟୋଟିକ ଖାଉଥିଲେ ସ୍ଟିରଏଡ ଦେଇ ରୋଗ ଶୀଘ୍ର ଭଲ କରିହୁଏ । [୧] ଯନ୍ତ୍ରଣା ଉପସମକାରୀ ଔଷଧ ଦେଲେ ଆରାମ ଲାଗେ । [୪]

ସାତରୁ ଦଶ ଦିନର ଚିକିତ୍ସାରେ ୯୫% ରୋଗୀ ସୁସ୍ଥ ଅନୁଭବ କରନ୍ତି । [୩] ସମ୍ଭାବ୍ୟ କମ୍ପ୍ଲିକେସନ ମଧ୍ୟରେ ଆବସେସ୍ ସୃଷ୍ଟି ଅନ୍ୟତମ । ପ୍ରତି ବର୍ଷ ହଜାରେ ଲୋକରେ ଦୁଇ ଜଣଙ୍କର ଚର୍ମ ସଂକ୍ରମଣ ହୁଏ । [୧] ସୁଲ୍ୟୁଲାଇଟିସ ରୋଗରେ ୨୦୧୦ ମସିହାରେ ପୃଥିବୀରେ ୨୭୦୦୦ ମୃତ୍ୟୁ ହୋଇଥିଲା । [୫] ଇଂଲଣ୍ଡରେ ଆଡମିସନ ହେଉଥିବା ରୋଗୀଙ୍କମଧ୍ୟରୁ ୧.୬% ଏହି ରୋଗରେ ପିଡ଼ିତ ଥାଆନ୍ତି । [୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ Vary, JC; O'Connor, KM (May 2014). "Common Dermatologic Conditions". The Medical clinics of North America. 98 (3): 445–485. doi:10.1016/j.mcna.2014.01.005. PMID 24758956.
  2. ୨.୦ ୨.୧ Tintinalli, Judith E. (2010). Emergency Medicine: A Comprehensive Study Guide (Emergency Medicine (Tintinalli)) (7 ed.). New York: McGraw-Hill Companies. p. 1016. ISBN 0-07-148480-9.
  3. ୩.୦ ୩.୧ ୩.୨ Mistry, RD (Oct 2013). "Skin and soft tissue infections". Pediatric clinics of North America. 60 (5): 1063–82. doi:10.1016/j.pcl.2013.06.011. PMID 24093896.
  4. ୪.୦ ୪.୧ ୪.୨ ୪.୩ Phoenix, G; Das, S; Joshi, M (Aug 7, 2012). "Diagnosis and management of cellulitis". BMJ (Clinical research ed.). 345: e4955. doi:10.1136/bmj.e4955. PMID 22872711.
  5. Lozano, R (Dec 15, 2012). "Global and regional mortality from 235 causes of death for 20 age groups in 1990 and 2010: a systematic analysis for the Global Burden of Disease Study 2010". Lancet. 380 (9859): 2095–128. doi:10.1016/S0140-6736(12)61728-0. PMID 23245604.