ଅଥାନ ଗର୍ଭ

ଉଇକିପିଡ଼ିଆ ରୁ
Jump to navigation Jump to search
ଅଥାନ ଗର୍ଭ
Ectopic pregnancy on laparoscopy.png
ଲାପାରୋସ୍କୋପିରେ ଦେଖାଯାଉଛି, (ନୀଳ ତୀର ଚିହ୍ନିତ) ଜରାୟୁ, ବାମ ପାଖ ଫାଲୋପିଆନ ଟ୍ୟୁବରେ ଅଥାନ ଗର୍ଭ ଓ ରକ୍ତସ୍ରାବ (ଲାଲ ତୀର ଚିହ୍ନିତ ଅଂଶ ) ଦେଖାଉଛି । ଡାହାଣ ଟ୍ୟୁବ ସଠିକ ଅଛି ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିObstetrics and gynecology
ଆଇସିଡ଼ି-୧୦O00.
ଆଇସିଡ଼ି-୯-ସିଏମ୍633
ରୋଗ ଡାଟାବେସ4089
ମେଡ଼ିସିନ-ପ୍ଲସ000895
ଇ-ମେଡ଼ିସିନmed/3212 emerg/478 radio/231
Patient UKଅଥାନ ଗର୍ଭ
MeSHD011271

ଅଥାନ ଗର୍ଭ ବା ଏକ୍ଟୋପିକ ପ୍ରେଗନାନସି (ଇଂରାଜୀରେ Ectopic pregnancy, also known as eccyesis or tubal pregnancy) ଏକ ପ୍ରକାର ଗର୍ଭାଧାନ ଜଟୀଳତା ଯେଉଁଥିରେ ଭୃଣ ଜରାୟୁ ବାହାରେ ସଂଯୁକ୍ତ ହୁଏ ।[୧] ଏହି ରୋଗର ଲକ୍ଷଣ: ଉଦର ଯନ୍ତ୍ରଣାଯୋନୀପଥ ରକ୍ତସ୍ରାବ । ୫୦ %ରୁ କମ ମହିଳାଙ୍କଠାରେ ଉଭୟ ଲକ୍ଷଣ ଦେଖାଯାଏ । ଯନ୍ତ୍ରଣା ତୀବ୍ର, ମାନ୍ଦା ବା କ୍ରାମ୍ପ ଭଳି ହୋଇପାରେ । ପେଟ ଭିତରେ ରକ୍ତସ୍ରାବ ହେଲେ କାନ୍ଧ ଯନ୍ତ୍ରଣା ମଧ୍ୟ ହୋଇପାରେ ।[୨] ଅତ୍ୟଧିକ ରକ୍ତସ୍ରାବ ହେଲେ ଦୃତ ହୃଦଗତି, ଚେତାଶୂନ୍ୟ ବା ସକ୍ ହୁଏ ।[୨][୧] କ୍ୱଚିତ ଏହି ଫିଟସ ବଞ୍ଚିରହେ ।[୩]

ଏହି ରୋଗ ନିମନ୍ତେ ସଙ୍କଟଦାୟକ ଅବସ୍ଥାମାନଙ୍କର ନାମ: ପେଲଭିକ ପ୍ରଦାହ ରୋଗ ଅଧିକାଂଶ ସମୟରେ କ୍ଲାମିଡିଆ ସଂକ୍ରମଣ ଯୋଗୁ, ଧୂମ୍ରପାନ। ସ‌ହାୟତାପୂର୍ଣ୍ଣ ପ୍ରଜନ‌ନ ଟେକନୋଲୋଜି]] । ଅଥାନ ଗର୍ଭ ଇତିହାସ ଥିଲେ ସଙ୍କଟ ଅଧିକ ରହେ । ଅଧିକାଂଶ (୯୦ %) କ୍ଷେତ୍ରରେ ଫାଲୋପିଆନ ଟ୍ୟୁବରେ ହୁଏ ଯାହାକୁ ଟ୍ୟୁବାଲ ପ୍ରେଗନାନସି ବା ଟ୍ୟୁବାଲ ଗର୍ଭ କୁହାଯାଏ ।[୪] ଏହି ଭୃଣ ସଂଯୋଗ ଜରାୟୁ ମୁଖ (ସର୍ଭିକ୍ସ), ଡିମ୍ବାଶୟ (ଓଭାରି) ଓ ଉଦରରେ (ଆବଡୋମେନ) ମଧ୍ୟ ହୋଇପାରେ ।[୨] ରକ୍ତ ପରୀକ୍ଷାରେ ହ୍ୟୁମାନ ଗୋନାଡ଼ୋଟ୍ରୋଫିନ ବା ଏଚସିଜି ଓ ଅଲଟ୍ରାସାଉଣ୍ଡ କରି ଅଥାନ ଗର୍ଭ ନିର୍ଣ୍ଣୟ କରାଯାଏ । ଏହି ପରୀକ୍ଷା ଏକାଧିକ ଥର କରିବା ଆବଶ୍ୟକ ହୋଇପାରେ । ଯୋନୀପଥ ମଧ୍ୟରେ ଅଲଟ୍ରାସାଉଣ୍ଡ କଲେ ଉତ୍ତମ କାମ କରେ । ଏକାଭଳି ଲକ୍ଷଣ ଅନ୍ୟ ରୋଗ ଯଥା ଗର୍ଭପାତ, ଓଭାରିଆନ ଟରସନ, ଆକ୍ୟଟ ଟରସନ ଓ ଆକ୍ୟୁଟ ଆପେଣ୍ଡିସାଇଟିସ ଭଳି ରୋଗମାନଙ୍କରେ ଲକ୍ଷ କରାଯାଏ ।[୨]

ଏହି ରୋଗର ପ୍ରତିଷେଧ ସ୍ୱରୁପ ସଙ୍କଟାବସ୍ଥା କ୍ଲାମିଡିଆ ସଂକ୍ରମଣ ଉପସ୍ଥିତି ନିମନ୍ତେ ସ୍କ୍ରିନିଙ୍ଗ ଓ ପରବର୍ତ୍ତି ଚିକିତ୍ସା ଆବଶ୍ୟକ ।[୫] କେତେକ ଅଥାନ ଗର୍ଭ ଆପେ ଆପେ ବିନା ଚିକିତ୍ସାରେ ଉପଶମ ହୋଇଯାଇପାରେ, କିନ୍ତୁ ୨୦୧୪ ମସିହା ସୁଦ୍ଧା ଏହାର ଉପ‌ଯୁକ୍ତ ଅନୁଶୀଳନ ହୋଇନାହିଁ । କେତେକ କେଶରେ ମେଥୋଟ୍ରେକସେଟ ଓ ଅପରେଶନ ଫଳପ୍ରଦ ହୁଏ । ରୋଗୀର ବିଟା-ଏଚ,ସି,ଜି, ସ୍ତର କମ ଥିଲେ ଓ ଫିଟସ ଛୋଟ ଥିଲେ ଏହା ଭଲ କାମ କରେ । ଟ୍ୟୁବ ଫାଟିଯାଇ ଫିଟସର ହୃତ ସ୍ପନ୍ଦନ ଠିକ ଥିଲେ କିମ୍ବା ରୋଗୀର ଭାଇଟାଲ ଚିହ୍ନ ଦୁର୍ବଳ ଥିଲେ ଅପରେଶନ କରାଯାଇପାରେ ।[୪] ଲାପାରୋସ୍କୋପି ବା ଲାପାରୋଟୋମି ଅପରେଶନ କରାଯାଇପାରେ ।[୧] ଚିକିତ୍ସା କଲେ ଭଲ ଫଳ ମିଳେ ।[୪]

ବିକଶିତ ଦେଶମାନଙ୍କରେ ଅଥାନ ଗର୍ଭ ହାର ମୋଟ ଜୀବନ୍ତ ଜନ୍ମର ୧ରୁ ୨ %, ଆସିସ୍ଟେଡ ରିପ୍ରୋଡକ୍ଟିଭ ଟେକନୋଲୋଜିର ସାହାଯ୍ୟ ନେଲେ ଏହା ୪ % ହୁଏ ।[୧] ପ୍ରଥମ ତ୍ରୈମାସିକରେ ଗର୍ଭ ମୃତ୍ୟୁର ଏହା ପ୍ରଧାନ କାରଣ ଓ ସମୁଦାୟ ମୃତ୍ୟୁର ୧୦% ।[୪] ବିକଶିତ ଦେଶମାନଙ୍କରେ ଏହାର ଫଳାଫଳ ଉନ୍ନତି ଲାଭ କଲାବେଳେ ବିକାଶଶୀଳ ଦେଶମାନଙ୍କରେ ଏହା ଭଲ ନୁହେଁ ।[୫] ବିକଶିତ ଦେଶମାନଙ୍କରେ ମୃତ୍ୟୁ ହାର 0.୧ରୁ 0.୩ ଓ ବିକାଶଶୀଳ ଦେଶମାନଙ୍କରେ ୧ରୁ ୩ % ।[୬] ଏହି ରୋଗ ବିଷୟରେ ପ୍ରଥମେ ୧୧ଶ ଶତାବ୍ଦୀରେ ଆଲବୁକାସିସ ଉଲ୍ଲେଖ କରିଥିଲେ ।[୫]


ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ Kirk E, Bottomley C, Bourne T (2014). "Diagnosing ectopic pregnancy and current concepts in the management of pregnancy of unknown location". Hum. Reprod. Update. 20 (2): 250–61. doi:10.1093/humupd/dmt047. PMID 24101604.CS1 maint: Multiple names: authors list (link)
  2. ୨.୦ ୨.୧ ୨.୨ ୨.୩ Crochet JR, Bastian LA, Chireau MV (2013). "Does this woman have an ectopic pregnancy?: the rational clinical examination systematic review". JAMA. 309 (16): 1722–9. doi:10.1001/jama.2013.3914. PMID 23613077.CS1 maint: Multiple names: authors list (link)
  3. Zhang, J; Li, F; Sheng, Q (2008). "Full-term abdominal pregnancy: a case report and review of the literature". Gynecologic and obstetric investigation. 65 (2): 139–41. doi:10.1159/000110015. PMID 17957101.
  4. ୪.୦ ୪.୧ ୪.୨ ୪.୩ Cecchino, GN; Araujo Júnior, E; Elito Júnior, J (September 2014). "Methotrexate for ectopic pregnancy: when and how". Archives of gynecology and obstetrics. 290 (3): 417–23. doi:10.1007/s00404-014-3266-9. PMID 24791968.
  5. ୫.୦ ୫.୧ ୫.୨ Nama, V; Manyonda, I (April 2009). "Tubal ectopic pregnancy: diagnosis and management". Archives of gynecology and obstetrics. 279 (4): 443–53. doi:10.1007/s00404-008-0731-3. PMID 18665380.
  6. Mignini L (26 September 2007). "Interventions for tubal ectopic pregnancy". who.int. The WHO Reproductive Health Library. Retrieved 12 March 2015.