ମୂର୍ଚ୍ଛା

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ମୂର୍ଚ୍ଛା
Pietro Longhi 027.jpg
ସନ ୧୭୪୪ର ଏକ ତୈଳ ଚିତ୍ର ପିଏଟ୍ରୋ ଲୋଙ୍ଘି ତିଆରି କରିଥିଲେ ଯାହାର ନାମ ଫେନ୍ଟିଙ୍ଗ ଦେଇଥିଲେ ।
ICD-10 R55.
ICD-9 780.2
DiseasesDB 27303
MedlinePlus 003092
eMedicine med/3385 ped/2188 emerg/876
MeSH D013575

ମୂର୍ଚ୍ଛା ( /ˈsɪŋkəpi/ sing-kə-pee ବା ଅଚେତନ ବା ଚୈତନ୍ୟ ଲୋପ) ଶବ୍ଦର ସଂଜ୍ଞା: ସ୍ୱଳ୍ପ ସମୟ ନିମନ୍ତେ ଚେତନ ଓ ମାଂସପେଶୀ ଶକ୍ତିର ତ୍ୱରିତ ହାନୀ ହୁଏ, ଅଳ୍ପ ସମୟ ନିମନ୍ତେ ରହେ ଓ ସ୍ୱୟଂ ପୁନରୁଦ୍ଧାର ହୁଏ । ନିମ୍ନ ରକ୍ତଚାପ ଯୋଗୁ ସମୁଦାୟ ମସ୍ତିଷ୍କ‌କୁ ରକ୍ତ ସରବରାହ କମିଯିବା ହେତୁ ଏହା ହୁଏ । କେତେକ କ୍ଷେତ୍ରରେ ଚେତନ ଶୂନ୍ୟତା ପୂର୍ବରୁ ପ୍ରାକ୍ ଲକ୍ଷଣ (prodromal symptom) ଦେଖାଯାଏ । ମୁଣ୍ଡ ହାଲୁକା ଜଣାଯିବା, ଝାଳ ବୋହିବା, ଚମ ଶେତା ଦେଖାଯିବା, ଧୁଆଁଳିଆ ଦୃଷ୍ଟି, ଅଇ, ବାନ୍ତି ଓ ଦେହ ଉଷୁମ ଲାଗିବା ଇତ୍ୟାଦି ପ୍ରାକ୍ ଲକ୍ଷଣ ଦେଖାଯାଏ । ଏହା ସ‌ହ ପେଶୀ ସଙ୍କୋଚନ-ପ୍ରସାରଣ ହୋଇପାରେ । ସମ୍ପୁର୍ଣ୍ଣ ଅଚେତ ନ ହେଲେ ପ୍ରାକ୍‌ମୂର୍ଚ୍ଛା (presycope) କୁହାଯାଏ । ପ୍ରାକ୍ ମୂର୍ଚ୍ଛାର ଚିକିତ୍ସା ଠିକ୍ ମୂର୍ଚ୍ଛା ଚିକିତ୍ସା ଭଳି କରିବାକୁ ହୁଏ । [୧]

ଏହି ରୋଗର କାରଣ ମଧ୍ୟରେ ଅଣସାଂଘାତିକଠାରୁ ଆରମ୍ଭ କରି ସଂଭାବ୍ୟ ପ୍ରାଣ‌ଘାତକ କାରଣମାନ ଅଛି । ସ୍ଥୁଳତଃ ୩ ବର୍ଗର କାରଣ ଅଛି: ହୃତ୍‌ପିଣ୍ଡରକ୍ତନଳୀ ସମ୍ପର୍କୀୟ, ରିଫ୍ଲେକ୍ସ ବା ସ୍ନାୟୁ ସମ୍ପର୍କୀୟ ଓ ଅର୍ଥୋସ୍ଟାଟିକ ନିମ୍ନ ରକ୍ତଚାପ ସମ୍ପର୍କୀୟ । ସବୁଠାରୁ ସାଂଘାତିକ ହୃତ୍‌ପିଣ୍ଡ ଓ ରକ୍ତନଳୀ ସମ୍ପର୍କୀୟ କାରଣ କେବଳ ୧୦ % ଥାଏ, କିନ୍ତୁ ସ୍ନାୟୁ ସମ୍ପର୍କୀୟ କାରଣ ଅତି ସାଧାରଣ ଥାଏ । ହୃତ୍‌ପିଣ୍ଡ ସମ୍ପର୍କୀୟ କାରଣ ମଧ୍ୟରେ ଅନିୟମିତ ହୃତ୍‌ପିଣ୍ଡ ତାଳ (abnormal heart rhythm), ହୃତ୍‌ପିଣ୍ଡ ଭଲ୍‌ଭ୍ ଓ ମାଂସପେଶୀ ରୋଗ, ପଲ୍‌ମୋନାରି ଏମ୍ବୋଲିଜ୍ମ ଜନିତ ରକ୍ତନଳୀ ଅବରୋଧ କିମ୍ବା ଆଓର୍ଟିକ ଡିସେକ୍ସନ ରୋଗ ଥାଏ । ସ୍ନାୟୁଜନିତ ମୂର୍ଚ୍ଛାର କାରଣ ମଧ୍ୟରେ ରକ୍ତନଳୀ ପ୍ରସାରିତ ହେବା ସ‌ହ ହୃତ୍‌ସ୍ପନ୍ଦନ ହାର କମିବା । ଯନ୍ତ୍ରଣା, ଗଭୀର ଅନୁଭବ ଓ ଅନ୍ୟାନ୍ୟ କ୍ରିୟା ଯେପରିକି ମୂତ୍ରତ୍ୟାଗ, ବାନ୍ତି ଓ କାଶଦ୍ୱାରା ଟ୍ରିଗର ହୋଇ ମୂର୍ଚ୍ଛିତ ହୁଅନ୍ତ । ବେକରେ ଥିବା ଏକ ସ୍ଥାନ କ୍ୟାରୋଟିଡ୍ ସାଇନସ୍‌କୁ ଚିପି ଧରିଲେ ମୂର୍ଚ୍ଛିତ ହୁଅନ୍ତି । ହଠାତ୍ ରକ୍ତଚାପ କମିଗଲେ ମୂର୍ଚ୍ଛା ହୁଅନ୍ତି ଓ ଏହା ଶେଷ କାରଣ । ଏହା ଖାଉଥିବା ଔଷଧ ଯୋଗୁ, ନିର୍ଜ୍ଜଳନ ଯୋଗୁ ଓ ଉଲ୍ଲେଖନୀୟ ରକ୍ତସ୍ରାବ ତ‌ଥା ସଂକ୍ରମଣ ଯୋଗୁ ହୋଇପାରେ । [୧]

ମେଡିକାଲ ଇତିହାସ, ଶାରୀରିକ ପରୀକ୍ଷା ଓ ଇ.ସି.ଜି (electrocardiogram) ସାହାଯ୍ୟରେ ଅନ୍ତର୍ନିହିତ କାରଣ ଚିହ୍ନଟ ଫଳପ୍ରଦ ହୁଏ । ଇ.ସି.ଜି ସାହାଯ୍ୟରେ ଅସାଧାରଣ ହୃତ୍‌ପିଣ୍ଡ ତାଳ, ହୃତ୍‌ପିଣ୍ଡ ମାଂସପେଶୀକୁ ସ୍ୱଳ୍ପ ରକ୍ତ ପ୍ରବାହ, ବୈଦୁତିକ କାରଣ ଯେପରିକି ଲମ୍ବା କ୍ୟୁଟି ସିଣ୍ଡ୍ରୋମ୍ ଓ ବୃଗାଡା (Brugada's) ଚିହ୍ନଟ କରାଯାଏ । ହୃତ୍‌ପିଣ୍ଡ ସମ୍ପର୍କୀୟ କାରଣ ମଧ୍ୟରେ ପ୍ରାକ୍ ଲକ୍ଷଣ ଦେଖାଯାଏ ନାହିଁ । ମୂର୍ଚ୍ଛା ହେବା ପରେ ନିମ୍ନ ରକ୍ତଚାପ ଓ ଦୃତ ହୃତ୍‌ପିଣ୍ଡ ହାର ଦେଖାଯାଏ ଯେତେବେଳେ ନିର୍ଜଳନ(dehydration) ଥାଏ, ପଲ୍‌ମୋନାରି ଏମ୍ଭୋଲିଜ୍ମ ଥିଲେ ସ୍ୱଳ୍ପ ରକ୍ତ ଅମ୍ଳଜାନ ସ୍ତର ରହେ । ଇମ୍ପ୍ଲାଣ୍ଟେବ୍ଲ ଲୁପ ରେକର୍ଡର୍, ଟିଲ୍ଟ ଟେବୁଲ ପରୀକ୍ଷା କିମ୍ବା କ୍ୟାରୋଟିଡ୍ ସାଇନସ୍ ମାଲିସ୍ ପରୀକ୍ଷାଦ୍ୱାରା ନିଧାର୍ଯ୍ୟ ଭାବେ ଅନିଶ୍ଚିତ କେଶ୍‌ ନିର୍ଣ୍ଣୟ କରାଯାଏ । କମ୍ବ୍ୟୁଟର୍ ଟୋମୋଗ୍ରାଫି (ସିଟି) ସାଧାରଣତଃ ଆବଶ୍ୟକ ହୁଏ ନାହିଁ ଯଦି କୌଣସି ନିର୍ଦ୍ଦିଷ୍ଟ ଆଶଙ୍କା ନାହିଁ । ସମାନ ଲକ୍ଷଣ ଥିବା ଅନ୍ୟ କାରଣ ଗୁଡ଼ିକ ମଧ୍ୟରେ ଅଙ୍ଗ ବିକ୍ଷେପ, ସ୍ଟ୍ରୋକ୍, କନ୍‌କସନ୍, ସ୍ୱଳ୍ପ ରକ୍ତ ଅମ୍ଳଜାନ, ସ୍ୱଳ୍ପ ରକ୍ତ ଶର୍କରା, ନିଶାଗ୍ରସ୍ତ ଓ କେତେକ ମାନସିକ ଅବ୍ୟବସ୍ଥା ଉଲ୍ଲେଖ‌ଯୋଗ୍ୟ । ଅନ୍ତରନିହିତ କାରଣ ଅନୁସାରେ ଚିକିତ୍ସା କରାଯାଏ । ଅନ୍ୱେଷଣ ପରେ ଅଧିକ ସଙ୍କଟାପନ୍ନ ରୋଗ ସମ୍ଭାବନା ଥିଲେ ହୃତ୍‌ପିଣ୍ଡ ମନିଟରିଙ୍ଗ ନିମନ୍ତେ ଡାକ୍ତରଖାନାରେ ଆଡ୍‌ମିସନ କରାଯାଏ । [୧]

ପ୍ରତିବର୍ଷ ପ୍ରତି ହଜାରେ ଲୋକରେ ୩ରୁ ୬ ଜଣ ଲୋକ ମୂର୍ଚ୍ଛାଘାତ ରୋଗରେ ପିଡ଼ିତ ହୁଅନ୍ତି । [୧] ଏହା ବୟସ୍କ ଲୋକ ଓ ମହିଳାଙ୍କୁ ବେଶୀ ହୁଏ । ଡାକ୍ତରଖାନାର ଆଶୁଚିକିତ୍ସା ବିଭାଗକୁ ଆସୁଥିବା ୧ରୁ ୩ % ଲୋକ ଏହି କାରଣରୁ ଦେଖାକରିବାକୁ ଆସନ୍ତି । ଅଶୀ ବର୍ଷୋତ୍ତର ମହିଳା ଓ ଏକ ତୃତୀୟାଂଶ ଡାକ୍ତରୀ ଛାତ୍ର ଜୀବନର କୌଣସି ଏକ ସମୟରେ ଏହି ରୋଗ ହେବା ବର୍ଣ୍ଣନା କରିଥାଆନ୍ତି । [୨] ସମୁଦାୟ ମୂର୍ଚ୍ଛାଘାତ ରୋଗୀଙ୍କ ମଧ୍ୟରୁ ପରବର୍ତ୍ତୀ ୩୦ ଦିନ ମଧ୍ୟରେ ୪ % ଲୋକ ମୃତ୍ୟୁ ବରଣ କରିଥାଆନ୍ତି ।[୧] ଏହାର ଫଳାଫଳ ଅନ୍ତର୍ନିହିତ କାରଣ ଉପରେ ନିର୍ଭର କରେ । [୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ Peeters, SY; Hoek, AE; Mollink, SM; Huff, JS (April 2014). "Syncope: risk stratification and clinical decision making.". Emergency medicine practice 16 (4): 1–22; quiz 22–3. PMID 25105200. 
  2. Kenny, RA; Bhangu, J; King-Kallimanis, BL (2013). "Epidemiology of syncope/collapse in younger and older Western patient populations.". Progress in cardiovascular diseases 55 (4): 357–63. PMID 23472771. doi:10.1016/j.pcad.2012.11.006. 
  3. Ruwald, MH (August 2013). "Epidemiological studies on syncope--a register based approach.". Danish medical journal 60 (8): B4702. PMID 24063058.